ସ୍ପେନ
ସ୍ପେନୀୟ ରାଜତନ୍ତ୍ର | |||||
|---|---|---|---|---|---|
| |||||
Location of ସ୍ପେନ (ଗାଢ ସବୁଜ) – in ୟୁରୋପ (ସବୁଜ & ଗାଢ ସିମେଣ୍ଟ) | |||||
| ରାଜଧାନୀ | ମାଦ୍ରିଦ 40°26′N 3°42′W / 40.433°N 3.700°W | ||||
| ବୃହତ୍ତମ ସହର | capial | ||||
ସ୍ପେନ, (ଅଧିକାରିକ ଭାବେ ସ୍ପେନର ରାଜତନ୍ତ୍ର) ମୁଖ୍ୟତଃ ଦକ୍ଷିଣ-ପୂର୍ବ ଇଉରୋପରେ ଥିବା ଏକ ଦେଶ। ଏହା ପ୍ରାୟତଃ ଇବେରିୟ ପ୍ରାୟଦ୍ୱୀପରେ ଅବସ୍ଥିତ ଏବଂ ଏହାର ଦୁଇଟି ଆଫ୍ରିକୀୟ ପରୀକ୍ଷେତ୍ର ଅଛି (ଯଥା କେଉଟା ଏବଂ ମେଇଆ) । ଏହାର ଏକ ଦ୍ୱୀପକୁଞ୍ଜ (କନାରୀ ଦ୍ବୀପ) ଆଫ୍ରିକୀୟ ତଟଠାରୁ ୧୦୦ କିମି ଦୂରତାରେ ଅବସ୍ଥିତ ଏବଂ ଅନ୍ୟ ଏକ ଦ୍ୱୀପକୁଞ୍ଜ (ବାଲେଆରିକ ଦ୍ବୀପ) ମଧ୍ୟ ସାଗରରେ ଅବସ୍ଥିତ । ଏହା ହେଉଛି ଏକ ମାତ୍ର ଇଉରୋପୀୟ ଦେଶ ଯିଏ ଆଫ୍ରିକା ସହିତ ଏକ ଭୌତିକ ସୀମା ଭାଗ କରେ । ଅଲବୋରାନ ସାଗରରେ ଅବସ୍ଥିତ ଅନେକ ଦ୍ବୀପ ମଧ୍ୟ ଏହି ଦେଶର ଅଂଶ ଅଟନ୍ତି । ସ୍ପେନର ମୁଖ୍ୟଭୂମି ଉତ୍ତରରେ ଫ୍ରାନ୍ସ , ପଶ୍ଚିମରେ ପର୍ତ୍ତୁଗାଲ ଏବଂ ଦକ୍ଷିଣରେ ଇଂଲଣ୍ଡ ସହିତ ଭୌତିକ ସୀମା ଭାଗ କରେ । ଏହା ଦକ୍ଷିଣ ଏବଂ ପୂର୍ବରେ ଭୂମଧ୍ୟ ସାଗରଦ୍ୱାରା ଘେରି ହୋଇ ଅଛି କେବଳ ଗୋଟେ ଛୋଟ ଭୂମି ସୀମାକୁ ଛାଡି଼ଦେଲେ (ଜିବ୍ରାଲଟାର) ଯାହାକି ଏକ ଇଂରେଜ କ୍ଷେତ୍ର ।
୫,୦୫,୯୯୦ ବର୍ଗ କିମିର ଭୌତିକ କ୍ଷେତ୍ର ସହିତ ସ୍ପେନ ପଶ୍ଚିମ ଇଉରୋପର ଦ୍ୱିତୀୟ ସର୍ବବୃହତ, ଦକ୍ଷିଣ ଇଉରୋପ ଏବଂ ଇଉରୋପୀୟ ସଂଘରର ସର୍ବବୃହତ ଏବଂ ଇଉରୋପୀୟ ମହାଦ୍ୱୀପର କ୍ଷେତ୍ର ଅନୁଯାୟୀ ସର୍ବବୃହତ ଦେଶ । ଜନସଂଖ୍ୟା ଅନୁଯାୟୀ ଏହା ଇଉରୋପର ଷଷ୍ଠ ଏବଂ ଇଉରୋପୀୟ ସଂଘର ପଞ୍ଚମ ସର୍ବବୃହତ ଦେଶ । ଏହାର ରାଜଧାନୀ ମାଦ୍ରିଦ ଏବଂ ଅନ୍ୟ ପ୍ରମୁଖ ସହର ଅଟନ୍ତି ବାର୍ସିଲୋନା (Barcelona), ୱାଲେନ୍ସିଆ (Valencia), ସେବିୟା(Sevillia),ମାଲାଗା(Málaga) ଏବଂ ବିଲ୍ବାଓ(Bilbao) ।
ଆଧୁନିକ ମଣିଷ ପ୍ରଥମେ ଇବେରିୟ ପ୍ରାୟଦ୍ୱୀପରେ ପାଖାପାଖି ୩୫,୦୦୦ ବର୍ଷ ତଳେ ଆସିଥିଲେ । ସେଠାରେ ଅନେକ ସଂସ୍କୃତି ସମକାଳୀନ ହୋଇରହିଥିଲେ । ଏହା ୨୦୦ ଖ୍ରିଷ୍ଟ ପୂର୍ବରେ ରୋମାନ୍ ଶାସନ ଅଧିନରେ ଆସିଗଲା, ଯାହା ଫଳରେ ଏହାର ନାମ ହିସ୍ପାନିଆ ରଖାଗଲା (ଅନ୍ୟ ଏକ ପୁରୁଣା ନାମରୁ ଅଣାଯାଇଅଛି) । ୪୭୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମ ରୋମାନ୍ ସାମ୍ରାଜ୍ୟର ପତ୍ତନପରେ ଏହା ଜର୍ମାନ ଆଦିବାସୀ ପରିସଂଘଦ୍ୱାରା ଆକ୍ରମଣର ଶିକାର ହୋଇଥିଲା ଏବଂ ପରେ ସେମାନଙ୍କଦ୍ୱାରା ଅପେକ୍ଷାକୃତ ସ୍ୱତନ୍ତ୍ର ରାଜ୍ୟର ପ୍ରତିଷ୍ଠା ଦେଖିଥିଲା । ଶେଷରେ ସମସ୍ତ ରାଜ୍ୟମାନଙ୍କୁ ଭିସିଗଥ୍ମାନଙ୍କଦ୍ୱାରା "ଟୋଲେଡୋ ସାମ୍ରାଜ୍ୟ"ରେ ଏକତ୍ରୀତ କରିଥିଲେ ।
ପ୍ରାରମ୍ଭିକ ଅଷ୍ଟମ ଶତାବ୍ଦୀରେ ଏହି ଟୋଲେଡୋ ସାମ୍ରାଜ୍ୟ ଏକ ମୁସଲମାନ ସାମ୍ରାଜ୍ୟ (ଉମୟଦ ଖାଲିଫାଗିରି) ଅଧୀନରେ ଆସିଯାଇଥିଲା ଯେଉଁମାନେ ୭୧୧ ମସିହା ସୁଦ୍ଧା ପ୍ରାୟଦ୍ୱୀପର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ । ଏହି ସମୟରେ ମାତ୍ର ପ୍ରାୟଦ୍ୱୀପର ଉତ୍ତର ଦିଗରେ ଅଳ୍ପକିଛି ଖ୍ରୀଷ୍ଟିଆନ ସାମ୍ରାଜ୍ୟ ନିଜର ସାମ୍ରାଜ୍ୟ ଜାରି ରଖିଥିଲେ । ଏହି ଖ୍ରୀଷ୍ଟିଆନ ଏବଂ ମୁସଲମାନ ସାମ୍ରାଜ୍ୟଙ୍କ ମଧ୍ୟରେ ଅନେକ ଯୁଧ୍ୟ ହୋଇଥିଲା ଯୋଉଟାକୁ ଇବେରିୟ ପୁନଃବିଜୟ ବୋଲି କୁହାଯାଏ । ଧୀରେ ଧୀରେ କରି ପନ୍ଦରଶହ ଶତାବ୍ଦୀର ଶେଷରେ ପୁରା ପ୍ରାୟଦ୍ୱୀପ ଖ୍ରୀଷ୍ଟିଆନମାନଙ୍କ ଅଧୀନରେ ଥିଲା ଯେଉଁମାନେ ୧୪୯୨ରେ ଇବେରିୟ ପ୍ରାୟଦ୍ୱୀପର ଶେଷ ଖାଲିଫାରାଜ (ଗ୍ରାନାଡାର ଖାଲିଫାରାଜ)କୁ ହରାଇବାରେ ସଫଳ ହୋଇଥିଲେ ଏବଂ ଏହା ସହ ସ୍ପେନ ଗୋଟେ କ୍ୟାଥୋଲିକ ରାଜତନ୍ତ୍ର ଅଧୀନରେ ଆସିଗଲା । ପ୍ରାରମ୍ଭିକ ଆଧୁନିକ ଯୁଗରେ ସ୍ପେନ ଦୁନିଆର ପ୍ରଥମ "ବିଶ୍ୱ ସାମ୍ରାଜ୍ୟ" ରୂପରେ ପରିଣତ ହୋଇଥିଲା ଯାହା ପୃଥିବୀରେ ଗୋଟେ ବୃହତ ସାଂସ୍କୃତିକ ଏବଂ ଭାଷାବିତ୍ତ୍ୱିକ ପରମ୍ପରା ଛାଡ଼ିଯାଇଛି ଯାହା ପାଖାପାଖି ୫୭ କୋଟି ସ୍ପାନିଶ ଭାଷାବାସୀ ଲୋକଙ୍କୁ ଅନ୍ତର୍ଭୁକ୍ତ କରେ । ସ୍ୱର୍ଣ୍ଣିମ ଯୁଗରେ ଏହା କଳା ଏବଂ ବିଜ୍ଞାନରେ ଅନେକ ଅଗ୍ରଗତି କରିଥିଲା ।
ସ୍ପେନ ଏକ ଧର୍ମନିରପେକ୍ଷ ସଂସଦୀୟ ଗଣତନ୍ତ୍ର ଏବଂ ରାଜା ଫେଲିପେଙ୍କ ଅଧୀନରେ ଗୋଟେ ସଂସଦୀୟ ରାଜତନ୍ତ୍ର । ଏହା ଗୋଟେ ପ୍ରମୁଖ ବିକଶିତ ଦେଶ ଯାହାର ଆୟ ଉଚ୍ଚ । ଏହା ପୃଥିବୀର ୧୪ତମ ସର୍ବବୃହତ ଅର୍ଥନୀତି (ନାମମାତ୍ର ସକାଳ ଘରୋଇ ଉତ୍ପାଦ(ନୋମିନାଲ ଗ୍ରୋସ ଡୋମେସ୍ଟିକ ପ୍ରଡକ୍ଟ) ଅନୁସାରେ ଏବଂ ୧୬ତମ ସର୍ବବୃହତ ଅର୍ଥନୀତି(କ୍ରୟ ଶକ୍ତି କ୍ଷମତା ଅନୁସାରେ) । ଏହା ସଂଯୁକ୍ତ ରାଷ୍ଟ୍ରର(ୟୁ ଏନ), ଇଉରୋପୀୟ ସଂଘ(ଉ ଏନ), ଇଉରୋପୀୟ ପରିଷଦ(ସି ଓ ଇ), ଇବେରିୟ ଆମେରିକୀୟ ରାଜ୍ୟ ସଂଗଠନ, ଭୂମଧ୍ୟ ସାଗର ସଂଗଠନ, ନାଟୋ , ଇଉରୋପେର ସୁରକ୍ଷା ଏବଂ ସହକାରିତା ସଂଗଠନ ଏବଂ ସହକାରିତା ଏବଂ ବିକାଶ ସଂଗଠନର ସଦସ୍ୟ । ଯଦିଓ ଏହା ଜି-୨୦ର ସଦସ୍ୟ ନୁହେଁ, ତଥାପି ଏହାକୁ ଜି-୨୦ରେ ସମସ୍ତ ଶିଖର ସମ୍ମିଳନୀରେ ଭାଗ ନବର ଏକ ସ୍ଥାୟୀ ନିମନ୍ତ୍ରଣ ମିଳିଛି ଯୋଉଁଟାକି ବାସ୍ତବରେ ସ୍ପେନକୁ ଜି-୨୦ର ଏକ ସଦସ୍ୟ ବନାଉଛି ।[୩][୪][୫]
ଇତିହାସ
[ସମ୍ପାଦନା]ଇବେରିଆ ପ୍ରଥମେ ଗୋଟେ ମୁଖ୍ୟତଃ ବାସକସ, ଇବେରିୟ ଏବଂ କେଲଟିକ ଲୋକଙ୍କଦ୍ୱାରା ବସବାସ କରାଯାଇଥିବା ଭୂମି ଭାବେ ଇତିହାସରେ ପ୍ରଥମେ ବର୍ଣ୍ଣନା କରାଯାଇଛି | ଏହାର ପଶ୍ଚିମ ତଟରେ ଫୋନେସୀୟ ଲୋକମାନେ ବସତି ସ୍ଥାପନ କରି କାଦିଜ଼ ଏବଂ ମାଲାଗା ପରି ଇଉରୋପର ଅତି ପୁରାତନ ସହରମାନ ପ୍ରତିଷ୍ଠା କରିଥିଲେ | ଶେଷରେ ଏହା କାରଥେନିଜୀୟ ସାମ୍ରାଜ୍ୟରେ ସଂଯୁକ୍ତ ହୋଇଥିଲା | ଏହା ରୋମାନ ସାମ୍ରାଜ୍ୟ ବିରୁଦ୍ଧରେ ଘଟିଥିବା ପିୟୁନିକ ଯୁଧ୍ୟର ରଙ୍ଗମଞ୍ଚ ଥିଲା |ଶେଷରେ ଏହା ପୁରାପୁରି ଭାବେ ରୋମାନ ସାମ୍ରାଜ୍ୟ ଅଧୀନରେ ଆସିଯାଇଥିଲା | ମଧ୍ୟ ଯୁଗରେ ଏହା ଗୋଥିକ ସାମ୍ରାଜ୍ୟ ଅଧୀନରେ ଆସିଥିଲା ଏବଂ ଅଷ୍ଟମ ଶତାବ୍ଦୀରେ ଏହା ଉତ୍ତର ଆଫ୍ରିକାରୁ ଆସିଥିବା ମୁସଲମାନଙ୍କ ଶାସନ ଅଧୀନରେ ଆସିଥିଲା | ଧୀରେ ଧୀରେ ଏହା ପୁରାପୁରି ଭାବେ ଖ୍ରୀଷ୍ଟିଆନ ମାନଙ୍କ ଅଧୀନରେ ଆସିଥିଲା ଯେଉଁ ପ୍ରକ୍ରିୟାତା ପ୍ରାୟ ୮ ଶତାବ୍ଦୀ ଧରି ଲାଗି ରହିଥିଲା | ସ୍ପେନ ଧୀରେ ଧୀରେ ଏକ ବିଶ୍ବପିଆଇ ସାମ୍ରାଜ୍ୟର ଅଧିପତି ବନିଲା |ଏହି ସମୟରେ ଏହା ଇଉରୋପର ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା | ଏବଂ ଏହା ନିଜର ଏହି ଉପାଧିକୁ ୧.୫ ଶତାବ୍ଦୀ ପର୍ଯ୍ୟନ୍ତ ସାଇତି କରି ରଖିଥିଲା | ଏହା ୩ ଶତାବ୍ଦୀ ପର୍ଯ୍ୟନ୍ତ ପୃଥିବର ସର୍ବବୃହତ ସମୁଦ୍ର ପର ସାମ୍ରାଜ୍ୟ ଥିଲା ।
ଭୂଗୋଳ
[ସମ୍ପାଦନା]ଧର୍ମ
[ସମ୍ପାଦନା]ପ୍ରଶାସନିକ ବିଭାଜନ
[ସମ୍ପାଦନା]ଭାଷା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Acuerdo entre el Reino de España y Nueva Zelanda sobre participación en determinadas elecciones de los nacionales de cada país residentes en el territorio del otro, hecho en Wellington el 23 de junio de 2009". Noticias Jurídicas.
- ↑ Presidency of the Government (11 October 1997). "Real Decreto 1560/1997, de 10 de octubre, por el que se regula el Himno Nacional" (PDF). Boletín Oficial del Estado núm. 244 (in ସ୍ପାନିସ୍). Archived (PDF) from the original on 24 September 2015.
- ↑ "Título preliminar - Constitución Española". www.congreso.es. Retrieved 2019-05-08.
- ↑ Whitehouse, Mark (2010-11-06). "Number of the Week: $10.2 Trillion in Global Borrowing". WSJ (in ଆମେରିକୀୟ ଇଂରାଜୀ). Retrieved 2019-05-08.
- ↑ http://www.austlii.edu.au/au/journals/MelbJIL/2013/18.pdf
- Spanish to English Archived 2017-08-08 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ The Spanish Constitution does not establish any official name for Spain, even though the terms España (Spain), Estado español (Spanish State) and Nación española (Spanish Nation) are used throughout the document. Nonetheless, the Spanish Ministry of Foreign Affairs established in an ordinance published in 1984 that the denominations España (Spain) and Reino de España (Kingdom of Spain) are equally valid to designate Spain in international treaties. The latter term is widely used by the government in national and international affairs of all kinds, including foreign treaties as well as national official documents, and is therefore recognised as the official name by many international organisations.[୧]
- ↑ In Spain, other languages are officially recognised as legitimate autochthonous (regional) languages under the Spanish Constitution. In each of these, Spain's official name (ସ୍ପାନିଶ: [Reino de España] Error: [undefined] Error: {{Lang}}: no text (help): text has italic markup (help), pronounced: [ˈrejno ð(e) esˈpaɲa]) is as follows:
<ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।