କ୍ରୁଜଫେଲ୍ଟ-ଜାକୋବ ରୋଗ

ଉଇକିପିଡ଼ିଆ‌ରୁ
କ୍ରୁଜଫେଲ୍ଟ-ଜାକୋବ ରୋଗ (Creutzfeldt–Jakob disease)
Biopsy of the ଟନସିଲର (tonsil ବାୟୋପ୍ସି ଚିତ୍ର in variant CJD. Prion protein immunostaining.
ଉଚ୍ଚାରଣ
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology), ମାନସିକ ରୋଗ ବିଜ୍ଞାନ (psychiatry)
ଲକ୍ଷଣପ୍ରାରମ୍ଭିକ ଲକ୍ଷଣ: ସ୍ମରଣ ଶକ୍ତି ସମସ୍ୟା, ବ୍ୟାବ‌ହାରିକ ପରିବର୍ତ୍ତନ, ଶାରୀରିକ ନିୟନ୍ତ୍ରଣ ସମସ୍ୟା, ଦୃଷ୍ଟି ଶକ୍ତି ସମସ୍ୟା । [୨]
ପରବର୍ତ୍ତୀ ଲକ୍ଷଣ: ଡିମେନ୍ସିଆ, ଅନିଚ୍ଛାକୃତ ଚଳନ, ଅନ୍ଧତ୍ୱ, ଦୌର୍ବଲ୍ୟ, କୋମା, କୋମା[୨]
ଆକ୍ରାନ୍ତ ସମୟ୬୦ ବର୍ଷ ବୟସ ପାଖାପାଖି[୨]
କାରଣପ୍ରିଅନ (Prion)[୨]
ରୋଗ ନିର୍ଣ୍ଣୟ ପଦ୍ଧତିସମ୍ଭାବ୍ୟ ଅନ୍ୟାନ୍ୟ କାରଣମାନ ବିଦାୟ କରିବା ପରେ [୨]
ସଠିକ ରୋଗ ନିର୍ଣ୍ଣୟଏନ‌କେଫାଲାଇଟିସ (Encephalitis), କ୍ରନିକ ମେନିଞ୍ଜାଇଟିସ (chronic meningitis), ହଣ୍ଟିଙ୍ଗଟନସ ରୋଗ (Huntington’s disease), ଆଲଜିମର ରୋଗ[୨]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)[୨]
Prognosisରୋଗ ନିର୍ଣ୍ଣୟର ଏକ ବର୍ଷ ମଧ୍ୟରେ ୯୦% ମୃତ୍ୟୁ ବରଣ କରନ୍ତି । [୨]
ପୁନଃପୌନିକବାର୍ଷିକ ପ୍ରତି ଏକ ନିୟୁତ ଲୋକରେ ଜଣେ । [୨]

କ୍ରୁଜଫେଲ୍ଟ-ଜାକୋବ ରୋଗ ବା ସିଜେଡି (ଇଂରାଜୀ ଭାଷାରେ Creutzfeldt–Jakob disease or CJD) ଏକ ଜାଗତିକ ସାଂଘାତିକ ମସ୍ତିଷ୍କ ବେମାରୀ ।[୨] ପ୍ରାରମ୍ଭରେ ସ୍ମରଣ ଶକ୍ତି ସମସ୍ୟା, ବ୍ୟାବ‌ହାରିକ ପରିବର୍ତ୍ତନ, ଶାରୀରିକ ନିୟନ୍ତ୍ରଣ ସମସ୍ୟା, ଦୃଷ୍ଟି ଶକ୍ତି ସମସ୍ୟା ଆଦି ଦେଖାଯାଏ ।[୨] ପରବର୍ତ୍ତୀ କାଳରେ ଡିମେନ୍ସିଆ, ଅନିଚ୍ଛାକୃତ ଚଳନ, ଅନ୍ଧତ୍ୱ, ଦୌର୍ବଲ୍ୟ, କୋମା, କୋମା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[୨] ରୋଗ ନିର୍ଣ୍ଣୟର ଏକ ବର୍ଷ ମଧ୍ୟରେ ୯୦% ମୃତ୍ୟୁ ବରଣ କରନ୍ତି ।[୨]

ସିଜେଡି ରୋଗ ପ୍ରିଅନ (Prion) ନାମକ ଏକ ପ୍ରୋଟିନ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[୨] ସଂକ୍ରମିତ ପ୍ରିଅନ କୁକୁଞ୍ଚିତ ଥାଏ ଯାହା ସାଧାରଣ କୁଞ୍ଚିତ ପ୍ରୋଟିନ‌କୁ କୁକୁଞ୍ଚିତ କରିଦିଏ ।[୨] ଅଧିକାଂଶ କେଶ୍ ସ୍ୱତଃ ହୁଏ ଓ ୭.୫% କେଶ୍ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଭାବରେ ବଂଶାନୁକ୍ରମିକ (inherited from a person's parents) ଚାଲୁରହେ ।[୨] ସାଧାରଣ ସଂସ୍ପର୍ଶରେ ଆସିଲେ ବା ରକ୍ତ ଅନ୍ତର୍ଭରଣ (blood transfusions) ସମୟରେ ଏହି ରୋଗ ବିସ୍ତାରିତ ହେବାର କୌଣସି ପ୍ରମାଣ ନାହିଁ ।[୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ନଥିବା ପ୍ରମାଣ ମିଳିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨] ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ଲମ୍ବର ପଙ୍କଚର (spinal tap|) ମ୍ୟାଗନେଟିକ ରେଜୋନାନ୍ସ ଇମେଜିଙ୍ଗ (magnetic resonance imaging) କରି ଏହି ରୋଗ ନିଧାର୍ଯ୍ୟ କରାଯାଇପାରେ । [୨]

କ୍ରୁଜଫେଲ୍ଟ-ଜାକୋବ ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୨] ଯନ୍ତ୍ରଣା ଲାଘବ ନିମନ୍ତେ ଓପିଅଏଡ (Opioids) ଦିଆଯାଇପାରେ, ଅନିଚ୍ଛାକୃତ ଚଳନ ନିମନ୍ତେ କ୍ଲୋନାଜେପାମ (clonazepam) ବା ସୋଡ଼ିଅମ ଭାଲପ୍ରୋଏଟ (sodium valproate ଦିଆଯାଇପାରେ ।[୨] ବର୍ଷକୁ ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ଆକ୍ରମଣ କରେ ।[୨] ପ୍ରାୟ ୬୦ ବର୍ଷ ବୟସ ପାଖାପାଖି ଏହି ରୋଗ ହୁଏ ।[୨] ସନ ୧୯୨୦ରେ ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୨] ଏହା ଟ୍ରାନ୍ସମିସିବ୍ଲ ସ୍ପଞ୍ଜିଫର୍ମ ଏନସେଫାଲୋପାଥି (transmissible spongiform encephalopathy) ଶ୍ରେଣୀର ଏକ ପ୍ରକାର ରୋଗ ।[୩] ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି (bovine spongiform encephalopathy ବା mad cow disease) ଓ ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ରୋଗ (variant Creutzfeldt–Jakob disease ବା vCJD) ରୋଗଠାରୁ ଏହି ରୋଗ ସମ୍ପୁର୍ଣ୍ଣ ପୃଥକ୍ ।[୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Merriam-Webster's Collegiate Dictionary
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ "Creutzfeldt-Jakob Disease Fact Sheet | National Institute of Neurological Disorders and Stroke". NINDS. March 2003. Archived from the original on 4 July 2017. Retrieved 16 July 2017.
  3. "About CJD | Creutzfeldt-Jakob Disease, Classic (CJD) | Prion Disease". CDC (in ଆମେରିକୀୟ ଇଂରାଜୀ). 11 February 2015. Archived from the original on 8 August 2017. Retrieved 16 July 2017.
  4. "Creutzfeldt-Jakob Disease, Classic (CJD) | Prion Diseases". CDC (in ଆମେରିକୀୟ ଇଂରାଜୀ). 6 February 2015. Archived from the original on 18 July 2017. Retrieved 16 July 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ