ଭୀମବେଟ୍‍କା ଶୈଳାଶ୍ରୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଭୀମବେଟ୍‍କା ଶୈଳାଶ୍ରୟ
Rock Shelter 8, Bhimbetka 02.jpg
ଭୀମବେଟ୍‍କା ଶୈଳଚିତ୍ର
ଅବସ୍ଥାନରାଇସେନ ଜିଲ୍ଲା, ମଧ୍ୟ ପ୍ରଦେଶ, ଭାରତ
ଦିଗବାରେଣି22°56′18″N 77°36′47″E / 22.938415°N 77.613085°E / 22.938415; 77.613085Coordinates: 22°56′18″N 77°36′47″E / 22.938415°N 77.613085°E / 22.938415; 77.613085
କ୍ଷେତ୍ରଫଳ୧୮୯୩ ହେକ୍ଟର୍
ପ୍ରକାରସାଂସ୍କୃତିକ
ମାନଦଣ୍ଡiii, v
Designated୨୦୦୩
Reference no.925
ଭୀମବେଟ୍‍କା ଶୈଳାଶ୍ରୟ is located in India
ଭୀମବେଟ୍‍କା ଶୈଳାଶ୍ରୟ
ମଧ୍ୟପ୍ରଦେଶରେ ଭୀମବେଟ୍‍କାର ଅବସ୍ଥିତି
ଭୀମବେଟ୍‍କା ଶୈଳାଶ୍ରୟ is located in Madhya Pradesh
ଭୀମବେଟ୍‍କା ଶୈଳାଶ୍ରୟ
ଭୀମବେଟ୍‍କା ଶୈଳାଶ୍ରୟ (Madhya Pradesh)

ଭୀମବେଟ୍‍କା ଶୈଳାଶ୍ରୟ (ଇଂରାଜୀ ଭାଷାରେ Bhimbetka rock shelters) କେନ୍ଦ୍ରୀୟ ଭାରତରେ ଅବସ୍ଥିତ ଏକ ପ୍ରତ୍ନତାତ୍ତ୍ଵିକ ସ୍ଥଳ । ପୁରାତନ ପ୍ରସ୍ତର ଯୁଗ ଓ ମଧ୍ୟକାଳୀନ ପ୍ରସ୍ତର ଯୁଗରୁ ଏହି ଶୈଳାଶ୍ରୟ ଭୀମବେଟ୍‍କାଠାରେ ରହିଥିଲା ଓ ବ୍ୟବହୃତ ହେଉଥିଲା ।[୧][୨] ଭାରତୀୟ ଉପମହାଦ୍ଵୀପରେ ସର୍ବ ପୁରାତନ ଜନବସତି ଓ ପ୍ରସ୍ତର ଯୁଗ ଜନବସତିର ଏକ ଜ୍ଵଳନ୍ତ ପ୍ରମାଣ ହେଉଛି ଭୀମବେଟ୍‍କା ।[୩][୪][୫] ଭାରତର ମଧ୍ୟ ପ୍ରଦେଶ ରାଜ୍ୟର ରାଜଧାନୀ ଭୋପାଳଠାରୁ ୪୫ କିଲୋମିଟର୍ ଦକ୍ଷିଣ-ପୂର୍ବ ଦିଗରେ ରାଇସେନ ଜିଲ୍ଲାରେ ଭୀମବେଟ୍‍କା ଅବସ୍ଥିତ । ଭୀମବେଟ୍‍କା ଏକ ୟୁନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ ଯେଉଁଠାରେ ୭ଟି ପାହାଡ଼ରେ ପ୍ରାୟ ପ୍ରାୟ ୭୫୦ଟି ଶୈଳାଶ୍ରୟ ୧୦ କିଲୋମିଟର୍ ଲମ୍ଵା ଅଞ୍ଚଳରେ ବ୍ୟାପ୍ତ ହୋଇ ରହିଛି ।[୨][୬] ପ୍ରାୟ ୧ ଲକ୍ଷ ବର୍ଷ ପୂର୍ବେ ଏହି ଶୈଳାଶ୍ରୟମାନଙ୍କରେ ଆଦିମ ମାନବ ବସବାସ କରୁଥିଲେ ।[୨][୭] ଭୀମବେଟ୍‍କା ଆଦିମ ଜନବସତିମାନେ ଶିକାରରୁ କୃଷି ଓ ତା’ ପରେ ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇବାର ଓ ସାଂସ୍କୃତିକ କ୍ରମବିବର୍ତ୍ତନର ଏକ "ବିରଳ ଉଦାହରଣ" ବୋଲି ବ୍ରିଟାନିକା ଜ୍ଞାନକୋଷରେ ଉଲ୍ଲିଖିତ ଅଛି ।[୮]

ଭୀମବେଟ୍‍କାର କେତେକ ଶୈଳାଶ୍ରୟରେ ପ୍ରାୟ ୩୦ ହଜାର ବର୍ଷ ପୁରୁଣା କିଛି ପ୍ରାଗୈତିହାସିକ ଶୈଳଚିତ୍ର ମଧ୍ୟ ଦେଖିବାକୁ ମିଳେ ।[୯] ଏହି ଶିଳାଚିତ୍ରମାନଙ୍କରେ ମୁଖ୍ୟତଃ ପଶୁପକ୍ଷୀ, ଶିକାର କରିବା ଓ ପ୍ରାଚୀନ ନୃତ୍ୟର ଚିତ୍ର ରହିଛି ।[୧୦][୧୧] ଭାରତୀୟ ଉପମହାଦ୍ଵୀପରେ ଅଦ୍ୟାବଧି ଆବିଷ୍କୃତ ସମସ୍ତ ଶିଳାଚିତ୍ର ମଧ୍ୟରେ ଭୀମବେଟ୍‍କା ସର୍ବପୁରାତନ [୧୨] ଓ ସର୍ବବୃହତ୍ ପ୍ରାଗୈତିହାସିକ ସ୍ଥଳ ।[୮][୧୩]

ନାମକରଣର ଇତିହାସ[ସମ୍ପାଦନା]

ହିନ୍ଦୀ ଭାଷୀୟ ନାମ ଭୀମବେଟ୍‍କା (भीमबेटका) ମହାଭାରତ କାବ୍ୟର ପୌରାଣିକ ଚରିତ୍ର ଦ୍ଵିତୀୟ ପାଣ୍ଡବ ଭୀମଙ୍କ ସହିତ ଜଡ଼ିତ ।[୧୪] ଭୀମବେଟ୍‍କା ଶବ୍ଦଟି ମୂଳ ଶବ୍ଦ ଭୀମବୈଠକ (भीमबैठका)ର ଅପଭ୍ରଂଶ ହୋଇ ସୃଷ୍ଟି ହୋଇଥିବା ଅନୁମାନ କରାଯାଏ (ମୂଳ ଶବ୍ଦର ଅର୍ଥ “ଭୀମଙ୍କ ବୈଠକ” ବା “ଭୀମଙ୍କ ବସିବା ସ୍ଥାନ”) ।[୧୪]

ଅବସ୍ଥିତି[ସମ୍ପାଦନା]

ଭୀମବେଟ୍‍କାର ଅବସ୍ଥିତି

ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳଠାରୁ ଦକ୍ଷିଣ-ପୂର୍ବ ଦିଗରେ ୪୫ କିଲୋମିଟର୍ ଓ ରାଇସେନ ଜିଲ୍ଲାର ଓବେଦୁଲ୍ଲାଗନି ସହରଠାରୁ ୯ କିଲୋମିଟର୍ ଦୂରରେ ବିନ୍ଧ୍ୟ ପର୍ବତର ଦକ୍ଷିଣ ପାର୍ଶ୍ଵରେ ଭୀମବେଟ୍‍କା ଅବସ୍ଥିତ । ଭୀମବେଟ୍‍କାର ଦକ୍ଷିଣ ପଟକୁ ସତପୁଡ଼ା ପାହାଡ଼ଶ୍ରେଣୀ ରହିଛି । ରାତାପାନୀ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ବିନ୍ଧ୍ୟ ପର୍ବତମାଳାର ପାଦଦେଶରେ ବାଲୁଆ ପଥର ଶଯ୍ୟାବକ୍ଷରେ ଭୀମବେଟ୍‍କା ଅବସ୍ଥିତ ।[୮][୧୫] ଏହି ପ୍ରତ୍ନତାତ୍ତ୍ଵିକ ସ୍ଥଳଟି ବିନାୟକ, ଭୋଁରାୱାଲି, ଭୀମବେଟ୍‍କା, ଲଖା ଜ୍ଵାର୍ (ପୂର୍ବ), ଲଖା ଜ୍ଵାର୍ (ପଶ୍ଚିମ), ଝୋନ୍ଦ୍ରା ଓ ମୁନିବାବା କି ପାହାଡ଼ି ନାମକ ସାତୋଟି ପାହାଡ଼ରେ ବ୍ୟାପ୍ତ ।[୧]

ଇତିହାସ[ସମ୍ପାଦନା]

ଭୀମବେଟ୍‍କାର ୭୫୦ ଶୈଳାଶ୍ରୟ ମଧ୍ୟରୁ ଗୋଟିଏର ଚିତ୍ର

ବ୍ରିଟିଶ୍ ଶାସନାଧୀନ ଭାରତର ଡବ୍ଲୁ.କିନକେଡ୍ ନାମକ ଜଣେ ଅଧିକାରୀ ୧୮୮୮ ମସିହାରେ ପ୍ରକାଶିତ ନିଜ ଲେଖାରେ ଭୀମବେଟ୍‍କା ବିଷୟରେ ଉଲ୍ଲେଖ କରିଯାଇଛନ୍ତି । ଭୋଜପୁର ହ୍ରଦ ନିକଟରେ ବସବାସ କରୁଥିବା ଆଦିବାସୀଙ୍କଠାରୁ ସଂଗ୍ରହ କରିଥିବା ତଥ୍ୟକୁ ଆଧାର କରି ସେ ଭୀମବେଟ୍‍କାକୁ ଏକ ପ୍ରାଚୀନ ବୌଦ୍ଧସ୍ଥଳ ବୋଲି ଅଭିହିତ କରିଥିଲେ ।[୧୬] ପ୍ରଥମ ପ୍ରତ୍ନତତ୍ତ୍ଵବିତ୍ ଭାବେ ବିଷ୍ଣୁ ଶଙ୍କର ୱାକଣକର ଏହି ସ୍ଥାନରେ କେତେକ ଗୁମ୍ଫାର ଆବିଷ୍କାର କରିଥିଲେ ଓ ଏହାର ପ୍ରାଗୈତିହାସିକ ମହତ୍ତ୍ଵ ଜାଣି ପାରିଥିଲେ । ସେ ପୂର୍ବରୁ ସ୍ପେନ୍ଫ୍ରାନ୍ସରେ ଦେଖିଥିବା ଶୈଳ ସଂରଚନା ସହିତ ଏଠାକାର ପାହାଡ଼ର ଶୈଳ ସଂରଚନାର ସାମଞ୍ଜସ୍ୟ ରହିଥିବା ବିଷୟ ତାଙ୍କ ମନକୁ ଆସିଥିଲା । ୧୯୫୭ ମସିହାରେ ସେ ପ୍ରତ୍ନତତ୍ତ୍ଵବିତ୍‍ମାନଙ୍କ ଏକ ଦଳ ନେଇ ଭୀମବେଟ୍‍କା ଯାଇଥିଲେ ଓ ବିଭିନ୍ନ ପ୍ରାଗୈତିହାସିକ ଶୈଳାଶ୍ରୟ ଆବିଷ୍କାର କରିଥିଲେ ।[୧୭]

୧୯୭୦ ଦଶନ୍ଧିରେ ଭୀମବେଟ୍‍କା ଶୈଳାଶ୍ରୟର ପ୍ରକୃତ ବିସ୍ତାର ଓ ମହତ୍ତ୍ଵ ଆବିଷ୍କୃତ ଓ ପ୍ରକାଶିତ ହୋଇପାରିଥିଲା ।[୧୬] ତାହା ପରଠାରୁ ୭୫୦ରୁ ଅଧିକ ଶୈଳାଶ୍ରୟ ଓ ଗୁମ୍ଫା ଆବିଷ୍କୃତ ହୋଇସାରିଛି । ଏହି ୭୫୦ଟି ମଧ୍ୟରୁ ୨୪୩ଟି ଭୀମବେଟ୍‍କା ଗୋଷ୍ଠୀ ଓ ୧୭୮ଟି ଲଖା ଜ୍ଵାର୍ ଗୋଷ୍ଠୀର ଅନ୍ତର୍ଭୁକ୍ତ । ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ଏଠାରେ ପୁରାତନ ପ୍ରସ୍ତର ଯୁଗରୁ ନିରବଚ୍ଛିନ୍ନ ଭାବେ ମଧ୍ୟକାଳୀନ ପ୍ରସ୍ତର ଯୁଗ ତଥା ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଜନବସତି ରହିଥିବାର ପ୍ରମାଣ ମିଳିଛି । ଶିଳାଚିତ୍ର, ଖନନରୁ ପ୍ରାପ୍ତ ହତିଆର, ପାତ୍ର, ଜମିଥିବା ସ୍ତରର ବିଶ୍ଳେଷଣରୁ ଏହି ପ୍ରମାଣ ମିଳିଛି ।[୧୮]

ଭୀମବେଟ୍‍କାର ପ୍ରସ୍ତର କାନ୍ଥ ଓ ଚଟ୍ଟାଣ ପୃଥିବୀରେ ସର୍ବପୁରାତନ ବୋଲି ବିଶ୍ଵାସ କରାଯାଏ ।[୧୯] ଭୀମବେଟ୍‍କାର କେତେକ ସ୍ଥାନରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଅବଶେଷ ଗୋଟିଏ ପ୍ରସ୍ତରରେ ନିର୍ମିତ ଓ ମଧ୍ୟ ପ୍ରଦେଶର ରାଇସେନରୁ ଏଥିପାଇଁ କଞ୍ଚାମାଲ୍ ଆମଦାନୀ କରାଯାଇଥିବା ଅନୁମାନ କରାଯାଏ ।[୨୦]

୧୮୯୨ ହେକ୍ଟର୍ ପରିମିତ ଭୀମବେଟ୍‍କା ଭାରତୀୟ ଆଇନ୍ ଅନୁସାରେ ଏକ ସଂରକ୍ଷିତ ଅଞ୍ଚଳ ଏବଂ ୧୯୯୦ ମସିହାରେ ଏହାର ପରିଚାଳନା ଦାୟିତ୍ତ୍ଵ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାକୁ ଦିଆଯାଇଥିଲା ।[୨୧] ୨୦୦୩ ମସିହାରେ ୟୁନେସ୍କୋ (UNESCO)ଦ୍ଵାରା ଏହି ସ୍ଥାନକୁ ଏକ ବିଶ୍ଵ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଥିଲା ।[୮][୨୨]

ସଭାଗୃହ (ଅଡିଟୋରିୟମ୍) ଗୁମ୍ଫା[ସମ୍ପାଦନା]

ଭୀମବେଟ୍‍କାର କ୍ଵାର୍ଜାଇଟ୍ ଶିଳାସ୍ତମ୍ଭ
ସଭାଗୃହ (Auditorium) ଗୁମ୍ଫା

ସମସ୍ତ ଶୈଳାଶ୍ରୟ ମଧ୍ୟରୁ ବିରାଟ ସଭାଗୃହ (Auditorium cave ଭାବେ ମଧ୍ୟ ପରିଚିତ) ଗୁମ୍ଫାଟି ଉଲ୍ଲେଖଯୋଗ୍ୟ । ଅନେକ କ୍ଵାର୍ଜାଇଟ୍ ସ୍ତମ୍ଭଦ୍ଵାରା ଘେରା ହୋଇ ରହିଥିବା ଏହି ସଭାଗୃହ ଗୁମ୍ଫା ବହୁ ଦୂରରୁ ଦେଖିହେବ । ଏହା ଭୀମବେଟ୍‍କାର ସମସ୍ତ ଶୈଳାଶ୍ରୟ ମଧ୍ୟରେ ବୃହତ୍ତମ । ରବର୍ଟ୍ ବେଡ୍‍ନାରିକ୍‍ଙ୍କ ଭାଷାରେ ଏହି ପ୍ରାଗୈତିହାସିକ ସଭାଗୃହର ଅଭ୍ୟନ୍ତର କେତେକାଂଶରେ ଏକ ଗୀର୍ଜାଘର ପରି ଓ ଏହାର ଛାତ ଗୋଥିକ୍ ତୋରଣ ପରି ଦେଖାଯାଏ ।[୨୩] ଅଭ୍ୟନ୍ତର ଗଠନ ଦେଖିଲେ ଏଥିରେ ଏକ ସମକୋଣିଆ ଛକ ପରି ପଥ ରହିଛି ଏବଂ ଏହା ଚାରି ମୁଖ୍ୟ ଦିଗକୁ ସୂଚାଇଥାନ୍ତି । ଗୁମ୍ଫାର ମୁଖ୍ୟ ପ୍ରବେଶ ଦ୍ଵାରଟି ପୂର୍ବ ପଟକୁ ରହିଛି । ପୂର୍ବ ପଟର ପଥର ଶେଷ ଆଡ଼କୁ ଏକ ବିଶାଳ ପ୍ରସ୍ତର ଚଟ୍ଟାଣ ରହିଛି । ଏହି ଚଟ୍ଟାଣ ଭୂମି ସହିତ ପ୍ରାୟ ସମକୋଣରେ ଦଣ୍ଡାୟମାନ ଓ ସବୁ ପଟରୁ ଦେଖାଯାଏ । ପ୍ରତ୍ନତାତ୍ତ୍ଵିକ ଲେଖାମାନଙ୍କରେ ଏହାକୁ "ମୁଖିଆ ପଥର (Chief's Rock)" ବା "ରାଜା ପଥର (King's Rock)" ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ପଥରର ପ୍ରାଚୀନ ପରମ୍ପରାରେ ମୁଖିଆ ବା ରାଜା ସମ୍ଵନ୍ଧୀୟ କିଛି ଭୂମିକା ଥିଲା ନା ନାହିଁ ତାହା ଜଣାପଡ଼ିନାହିଁ ।[୨୩][୨୪][୨୫] ସଭାଗୃହ ଗୁମ୍ଫା ଭୀମବେଟ୍‍କାରେ ଇତଃସ୍ତତଃ ହୋଇ ବିଛେଇ ରହିଥିବା ଗୁମ୍ଫାମାନଙ୍କ କେନ୍ଦ୍ରସ୍ଥଳ ତଥା ପ୍ରମୁଖ । ଏହାର ଉଭୟ ପାର୍ଶ୍ଵରେ ପ୍ରାୟ ୭୫୪ଟି ଶୈଳାଶ୍ରୟ ରହିଛି ଯାହା ମଧ୍ୟରୁ ୫୦୦ଟିରେ ଶିଳାଚିତ୍ରମାନ ଦେଖିବାକୁ ମିଳେ ।[୨୩]

ପ୍ରସ୍ତର କଳା ଓ ଶିଳା ଚିତ୍ର[ସମ୍ପାଦନା]

ଭୀମବେଟ୍‍କାର ଶିଳାଚିତ୍ରରେ ଏକ ବାରହା ଏକ ମନୁଷ୍ୟକୁ ଆକ୍ରମଣ କରୁଥିବାର ଦୃଶ୍ୟ ବର୍ଣ୍ଣିତ

ଭୀମବେଟ୍‍କାର ଶୈଳାଶ୍ରୟରେ ଅନେକ ଶିଳାଚିତ୍ର ରହିଛି । ସର୍ବପୁରାତନ ଶିଳାଚିତ୍ରଗୁଡ଼ିକ ଆଖାପାଖି ୩୦,୦୦୦ ବର୍ଷ ପୁରୁଣା ହୋଇଥିବ ବୋଲି ଅନୁମାନ କରାଯାଉଛି । କେତେକ ଜ୍ୟାମିତିକ ଚିତ୍ର ମଧ୍ୟଯୁଗ ସମୟର ହୋଇଥାଇପାରେ । ଗୁମ୍ଫାର ବହୁ ଅଭ୍ୟନ୍ତରରେ ଏହି ବା ଭିତର ପଟର କାନ୍ଥରେ ଏହି ସବୁ ଚିତ୍ର ଅଙ୍କିତ ହୋଇଥିବା ଏବଂ ଚିତ୍ରଗୁଡ଼ିକୁ ବିଭିନ୍ନ ପ୍ରାକୃତିକ ରଙ୍ଗଦ୍ଵାରା ରଞ୍ଜିତ କରାଯାଉଥିଲା । ଶିଳାଚିତ୍ରମାନଙ୍କ ସମୟସୀମାକୁ ୭ଟି ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ – (ପୁରାତନ ପ୍ରସ୍ତର ଯୁଗ – ଶେଷ ଭାଗ): ଏହି ସମୟର ଚିତ୍ରଗୁଡ଼ିକ ମୁଖ୍ୟତଃ ରୈଖିକ ଚିତ୍ର, ସବୁଜ ଓ ଗାଢ଼ ଲାଲ ରଙ୍ଗରେ ରଞ୍ଜିତ ଏବଂ ମୁଖ୍ୟତଃ ଏଥିରେ ବନ୍ୟ ଗୟଳ, ବାଘଗଣ୍ଡା ପରି ପ୍ରାଣୀ ପ୍ରଦର୍ଶିତ ।

ଦ୍ଵିତୀୟ ପର୍ଯ୍ୟାୟ – (ମଧ୍ୟବର୍ତ୍ତୀ ପ୍ରସ୍ତର ଯୁଗ): ଏହି ଚିତ୍ରଗୁଡ଼ିକ ପ୍ରଥମ ପର୍ଯ୍ୟାୟର ଚିତ୍ରମାନଙ୍କଠାରୁ କ୍ଷୁଦ୍ରତର ଏବଂ ଏମାନଙ୍କରେ ରୈଖିକ ସାଜସଜ୍ଜା ଦେଖିବାକୁ ମିଳେ । ଏହି ଚିତ୍ରମାନଙ୍କରେ ପଶୁପକ୍ଷୀ, ମନୁଷ୍ୟ ଓ ଶିକାର ଇତ୍ୟାଦି ପ୍ରଦର୍ଶିତ ହୋଇଥିବାରୁ ସେଥିରୁ ସେ କାଳରେ ବ୍ୟବହୃତ ବର୍ଚ୍ଛା, ତେଣ୍ଟା, ଗୋଜିଆ ବାଡ଼ି, ଧନୁତୀର ପରି ଅସ୍ତ୍ରଶସ୍ତ୍ର ବିଷୟରେ କିଛିଟା ଧାରଣା ମିଳେ ।[୧୦][୧୧][୨୬] କିଛି ଚିତ୍ରରେ ସେ କାଳର ତିନିଟି ଆଦିମ ଜନଜାତି ମଧ୍ୟରେ ଘଟୁଥିବା ସଂଘର୍ଷକୁ ତିନୋଟି ସାଙ୍କେତିକ ପଶୁଙ୍କ ମଧ୍ୟରେ ଯୁଦ୍ଧ ରୂପ ଦିଆଯାଇଛି ବୋଲି ବିବେଚନା କରାଯାଇଛି ।[୧][୨୭] ଗୋଷ୍ଠୀ ନୃତ୍ୟ, ପକ୍ଷୀ, ବାଦ୍ୟଯନ୍ତ୍ର, ଗର୍ଭବତୀ ନାରୀ, ମୃତ ଜୀବଜନ୍ତୁର ଶବ ବୋହୁଥିବା ମନୁଷ୍ୟ, ଶବସତ୍କାର, ମା’ ଓ ଶିଶୁ ଆଦିଙ୍କ ଚିତ୍ର ମଧ୍ୟ ଦେଖାଯାଇପାରିବ ।[୧୦][୧୧][୨୬]

ତୃତୀୟ ପର୍ଯ୍ୟାୟ – (ତାମ୍ର ପ୍ରସ୍ତର ଯୁଗ): ମାଳବ ସମତଳ ଅଞ୍ଚଳର କୃଷିଜୀବୀ ସମୁଦାୟଙ୍କ ସହ ସମ୍ପର୍କ ଓ ଜିନିଷ ଆଦାନପ୍ରଦାନର ଚିତ୍ର ଏହି ପର୍ଯ୍ୟାୟର ବିଶେଷତା ଏବଂ ଶୈଳୀ ଦୃଷ୍ଟିରୁ ଏଗୁଡ଼ିକ ଦ୍ଵିତୀୟ ପର୍ଯ୍ୟାୟର ଚରିତ୍ରମାନଙ୍କ ପରି ।

ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ – (ପ୍ରାଗୈତିହାସିକ ଯୁଗ): ଏହି ସମୟର ଚିତ୍ରଗୁଡ଼ିକ ଅଧିକ ସାଜସଜ୍ଜା ଓ କାରୁକାର୍ଯ୍ୟପୂର୍ଣ୍ଣ ଏବଂ ମୁଖ୍ୟତଃ ଲାଲ୍, ଧଳା ଓ ହଳଦିଆ ରଙ୍ଗରେ ରଞ୍ଜିତ । ଧାର୍ମିକ ସଙ୍କେତ, ଆରୋହୀ, ବସ୍ତ୍ର ଓ କିଛି ଲିପି ଏହି ଚିତ୍ରମାନଙ୍କରେ ଦେଖିବାକୁ ମିଳେ । ଯକ୍ଷ, ବୃକ୍ଷ ଦେବତା ଓ ବିସ୍ମୟକର ଉଡ଼ନ୍ତା ରଥ ଏହି ସବୁ ଧାର୍ମିକ ବିଶ୍ଵାସର ପରିପ୍ରକାଶକ ।[ଆଧାର ଲୋଡ଼ା]

ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ – (ମଧ୍ୟଯୁଗୀୟ) : ଏହି ସମୟର ଚିତ୍ରଗୁଡ଼ିକ ସରଳ ରୈଖିକ, ଅଧିକ ଠାଣୀଯୁକ୍ତ କିନ୍ତୁ ଚିତ୍ରକଳା ଦୃଷ୍ଟିରୁ ନିକୃଷ୍ଟ ମାନର । ଏହି ସମୟର କଳାକାରମାନେ କଳା ମାଙ୍ଗାନିଜ୍ ଅକ୍ସାଇଡ୍, ଲାଲ୍ ହେମାଟାଇଟ୍ (ମାଙ୍କଡ଼ା ପଥର) ଓ କୋଇଲା ଇତ୍ୟାଦିରୁ ରଙ୍ଗ ତିଆରି କରି ବ୍ୟବହାର କରିଥିବା ଜଣାପଡ଼ିଛି ।

"ଚିଡ଼ିଆଖାନା ଶିଳା (ଇଂରାଜୀରେ Zoo Rock, ଉଚ୍ଚାରଣ ଜୁ-ରକ୍)" ବୋଲାଉଥିବା ଏକ ପ୍ରସ୍ତକ ଚଟ୍ଟାଣରେ ହାତୀ, ବାରାଶିଂଗା, ବନ୍ୟ ଗୟଳ ଓ ହରିଣ ଇତ୍ୟାଦିଙ୍କର ଚିତ୍ର ଦେଖିବାକୁ ମିଳେ । ଆଉ ଏକ ଶିଳାର ଚିତ୍ରରେ ମୟୂର, ସାପ, ହରିଣ ଏବଂ ସୂର୍ଯ୍ୟ ରହିଛନ୍ତି । ଚିତ୍ରିତ ଦାନ୍ତବିଶିଷ୍ଟ ଦୁଇଟି ହାତୀ ଅନ୍ୟ ଏକ ଚିତ୍ରର ମୁଖ୍ୟ ଆକର୍ଷଣ । ଖଣ୍ଡା, ଢାଲ, ଧନୁତୀର ଇତ୍ୟାଦିର ବ୍ୟବହାର କରି କରାଯାଉଥିବା ଶିକାର ସମୟର ଦୃଶ୍ୟ ମଧ୍ୟ ଏହି ପ୍ରାଗୈତିହାସିକ ଚିତ୍ରମାନଙ୍କରେ ଦେଖିବାକୁ ମିଳେ । ଗୋଟିଏ ଗୁମ୍ଫାରେ ଏକ ବନ୍ୟ ଗୟଳ ମଣିଷଟିଏକୁ ଗୋଡ଼ାଉଥିବା ଓ ମଣିଷର ଦୁଇଜଣ ସାଥୀ ନିଃସହାୟ ଭାବେ ଛିଡ଼ା ହୋଇଥିବା ଅଙ୍କିତ । ଆଉ ଏକ ଚିତ୍ରରେ କିଛି ଅଶ୍ଵାରୋହୀ ଓ ଧନୁର୍ଦ୍ଧର ଦର୍ଶିତ ହୋଇଛନ୍ତି । ଆଉ ଏକ ଚିତ୍ରରେ ଏକ ବିଶାଳକାୟ ବାରହା ଅଙ୍କିତ ହୋଇଛି ।[ଆଧାର ଲୋଡ଼ା]

ସମସ୍ତ ଚିତ୍ରମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଲା – ଶିକାର ଓ ଖାଦ୍ୟ ସଂଗ୍ରହ କରୁଥିବା ଲୋକଙ୍କ ଚିତ୍ର ଓ ଅନ୍ୟଟି ଧାତବ ଅସ୍ତ୍ରଶସ୍ତ୍ରଧାରୀ ଏବଂ ଘୋଡ଼ା-ହାତୀ ପିଠିରେ ବସିଥିବା ଯୋଦ୍ଧାଙ୍କ ଚିତ୍ର । ପ୍ରଥମ ଶ୍ରେଣୀ ପ୍ରାଗୈତିହାସିକ ସମୟର ହୋଇଥିବା ବେଳେ ଦ୍ଵିତୀୟଟି ତାହା ପରବର୍ତ୍ତୀ ଐତିହାସିକ କାଳର ବୋଲି ଅନୁମାନ କରାଯାଏ ।[୨୮][୨୯] ଐତିହାସିକ କାଳର ସମସ୍ତ ଚିତ୍ରରେ ଶାସକମାନେ ଖଣ୍ଡା, ବର୍ଚ୍ଛା, ଧନୁତୀର ଧରି ଯୁଦ୍ଧ କରୁଥିବାର ଦୃଶ୍ୟ ଦେଖିହେବ ।[୨୯]

ଆଉ ଏକ ପାହାଡ଼ ଚଟ୍ଟାଣରେ ଜଣେ ମନୁଷ୍ୟ ହାତରେ ତ୍ରିଶୂଳ ପରି ଅସ୍ତ୍ର ଧରି ନାଚୁଥିବାର ଚିତ୍ର ରହିଛି ଓ ଏହି ଚିତ୍ରକୁ ପ୍ରତ୍ନତତ୍ତ୍ଵବିତ୍ ବିଷ୍ଣୁ ଶଙ୍କର ୱାକଣକର "ନଟରାଜ" ବୋଲି ଅଭିହିତ କରିଥିଲେ ।[୩୦][୩୧] ପ୍ରାୟ ୧୦୦ଟି ଗୁମ୍ଫାର ଶିଳାଚିତ୍ର ଲିଭିସାରିଲାଣି ।[୩୨] ତ୍ରିଶୂଳ ପରି ଅସ୍ତ୍ର ଧରି ନୃତ୍ୟରତ "ନଟରାଜ"ଙ୍କ ଶିଳାଚିତ୍ର ବର୍ତ୍ତମାନ ପ୍ରାୟ ଲିଭିଗଲାଣି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Peter N. Peregrine; Melvin Ember (2003). Encyclopedia of Prehistory: Volume 8: South and Southwest Asia. Springer Science. pp. 315–317. ISBN 978-0-306-46262-7.
  2. ୨.୦ ୨.୧ ୨.୨ Javid, Ali and Javeed, Tabassum (2008), World Heritage Monuments and Related Edifices in India, Algora Publishing, 2008, pages 15–19
  3. "Chronology of Indian prehistory from the Mesolithic period to the Iron Age". The microlithic occupation there is the last one, as the Stone Age started there with Acheulian times. These rock shelters have been used to light fires even up to recent times by the tribals. This is re-fleeted in the scatter of 14C dates from Bhimbetka
  4. Kerr, Gordon (2017-05-25). A Short History of India: From the Earliest Civilisations to Today's Economic Powerhouse. Oldcastle Books Ltd. p. 17. ISBN 9781843449232.
  5. Neda Hosse in Tehrani; Shahida Ansari; Kamyar Abdi (2016). "ANTHROPOGENIC PROCESSES IN CAVES/ROCK SHELTERS IN IZEH PLAIN (IRAN) AND BHIMBETKA REGION (INDIA): AN ETHNO-ARCHAEOLOGICAL PERSPECTIVE". Bulletin of the Deccan College Research Institute. 76. JSTOR 26264790. the rock shelter site of Bhimbetka in Madhya Pradesh exhibits the earliest traces of human life
  6. Rock Shelters of Bhimbetka: Advisory Body Evaluation, UNESCO, pages 43–44
  7. Rock Shelters of Bhimbetka: Advisory Body Evaluation, UNESCO, pages 14–15
  8. ୮.୦ ୮.୧ ୮.୨ ୮.୩ Bhimbetka rock shelters, Encyclopaedia Britannica
  9. Klaus K. Klostermaier (1989), A survey of Hinduism, SUNY Press, ISBN 0-88706-807-3, ... prehistoric cave paintings at Bhimbetka (ca. 30000 BCE) ...
  10. ୧୦.୦ ୧୦.୧ ୧୦.୨ Yashodhar Mathpal, 1984, Prehistoric Painting Of Bhimbetka, Page 214.
  11. ୧୧.୦ ୧୧.୧ ୧୧.୨ M. L. Varad Pande, Manohar Laxman Varadpande, 1987, History of Indian Theatre, Volume 1, Page 57.
  12. Deborah M. Pearsall (2008). Encyclopedia of archaeology. Elsevier Academic Press. pp. 1949–1951. ISBN 978-0-12-373643-7.
  13. Jo McDonald; Peter Veth (2012). A Companion to Rock Art. John Wiley & Sons. pp. 291–293. ISBN 978-1-118-25392-2.
  14. ୧୪.୦ ୧୪.୧ Mathpal, Yashodhar. Prehistoric Painting Of Bhimbetka. 1984, page 25
  15. Rock Shelters of Bhimbetka: Continuity through Antiquity, Art & Environment, Archaeological Survey of India, UNESCO, pages 14–18, 22–23, 30–33
  16. ୧୬.୦ ୧୬.୧ Rock Shelters of Bhimbetka: Continuity through Antiquity, Art & Environment, Archaeological Survey of India, UNESCO, page 54
  17. "Rock Shelters of Bhimbetka". World Heritage Site. Archived from the original on 8 March 2007. Retrieved 2007-02-15.
  18. Rock Shelters of Bhimbetka: Continuity through Antiquity, Art & Environment, Archaeological Survey of India, UNESCO, pages 15–16, 22–23, 45, 54–60
  19. Kalyan Kumar Chakravarty; Robert G. Bednarik. Indian Rock Art and Its Global Context. Motilal Banarsidass. p. 29.
  20. "Bhimbetka (India) No. 925" (PDF). UNESCO World Heritage Centre. Retrieved 2012-04-28.
  21. Rock Shelters of Bhimbetka: Continuity through Antiquity, Art & Environment, Archaeological Survey of India, UNESCO, pages 10, 53
  22. World Heritage Sites – Rock Shelters of Bhimbetka, Archaeological Survey of India
  23. ୨୩.୦ ୨୩.୧ ୨୩.୨ Robert G Bednarik (1996), The cupules on Chief's Rock, Auditorium Cave, Bhimbetka, The Artifact: Journal of the Archaeological and Anthropological Society of Victoria, Volume 19, pages 63–71
  24. Robert Bednarik (1993), Palaeolithic Art in India, Man and Environment, Volume 18, Number 2, pages 33–40
  25. Singh, Manoj Kumar (2014). "Bhimbetka Rockshelters". Encyclopedia of Global Archaeology. Springer New York. pp. 867–870. doi:10.1007/978-1-4419-0465-2_2286. ISBN 978-1-4419-0426-3.
  26. ୨୬.୦ ୨୬.୧ Dance In Indian Painting, Page xv.
  27. D. P. Agrawal, J. S. Kharakwal. South Asian Prehistory: A Multidisciplinary study. Aryan Books International. p. 149.
  28. Mathpal, Yashodhar (1984). Prehistoric Painting Of Bhimbetka. Abhinav Publications. p. 225.
  29. ୨୯.୦ ୨୯.୧ Javid, Ali and Javeed, Tabassum (2008). World Heritage Monuments and Related Edifices in India. Algora Publishing. p. 20.CS1 maint: Multiple names: authors list (link)
  30. Chakravarty, Kalyan Kumar. Rock-art of India: Paintings and Engravings. Arnold-Heinemann. p. 123. Nataraj figures from BHIM III E-19 and one from III F −16 are well decorated in fierce mood. Probably they represent conception of a fierce deity like Vedic Rudra.(Wa.kankar, op. cit)'.
  31. Shiv Kumar Tiwari. Riddles of Indian Rockshelter Paintings. Sarup & Sons. p. 245.
  32. Mithen, Steven (2006). After the Ice: A Global Human History, 20,000–5000 BC. Harvard University Press. p. 401. ISBN 9780674019997.

ବାହ୍ୟ ଲିଂକ୍[ସମ୍ପାଦନା]