ଏନସେଫାଲାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଏନସେଫାଲାଇଟିସ (Encephalitis)
Hsv encephalitis.jpg
ଜଣେ ଏଚଏସଭି ଏନସେଫାଲାଇଟିସ ରୋଗୀର ଏମଆରଆଇ (MRI ସ୍କାନରେ ଟେମ୍ପୋରାଲ ଲୋବ ଓ ରାଇଟ ଇନଫିରିଅର ଫ୍ରଣ୍ଟାଲ ଜାଇରସରୁ ଉଚ୍ଚ ସିଗନାଲ ଆସିଥିବା ଦେଖାଯାଉଛି ।
ବିଭାଗ ସ୍ନାୟୁ ରୋଗ ବିଜ୍ଞାନ (Neurology), ସଂକ୍ରାମକ ରୋଗ (infectious disease)
ଲକ୍ଷଣ ମୁଣ୍ଡ ବିନ୍ଧା, ଜ୍ୱର, ମାନସିକ ଦ୍ୱନ୍ଦ୍ୱ (confusion), ଅନମନୀୟ ବେକ, ବାନ୍ତି (vomiting)[୧]
ଅବଧି ସ୍ୱାସ୍ଥ୍ୟ ଲାଭ ନିମନ୍ତେ କିଛି ସପ୍ତାହରୁ କିଛି ମାସ ଲାଗେ । [୧]
କାରଣ ସଂକ୍ରମଣ, ଅଟୋଇମ୍ମ୍ୟୁନ, କେତେକ ଔଷଧ, ଅଜ୍ଞାତ କାରଣ [୨]
ରୋଗ ନିର୍ଣ୍ଣୟ ପଦ୍ଧତି ଲକ୍ଷଣ ଅନୁଯାୟୀ, ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging), ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid)[୨]
ଚିକିତ୍ସା ଭୁତାଣୁ ବିରୋଧୀ ଔଷଧ (Antiviral medication), ଆଣ୍ଟିକନଭଲସାଣ୍ଟ (anticonvulsants), କର୍ଟିକୋସ୍ଟିରଏଡ (corticosteroids), କୃତ୍ରିମ ଶ୍ୱାସକ୍ରିୟା (artificial respiration)[୧]
ପୌନଃପୁନିକ ୪.୩ ନିୟୁତ (୨୦୧୫)[୩]
ମୃତ୍ୟୁ ସାନ୍ଦ୍ରତା ୧୫୦,୦୦୦ (୨୦୧୫)[୪]

ଏନସେଫାଲାଇଟିସ (ଇଂରାଜୀ ଭାଷାରେ Encephalitis) ରୋଗରେ ମାନବ ମସ୍ତିଷ୍କର (brain) ପ୍ରଦାହ (inflammation) ହୁଏ ।[୫] ସାଂଘାତିକ ହେବା ପରିବର୍ତ୍ତନଶୀଳ ।[୧] ମୁଣ୍ଡ ବିନ୍ଧା, ଜ୍ୱର, ମାନସିକ ଦ୍ୱନ୍ଦ୍ୱ (confusion), ଅନମନୀୟ ବେକ, ବାନ୍ତି (vomiting) ଇତ୍ୟାଦି ଲକ୍ଷଣମାନ ଏ ରୋଗରେ ଦେଖାଯାଏ । [୧] ରୋଗ ସାଂଘାତିକ ହେଲେ ବାତ (Seizures), କ‌ହିବା ସମସ୍ୟା, ସ୍ମୃତି ସମସ୍ୟା (memory problems), ଶ୍ରବଣ ସମସ୍ୟା (hearing) ଇତ୍ୟାଦି ସୃଷ୍ଟି ହୁଏ ।[୧]

ଏନସେଫାଲାଇଟିସ ରୋଗ ଅନେକ ପ୍ରକାରର ଭୁତାଣୁ (virus) ଯୋଗୁ ହୋଇପାରେ ଯଥା:- ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (herpes simplex virus), ଜଳାତଙ୍କ, ଜୀବାଣୁ (en:bacteria) ଓ ପରଜୀବୀ (en:parasites) ।[୧][୨] ଏହା ବ୍ୟତୀତ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଓ କେତେକ ଔଷଧ ଯୋଗୁ ମଧ୍ୟ ହୋଇପାରେ । [୨] ଅନେକ କ୍ଷେତ୍ରରେ ଏହାର କାରଣ ସ୍ପଷ୍ଟ ହୋଇପାରେନି ।[୨] ଦୁର୍ବଳ ଇମ୍ମ୍ୟୁନ ପ୍ରଣାଳୀ (weak immune system) ଯୋଗୁ ମଧ୍ୟ ଏହା ହୋଇପାରେ । [୨] ଲକ୍ଷଣ ଅନୁଯାୟୀ ନିର୍ଣ୍ଣୟ କରିବା ପରେ ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging), ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid) ଆନାଲିସିସ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ । [୨]

ଟିକା (vaccine) ପ୍ରଦାନ କରି କିଛି ଏନସେଫାଲାଇଟିସ ରୋଗ ପ୍ରତିରୋଧ କରିହୁଅ ।[୫] ଆଣ୍ଟିଭାଇରାଲ ଔଷଧ (antiviral medication) ଯେପରିକି ଆସାଇକ୍ଲୋଭିର, ଆଣ୍ଟିକନଭଲସାଣ୍ଟ (anticonvulsants) ଓ କର୍ଟିକୋସ୍ଟିରଏଡ (corticosteroids) ଦେଇ ଚିକିତ୍ସା କରାଯାଇପାରେ ।[୧] ସାଧାରଣତଃ ଡାକ୍ତରଖାନାରେ ଚିକିତ୍ସା କରାଯାଏ ।[୧] କେତେକ ରୋଗୀ କୃତ୍ରିମ ଶ୍ୱାସକ୍ରିୟା (artificial respiration) ଆବଶ୍ୟକ କରନ୍ତି ।[୧] ପରିସ୍ଥିତି ନିୟନ୍ତ୍ରଣରେ ଆସିବା ପରେ ରିହାବିଲିଟେସନ (rehabilitation) କାର୍ଯ୍ୟକ୍ରମ ହାତକୁ ନିଆଯାଏ ।[୨] ସାରା ପୃଥିବୀରେ ସନ ୨୦୧୫ରେ ୪.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ଓ ୧୫୦,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୩][୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ "Meningitis and Encephalitis Information Page". NINDS. Archived from the original on 29 October 2017. Retrieved 29 October 2017. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Meningitis and Encephalitis Fact Sheet". National Institute of Neurological Disorders and Stroke. Archived from the original on 29 October 2017. Retrieved 29 October 2017. 
  3. ୩.୦ ୩.୧ GBD 2015 Disease and Injury Incidence and Prevalence Collaborators (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577Freely accessible. PMID 27733282. 
  4. ୪.୦ ୪.୧ GBD 2015 Mortality and Causes of Death Collaborators (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903Freely accessible. PMID 27733281. 
  5. ୫.୦ ୫.୧ "Encephalitis". NHS Choices (in ଇଂରାଜୀ). 2016. Archived from the original on 22 September 2017. Retrieved 29 October 2017.