ମାଛରଙ୍କା ବିରାଡ଼ି

ଉଇକିପିଡ଼ିଆ ରୁ
Jump to navigation Jump to search

ମାଛରଙ୍କା ବିରାଡ଼ି
Fishing Cat (Prionailurus viverrinus) 2.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Kingdom: Animalia
Phylum: Chordata
Class: Mammalia
Order: Carnivora
Suborder: Feliformia
Family: Felidae
Genus: Prionailurus
ଜାତି: P. viverrinus
ବାଇନୋମିଆଲ ନାମ
Prionailurus viverrinus
(ଏଡ୍ୱାର୍ଡ୍ ଟର୍ଣ୍ଣର୍ ବେନ୍ନେଟ୍, ୧୮୩୩)
FishingCat distribution.jpg
୨୦୧୬ ମସିହା ବେଳକୁ ମାଛରଙ୍କା ବିରାଡ଼ିଙ୍କ ଭୌଗୋଳିକ ବିତରଣ[୧]

ମାଛରଙ୍କା ବିରାଡ଼ି (ଇଂରାଜୀରେ fishing cat, ଜୀବବିଜ୍ଞାନ ନାମ Prionailurus viverrinus) ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ମଧ୍ୟମାକୃତିର ଏକ ବଣୁଆ ବିଲେଇ । ୨୦୧୬ ମସିହା ପରଠାରୁ IUCN ତାଲିକାରେ ଏହି ଜୀବକୁ ସଙ୍କଟାଭିମୁଖୀ (Vulnerable-VU) ଶ୍ରେଣୀଭୁକ୍ତ କରାଯାଇଛି । କିଛି ଦଶନ୍ଧି ଧରି ଆର୍ଦ୍ରଭୂମି ଓ ପ୍ରାକୃତିକ ଜଳାଶୟ ହ୍ରାସ ପାଉଥିବାରୁ ଏହି ବିଲେଇ ପ୍ରଜାତିଙ୍କ ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି ।[୧] ନଦୀ, ଝରଣା, ପ୍ରାକୃତିକ ନାଳ, ଅଶ୍ୱଖୁରାକୃତି ହ୍ରଦ, ସନ୍ତସନ୍ତିଆ ଭୂମି, ତ୍ରିକୋଣଭୂମିସ୍ଥ ଲୁଣା ହେନ୍ତାଳ ବନ ପରି ଆର୍ଦ୍ରଭୂମି ସଂଲଗ୍ନ ଜଙ୍ଗଲ ଓ ପରିବାସରେ ମାଛରଙ୍କା ବିରାଡ଼ି ବାସ କରିଥାନ୍ତି ।[୨]

ମାଛରଙ୍କା ବିରାଡ଼ି ପଶ୍ଚିମବଙ୍ଗ ରାଜ୍ୟର ପ୍ରାଦେଶିକ ପଶୁ ।[୩]

ବର୍ଗୀକରଣ[ସମ୍ପାଦନା]

୧୮୩୩ ମସିହାରେ ଭାରତରୁ ମିଳିଥିବା ଏକ ମାଛରଙ୍କା ବିରାଡ଼ିର ଛାଲର ବୈଜ୍ଞାନିକ ବିବରଣୀ ଦେଇ ଏଡ୍ୱାର୍ଡ୍ ଟର୍ଣ୍ଣର୍ ବେନ୍ନେଟ୍ ପ୍ରଥମେ ଏହି ଜୀବ ପାଇଁ ଫେଲିସ୍ ଭିଭେରିନସ୍ (Felis viverrinus) ନାମର ପ୍ରସ୍ତାବ ରଖିଥିଲେ ।[୪] ଏସିଆରେ ଦେଖାଯାଉଥିବା ଚିତାଦାଗଯୁକ୍ତ ବଣୁଆ ବିଲେଇଙ୍କ ପ୍ରଜାତିର ସାଧାରଣ ନାମ ରଖିବାକୁ ଯାଇ ୧୮୫୮ ମସିହାରେ ନିକୋଲାଇ ସେୱେର୍ତୋଜ୍ ପ୍ରାୟୋନେଲୁରସ୍ (Prionailurus) ନାମର ପ୍ରସ୍ତାବ ଦେଇଥିଲେ ।[୫] ପଶ୍ଚିମ ଜାଭାର ଉତ୍ତର ଉପକୂଳରେ ଦେଖାଯାଉଥିବା ଏକ ମାଛରଙ୍କା ବିରାଡ଼ିର ନମୁନାର (ଯାହାର ଖପୁରୀର ଆକାର ଥାଇଲ୍ୟାଣ୍ଡର ପ୍ରଜାତିଠାରୁ ଛୋଟ) ବିବରଣୀ ଦେଇ ହେନ୍ରି ଜ୍ୟାକବ୍ସ ଭିକ୍ଟର୍ ସୋଡି ୧୯୩୬ ମସିହାରେ ଫେଲିସ୍ ଭିଭେରିନସ୍ ରାଇଜୋଫୋରିୟସ୍ (Felis viverrinus rhizophoreus) ନାମର ପ୍ରସ୍ତାବ ରଖିଥିଲେ ।[୬]

ପ୍ରଜାତି ବିବର୍ତ୍ତନ ବୈଜ୍ଞାନିକ ତଥ୍ୟ[ସମ୍ପାଦନା]

ବିଭିନ୍ନ ମାଛରଙ୍କା ବିରାଡ଼ିଙ୍କ କୋଷିକା ନମୁନାର ପ୍ରଜାତି-ବିବର୍ତ୍ତନ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ପ୍ରାୟ ୩୮.୨ରୁ ୧୭.୪ ଲକ୍ଷ ବର୍ଷ ପୂର୍ବେ ଏହି ପ୍ରଜାତିଗୁଡ଼ିକ ନିଜ ମୂଳ ବିଡ଼ାଳ ବଂଶର ବିବର୍ତ୍ତନ ପଥରୁ ବିଚ୍ଛିନ୍ନ ହୋଇ ସେମାନଙ୍କଠାରେ ଏକ ଜିନ୍‍ଗତ ପାର୍ଥକ୍ୟ ପରିଦୃଷ୍ଟ ହୋଇଥିଲା ।[୭][୮]

ଆକୃତି ଓ ପ୍ରକୃତି[ସମ୍ପାଦନା]

ସାନ୍ ଡିଏଗୋ ଚିଡ଼ିଆଖାନାରେ ଥିବା ଏକ ମାଛରଙ୍କା ବିରାଡ଼ି

ପ୍ରାୟୋନେଲୁରସ୍ ବିଲେଇମାନଙ୍କ ମଧ୍ୟରେ ମାଛରଙ୍କା ବିରାଡ଼ି ସର୍ବବୃହତ ଜୀବ । ଏହାର କର୍କଶ ଲୋମ ଅଲିଭ୍-ପାଉଁଶିଆ କିମ୍ବା ପୂର୍ଣ୍ଣ ପାଉଁଶିଆ ରଙ୍ଗର ହୋଇଥାଏ । ଏହି ବିଲେଇ କାନ୍ଧ ପାଖରେ ଗାଢ଼ ରଙ୍ଗର ପଟାଦାଗ ଓ ଦେହର ଦୁଇ ପାର୍ଶ୍ୱରେ ଛୋଟ ଚିତା ଦାଗ ସବୁ ରହିଥାଏ । ଏହାର କାନ ଛୋଟ ଏବଂ ଗୋଲାକାର । କାନ ପଛ ପଟେ ଧଳା ରଙ୍ଗର ଦାଗ ରହିଥାଏ । ଏହାର ଗାଲରେ ଦୁଇଟି ପଟାଦାଗ ଥାଏ । ଆଖି ଉପରୁ ଦୁଇ କାନ ମଧ୍ୟ ଦେଇ ଚାରିଟି ପଟାଦାଗ କାନ୍ଧ ପର୍ଯ୍ୟନ୍ତ ଯାଇଥାଏ । ପେଟର ତଳ ପଟ ଧଳା ରଙ୍ଗର ଓ ବେକ ପାଖରେ ଦୁଇ ଧାଡ଼ି ଦାଗମାନ ରହିଥାଏ । ଏହାର ଲାଞ୍ଜଟି ଛୋଟ ଓ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଶରୀର ଦୈର୍ଘ୍ୟର ପ୍ରାୟ ଅଧା । ଲାଞ୍ଜର ମୂଳ ଦାଗଯୁକ୍ତ ଓ ଲାଞ୍ଜର ଅଗ୍ରାଂଶରେ କୁଣ୍ଡଳାକାର ଦାଗ ରହିଥାଏ ।[୯] ପେଟ ତଳ ଲୋମ ଲମ୍ବାଳିଆ ଓ ସେଥିରେ କିଛି ଦାଗ ରହିଥାଏ ।[୧୦] ପୋଷା ବିଲେଇ ଆକାରର ପ୍ରାୟ ଦୁଇ ଗୁଣ ଆକୃତିବିଶିଷ୍ଟ ଏହି ଜୀବର ଦେହଟି ମାଂସପେଶୀ ଭରା ଏବଂ ଏହାର ଗୋଡ଼ଗୁଡ଼ିକ ଛୋଟ ବା ମଧ୍ୟମାକାର । ଏହାର ମୁହଁଟି ସାମାନ୍ୟ ଲମ୍ବାଳିଆ । ମାଛରଙ୍କା ବିଲେଇର ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଦୈର୍ଘ୍ୟ ୫୭-୭୮ ସେଣ୍ଟିମିଟର ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ୨୦-୩୦ ସେଣ୍ଟିମିଟର । ମାଈ ବିଲେଇଗୁଡ଼ିକ ୫.୧-୬.୮ କିଲୋଗ୍ରାମ୍ ଏବଂ ଅଣ୍ଡିରା ବିଲେଇଗୁଡ଼ିକ ୮.୫-୧୬ କିଲୋଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି ।[୧୧]

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

ନେପାଳରେ ଉଠାଯାଇଥିବା ଏକ ମାଛରଙ୍କା ବିରାଡ଼ିର ଫଟୋଚିତ୍ର

ଭୌଗୋଳିକ ଦୃଷ୍ଟିକୋଣରୁ ମାଛରଙ୍କା ବିରାଡ଼ିମାନେ ଏସିଆ ମହାଦେଶରେ ବିକ୍ଷିପ୍ତ । ହିମାଳୟ ପର୍ବତଶ୍ରେଣୀର ପାଦଦେଶର ଭାରତ ଓ ନେପାଳର ତେରାଇ ଅଞ୍ଚଳରେ, ପୂର୍ବ ଭାରତ, ବଙ୍ଗଳାଦେଶଶ୍ରୀଲଙ୍କା ଆଦି ଦେଶରେ ଏମାନେ ଦେଖିବାକୁ ମିଳନ୍ତି । ମାଲେସିଆ ଉପଦ୍ୱୀପ, ଭିଏତନାମଲାଓସରେ ଏମାନେ ରହିଥିବାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ ।[୧][୧୨] ଆର୍ଦ୍ରଭୂମି, ଅଶ୍ୱଖୁରାକୃତି ହ୍ରଦମାନଙ୍କ ନିକଟସ୍ଥ ସନ୍ତସନ୍ତିଆ ଜମି, ପଙ୍କମୟ ସ୍ଥାନ, ଜୁଆରିଆ ନଦୀନାଳ ଓ ଲୁଣା ହେନ୍ତାଳ ଜଙ୍ଗଲରେ ଏମାନଙ୍କ ବାସସ୍ଥାନ । ଛୋଟ ଓ ଦ୍ରୁତ ପ୍ରବାହବିଶିଷ୍ଟ ନଦୀନାଳ ପାଖରେ ଏମାନେ କମ୍ ସଂଖ୍ୟାରେ ଦେଖାଯାନ୍ତି । ଏହି ବିଲେଇର ଉପସ୍ଥିତି ନିମ୍ନ ଭୂମି ଅଞ୍ଚଳରେ ହିଁ ଅଧିକାଂଶ ସମୟରେ ଲିପିବଦ୍ଧ କରାଯାଇଛି ।[୨]

୨୦୧୨ ମସିହାରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଛୋଟିଆରି ବନ୍ଧ ଅଞ୍ଚଳରେ ମାଛରଙ୍କା ବିରାଡ଼ିଙ୍କ ଉପସ୍ଥିତି ରହିଥିବା ତଥ୍ୟ ଲୋକଲୋଚନକୁ ଆସିଥିଲା ।[୧୩]

ନେପାଳର ତେରାଇ ଅଞ୍ଚଳର ବରଦିଆ ଜାତୀୟ ଉଦ୍ୟାନ, ଚିତୱନ ଜାତୀୟ ଉଦ୍ୟାନ, ପାର୍ସା ଜାତୀୟ ଉଦ୍ୟାନ ଏବଂ କୋଶି ଟାପୁ ବନ୍ୟଜୀବ ଅଭୟାରଣ୍ୟରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ରହିଥିବା ବିଷୟ ଲିପିବଦ୍ଧ ହୋଇଛି ।[୧୪][୧୫][୧୬][୧୭]

ଭାରତରେ ବିଭିନ୍ନ ସ୍ଥାନରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ରହିଥିବା ବିଷୟ ଲିପିବଦ୍ଧ ହୋଇଛି:

  • ରନ୍ଥାମ୍ବୋର ବ୍ୟାଘ୍ର ଅଭୟାରଣ୍ୟ,[୧୮] ଦୁଧୱା ବ୍ୟାଘ୍ର ଅଭୟାରଣ୍ୟ ଓ ବାଲ୍ମିକୀ ବ୍ୟାଘ୍ର ଅଭୟାରଣ୍ୟ,[୧] ସୁର ସରୋବର ପକ୍ଷୀ ଅଭୟାରଣ୍ୟ,[୧୯] ପ୍ରଭୃତିରେ ମାଛରଙ୍କା ବିରାଡ଼ି ଦେଖାଯାନ୍ତି ।
  • ପଶ୍ଚିମବଙ୍ଗର ସଂରକ୍ଷିତ ଅଞ୍ଚଳ ବାହାରେ,[୨୦] ସୁନ୍ଦରବନର ଲୋଥିଆନ୍ ଦ୍ୱୀପ ବନ୍ୟଜୀବ ଅଭୟାରଣ୍ୟରେ,[୨୧] ମଧ୍ୟ ଏହି ବିଲେଇ ପ୍ରଜାତି ଦେଖାଯାନ୍ତି ।
  • ଓଡ଼ିଶାର ଭିତରକନିକା ଅଭୟାରଣ୍ୟରେ ଓ ସଂରକ୍ଷିତ ଅଞ୍ଚଳ ବାହାରେ ଥିବା କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ମାଛରଙ୍କା ବିରାଡ଼ି ପରିଲକ୍ଷିତ ହୋଇଥାନ୍ତି ।[୨୨]
  • ଆନ୍ଧ୍ର ପ୍ରଦେଶର କୋରିଂଗା ବନ୍ୟଜୀବ ଅଭୟାରଣ୍ୟ ଓ କୃଷ୍ଣା ବନ୍ୟଜୀବ ଅଭୟାରଣ୍ୟ ଓ ସଂଲଗ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ଦେଖିବାକୁ ମିଳିଛି ।[୨୩][୨୪][୨୫][୨୬]

ବଙ୍ଗଳାଦେଶୀ ଖବରଗାଗଜରେ ପ୍ରକାଶିତ ସମ୍ବାଦ ଅନୁସାରେ ବଙ୍ଗଳାଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ମାଛରଙ୍କା ବିରାଡ଼ି ରୁହନ୍ତି କିନ୍ତୁ ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ । ୨୦୧୦ ଜାନୁଆରୀ ମାସରୁ ୨୦୧୩ ମାର୍ଚ୍ଚ ମାସ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀମାନଙ୍କଦ୍ୱାରା ୩୦ଟି ମାଛରଙ୍କା ବିରାଡ଼ି ନିହତ ହୋଇଥିବା ପ୍ରକାଶ ପାଇଥିଲା ।[୨୭]

ବ୍ରହ୍ମଦେଶରେ ଈରାବତୀ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ମାଛରଙ୍କା ବିରାଡ଼ିର ଉପସ୍ଥିତି ବିଷୟ ଲିପିବଦ୍ଧ କରାଯାଇଛି ।[୨୮]

ଥାଇଲ୍ୟାଣ୍ଡର ଖାଓ ସାମ୍ ରୋଇ ୟୋତ୍ ଜାତୀୟ ଉଦ୍ୟାନ, ଉପକୂଳସ୍ଥ ଥାଲେ ନୋଇ ଶିକାରନିଷିଦ୍ଧ ଅଞ୍ଚଳ ଓ କାଏଂଗ୍ କ୍ରାଚନ୍ ଜାତୀୟ ଉଦ୍ୟାନରେ ମାଛରଙ୍କା ବିରାଡ଼ି ଦେଖାଯାନ୍ତି ।[୨୯][୩୦] ୨୦୦୭ ଓ ୨୦୧୬ ମସିହା ମଧ୍ୟରେ ଫିତ୍ସାନୁଲୋକ ପ୍ରଦେଶ, ବାଂଗ୍ ଖୁନ୍ ଥିଆନ୍ ଜିଲ୍ଲା, ସାମୁଟ୍ ସାଖୋନ୍ ପ୍ରଦେଶ, ଫେଟଚାବୁରି ପ୍ରଦେଶ, ଶୋଂଖ୍ଲା ପ୍ରଦେଶମାନଙ୍କ ସଂରକ୍ଷିତ ଅଞ୍ଚଳ ବାହାରେ ଓ ପଟ୍ଟାନିର ଲୁଣା ହେନ୍ତାଳ ବନରେ ମଧ୍ୟ ମାଛରଙ୍କା ବିରାଡ଼ି ବାସକରୁଥିବା ତଥ୍ୟ ପଦାକୁ ଆସିଥିଲା ।[୩୧]

୨୦୦୩ ମସିହା ମାର୍ଚ୍ଚ ମାସରେ ଉତ୍ତର କାମ୍ବୋଡ଼ିଆର କୁଲେନ୍ ପ୍ରୋମଟେପ୍ ବନ୍ୟଜୀବ ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା ଯେଉଁଥିରୁ ଏକ ମାଛରଙ୍କା ବିରାଡ଼ିର ଫଟୋଚିତ୍ର ପ୍ରାପ୍ତ ହୋଇଥିଲା ।[୩୨] ୨୦୦୮ ମସିହାରେ ଦକ୍ଷିଣ-ପଶ୍ଚିମ କାମ୍ବୋଡ଼ିଆର ବୋଟୁମ୍-ସାକୋର୍ ଜାତୀୟ ଉଦ୍ୟାନରେ ମଧ୍ୟ ଏକ ମାଛରଙ୍କା ବିରାଡ଼ି ଶାବକ ଠାବ ହୋଇଥିଲା ।[୩୩] ୨୦୧୫ ମସିହାରେ କାମ୍ବୋଡିଆର ପିଆମ୍ କ୍ରାସୋପ୍ ବନ୍ୟଜୀବ ଅଭୟାରଣ୍ୟରେ ଏହି ବିଲେଇ ଦେଖାଯିବା ବିଷୟ ଲିପିବଦ୍ଧ କରାଯାଇଛି ।[୩୪]

ଜାଭା ଦ୍ୱୀପ ଏହି ବିଲେଇ ପ୍ରଜାତିର ଭୌଗୋଳିକ ବ୍ୟାପ୍ତିର ଦକ୍ଷିଣତମ ସୀମା । ୧୯୯୦ ଦଶନ୍ଧି ବେଳକୁ ଜାଭାରେ ଏମାନଙ୍କ ବ୍ୟାପ୍ତି କାଦୁଅପୂର୍ଣ୍ଣ ଜୁଆରିଆ ଜଙ୍ଗଲ, ହେନ୍ତାଳ ବନ ଓ ପରିତ୍ୟକ୍ତ ହେନ୍ତାଳ ଜଙ୍ଗଲର ମତ୍ସ୍ୟଚାଷ ପୋଖରୀମାନଙ୍କ ପର୍ଯ୍ୟନ୍ତ ସୀମିତ ଥିଲା ।[୩୫]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ରାତି ସମୟରେ ଗୋଦାବରୀ ଲୁଣା ହେନ୍ତାଳ ବଣର ଏକ ମାଛରଙ୍କା ବିରାଡ଼ି

ମାଛରଙ୍କା ବିରାଡ଼ି ପ୍ରଧାନତଃ ରାତ୍ରିଚର ଏବଂ ପାଣି ବା ଆର୍ଦ୍ର ଭୂମି ନିକଟରେ ବାସ କରିଥାଏ । ଏହି ବିରାଡ଼ି ବହୁ ଦୂର ପର୍ଯ୍ୟନ୍ତ ପହଁରିପାରେ ଓ ଏହା ପାଣିରେ ବୁଡ଼ ଲଗାଇ ମଧ୍ୟ ପହଁରିଥାଏ । ଶାବକ ନଥିଲେ ପରିପକ୍ୱ ବୟସର ଅଣ୍ଡିରା ଓ ମାଈ ବିରାଡ଼ିମାନେ ପ୍ରାୟ ଏକାକୀ ହିଁ ରୁହନ୍ତି । ମାଈମାନେ ୪-୬ ବର୍ଗ କିଲୋମିଟର ଓ ଅଣ୍ଡିରାମାନେ ୧୬-୨୨ ବର୍ଗ କିଲୋମିଟର କ୍ଷେତ୍ରରେ ବିଚରଣ କରିଥାନ୍ତି । ପରିପକ୍ୱ ବୟସର ବିରାଡ଼ିମାନେ "ଚପା ଗଳାରେ ହସିବା" ପରି ଏକ ପ୍ରକାରର ଶବ୍ଦ କରିଥାନ୍ତି ।[୧୧]

ମାଛରଙ୍କା ବିଲେଇ ଜଳାଶୟ କୂଳରେ ଶିକାର କରିବା, ପାଣି ଭିତରକୁ ପଶି ଶିକାର ଧରିବା, କୂଳରୁ ବହୁ ଦୂର ଭିତରକୁ ଯାଇ ମାଛ ପାଇଁ ଗଭୀର ଜଳରେ ବୁଡ଼ ପକାଇବା, ଇତ୍ୟାଦି ଶିକାରକାଳୀନ ବ୍ୟବହାର ଦେଖାଯାଇଛି ।[୩୬] ଏହି ବିଲେଇର ମୁଖ୍ୟ ଆହାର ହେଉଛି ମାଛ । ଭାରତର କେଓଲାଦେଓ ଜାତୀୟ ଉଦ୍ୟାନରୁ ସଂଗ୍ରହ ହୋଇଥିବା ଏହି ବିରାଡ଼ିର ବର୍ଜ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ କେବଳ ମାଛ ଏହାର ଆହାରର ପ୍ରାୟ ତିନି-ଚତୁର୍ଥାଂଶ ଏବଂ ଅନ୍ୟ ଏକ-ଚତୁର୍ଥାଂଶ ହେଲା ପକ୍ଷୀ, କୀଟପତଙ୍ଗ, ଚୁଟିଆ ମୂଷା, ଗେଣ୍ଡା, ସାପ ପରି ସରୀସୃପ, ବେଙ୍ଗ ପରି କିଛି ଉଭୟଚର ଜୀବ ଏବଂ ଗୃହପାଳିତ ପଶୁଙ୍କ ଗଳିତ ଶବ ।[୩୭]

ବିଭିନ୍ନ ସ୍ଥାନରେ ଗାଲ, ମୁଣ୍ଡ, ଥୋଡ଼ି ବା ବେକ ଘଷି ଓ ନିଜର ମୂତ୍ର ସିଞ୍ଚନ କରି ଏମାନେ ନିଜର କ୍ଷେତ୍ର ଚିହ୍ନଟ କରନ୍ତି ତଥା ନିଜର ଶରୀରର ଗନ୍ଧ ଛାଡ଼ନ୍ତି । ମାଛରଙ୍କା ବିରାଡ଼ିମାନେ ନିଜ ନଖ ଧାର କରନ୍ତି । ନାକ ବନ୍ଦ କରି ପାଟିପଟୁ ଗନ୍ଧ ଶୁଂଘି ବାରିବା ପରି ବ୍ୟବହାର ମଧ୍ୟ ଏମାନଙ୍କଠାରେ ଦେଖାଯାଏ ଯାହାକୁ ଫ୍ଲେମେନ୍ ବ୍ୟବହାର (Flehmen behavior) କୁହାଯାଏ ।[୩୮]

ପ୍ରଜନନ ଓ ବିକାଶ[ସମ୍ପାଦନା]

ବଣରେ ରହୁଥିବା ମାଛରଙ୍କା ବିରାଡ଼ିମାନେ ଜାନୁଆରୀ ଓ ଫେବୃଆରୀ ମାସରେ ମୁଖ୍ୟତଃ ଦିନ ବେଳା ସମ୍ଭୋଗ କ୍ରିୟା କରନ୍ତି । ମାର୍ଚ୍ଚ ଓ ଅପ୍ରେଲ୍ ମାସରେ ବଣରେ ଅନେକ ଶାବକ ଦେଖାଯିବାରୁ ଏପରି ଅନୁମାନ କରାଯାଏ ।[୧୧] ଚିଡ଼ିଆଘରେ ଜନ୍ତା ଭିତରେ ରଖାଯାଇଥିବା ମାଛରଙ୍କା ବିରାଡ଼ିର ଗର୍ଭଧାରଣ ସମୟ ପ୍ରାୟ ୬୩-୭୦ ଦିନ ହୋଇଥିବା ଦେଖାଯାଇଛି । ମାଈ ବିରାଡ଼ିମାନେ ଏକା ଥରକେ ୨-୩ଟି ଶାବକଙ୍କୁ ଜନ୍ମ ଦେଇଥାନ୍ତି ।[୩୮] ଜନ୍ମ ସମୟରେ ଶାବକଗୁଡ଼ିକ ୧୭୦ ଗ୍ରାମ୍ ଓଜନବିଶିଷ୍ଟ ହୋଇଥାନ୍ତି । ମାସେ ହେବା ପରେ ଶାବକମାନେ ସକ୍ରିୟ ହୋଇ ଚାରିଆଡ଼େ ବୁଲାବୁଲି କରି ଯାଇପାରନ୍ତି । ଦୁଇ ମାସ ବୟସରେ ଶାବକମାନେ ପାଣିରେ ଖେଳାଖେଳି କରିବା ଆରମ୍ଭ କରନ୍ତି ଏବଂ କିଛି ପରିମାଣରେ କଠିନ ଖାଦ୍ୟ ଖାଇବା ମଧ୍ୟ ଆରମ୍ଭ କରନ୍ତି । ଛଅ ମାସ ବୟସରେ ସେମାନେ ମା’ କ୍ଷୀର ଖାଇବା ଛାଡ଼ିଥାନ୍ତି । ସାଢ଼େ ଆଠ ମାସ ବେଳକୁ ସେମାନେ ପରିପକ୍ୱ ଅନ୍ୟ ବିରାଡ଼ିଙ୍କ ଆକାରର ହୋଇଯାନ୍ତି, ୧୧ ମାସ ବୟସ ବେଳକୁ ସେମାନଙ୍କ ଶ୍ୱାନ ଦାନ୍ତ ବାହାରି ପଡ଼ିଥାଏ ଓ ପାଖାପାଖି ୧୫ ମାସ ବୟସରେ ସେମାନେ ଯୌନ ପରିପକ୍ୱତା ହାସଲ କରନ୍ତି । ଜନ୍ତା ଭିତରେ ମାଛରଙ୍କା ବିରାଡ଼ି ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଦେଖାଯାଇଛି ।[୧୧]

ମାଛରଙ୍କା ବିରାଡ଼ି ପ୍ରତି ରହିଥିବା ବିପଦ[ସମ୍ପାଦନା]

ପ୍ରଦୂଷଣ ଏବଂ ଚାଷବାସ ପାଇଁ ମନୁଷ୍ୟମାନେ ଆର୍ଦ୍ରଭୂମି ପରିବାସକୁ ପଶି ଆସିବା ଯୋଗୁଁ ମାଛରଙ୍କା ବିରାଡ଼ିଙ୍କ ପ୍ରାକୃତିକ ପରିବାସ କ୍ଷୟ ହେବାରେ ଲାଗିଛି । ଆନ୍ଧ୍ର ପ୍ରଦେଶରେ ବ୍ୟାବସାୟିକ ଆକ୍ୱାକଲ୍‍ଚର୍ କ୍ଷୁଦ୍ର ଜଳାଶୟମାନଙ୍କରେ ପରିଣତ କରିବା ଯୋଗୁଁ ଲୁଣା ହେନ୍ତାଳ ବଣ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି ଏବଂ ଏଠାରେ ମାଛରଙ୍କା ବିରାଡ଼ିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ମଧ୍ୟ କରାଯାଉଛି । ମାଛରଙ୍କା ବିରାଡ଼ିର ମୁଖ୍ୟ ଆହାର ମାଛ ମଧ୍ୟ ମନୁଷ୍ୟଙ୍କଦ୍ୱାରା ବହୁ ପରିମାଣରେ ମରାଯିବା ଏହି ଜୀବ ପ୍ରଜାତି ପାଇଁ ଏକ ବିପଦ ।[୧] ୨୦୧୦ ମସିହା ଅପ୍ରେଲ୍‍ରୁ ନେଇ ୨୦୧୧ ମଇ ମାସ ମଧ୍ୟରେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରେ ୨୭ଟି ମୃତ ମାଛରଙ୍କା ବିରାଡ଼ି ମିଳିଥିଲେ ।[୨୦] ସେହିପରି ୨୦୧୦ ଜାନୁଆରୀରୁ ୨୦୧୩ ମାର୍ଚ୍ଚ ମାସ ମଧ୍ୟରେ ବଙ୍ଗଳାଦେଶରେ ସ୍ଥାନୀୟ ଲୋକେ ୩୦ଟି ମାଛରଙ୍କା ବିରାଡ଼ିଙ୍କୁ ମାରିବାର ଘଟଣା ଲିପିବଦ୍ଧ ହୋଇଛି ।[୨୭] ଥାଇଲ୍ୟାଣ୍ଡରେ ଏକ ଗବେଷଣାରୁ ଜଣା ପଡ଼ିଥିଲା ଯେ ରେଡ଼ିଓ କଲାର୍ ବନ୍ଧା ଯାଇଥିବା ୮୪% ମାଛରଙ୍କା ବିରାଡ଼ି ଅବୈଧ ଶିକାର କିମ୍ବା କୌଣସି ଅଜଣା କାରଣରୁ ପ୍ରାଣ ହରାଇଥିଲେ ।[୧]

ଭାରତର କେରଳ ରାଜ୍ୟରେ ମାଛରଙ୍କା ବିରାଡ଼ି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଥିବା ଅନୁମାନ କରାଯାଉଛି ।[୩୯]

ସଂରକ୍ଷଣ[ସମ୍ପାଦନା]

ସିନ୍‍ସିନାଟି ଚିଡ଼ିଆଘରର ଏକ ମାଛରଙ୍କା ବିରାଡ଼ି

ପ୍ରାୟୋନେଲୁରସ୍ ଭିଭେରିନସ୍କୁ ସାଇଟ୍‍ସ୍ (CITES)ର ଦ୍ୱିତୀୟ ଅନୁଚ୍ଛେଦରେ ସ୍ଥାନ ଦିଆଯାଇଛି ଏବଂ ଏହାର ଭୌଗୋଳିକ ବ୍ୟାପ୍ତି ରହିଥିବା ସବୁ ଅଞ୍ଚଳର ସ୍ଥାନୀୟ ଆଇନ ଅନୁଯାୟୀ ଏହାକୁ ଏକ ସଂରକ୍ଷିତ ଜୀବ ମାନ୍ୟତା ଦିଆଯାଇଛି । ବଙ୍ଗଳାଦେଶ, କାମ୍ବୋଡ଼ିଆ, ଚୀନ, ଭାରତ, ଇଣ୍ଡୋନେସିଆ, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ପ୍ରଭୃତି ଦେଶରେ ମାଛରଙ୍କା ବିରାଡ଼ିର ଶିକାର କରିବା ନିଷେଧ । ଲାଓସରେ ଏମାନଙ୍କ ଶିକାର ଉପରେ କିଛି ମାତ୍ରାରେ କଟକଣା ରହିଛି । ଭୁଟାନଭିଏତନାମରେ ସଂରକ୍ଷିତ ଅଞ୍ଚଳ ବାହାରେ ରହୁଥିବା ମାଛରଙ୍କା ବିରାଡ଼ିଙ୍କ ପାଇଁ ସଂରକ୍ଷଣ ନିୟମ ନାହିଁ ।[୨] ଆର୍ଦ୍ରଭୂମିର ସଂରକ୍ଷଣ, ବେଆଇନ ଫାଶ ପକାଇ ଧରିବା, ବିଷ ଦେଇ ମାରିବା ଓ ଶିକାର କରିବା ଉପରେ ନିଷେଧାଜ୍ଞା ପରି ପଦକ୍ଷେପ ଉପରେ ମାଛରଙ୍କା ବିରାଡ଼ିର ଅସ୍ଥିତ୍ୱ ଏବଂ ସଂରକ୍ଷଣ ନିର୍ଭର କରେ ।[୧]

ଯେଉଁ ସବୁ ଅଞ୍ଚଳରେ ପରିବାସ କ୍ଷୟ ଏକ ବଡ଼ ସମସ୍ୟା (ଯଥା: ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ), ସେଠାରେ ବେସରକାରୀ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ପରିବାସ ନଷ୍ଟର ହାରକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କାର୍ଯ୍ୟରେ ସଫଳତା ପାଇଁ ଗ୍ରାମବାସୀଙ୍କୁ ଏକ ବିକଳ୍ପ ଆମଦାନୀର ପନ୍ଥା ଦେଖାଇବାକୁ ହୋଇଥାଏ ଯାହା ଫଳରେ ସେମାନେ ନିଜ ରୋଜଗାର ପାଇଁ ମାଛରଙ୍କା ବିରାଡ଼ିଙ୍କ ପ୍ରାକୃତିକ ପରିବାସ କ୍ଷୟ ନ କରନ୍ତି ।[୪୦]

ପେସ୍ସାକ୍ ଚିଡ଼ିଆଖାନାରେ ଥିବା ଏକ ମାଛରଙ୍କା ବିରାଡ଼ି

ଚିଡ଼ିଆଖାନା ଓ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିବା ମାଛରଙ୍କା ବିରାଡ଼ି[ସମ୍ପାଦନା]

ୟୁରୋପ ଓ ଆମେରିକାର ଚିଡ଼ିଆଖାନା ଓ ଏକ୍ୱେରିୟମ୍ ସଙ୍ଗଠନ ମାଛରଙ୍କା ବିରାଡ଼ିଙ୍କୁ ପ୍ରଜନନ କେନ୍ଦ୍ରରେ ରଖି ସେମାନଙ୍କ ସଂରକ୍ଷଣ ପାଇଁ ପ୍ରଜନନ ଯୋଜନାମାନ ଆରମ୍ଭ କରିଥିଲେ । ବିଶ୍ୱର ବିଭିନ୍ନ ଚିଡ଼ିଆଖାନାରେ ରଖାଯାଇଥିବା ମାଛରଙ୍କା ବିରାଡ଼ିଙ୍କ ବିଷୟରେ “ଇଣ୍ଟରନ୍ୟାସନାଲ୍ ଷ୍ଟଡ଼୍‍ବୁକ୍ ଅଫ୍ ଆସୋସିଏଷନ୍ ଅଫ୍ ଜୁ’ସ୍ ଏଣ୍ଡ୍ ଏକ୍ୱେରିୟମ୍‍ସ୍”ର ତାଲିକାରୁ ଜାଣିହେବ ।

ବିଭିନ୍ନ ସ୍ଥାନୀୟ ନାମ[ସମ୍ପାଦନା]

  • ଆସାମୀ ବା ଅହମିଆ ଭାଷାରେ ଏହି ଜୀବକୁ ମେସେକା – মেচেকা) ବୋଲି କୁହାଯାଏ । ଏହି ନାମଟି ସମ୍ଭବତଃ ମାଛର ଆସାମୀ ନାମ mas-মাছରୁ ଉଦ୍ଧୃତ ।
  • ବଙ୍ଗଳା ଭାଷାରେ ଏହି ଜୀବକୁ "ମାଛ୍-ବାଘ୍ରୋଲ୍" ଓ "ବାଘ୍-ଦାଶା" ବୋଲି କୁହାଯାଏ ।[୪୧] "ମାଛ୍" ଶବ୍ଦଟି "ମାଛ" ଏବଂ "ବାଘ୍" ଶବ୍ଦଟି "ବାଘ"କୁ ବୁଝାଇଥାଏ ।[୪୨]
  • ହିନ୍ଦୀ ଭାଷାରେ ଏହି ଜୀବକୁ "ବନ୍ ବିରାଲ୍" (ବଣ ବିଡ଼ାଳ) ଓ "ଖୁପ୍ୟା ବାଘ୍" ବୋଲି କୁହାଯାଏ । [୪୩]
  • ତେଲୁଗୁ ଭାଷାରେ ମାଛରଙ୍କା ବିରାଡ଼ିକୁ "ବାଭୁରୁ ପିଲ୍ଲି" ବୋଲି କୁହନ୍ତି ଯାହାର ଅର୍ଥ "ବଣୁଆ ବିଲେଇ".[୪୪]
  • ସିଂହଳୀ ଭାଷାରେ ଏହି ଜୀବର ନାମ ହେଲା "ହାଣ୍ଡୁନ୍ ଦିଭିୟା" ।[୪୫]
  • ଥାଇ ଭାଷାରେ ମାଛରଙ୍କା ବିରାଡ଼ିକୁ "ସ୍ୱେଆ ପ୍ଲା (เสือปลา)" ବୋଲି କୁହାଯାଏ ଯାହାର ଅର୍ଥ "ମାଛ ବାଘ" ।[୪୬]
  • ବ୍ରହ୍ମଦେଶୀୟ ବା ମ୍ୟାଁମାର୍ ଭାଷାରେ ଏହି ଜୀବକୁ "କ୍ୟାଉଂଗ୍ ତାଂଗା (ကြောင်တံငါ)" କୁହାଯାଏ । "କ୍ୟାଉଂଗ୍" ଶବ୍ଦଟିର ଅର୍ଥ ହେଲା "ବିଲେଇ" ଓ "ତାଂଗା" ଶବ୍ଦର ଅର୍ଥ "ମତ୍ସ୍ୟଜୀବୀ ବା କେଉଟ".[ଆଧାର ଲୋଡ଼ା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Mukherjee, S.; Appel, A.; Duckworth, J. W.; Sanderson, J.; Dahal, S.; Willcox, D. H. A.; Herranz Muñoz, V.; Malla, G.; Ratnayaka, A.; Kantimahanti, M.; Thudugala, A.; Thaung, R. & Rahman, H. (2016). "Prionailurus viverrinus": e.T18150A50662615. Cite journal requires |journal= (help)CS1 maint: multiple names: authors list (link)
  2. ୨.୦ ୨.୧ ୨.୨ Nowell, K. & Jackson, P. (1996). "Fishing Cat, Prionailurus viverrinus (Bennett, 1833)". Wild Cats: status survey and conservation action plan (PDF). Gland, Switzerland: IUCN/SSC Cat Specialist Group. pp. 74−76. ISBN 978-2-8317-0045-8.
  3. Wildlife Institute of India. "State animals, birds, trees and flowers" (PDF). Wildlife Institute of India. Archived from the original (PDF) on 15 June 2007. Retrieved 5 March 2012.
  4. Bennett, E. T. (1833). "Felis viverrinus". Proceedings of the Zoological Society of London. Part I: 68–69.
  5. Severtzow, M. N. (1858). "Notice sur la classification multisériale des Carnivores, spécialement des Félidés, et les études de zoologie générale qui s'y rattachent". Revue et Magasin de Zoologie Pure et Appliquée. X: 385–396.
  6. Sody, H. J. V. (1936). "Seventeen generic, specific and subspecific names for Dutch East Indian mammals". Natuurkundig Tijdschrift voor Nederlandsch Indië. 96: 42−55.
  7. Johnson, W. E.; Eizirik, E.; Pecon-Slattery, J.; Murphy, W. J.; Antunes, A.; Teeling, E. & O'Brien, S. J. (2006). "The Late Miocene radiation of modern Felidae: A genetic assessment". Science. 311 (5757): 73–77. Bibcode:2006Sci...311...73J. doi:10.1126/science.1122277. PMID 16400146.
  8. Werdelin, L.; Yamaguchi, N.; Johnson, W. E. & O'Brien, S. J. (2010). "Phylogeny and evolution of cats (Felidae)". In Macdonald, D. W. & Loveridge, A. J. (eds.). Biology and Conservation of Wild Felids. Oxford, UK: Oxford University Press. pp. 59–82. ISBN 978-0-19-923445-5.
  9. Pocock, R. I. (1939). "Prionailurus". The Fauna of British India, including Ceylon and Burma. Mammalia. Volume 1. London: Taylor and Francis, Ltd. pp. 265–284.
  10. Burnie, D.; Wilson, D. E. (2001). Animal: The Definitive Visual Guide to the World's Wildlife. Washington, D.C.: Smithsonian Institution. ISBN 978-0-7894-7764-4.
  11. ୧୧.୦ ୧୧.୧ ୧୧.୨ ୧୧.୩ Sunquist, M. & Sunquist, F. (2002). "Fishing Cat Prionailurus viverrinus (Bennett, 1833)". Wild Cats of the World. Chicago: University of Chicago Press. pp. 241–245. ISBN 978-0-226-77999-7.
  12. Duckworth, J. W.; Stones, T.; Tizard, R.; Watson, S. & Wolstencroft, J. (2010). "Does the fishing cat inhabit Laos?". Cat News (52): 4–7.
  13. Islam, S.; Nawaz, R. & Moazzam, M. (2015). "A survey of Smooth-coated Otter (Lutrogale perspicillata sindica) and Fishing Cat (Prionailurus viverrinus) in Chotiari Reservoir, Sanghar, Pakistan using camera traps" (PDF). International Journal of Biology and Biotechnology. 12 (4): 579–584.
  14. Yadav, S. K.; Lamichhane, B. R.; Subedi, N.; Dhakal, M.; Thapa, R. K.; Poudyal, L. & Dahal, B. R. (2018). "Fishing Cat camera trapped in Babai Valley of Bardia National Park, Nepal". Cat News (67): 31–33.
  15. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  16. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  17. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  18. Sadhu, A. & Reddy, G. V. (2013). "First evidence of Fishing Cat in the Ranthambhore Tiger Reserve, Rajasthan, India". Cat News (58): 36–37.
  19. Prerna, S.; Raj, B.; Sharma, V.; Seshamani, G. & Satayanarayan, K. (2016). "First record of Fishing Cat in Sur Sarovar Bird Sanctuary, Agra, India". Cat News (63): 19–20.
  20. ୨୦.୦ ୨୦.୧ Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  21. Das, S. K.; Saha, R.; Mukherjee, S.; Danda, A. A. & Borah, J. (2017). "First estimates of fishing cat abundance and density in Lothian WS, Sundarbans, India". Cat News (66): 25−27.
  22. Palei, H. S.; Das, U. P. & Debata, S. (2018). "The Vulnerable Fishing Cat Prionailurus viverrinus in Odisha, eastern India: status and conservation implications". Zoology and Ecology. 28 (2): 69–74. doi:10.1080/21658005.2018.1468646.
  23. Malla, G. & Sivakumar, K. (2014). "The Coringa Mangroves—realm of the Fishing Cat". Sanctuary Asia. XXXIV (6).
  24. Malla, G. (2016). "Ecology and conservation of Fishing Cat in Godavari mangroves of Andhra Pradesh" (PDF). In A. Appel; J. W. Duckworth (eds.). Proceedings of the First International Fishing Cat Conservation Symposium, 25–29 November 2015, Nepal. Bad Marienberg, Germany and Saltford, Bristol, United Kingdom: Fishing Cat Working Group. pp. 48–50.
  25. Sathiyaselvam, P. & Eswar Satyanarayana, J. (2016). Status of Fishing Cat and Indian Smooth-coated Otter in Coringa Wildlife Sanctuary (PDF). Kakinada: EGREE Foundation. Archived from the original (PDF) on 2016-09-24. Retrieved 2016-09-24.
  26. Kantimahanti, M. (2016). "Community-based Fishing Cat conservation in the Eastern Ghats of South India" (PDF). In A. Appel; J. W. Duckworth (eds.). Proceedings of the First International Fishing Cat Conservation Symposium, 25–29 November 2015, Nepal. Bad Marienberg, Germany and Saltford, Bristol, United Kingdom: Fishing Cat Working Group. pp. 51–54.
  27. ୨୭.୦ ୨୭.୧ Chowdhury, S. U.; Chowdhury, A. R.; Ahmed S. & Muzaffar, S. B. (2015). "Human-fishing cat conflicts and conservation needs of fishing cats in Bangladesh". Cat News (62): 4–7.
  28. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  29. Cutter, P. & Cutter, P. (2009). "Recent sightings of fishing cats in Thailand". Cat News (51): 12–13.
  30. Lynam, A. J.; Jenks, K. E.; Tantipisanuh, N.; Chutipong, W.; Ngoprasert, D. & Gale, G. A. (2012). "Terrestrial activity patterns of wild cats from camera-trapping" (PDF). Raffles Bulletin of Zoology: 407–415. Archived from the original (PDF) on 2014-02-01.
  31. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  32. Rainey, H. J. & Kong, K. (2010). "A fishing cat observation from northern Cambodia" (PDF). Cat News (52): 8–9. Archived from the original (PDF) on 2016-03-19. Retrieved 2011-10-23.
  33. Royan, A. (2009). "Confirmation of the endangered fishing cat in Botum-Sakor National Park, Cambodia" (PDF). Cat News (51): 10–11.
  34. Thaung R. & Herranz Muñoz, V. (2016). "Identifying priority sites and conservation actions for Fishing Cat in Cambodia" (PDF). In A. Appel & J. W. Duckworth (eds.). Proceedings of the First International Fishing Cat Conservation Symposium, 25–29 November 2015, Nepal. Bad Marienberg, Germany and Saltford, Bristol, United Kingdom: Fishing Cat Working Group. pp. 37–40.
  35. Melisch, R.; Asmoro, P. B.; Lubis, I. R. & Kusumawardhani, L. (1996). "Distribution and status of the Fishing Cat (Prionailurus viverrinus rhizophoreus Sody, 1936) in West Java, Indonesia (Mammalia: Carnivora: Felidae)" (PDF). Faunistische Abhandlungen, Staatliches Museum für Tierkunde Dresden. 20 (17): 311–319. Archived from the original (PDF) on 2013-03-23. Retrieved 2011-04-24.
  36. Mukherjee, S. (1989). Ecological separation of four sympatric carnivores in Keoladeo Ghana National Park, Bharatpur, Rajasthan, India (MSc. Thesis). Dehra Dun: Wildlife Institute of India.
  37. Haque, N. M. & Vijayan, V. (1993). "Food habits of the fishing cat Felis viverrina in Keoladeo National Park, Bharatpur, Rajasthan". Journal of the Bombay Natural History Society. 90: 498–500.
  38. ୩୮.୦ ୩୮.୧ Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  39. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  40. "Projects | Fishing Cat Conservancy | United States". fishingcatnet (in ଇଂରାଜୀ). Retrieved 2019-03-07.
  41. Jerdon, T. C. (1874). Felis viverrina The Mammals of India. J. Wheldon, London.
  42. Biswas, S. (2000). mācha bāgha In: Samsad Bengali-English Dictionary. 3rd ed. Calcutta, Sahitya Samsad.
  43. Sterndale, R. A. (1884). Felis viverrina Natural History of the Mammalia of India and Ceylon. Thacker, Spink, and Co., Calcutta. Pp. 187–188.
  44. Brown, C. P. (1903). A Telugu-English Dictionary (2nd ed.). Madras: Promoting Christian Knowledge. p. 763. Retrieved 6 December 2016.
  45. Bambaradeniya, C. N. B. (2006). Prionailurus Severtzov, 1858 The Fauna of Sri Lanka: Status of Taxonomy, Research, and Conservation. Colombo: IUCN.
  46. Jewett, K. (2016). "Fishing Cat's Cradle". Bangkok Post. Retrieved 2016-12-06.

ବାହ୍ୟ ଲିଂକ୍[ସମ୍ପାଦନା]