Jump to content

ସତପୁଡ଼ା ଜାତୀୟ ଉଦ୍ୟାନ

ସତପୁଡ଼ା ଜାତୀୟ ଉଦ୍ୟାନ
Satapura National Park
सतपुड़ा राष्ट्रीय उद्यान
IUCN Category II (National Park)
ସତପୁଡ଼ା ଅଭୟାରଣ୍ୟର ଏକ କଲରାପତରିଆ ବାଘ
Map showing the location of ସତପୁଡ଼ା ଜାତୀୟ ଉଦ୍ୟାନSatapura National Parkसतपुड़ा राष्ट्रीय उद्यान.
Map showing the location of ସତପୁଡ଼ା ଜାତୀୟ ଉଦ୍ୟାନSatapura National Parkसतपुड़ा राष्ट्रीय उद्यान.
ଭାରତ ମାନଚିତ୍ରରେ ସତପୁଡ଼ାର ଅବସ୍ଥିତି
ଅବସ୍ଥାନହୋଶାଙ୍ଗାବାଦ, ମଧ୍ୟପ୍ରଦେଶ, ଭାରତ
ପାଖ ସହରପିପ୍ରିୟା
ଦିଗବାରେଣି22°29′42″N 78°13′52″E / 22.49500°N 78.23111°E / 22.49500; 78.23111 []
କ୍ଷେତ୍ରଫଳ୫୨୪ ବର୍ଗ କି.ମି.
ସ୍ଥାପିତ୧୯୮୧

ସତପୁଡ଼ା ଜାତୀୟ ଉଦ୍ୟାନ ମଧ୍ୟପ୍ରଦେଶର ହୋଶାଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ସତପୁଡ଼ା ବା ସାତପୁରା ପାହାଡ଼ଶ୍ରେଣୀରୁ ଏହି ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ପ୍ରାୟ ୫୨୪ ବର୍ଗ କି.ମି. । ୧୯୮୧ ମସିହାରେ ଏହି ଜାତୀୟ ଉଦ୍ୟାନର ସ୍ଥାପନା କରାଯାଇଥିଲା । ସତପୁଡ଼ା, ବୋରି ଓ ପଚମର୍ହି ବନ୍ୟଜୀବ ଅଭୟାରଣ୍ୟକୁ ମିଶାଇ ପ୍ରାୟ ୨୦୦୦ ବର୍ଗ କି.ମି.ର ସଂରକ୍ଷିତ ଅଞ୍ଚଳ ସୃଷ୍ଟି କରାଯାଇପାରିଛି ।

ଜାତୀୟ ଉଦ୍ୟାନର ଭୂମି କଠିନ ଓ କର୍କଷ । ଏହି ଜାତୀୟ ଉଦ୍ୟାନ ପଥୁରିଆ ଶିଖର, ପତଳା ଗଣ୍ଡ ଏବଂ ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ । ଜାତୀୟ ଉଦ୍ୟାନର ସର୍ବନିମ୍ନ ଓ ସର୍ବୋଚ୍ଚ ଉଚ୍ଚତା ସମୁଦ୍ର ପତନରୁ ଯଥାକ୍ରମେ ୩୦୦ ଓ ୧୩୫୨ ମିଟର୍ ପର୍ଯ୍ୟନ୍ତ ହେବ । ଏହି ପାହାଡ଼ିଆ ଭୂମିର ସର୍ବୋଚ୍ଚ ଶୃଙ୍ଗ ହେଉଛି ଧୂପଗଡ଼ ଶୃଙ୍ଗ (୧୩୫୦ ମିଟର୍) ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ଏହି ଜାତୀୟ ଉଦ୍ୟାନର ଦୂରତା ପ୍ରାୟ ୨୧୦ କି.ମି. । ଜାତୀୟ ଉଦ୍ୟାନରୁ ୫୫ କି.ମି. ଦୂରରେ ଥିବା ପିପ୍ରିୟା ନିକଟତମ ରେଳ ଷ୍ଟେସନ୍ । ପଚମର୍ହି ଜାତୀୟ ଉଦ୍ୟାନର ନିକଟତମ ସହର ।

ସତପୁଡ଼ା ଜାତୀୟ ଉଦ୍ୟାନରେ ବହୁ ପ୍ରକାରର ବନ୍ୟଜନ୍ତୁ ଦେଖାଯାନ୍ତି । କଲରାପତରିଆ ବାଘ, ସମ୍ବର ହରିଣ, ଚତଲ୍ ହରିଣS, କୁଟୁରା, ନୀଳଗାଈ, ଚୌଶିଂଘା, ଚିଂକାରା, ବାର୍‍ହା, ଭାଲୁ, କୃଷ୍ଣସାର ମୃଗ, କୋକିଶିଆଳୀ, ଝିଙ୍କ, ଉଡ଼ନ୍ତା ଗୁଣ୍ଡୁଚି, କସ୍ତୁରୀ ମୃଗ ଓ ନେପାଳୀ ମୂଷା ପରି ପ୍ରାଣୀ ଏଠାକାର ଜଙ୍ଗଲରେ ବସବାସ କରନ୍ତି । ଏଠାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ମଧ୍ୟରେ କୋଚିଲାଖାଇ, ମୟୂର ଇତ୍ୟାଦି ଅନ୍ୟତମ । ସତପୁଡ଼ା ଜଙ୍ଗଲରେ ମୁଖ୍ୟତଃ ଶାଳ, ଶାଗୁଆନ୍, କେନ୍ଦୁ, ମହୁଲି, ବେଲ, ବାଉଁଶ ଓ ଅଁଳା ପରି ଗଛ ଦେଖାଯାନ୍ତି । ଏହି ଜଙ୍ଗଲରେ ବିଭିନ୍ନ ଔଷଧୀୟ ବୃକ୍ଷ ଓ ତୃଣଭୂମି ମାନ ମଧ୍ୟ ରହିଛି ।

ସତପୁଡ଼ା ଜାତୀୟ ଉଦ୍ୟାନର ଏକ ନେପାଳୀ ମୂଷା

ପୂର୍ବେ ସତପୁଡ଼ା ଅଭୟାରଣ୍ୟରେ ମହାବଳ ବାଘ, ବଳିଆ କୁକୁର, ବନ୍ୟ ଗୟଳ, ବାରାଶିଂଘା ପରି ପ୍ରାଣୀ ମଧ୍ୟ ଥିଲେ ।[] ଏବେ ଏମାନେ କ୍ୱଚିତ୍ ଦେଖାଯାନ୍ତି ।

୧୯୯୯-୨୦୦୦ ମସିହାରେ ବ୍ୟାଘ୍ର ପରିଯୋଜନା ଅନୁଯାୟୀ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଘୋଷିତ କରାଯାଇଥିଲା ।

ଚିତଲ୍ ହରିଣ

ସତପୁଡ଼ା ଅଭୟାରଣ୍ୟ ୧୬ ଜୁନ୍‍ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ସେମାନେ ଅକ୍ଟୋବରରୁ ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଏହି ଅଭୟାରଣ୍ୟ ବୁଲିବାକୁ ଯାଇପାରିବେ । ସକାଳ ବେଳା ୬:୩୦ରୁ ୧୧:୦୦ ଏବଂ ଅପରାହ୍ନ ୩:୩୦ରୁ ୫:୦୦ ପର୍ଯ୍ୟନ୍ତ ସଫାରୀର ବ୍ୟବସ୍ଥା ରହିଛି ।

ମହାବଳ ବାଘ ଓ ବାରାଶିଂଘାଙ୍କ ପୁନରୁତ୍ଥାନ

[ସମ୍ପାଦନା]

ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ କିଛି ବାରାଶିଂଘା ହରିଣ ଏଠାକୁ ସ୍ଥାନାନ୍ତରିତ କରାଯିବାର ଯୋଜନା ରହିଥିଲା । କାହ୍ନା ଜଙ୍ଗଲରୁ ପ୍ରାୟ ୨୦ଟି ବାଘ ଧରାଯାଇ ସେମାନଙ୍କୁ ସତପୁଡ଼ାର ବିଭିନ୍ନ ସ୍ଥାନରେ ଛଡ଼ାଯିବାର ମଧ୍ୟ ଯୋଜନା କରାଯାଇଥିଲା ।[]

  1. "Satpura National Park". protectedplanet.net. Archived from the original on 2012-06-03. Retrieved 2018-03-29.
  2. National Council of Educational Research and Training. "Science: Textbook for Class VIII". Publication Department, 2010, p. 83.
  3. Reintroduction of Barasingha: Kanha National Park – Satpura Tiger Reserve Archived 21 July 2013 at the Wayback Machine.