ସୁନ୍ଦରବନ
ସୁନ୍ଦରବନ | |
---|---|
সুন্দরবন | |
![]() | |
Location in Bangladesh | |
ଅବସ୍ଥାନ | ଖୁଲନା ବିଭାଗ, ବଙ୍ଗଳାଦେଶ |
ପାଖ ସହର | ଖୁଲନା, ସତଖିର, ବାଗେରହତ |
ଦିଗବାରେଣି | 21°56′59″N 89°10′59.988″E / 21.94972°N 89.18333000°E |
କ୍ଷେତ୍ରଫଳ | 139,500 ha (345,000 acres) |
ସ୍ଥାପିତ | ୧୯୯୧ |
ପରିଚାଳନା | ବଙ୍ଗଳାଦେଶ ସରକାର |
ସୁନ୍ଦରବନ ହେଉଛି ବିଶ୍ୱର ସର୍ବ ବୃହତ ହେନ୍ତାଳ ବନ । ଗଙ୍ଗା, ବ୍ରହ୍ମପୁତ୍ର ନଦୀ ଓ ମେଘନା ନଦୀର ଅବବାହିକାକୁ ନେଇ ପଶ୍ଚିମବଙ୍ଗର ପ୍ରଗଣା ଜିଲ୍ଲାକୁ ଲାଗି ବଙ୍ଗୋପସାଗର କୂଳରେ ରହିଛି ୧୦ ହଜାର ବର୍ଗ କି.ମି. ପରିବ୍ୟାପ୍ତ ଏହି ସୁନ୍ଦରବନ । ଭାରତ ଓ ବଙ୍ଗଳାଦେଶ ସୀମାରେ ଅବସ୍ତିତ ଏହି ସୁନ୍ଦରବନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି । ସୁନ୍ଦରୀ ଗଛ ବା ବନ ଦେଖିବାକୁ ମିଳୁଥିବାରୁ ଏହାର ନାମ ସୁନ୍ଦରବନ ରଖାଯାଇଛି ବୋଲି କୁହାଯାଏ । ବହୁ ସଂଖ୍ୟାରେ ସୁନ୍ଦରୀ (ହେରିଟୈରା ଫୋମ୍ସ) ଗଛ ଏଠରେ ଦେଖିବାକୁ ମିଳେ । [୧][୨]

ପରିବେଶ[ସମ୍ପାଦନା]
ଏଠାରେ ଉଭୟ ମଧୁର ଜଳ ଓ ଲବଣ ଜଳ ରହିଛି । ଭାରତ ସୀମାକୁ ଲାଗିଥିବା ଅଞ୍ଚଳରେ ଭାଗୀରଥୀ ଓ ହୁଗୁଳି ନଦୀର ଜଳ ପ୍ରବାହିତ ହେଉଥିବା ଯୋଗୁଁ ଏଠାରେ ମଧୁର ଜଳ ରହିଛି ।ଏଠାରେ ଥିବା ହେନ୍ତାଳବନର ଆକାର ୪୨୬୨ ବର୍ଗ କି.ମି ହୋଇଥିବା ବେଳେ ସେଥିରେ ୨୩୨୦ବର୍ଗ କି.ମି. ଜଙ୍ଗଲ ଓ ଅବଶିଷ୍ଟ ଜଳାଶୟ ରହିଛି । ସୁନ୍ଦରବନ ହେଉଛି ନିମ୍ନ ବଙ୍ଗ ଅବବାହିକାର ଏକ ମାତ୍ର ଆବାସସ୍ଥଳୀ । ଏହାର ଆଖପାଖରେ ବହୁ ଲୋକ ବସବାସ କରନ୍ତି ।
ବୃକ୍ଷ ଓ ଜୀବଜନ୍ତୁ[ସମ୍ପାଦନା]
ସୁନ୍ଦରବନ ନ୍ୟାଶନାଲ ପାର୍କ,ବ୍ୟାଘ୍ର ଅଭୟାରଣ୍ୟ ଓ ଜୈବ ମଣ୍ଡଳକୁ ନେଇ ଗଠିତ ıଏଠାରେ ରହିଛି ବିସ୍ତୀର୍ଣ୍ଣ ହେନ୍ତାଳବନ । ୨୭ ପ୍ରକାରର ହେନ୍ତାଳଗଛ ଏଠି ଦେଖିବାକୁ ମିଳେ । ଏହା ବ୍ୟତିତ ସୁନ୍ଦରବନ ହେଉଛି ମହାବଳ ବାଘଙ୍କର ସର୍ବ ବୃହତ ଆଶ୍ରୟ ସ୍ଥଳୀ । ଏଠାରେ ବହୁ ବିରଳ ପ୍ରଜାତିର ବୃକ୍ଷ ଓ ଜୀବଜନ୍ତୁ ଅଛନ୍ତି । ୪୯ ପ୍ରଜାତିର ସ୍ତନ୍ୟପାୟୀ, ୫୩ ପ୍ରଜାତିତ ସରିସୃପ ଏବଂ ୨୬୦ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାନ୍ତି । ସେଥି ମଧ୍ୟରେ ଅଛନ୍ତି ଜାଭାଦ୍ୱୀପରେ ଦେଖାଯାଉଥିବା ବିରଳ ଗଣ୍ଡା, ମଇଁଷି, ହରିଣ, ମାଙ୍କଡ଼, ଘଡିଆଳ କୁମ୍ଭିର, କଇଁଛ, ଅଜଗର ଓ ଡଲଫିନ ଆଦି ବିଭିନ୍ନ ପ୍ରଜାତିର ବିରଳ ପ୍ରାଣୀ । ଭାରତର ସବୁଠାରୁ ଅଧିକ ମହାବଳ ବାଘ ଏଠାରେ ହିଁ ଦେଖିବାକୁ ମିଳେ । ପରିସଂଖ୍ୟାନରୁ ସୁନ୍ଦରବନରେ ୪୦୦ ମହାବଳ ବାଘ ରହିଥିବା ଜଣା ପଡ଼ିଛି । ଶୀତ ଋତୁରେ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସନ୍ତି ।୧୯୭୭ରେ ସୁନ୍ଦରବନ ପରିସରରେ ୩ଟି ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇଥିଲା ।[୩][୪]
ଆଧାର[ସମ୍ପାଦନା]
ଆହୁରି ଦେଖନ୍ତୁ[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]

ସୁନ୍ଦରବନ travel guide from Wikivoyage
- Tiger Conservation Project on Sundarbans Tigers
- Official Citation at World Heritage website
- Another Sundarban factfile
- The Sundarban of Bangladesh: A Rich Biodiversity of the World's Largest Mangrove Ecosystem
- Sundarban, Biosphere Reserve Information, UNESCO
- Sinking Sundarbans – Climate voices Greenpeace photo-essay
- RESEARCH ON WATER MANAGEMENT AND CONTROL IN THE SUNDERBANS, WEST BENGAL, INDIA Research on agricultural water management in the Sunderbans
- Sundarbans Aquafauna
- Finfishes of Sundarbans
- Save The Sunderban
- Sundarban Tour Details
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |