ଭାରତୀୟ ଦଣ୍ଡ ସଂହିତା, ୧୮୬୦

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତୀୟ ଦଣ୍ଡ ସଂହିତା
ଭାରତର ଗଭର୍ଣ୍ଣର ଜେନେରାଲ
ଆଧାରAct No. 45 of 1860
Territorial extentଜାମ୍ମୁ ଓ କାଶ୍ମୀର ବ୍ୟତୀତ ସାରା ଭାରତ
Date enacted୬ ଅକ୍ଟୋବର ୧୮୬୦
Date assented to୬ ଅକ୍ଟୋବର ୧୮୬୦
Date commenced୧ ଜାନୁଯାରୀ ୧୮୬୨
Related legislation
ଫୌଜଦାରୀ କାର୍ଯ୍ୟବିଧୀ ସଂହିତା, ୧୯୭୩
Status: Substantially amended

ଭାରତୀୟ ଦଣ୍ଡ ସଂହିତା,୧୮୬୦ ହେଉଛି ଭାରତୀୟ ସମ୍ବିଧାନ ତଥା ଭାରତର ନ୍ୟାୟୀକ ବ୍ୟବସ୍ଥା ଅନୁସାରେ ଭାରତରେ କାର୍ଯ୍ୟକାରୀ ଏକ ଅଧିନିୟମ । ଏଥିରେ ଅପରାଧର ଅର୍ଥ, ପ୍ରକାର ଭେଦ ତଥା ନିର୍ଦ୍ଦିଷ୍ଟ ଅପରାଧ ନିମିତ୍ତ ନିର୍ଦ୍ଦିଷ୍ଟ ଦଣ୍ଡ ସଂପର୍କରେ ବିସ୍ତୃତ ପ୍ରାବଧାନ ରହିଛି । ୧୮୬୨ ପରଠାରୁ ଏଥିରେ ଏକାଧିକ ସଂଶୋଧନ ହୋଇସାରିଛି ।

ବିଷୟସୂଚୀ

ଇତିହାସ[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତର ପ୍ରାୟ ଅଧିକାଂଶ ରାଜ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନାଧୀନ ହୋଇସାରିଥଲା । ବିଭିନ୍ନ ରାଜ୍ୟରେ ସମାଜର ଚଳଣୀ ଓ ସଂସ୍ଥାପନା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଆଇନ ଓ ବିଚାର ବ୍ୟବସ୍ଥା ଥିଲା । ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜ ମାନଙ୍କର ପସନ୍ଦ ହେଲାନାହିଁ । ଫଳରେ ସେମାନେ ସାରା ଭାରତରେ ଏକ ପ୍ରକାରର ଆଇନର ପ୍ରଚଳନ କରିବା ଉଦ୍ଦେଶ୍ୟରେ ଏକ ଭାରତୀୟ ଫୌଜଦାରୀ ଦଣ୍ଡବିଧି ଆଇନର ପରିକଳ୍ପନା କଲେ ଓ ଲର୍ଡ ରବର୍ଟ ମାକଲେଙ୍କ ଅଧକ୍ଷତାରେ ଏକ କମିଶନ ବସାଇଲେ ।[୧][୨] ଏହି କମିଶନ ଦୀର୍ଘ ୪ ବର୍ଷ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରି ଓ ଆଇନ ସମ୍ପର୍କିତ ବିଧିବ୍ୟବସ୍ଥାର ଅନୁଧାନ କରି ୧୮୩୭ ମସିହାରେ ଏହି ଚିଠା ଆଇନଟିକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆନ କାଉନସିଲଙ୍କ ପାଖରେ ଦାଖଲ କରିଥଲେ । ମାତ୍ର ଏହି ଚିଠା ଆଇନଟି ଗ୍ରହଣଯୋଗ୍ୟ ନୁହେଁ ବୋଲି ସ୍ୱୟଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମତ ଦେବାରୁ ଏହା ସ୍ୱୀକୃତ ହୋଇପାରିଲା ନାହିଁ । ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ (ଯାହାକି ‘‘ସିପାହୀ ବିଦ୍ରୋହ ବୋଲି ନାମିତ) ପରେ ଭାରତର ଶାସନ ବ୍ୟବସ୍ଥା ଇଂରେଜ ସରକାର ନିଜ ହାତକୁ ନେଲେ ଓ ୧୮୬୦ ମସିହା ଅକ୍ଟୋବର ମାସ ୬ ତାରିଖରେ ଏହି ଚିଠା ଆଇନଟି ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହେଲା ଓ ୧.୧.୧୮୬୨ ତାରିଖରୁ ଭାରତରେ କାର୍ଯ୍ୟକାରୀ ହେଲା ।

ଭାରତୀୟ ଦଣ୍ଡ ସଂହିତା(Indian Penal Code,1860)ପ୍ରକାରେ ସାଧାରଣ ଭାବରେ ଅପରାଧର ଅର୍ଥ ହେଲା ମନ୍ଦ ଅଭିପ୍ରାୟ ରଖି ରାଜ୍ୟର, ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତି ବିଶେଷଙ୍କର ଧନ, ଜୀବନ ଓ ସମ୍ମାନ ଉପରେ ଆଞ୍ଚ ଆଣିଲା ଭଳି କାର୍ଯ୍ୟ କରିବା ଏବଂ ଏହିଭଳି କାର୍ଯ୍ୟ ରାଜ୍ୟଦ୍ୱାରା ପ୍ରଣୀତ କୌଣସି ଏକ ଆଇନଦ୍ୱାରା ଦଣ୍ଡନୀୟ ହୋଇଥବା ଦରକାର । ଅପରାଧ ବିଜ୍ଞାନ ଅନୁସାରେ ଅପରାଧର ଚାରୋଟି ଅବସ୍ଥା ।

ପ୍ରଥମ ଅବସ୍ଥା ହେଲା ମାନସିକ । ଅର୍ଥାତ୍ ଅପରାଧ କରିବା ପାଇଁ ଅପରାଧୀର ମନରେ ସେ ଭାବ ଜାଗ୍ରତ ହେବା ଓ ଏହି ଭାବକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମାନସିକ ପ୍ରସ୍ତୁତି କରିବା । ଏହି ଅବସ୍ଥା ଦଣ୍ଡନୀୟ ନୁହେଁ ।

ଦ୍ୱିତୀୟ ଅବସ୍ଥା ହେଲା ଅପରାଧ କରିବା ପାଇଁ ପ୍ରସ୍ତୁତି ବା ଯୋଗାଡ଼ଯନ୍ତ୍ର କରିବା । ଏ ଅବସ୍ଥା ମଧ ସର୍ବଦା ଦଣ୍ଡନୀୟ ନୁହେଁ, କେବଳ ଡକାୟତି ଓ ରାଷ୍ଟ୍ରଦ୍ରୋହ ଅପରାଧ ପାଇଁ ଏହି ଅବସ୍ଥା ଦଣ୍ଡନୀୟ (ଦଫା-୩୯୯, ୧୨୨ ଓ ୧୨୬) ।

ତୃତୀୟ ଅବସ୍ଥା ହେଲା ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ । ଅପରାଧର ଏହି ଅବସ୍ଥା ଦଣ୍ଡନୀୟ । ଭାରତୀୟ ଦଣ୍ଡବିଧି ଆଇନରେ କେତେକ ଅପରାଧର ଉଦ୍ୟମ ପାଇଁ ମଧ୍ୟ ଦଣ୍ଡବିଧାନର ପ୍ରାବଧାନ କରାଯାଇଛି । ଯଥା ନରହତ୍ୟା ପାଇଁ ଚେଷ୍ଟା କରିବା, ରାହାଜାନୀ କରିବାର ଚେଷ୍ଟା, ଅନ୍ୟାନ୍ୟ ଅପରାଧ କରିବାର ଚେଷ୍ଟା ବା ଉଦ୍ୟମ ଇତ୍ୟାଦି । ମାତ୍ର ଏପରି ଅବସ୍ଥା ନ ଥିବା କ୍ଷେତ୍ରରେ ସାଧାରଣତଃ ମୂଳ ଦଫା ସହିତ ୫୧୧ ଦଫା ଲଗାଯାଇ ଏହି ଅବସ୍ଥା ଦର୍ଶାଯାଇଥାଏ ।

ଚତୁର୍ଥ ଅବସ୍ଥା ହେଲା ପ୍ରକୃତ ଅପରାଧର ସଂଘନ, ଯାହା ପାଇଁ କୌଣସି ଟିପ୍ପଣୀର ଆବଶ୍ୟକତା ନାହିଁ । ‘‘ଅପରାଧ ଉପରୋକ୍ତ ମୂଳଭିଭି ବା ମୌଳିକ ନୀତି ଉପରେ ପର୍ଯ୍ୟବେଶିତ ହୋଇଥଲେ ମଧ୍ୟ ଘଟଣାବଳୀର ତାରତମ୍ୟ ନେଇ କେତେକ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ । ଏହି ବ୍ୟତିକ୍ରମମାନ ଆଇନର ଚତୁର୍ଥ ଅଧ୍ୟାୟରେ ପରିଷ୍କାର ଭାବରେ ଲେଖାଯାଇଛି ଓ କୁହାଯାଇଛି ଯେ, ଏହି ଆଇନର ପ୍ରତ୍ୟେକ ଧାରାର (ଅପରାଧର) ଅନୁଶୀଳନ ସମୟରେ ବ୍ୟତିକ୍ରମକୁ ନଜରରେ ରଖାଯାଇ ଅନୁଶୀଳନ କରାଯିବ । ଯଦି ଅପରାଧଟି ବ୍ୟତିକ୍ରମର ପରିସରଭୁକ୍ତ ହୁଏ ତା'ହେଲେ ବ୍ୟତିକ୍ରମକୁ ପ୍ରାଧାନ୍ୟ ଦିଆଯିବ ।

ଭାରତୀୟ ଦଣ୍ଡ ସଂହିତାର ବ୍ୟାପ୍ତି ଓ ପରିସର[ସମ୍ପାଦନା]

  1. ଏହି ଆଇନ ଭାରତ ଭୂଖଣ୍ଡରେ କେବଳ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଛାଡି ସବୁ ସ୍ଥାନରେ ପ୍ରଯୁଜ୍ୟ ।
  2. ଜଳ ଭାଗରେ ଅର୍ଥାତ୍ ଭୂଖଣ୍ଡ ସହିତ ସଂଯୁକ୍ତ ହୋଇଥବା ସମୁଦ୍ର ମଧ୍ୟରେ ସମୁଦ୍ର କୂଳରୁ ୧୨ ନଟିକାଲ ମାଇଲ ଅର୍ଥାତ୍ ୧୮.୬ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ବାହାରେ ସମୁଦ୍ରକୁ ଆନ୍ତର୍ଜାତିକ ଜଳ ବୋଲି ପରିଗଣନା କରାଯାଏ । ଭୂଖଣ୍ଡର ସମାନୁପାତିକ ଆକାଶରେ କୌଣସି ଅପରାଧ ସଂଗଠିତ ହେଲେ ତାହା ଏହି ଆଇନ ମଧ୍ୟରେ ଆସିବ ।
  3. ଭାରତରେ ରେଜେଷ୍ଟିଭୁକ୍ତ କୌଣସି ଜଳପୋତ ଓ ବିମାନ ଯେଉଁଠାରେ ଥାଉନା କାହିଁକି, ସେଥରେ ଅବା କୌଣସି ବ୍ୟକ୍ତି ଯଦି କିଛି ଅପରାଧ କରନ୍ତି ତା'ହେଲେ ସେ ବ୍ୟକ୍ତି ଏହି ଆଇନାନୁସାରେ ଦଣ୍ଡନୀୟ ।
  4. ପ୍ରତ୍ୟେକ ଭାରତୀୟ ନାଗରିକ ଭାରତ ଭିତରେ ବା ଭାରତ ବାହାରେ ଏହି ଆଇନଦ୍ୱାରା ନିରୁପିତ ହୋଇଥୁବା କୌଣସି ଅପରାଧ କଲେ ଏହି ଆଇନନୁସାରେ ଦଣ୍ଡନୀୟ ।
  5. ଯେ କୌଣସି ବିଦେଶୀ ନାଗରିକ ଭାରତ ଭିତରେ କୌଣସି ଅପରାଧ କଲେ ଏହି ଆଇନ ଅନୁସାରେ ଦଣ୍ଡନୀୟ ।
  6. ଯେ କୌଣସି ବ୍ୟକ୍ତି ଭାରତରେ ଥାଇ ବା ଭାରତ ବାହାରେ ଥାଇ ଭାରତରେ କୌଣସି ଅପରାଧ କଲେ ସେ ବ୍ୟକ୍ତି ଏହି ଆଇନନୁସାରେ ଦଣ୍ଡନୀୟ ।

ଏହି ନିୟମର କିଛି ବ୍ୟତିକ୍ରମ ରହିଛି ଯଥା- ଭାରତର ରାଷ୍ଟ୍ରପତି ବା କୌଣସି ରାଜ୍ୟପାଳ ଯଦି ଅପରାଧ କରନ୍ତି ତା’ହେଲେ ସେମାନେ ଆଇନ ଅନୁଯାୟୀ ଅଦାଲତଦ୍ୱାରା ବିଚାର ପରିସରଭୁକ୍ତ ନୁହଁନ୍ତି । ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଏବଂ ସେମାନଙ୍କର ରାଷ୍ଟ୍ରଦୂତମାନେ ଏହି ଆଇନର ପରିସରଭୁକ୍ତ ନୁହଁନ୍ତି ଇତ୍ୟାଦି ।

ଦଣ୍ଡ ସମ୍ବନ୍ଧରେ[ସମ୍ପାଦନା]

ଏକ ସୁସ୍ଥ ଓ ଅପରାଧମୁକ୍ତ ସମାଜର ସ୍ୱପ୍ନ ମଣିଷ ସମାଜ ସୃଷ୍ଟି କରିବା ସମୟରୁ ହିଁ ଦେଖିଆସିଛି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଓ ସାମାଜିକ ଅନୁଶାସନର ପ୍ରବର୍ଭନ ପାଇଁ ସମାଜରେ ଆଇନର ବ୍ୟବସ୍ଥା କରାଯାଇ ଅପରାଧୀକୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଅପରାଧୀକୁ ଦଣ୍ଡ ଦେବାର ମୁଖ୍ୟତଃ ତିନୋଟି ଉଦ୍ଦେଶ୍ୟ ଥିଲା ।

୧. ଉଚିତ୍ ଦଣ୍ଡ ଦେଇ ଅପରାଧକୁ ଭବିଷ୍ୟତରେ ଅପରାଧରୁ ନିବୃତ୍ତ କରିବା । ୨. ଅପରାଧିକୁ ଦଣ୍ଡ ଦେବାଦ୍ୱାରା ସମାଜର ଅନ୍ୟମାନଙ୍କୁ କରିବା ଅପରାଧର ପରିଣତି ବିଷୟରେ ସୂଚେଇ ଦେବା । ୩. କ୍ଷତିଗ୍ରସ୍ତ ବ୍ୟକ୍ତିଟିର ମନରୁ ଅସୂୟା ଘୃଣା ଓ ପ୍ରତିଶୋଧାମ୍ବକ ମାନସିକତା ଦୂର କରିବା ଯାହାକି ପରବର୍ତ୍ତୀ ସମୟରେ ଅପରାଧର ରୂପ ନେଇଥାଆନ୍ତି ।

ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୩ ଅନୁସାରେ ଯଦି କୌଣସି ବ୍ୟକ୍ତି ଭାରତର ପ୍ରଚଳିତ କୌଣସି ଆଇନାନୁଯାୟୀ ଦୋଷ ପ୍ରତିପାଦିତ ହୁଅନ୍ତି, ତା’ହେଲେ ତାଙ୍କୁ ନିମ୍ନ ପ୍ରଦତ୍ତ ଦଣ୍ଡ ବ୍ୟବସ୍ଥା ମଧରୁ ଦଣ୍ଡିତ କରାଯିବ ।

୧. ମୃତ୍ୟୁଦଣ୍ଡ

୨. ଆଜୀବନ କାରାଦଣ୍ଡ

୩. କାରାଦଣ୍ଡ (କ) ସଶ୍ରମ (ଖ) ଅଶ୍ରମ

୪. ସଂପତ୍ତି ବାଯ୍ୟାପ୍ତ (Confiscation of property)

୫. ଜୋରିମାନା

ଉପରୋକ୍ତ ବଣ୍ଡିତ ଦଣ୍ଡମାନଙ୍କ ମଧରୁ ମୃତ୍ୟୁଦଣ୍ଡ ବା ପ୍ରାଣଦଣ୍ଡ କେବଳ ଅତି ଗର୍ହିତ ଅପରାଧ ମାନଙ୍କରେ ଦିଆଯାଇପାରିବ । ମାନ୍ୟବର ଅଦାଲତ ଦଣ୍ଡ ଦେବା ବେଳେ କାରାଦଣ୍ଡ ସହିତ ଜୋରିମାନା ମଧ୍ୟ ଦେଇ ପାରିବେ ଓ ଜୋରିମାନା ଆଦାୟ ନହୋଇ ପାରିଲେ ତାହା ବଦଳରେ କାରାଦଣ୍ଡର ବ୍ୟବସ୍ଥା କରିପାରିବେ ।

ଗଠନ[ସମ୍ପାଦନା]

ଭାରତୀୟ ଦଣ୍ଡ ସଂହିତା,୧୮୬୦ରେ ସମୁଦାୟ ୫୧୧ ଦଫାରୁ ଇତି ମଧରେ କେତେକ ଦଫା ଲୋପ ପାଇଛି ଓ ଅଳ୍ପ କେତେକ ଅଧାୟ ଓ ଦଫା (କ) (ଖ) ଆକାରରେ ପରେ ଯୋଗ କରାଯାଇଛି । ଦଫାମାନ ୨୩ଟି ଅଧାୟରେ ବିଭକ୍ତ ଓ ପ୍ରତ୍ୟେକ ଅଧାୟରେ ଏକପ୍ରକାର ସଂପର୍କୀୟ ଅପରାଧର ଚିଠା କରାଯାଇଛି । ନିମ୍ନ ସାରଣୀରେ ଏହା ସଂକ୍ଷିପ୍ତରେ ବର୍ଣ୍ଣିତ :[୩]

ଭାରତୀୟ ଦଣ୍ଡ ସଂହିତା,୧୮୬୦ ଅଧ୍ୟାୟ (ଦଫା ୧ରୁ ୫୧୧)
ଅଧ୍ୟାୟ ଦଫାର ବିବରଣୀ ଦଫାଗୁଡିକର ଶ୍ରେଣୀବିଭାଗ
ଅଧ୍ୟାୟ I ଦଫା ୧ରୁ ୫ ପରିଚୟ
ଅଧ୍ୟାୟ II ଦଫା ୬ରୁ ୫୨ ସାଧାରଣ ବ୍ୟତିକ୍ରମ
ଅଧ୍ୟାୟ III ଦଫା ୫୩ରୁ ୭୫ ଦଣ୍ଡ ସମ୍ବନ୍ଧରେ
ଅଧ୍ୟାୟ IV ଦଫା ୭୬ରୁ ୧୦୬ ସାଧାରଣ ବ୍ୟତିକ୍ରମ

ଆତ୍ମ ସୁରକ୍ଷାର ଅଧିକାର (ଦଫା ୯୬ରୁ ୧୦୬)

ଅଧ୍ୟାୟ V ଦଫା ୧୦୭ରୁ ୧୨୦ ଅପରାଧିକ ପ୍ରୋରଚନା
ଅଧ୍ୟାୟ VA ଦଫା ୧୨୦-କରୁ ୧୨୦-ଖ ଅପରାଧିକ ଷଡଯନ୍ତ୍ର
ଅଧ୍ୟାୟ VI ଦଫା ୧୨୧ରୁ ୧୩୦ ରାଷ୍ଟ୍ରବିରୋଧୀ ଅପରାଧ
ଅଧ୍ୟାୟ VII ଦଫା ୧୩୧ରୁ ୧୪୦ ସେନା (ଜଳ, ସ୍ଥଳ ଓ ଆକାଶ ବାହିନୀ) ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ VIII ଦଫା ୧୪୧ରୁ ୧୬୦ ସର୍ବସାଧାରଣ ପ୍ରଶାନ୍ତି ଭଙ୍ଗ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ IX ଦଫା ୧୬୧ରୁ ୧୭୧ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟରେ ବ୍ୟାଘାତ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ IXA ଦଫା ୧୭୧(କ)ରୁ ୧୭୧(ଝ) ନିର୍ବାଚନ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ X ଦଫା ୧୭୨ରୁ ୧୯୦ ସରକାରୀ କର୍ମଚାରୀଙ୍କ ଆଇନଗତ କ୍ଷମତା ଅବଜ୍ଞା ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XI ଦଫା ୧୯୧ରୁ ୨୨୯ ମିଥ୍ୟା ସାକ୍ଷ୍ୟ ଓ ବିଚାର ବିରୁଦ୍ଧ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XII ଦଫା ୨୩୦ରୁ ୨୬୩ ସରକାରୀ ମୁଦ୍ରା ଏବଂ ଷ୍ଟାମ୍ପ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XIII ଦଫା ୨୬୪ରୁ ୨୬୭ ମାପତୌଲ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XIV ଦଫା ୨୬୮ରୁ ୨୯୪ ସର୍ବସାଧାରଣ ସ୍ୱାସ୍ଥ୍ୟ, ସୁରକ୍ଷା, ସୁବିଧା, ଶିଷ୍ଟତା ଏବଂ ନୈତିକତା ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XV ଦଫା ୨୯୫ରୁ ୨୯୮ ଧର୍ମ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XVI ଦଫା ୨୯୯ରୁ ୩୭୭ ମାନବ ଶରୀର ସମ୍ବନ୍ଧୀୟ ଅପରାଧ
  • ନରହତ୍ୟା, ସଦୋଷ ମାନବ ହତ୍ୟା (ଦଫା ୨୯୯ରୁ ୩୧୧)
  • ଗର୍ଭପାତ ସମ୍ବନ୍ଧିୟ (ଦଫା ୩୧୨ରୁ ୩୧୮)
  • ଆଘାତ (ଦଫା ୩୧୯ରୁ ୩୩୮)
  • ବେଆଇନ ଅବରୋଧ/ଅଟକ (ଦଫା ୩୩୯ରୁ ୩୪୮)
  • ଅପରାଧିକ ବଳପ୍ରୟୋଗ ପୂର୍ବକ ଆଘାତ (ଦଫା ୩୪୯ରୁ ୩୫୮)
  • ଅପହରଣ, ବଳାପହରଣ, ଗୁଲାମୀ ତଥା ବାଧ୍ୟବାଧକତାରେ ଖଟାଇବା (ଦଫା ୩୫୯ରୁ ୩୭୪)
  • ଧର୍ଷଣ (ଦଫା ୩୭୫ରୁ ୩୭୬)
  • ଅପ୍ରାକୃତିକ ଯୌନ ସମ୍ପର୍କ (ଦଫା ୩୭୭)
ଅଧ୍ୟାୟ XVII ଦଫା ୩୭୮ରୁ ୪୬୨ ସମ୍ପତ୍ତି ବିରୁଦ୍ଧରେ ଅପରାଧ
  • ଚୋରୀ (ଦଫା ୩୭୮ରୁ ୩୮୨)
  • ଜୁଲମ ବାଜି ବା ବଳପୂର୍ବକ ଅର୍ଥ ଆଦାୟ (ଦଫା ୩୮୩ରୁ ୩୮୯)
  • ରାହାଜାନୀ (ଦଫା ୩୯୦ରୁ ୪୦୨)
  • ଅପରାଧିକ ଆତ୍ମସାତ (ଦଫା ୪୦୩ରୁ ୪୦୪)
  • ପ୍ରବଞ୍ଚନା ବା ଠକେଇ (ଦଫା ୪୦୫ରୁ ୪୦୯)
  • ଚୋରୀ ମାଲ ଗ୍ରହଣ (ଦଫା ୪୧୦ରୁ ୪୧୪)
  • ଠକେଇ (ଦଫା ୪୧୫ରୁ ୪୨୦)
  • ଧୋକାବାଜୀରେ ଦଲିଲ ତଥା ସମ୍ପତ୍ତି ବିକ୍ରୟ/ହସ୍ତାନ୍ତର (ଦଫା ୪୨୧ରୁ ୪୨୪)
  • ଅପକାର ବା ଅନିଷ୍ଟ (ଦଫା ୪୨୫ରୁ ୪୪୦)
  • ଅପରାଧିକ ଅନଧିକାର ପ୍ରବେଶ (ଦଫା ୪୪୧ରୁ ୪୬୨)
ଅଧ୍ୟାୟ XVIII ଦଫା ୪୬୩ରୁ ୪୮୯-ଙ ଦଲିଲ ତଥା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ
  • ଦଲିଲ ସମ୍ବନ୍ଧୀୟ (ଦଫା ୪୬୩ରୁ ୪୭୭-କ)
  • ସମ୍ପତ୍ତି ସମ୍ବନ୍ଧୀୟ (ଦଫା ୪୭୮ରୁ ୪୮୯)
  • ସରକାରୀ ମୁଦ୍ରା ତଥା ବ୍ୟାଙ୍କ ଅର୍ଥ ସମ୍ବନ୍ଧୀୟ (ଦଫା ୪୮୯-କରୁ ୪୮୯-ଙ)
ଅଧ୍ୟାୟ XIX ଦଫା ୪୯୦ରୁ ୪୯୨ ଠକେଇ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XX ଦଫା ୪୯୩ରୁ ୪୯୮ ବିବାହ ସମ୍ବନ୍ଧୀୟ ଅପରାଧ
  • ୪୯୭-"ବ୍ୟଭିଚାର":-ଯେ କେହି ବି ବ୍ୟକ୍ତି ଅନ୍ୟ ସହିତ, ଯାହାକୁ ସେ ଅନ୍ୟ କେଉଁ ପୁରୁଷର ସ୍ତ୍ରୀ ବୋଲି ଜାଣେ, ସେହି ପୁରୁଷର ସହମତି ବିନା ଏବଂ ଉକ୍ତ ସ୍ତ୍ରୀର ସହମତିରେ ଯୌନ ସମ୍ଭୋଗ କରେ, ତେବେ ସେ ବ୍ୟଭିଚାର ଅପରାଧରେ ଅଭିଯୁକ୍ତ ହୋଇ ଜୋରିମାନା କିମ୍ବା ସର୍ବାଧିକ ପାଞ୍ଚବର୍ଷ ଜେଲ ଅଥବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ ।"
ଅଧ୍ୟାୟ XXA ଦଫା ୪୯୮-କ ବିବାହିତ ସ୍ତ୍ରୀକୁ ନିର୍ଯ୍ୟାତନା
ଅଧ୍ୟାୟ XXI ଦଫା ୪୯୯ରୁ ୫୦୨ ମାନହାନୀ ସମ୍ବନ୍ଧୀୟ ଅପରାଧ
ଅଧ୍ୟାୟ XXII ଦଫା ୫୦୩ରୁ ୫୧୦ ଜୀବନରେ ମାରିଦେବାକୁ ଧମକ ଦେବା, ଅପମାନିତ କରିବା ତଥା ଚିଢେଇବା
ଅଧ୍ୟାୟ XXIII ଦଫା ୫୧୧ ଅପରାଧ ନିମନ୍ତେ ଉଦ୍ୟମ

ଅଧ୍ୟାୟ V[ସମ୍ପାଦନା]

କୁପ୍ରବର୍ତ୍ତନା[ସମ୍ପାଦନା]

ଅପରାଧୀ ଅପରାଧ ପାଇଁ ଯେପରି ଦଣ୍ଡିତ ହୁଏ ସହାୟତାକାରୀ ମଧ ସମାନ ଭାବରେ ଦଣ୍ଡର ଭାଗୀ ହୁଅନ୍ତି । ଧାରା ୧୦୭ରେ ସହାୟତାର ସଂଜ୍ଞା ପ୍ରଦାନ କରାଯାଇଛି ।

ଜଣେ ବ୍ୟକ୍ତି ଅନ୍ୟଜଣକୁ କୌଣସି ଅପରାଧୀକ କାର୍ଯ୍ୟ କରିବାରେ ସହାୟତା ପ୍ରଦାନ କରିଛି ବୋଲି ସେତେବେଳେ କୁହାଯାଏ ଯେତେବେଳେ ସେ :

ପ୍ରଥମତଃ : କୌଣସି ବ୍ୟକ୍ତିକୁ ଅପରାଧ କରିବା ପାଇଁ ପ୍ରରୋଚିତ କରେ । ଦ୍ୱିତୀୟତଃ : ଅନ୍ୟମାନଙ୍କ ସହିତ ଷଡ଼ଯନ୍ତ୍ରରେ ଲିପ୍ତ ହୁଏ ଏବଂ ଏହି ଷଡ଼ଯନ୍ତ୍ର ହେତୁ ଉକ୍ତ ଅପରାଧ ସଂଗଠିତ ହୁଏ । ତୃତୀୟତଃ : ସ୍ୱେଚ୍ଛାରେ କୌଣସି କାର୍ଯ୍ୟ କରି ବା କାର୍ଯ୍ୟ କରିବାରୁ ବିରତି ରହି ଅପରାଧ ଘଟାଇବାରେ ସାହାଯ୍ୟ କରେ ।

ଦଫା ୧୦୯ ଅନୁସାରେ ସହାୟତାକାରୀଙ୍କୁ ମୂଳ ଅପରାଧର ଦଣ୍ଡ ହିଁ ମିଳିବ । ସହାୟତା ବା ପ୍ରରୋଚନା ପରେ ଯଦି ଅପରାଧୀ ଅପରାଧ ସଂଗଠନ ନ କରେ, ତା’ହେଲେ ଦଫା ୧୧୫ ଓ ୧୧୬ ଅନୁସାରେ ସହାୟତାକାରୀ ହିଁ ଦଣ୍ଡିତ ହେବ । ପ୍ରାଣଦଣ୍ଡ ଓ ଆଜୀବନ କାରାଦଣ୍ଡ ପରି ଦଣ୍ଡ ଅବା ଅପରାଧରେ ସହାୟତାକାରୀ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନାରେ ଦଣ୍ଡିତ ହେବ । ଯଦି ସହାୟତାବଶତଃ କିଛି ଅପରାଧୀକ କାର୍ଯ୍ୟ ହୁଏ ସେଥରେ କୌଣସି ବ୍ୟକ୍ତିଙ୍କୁ ଆଘାତ ଘଟେ ତା’ହେଲେ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ । ଅନ୍ୟ ଅପରାଧଗୁଡ଼ିକର ମୂଳ ଅପରାଧ ପାଇଁ ବିଧାନ କରାଯାଇଥୁବା ଦଣ୍ଡର ଏକ ଚତୁର୍ଥାଂଶ କାରାଦଣ୍ଡ ଓ ଜୋରିମାନା ହେବ । ଯଦି ସହାୟତାକାରୀ ଜଣେ ସରକାରୀ କର୍ମଚାରୀ ହୋଇଥାନ୍ତି ଓ ଅପରାଧ ନିରାକରଣ ତାଙ୍କ ଦାୟୀତ୍ୱ ହୋଇଥାଏ ତା’ହେଲେ ଦଫା ୧୧୬ ଅନୁସାରେ ସେହି ସରକାରୀ କର୍ମଚାରୀଙ୍କୁ ମୂଳ ଅପରାଧ ପାଇଁ ବିଧାନ କରାଯାଇଥୁବା ଦଣ୍ଡର ଅଧା କାରାଦଣ୍ଡ ଓ ଜୋରିମାନା ହେବ । ଦଫା ୧୧୯ ଅନୁସାରେ ସେହି ସରକାରୀ କର୍ମଚାରୀ ଯଦି ପୂର୍ବରୁ ଅପରାଧ ଘଟିବାକୁ ଯାଉଛି ଜାଣି ତାହା ନ ଜଣାନ୍ତି ଓ ଭୁଲ୍ ତଥ୍ୟ ପ୍ରଦାନ କରନ୍ତି ତା'ହେଲେ ଯଦି ଅପରାଧ ଘଟେ ତା’ହେଲେ ମୂଳ ଅପରାଧ ପାଇଁ ଦଣ୍ଡବିଧାନ କରାଯାଇଥବା ଦଣ୍ଡର ଅଧା ଦଣ୍ଡ ଓ ଜୋରିମାନା ଦିଆଯିବ । ଯଦି ଅପରାଧ ନ ଘଟେ ତା’ହେଲେ ମୂଳ ଅପରାଧ ପାଇଁ ବିଧାନ କରାଯାଇଥବା ଦଣ୍ଡର ଏକ ଚତୁର୍ଥାଂଶ ଦଣ୍ଡ ଓ ଜୋରିମାନା ହେବ ।

ଅପରାଧିକ ଷଡଯନ୍ତ୍ର (ଅଧ୍ୟାୟ-V-A)[ସମ୍ପାଦନା]

ଅପରାଧୀକ ଷଡ଼ଯନ୍ତ୍ର(Criminal Conspiracy)ର ସଂଜ୍ଞା ଧାରା ୧୨୦(କ)ରେ ଦିଆଯାଇଛି । ମୂଳ ଆଇନରେ ଏହା ନ ଥିଲା । ୧୯୧୩ ମସିହାରେ ଏହା ଆଇନରେ ଅନ୍ତର୍ଭୁକ୍ତ ହେଲା ।

ଧାରା ୧୨୦(କ)– ଯେତେବେଳେ ଦୁଇ ବା ତତୋଧକ ବ୍ୟକ୍ତି:

୧.କୌଣସି ଅବୈଧ କାର୍ଯ୍ୟ(Illegal Act)
୨.କୌଣସି କାର୍ଯ୍ୟ ଯାହା ଅବୈଧ ନୁହେଁ, ସେହି କାର୍ଯ୍ୟକୁ କୌଣସି ଅବୈଧ ଉପାୟରେ କରିବାକୁ ବା କରାଇବାକୁ ପରସ୍ପର ମଧରେ ସମ୍ମତ ହୁଅନ୍ତି ତାହାକୁ ଅପରାଧୀକ ଷଡ଼ଯନ୍ତ୍ର କୁହାଯାଏ ।

ଧାରା ୧୨୦ (ଖ)- ଯେ କେହି, ପ୍ରାଣଦଣ୍ଡ, ଆଜୀବନ କାରାଦଣ୍ଡ ଅଥବା ଦୁଇ ବା ତତୋଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡନୀୟ କୌଣସି ଅପରାଧ କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ହେବେ, ସେ ସେହି ଅପରାଧରେ ସହାୟତା କଲେ ଯେତିକି ଦଣ୍ଡ ମିଳିବ ସେତିକି ଦଣ୍ଡ ପାଇବେ । ଏତଦ୍‌ବ୍ୟତୀତ ଅନ୍ୟ ଦଣ୍ଡାଦେଶ ଥିବା ଅପରାଧର ଷଡ଼ଯନ୍ତ୍ରରେ ଲିପ୍ତ ହେଲେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ VI[ସମ୍ପାଦନା]

ରାଷ୍ଟ୍ରବିରୋଧୀ ଅପରାଧ[ସମ୍ପାଦନା]

ଦଫା ୧୨୧- ଯେ କେହି ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରେ ବା ଯୁଦ୍ଧ କରିବା ପାଇଁ ଉଦ୍‌ଯୋଗ ବା ଉଦ୍ୟମ କରେ ବା ସହାୟତା କରେ ସେହି ବ୍ୟକ୍ତିଙ୍କୁ ପ୍ରାଣଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଓ ଜୋରିମାନା ମଧ୍ୟ ହେବ । ଦଫା ୧୨୧(କ) ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଷଡ଼ଯନ୍ତ୍ର ଯେ କେହି ଦଫା ୧୨୧ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିବାକୁ ଭାରତ ଭିତରେ ଥାଇ ବା ବାହାରେ ଥାଇ ଷଡ଼ଯନ୍ତ୍ର କରନ୍ତି କିମ୍ବା ଅପରାଧିକ ବଳ ପ୍ରୟୋଗ ବା ଅପରାଧୀକ ବଳ ପ୍ରଦର୍ଶନ କରି କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କୁ ଭୟାଭୀଭୂତ କରିବା ପାଇଁ ଷଡ଼ଯନ୍ତ୍ର କରେ ତାଙ୍କୁ ଆଜୀବନ କାରାଦଣ୍ଡ ବା ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୨୨- ଯଦି କୌଣସି ବ୍ୟକ୍ତି ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କିମ୍ବା ଯୁଦ୍ଧ ଲାଗି ପ୍ରସ୍ତୁତି ହେବା ଉଦ୍ଦେଶ୍ୟରେ, ଲୋକ, ଅସ୍ତ୍ରଶସ୍ତ୍ର କିମ୍ବା ଗୋଳାବାରୁଦ ସଂଗ୍ରହ କରେ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରସ୍ତୁତ ହୁଏ ତା’ହେଲେ ତାଙ୍କୁ ଆଜୀବନ କାରାଦଣ୍ଡ ବା ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୨୩- ଯଦି କୌଣସି ବ୍ୟକ୍ତି ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉଦ୍ୟମ ହେଉଛି ଜାଣି, ସେହି ଅଭିସନ୍ଧିକୁ ଗୋପନ ରଖନ୍ତି କିମ୍ବା ଏପରି କିଛି କାର୍ଯ୍ୟ କରନ୍ତି ଯାହା ହାରା ଯୁଦ୍ଧ ସମ୍ଭବ ଓ ସଫଳ ହୋଇପାରିବ, ତା’ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୨୪- ଯଦି କୌଣସି ବ୍ୟକ୍ତି ଭାରତର ରାଷ୍ଟ୍ରପତି ବା କୌଣସି ରାଜ୍ୟର ରାଜ୍ୟପାଳଙ୍କୁ ତାଙ୍କର ଆଇନଗତ କ୍ଷମତା ପରିଚାଳନାକୁ ପ୍ରରୋଚିତ କରିବା ବା ବାଧ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ହାମଲା (Assault) ବା ଅନାଯ୍ୟ ବିରୋଧ (wrongful Restraint) କରନ୍ତି, ସେହି ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୨୪ (କ)- ଯଦି କୌଣସି ବ୍ୟକ୍ତି ଯେ କୌଣସି ଉପାୟରେ ଯଥା କଥା କହି, ଲେଖା ପ୍ରକାଶ କରି, ସଂକେତ ଦ୍ୱାରା, ଚିତ୍ର ବା ଦର୍ଶନୀୟ ପ୍ରତୀକ ମାଧ୍ୟମରେ ଆଇନତଃ ପ୍ରତିଷ୍ଠିତ ଭାରତ ସରକାରଙ୍କ ପ୍ରତି ଲୋକଙ୍କ ମନରେ ଘୃଣା, ଅବଜ୍ଞା ବା ଅସୂୟାଭାବ ସୃଷ୍ଟି କରାନ୍ତି ବା କରାଇବା ପାଇଁ ଚେଷ୍ଟା କରନ୍ତି ତାଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧ କରିଛନ୍ତି ବୋଲି କୁହାଯିବ ଓ ତାଙ୍କୁ ଆଜୀବନ କାରାଦଣ୍ଡ ବା ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା କରାଯିବ ।

ବି.ଦ୍ର. : ସରକାରଙ୍କ ଅନୁସୃତ ପନ୍ଥା ବା କାର୍ଯ୍ୟଶୈଳୀର ଆଇନଗତ ଉପାୟରେ ସମାଲୋଚନା କରିବା ଏହି ଅପରାଧର ଅନ୍ତର୍ଭୁକ୍ତ ନୁହେଁ । ସରକାରଙ୍କର କୌଣସି ପ୍ରଶାସନିକ କାର୍ଯ୍ୟର ସମାଲୋଚନା ମଧ୍ୟ ଏହି ଅପରାଧର ପରିସରଭୁକ୍ତ ନୁହେଁ ।

ଦଫା ୧୩୦- ଯେ କେହି କୌଣସି ଯୁଦ୍ଧବନ୍ଦୀ ବା ରାଜଦ୍ରୋହୀକୁ ଆଇନଗତ ଜିମାରୁ ଜାଣିଶୁଣି ପଳାୟନ କରିବା ପାଇଁ ସାହାଯ୍ୟ କରେ ଅଥବା ଏପରି ବନ୍ଦୀକୁ ମୁକ୍ତ କରେ ବା ମୁକ୍ତ କରାଇବା ପାଇଁ ଚେଷ୍ଟା କରେ ଅଥବା ଏପରି ପଳାୟନ କରିଥବା ବନ୍ଦୀକୁ ଆଶ୍ରୟ ଦିଏ ବା ଲୁଚାଇ ରଖେ ଅଥବା ଏପରି ପଳାୟନ କରିଥିବା ବନ୍ଦୀର ପୁନରାୟ ଗିରଫଦାରୀରେ ବାଧା ଦିଏ ବା ବାଧା ଦେବାର ଚେଷ୍ଟା କରେ ସେହି ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ VII[ସମ୍ପାଦନା]

ସେନା (ଜଳ, ସ୍ଥଳ ଓ ଆକାଶ ବାହିନୀ) ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଦଫା ୧୪୦- ଯେ କେହି ଭାରତୀୟ ସ୍ଥଳବାହିନୀ, ନୌବାହିନୀ ବା ଆକାଶ ବାହିନୀରେ ନିଯୁକ୍ତ ନ ଥାଇ, ନିଜକୁ ଉପରୋକ୍ତ ବାହିନୀର ସଦସ୍ୟ ଭାବେ ପରିଚିତ କରାଇବା ଉଦ୍ଦେଶ୍ୟରେ ଉକ୍ତ ସୈନିକ, ନାବିକ ବା ବୈମାନିକଙ୍କ ବ୍ୟବହାର୍ଯ୍ୟ ପୋଷାକ ଓ ଚିହ୍ନର ଅନୁରୂପ କୌଣସି ପୋଷାକ ବା ଚିହ୍ନ ପିନ୍ଧନ୍ତି ବା ଧାରଣ କରନ୍ତି ତା’ହେଲେ ତାଙ୍କୁ ତିନିମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ VIII[ସମ୍ପାଦନା]

ସର୍ବସାଧାରଣ ପ୍ରଶାନ୍ତି ଭଙ୍ଗ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଏକ ସ୍ଥାନରେ ବହୁ ଲୋକଙ୍କର ଅପରାଧୀକ ଉଦ୍ଦେଶ୍ୟରେ ଏକତ୍ରୀତ ହେବା ସଦାସର୍ବଦା ସର୍ବସାଧାରଣଙ୍କର କ୍ଷତି ହିଁ କରିଆସିଛି । ଏପରି ଏକତ୍ରୀକରଣକୁ ନିରୁତ୍ସାହିତ କରିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ । ଏଣୁ ଅପରାଧୀକ ସମ-ଉଦ୍ଦେଶ୍ୟ ନେଇ ଏକତ୍ରୀତ ହେବା ବା ସମବେତ ହେବାହିଁ ଅପରାଧ । ଯେଉଁ ଅପରାଧ କରିବା ପାଇଁ ସେମାନେ ଏକତ୍ରୀତ ହୋଇଛନ୍ତି ତାହା ସଂଗଠିତ ହେଲେ ତାହା ଏକ ସ୍ୱତନ୍ତ୍ର ଅପରାଧ ହେବ ।

ଧାରା ୧୪୧- ପାଞ୍ଚ ବା ତତୋଧିକ ବ୍ୟକ୍ତିଙ୍କର କୌଣସି ଏକ ସ୍ଥାନରେ ନିମ୍ନ ବର୍ଣ୍ଣିତ କୌଣସି ଏକ ସମ ଉଦ୍ଦେଶ୍ୟ ନେଇ ଏକତ୍ରିତ ହେବାକୁ ବେ-ଆଇନ ଏକତ୍ରିତ ଜନତା ମେଳି କୁହାଯାଏ ।

ପ୍ରଥମତଃ- ଯଦି ଉପରୋକ୍ତ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ କେନ୍ଦ୍ର ସରକାର କିମ୍ବା ରାଜ୍ୟସରକାର କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନ ସଭା କିମ୍ବା ଆଇନଗତ କ୍ଷମତାର ପ୍ରୟୋଗ କରୁଥବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କୁ ଅପରାଧୀକ ବଳ ପ୍ରୟୋଗ ବା ବଳ ପ୍ରଦର୍ଶନଦ୍ୱାରା ଭୟାଭିଭୂତ କରିବା ହୋଇଥାଏ ।

ଦ୍ୱିତୀୟତଃ- କୌଣସି ଆଇନର ପ୍ରୟୋଗ ବା ଆଇନଗତ ଆଦେଶ ଜାରି ରୋକିବା ବା କାର୍ଯ୍ୟକାରୀ କରାଇ ନଦେବା କିମ୍ବା

ତୃତୀୟତଃ- କୌଣସି ଅପକାର (Mischief) ବା ଅପରାଧୀକ ଅନଧିକାର ପ୍ରବେଶ ବା ସେହି ପ୍ରକାରର ଅନ୍ୟ କୌଣସି ଅପରାଧ କରିବା ଯାହାକି ସର୍ବସାଧାରଣଙ୍କର ପ୍ରଶାନ୍ତି ଭଙ୍ଗ କରୁଥିବ କିମ୍ବା

ଚତୁର୍ଥତଃ- ଅପରାଧୀକ ବଳ ପ୍ରୟୋଗ କିମ୍ବା ପ୍ରଦର୍ଶନଦ୍ୱାରା କୌଣସି ବ୍ୟକ୍ତିଙ୍କର ସମ୍ପତ୍ତି ଦଖଲ କରିବା କିମ୍ବା କୌଣସି ବ୍ୟକ୍ତିର ସର୍ବସାଧାରଣ ରାସ୍ତା ଓ ଜଳ ଉତ୍ସ ଉପରେ ଥିବା ତାଙ୍କ ଅଧକାରରୁ ତାଙ୍କୁ ବଞ୍ଚିତ କରିବା କିମ୍ବା କୌଣସି ବ୍ୟକ୍ତିଙ୍କୁ ଉପଭୋଗ କରୁଥିବା ଅଭୌତିକ ଅଧିକାର (incorporeal rights or fundamental rights) ବଞ୍ଚିତ କରିବା କିମ୍ବା ପ୍ରକୃତ ହେଉ ବା କଳ୍ପିତ ହେଉ କୌଣସି ଅଧିକାରକୁ ବଳବତ୍ତର କରିବା କିମ୍ବା

ପଞ୍ଚମତଃ- ଅପରାଧୀକ ବଳପ୍ରୟୋଗ ବା ପ୍ରଦର୍ଶନଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଯାହା ସେ କରିବାକୁ ବାଧ୍ୟ ନୁହଁନ୍ତି ତାଙ୍କୁ ଏପରି କାର୍ଯ୍ୟ କରାଇବା ପାଇଁ ବାଧ୍ୟ କରାଇବା ବା ଯେଉଁ କାର୍ଯ୍ୟ ସେ ଆଇନତଃ କରିବା ପାଇଁ ବାଧ୍ୟ ସେପରି କାର୍ଯ୍ୟକୁ ଉପେକ୍ଷା କରାଯିବା ।

ବି.ଦ୍ର.-୧- କୌଣସି ସମୟରେ ଏକତ୍ରୀତ ହୋଇଥିବା ଜନତା ବା ଯଦିଓ ବେ-ଆଇନ ଭାବେ ଏକତ୍ରୀତ ହୋଇ ନଥାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଯଦି ସେମାନଙ୍କ ମଧରେ ଉପରଲିଖୁତ କୌଣସି ଏକ ସମଉଦ୍ଦେଶ୍ୟ ଆସିଯାଏ ସେମାନେ ବେଆଇନ ଭାବେ ଏକତ୍ରିତ ଜନତାରେ ପରିଣତ ହୁଅନ୍ତି ।

ଧାରା ୧୪୨- ବେଆଇନ ଜନତାର ସଦସ୍ୟ– ଯେଉଁ ବ୍ୟକ୍ତି ବେଆଇନ ଭାବେ ଏକତ୍ରିତ ଜନତାର ସମଉଦ୍ଦେଶ୍ୟ ବିଷୟରେ ଜାଣି ସେହି ଜନତାମେଳି ସହିତ ଯୋଗ ଦିଏ ବା ମିଳିତ ହୋଇରହେ ତା’ହେଲେ ତାଙ୍କୁ ବେଆଇନ ଭାବେ ଏକତ୍ରିତ ଜନତାର ସଦସ୍ୟ କୁହାଯାଏ ।

ଧାରା ୧୪୩- ବେଆଇନ ଭାବରେ ଏକତ୍ରିତ ଜନତାର ସଦସ୍ୟ ଅବା ବ୍ୟକ୍ତିକୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୪୪- ଯେଉଁ ବ୍ୟକ୍ତି କୌଣସି ମାରଣାସ୍ତ୍ର ସହ କିମ୍ବା ଏପରି ଏକ ଜିନିଷ ବା ବସ୍ତୁ ଯାହାକୁ ଅସ୍ତ୍ରଭାବେ ବ୍ୟବହାର କଲେ ମଣିଷର ମୃତ୍ୟୁ ହୋଇପାରେ, ସାଥିରେ ନେଇ ବେଆଇନ ଭାବେ ଏକତ୍ରୀତ ଜନତାରେ ଯୋଗ ଦେଲେ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୪୫- କୌଣସି ସମୟରେ ବେଆଇନ ଭାବେ ଏକତ୍ରୀ ଜନତାକୁ ଆଇନ ଗତ ପ୍ରଣାଳୀରେ ସମବେତ ହୋଇଥିବା ଜାଗା ଛାଡ଼ି ଚାଲିଯିବା ପାଇଁ ଆଦେଶ ଦିଆଯାଇଥବା କଥା ଜାଣି ମଧ୍ୟ ଯେଉଁ ବ୍ୟକ୍ତି ବେଆଇନ ଜନତା ଏକତ୍ରୀତ ହୋଇଥୁବା ସହିତ ଯୋଗ ଦିଏ କି ମିଳିତ ହୋଇରହେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୪୬- ଯେତେବେଳେ ସମ ଉଦ୍ଦେଶ୍ୟ ସାଧନ ପାଇଁ ବେ-ଆଇନ ଭାବେ ଏକତ୍ରିତ ଜନତାର ସଦସ୍ୟ ଗଣ ବା କେହି ଜଣେ ସଦସ୍ୟ ଅପରାଧୀକ ବଳ ପ୍ରୟୋଗ ବା ହିଂସାତ୍ମକ କାର୍ଯ୍ୟ କରନ୍ତି ତା’ହେଲେ ସେହି ବେଆଇନ ଜନତାମେଳିଭୁକ୍ତ ପ୍ରତ୍ୟେକ ବ୍ୟକ୍ତି ଦଙ୍ଗା ହଙ୍ଗାମା (Rioting) ଅପରାଧରେ ଦୋଷୀ ହେବେ ।

ଧାରା ୧୪୭- ଦଙ୍ଗାହଙ୍ଗାମା ଅପରାଧର ଦୋଷୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୪୮- ଯେଉଁ ବ୍ୟକ୍ତି କୌଣସି ମାରଣାସ୍ତ୍ର ସହ କିମ୍ବା ଏପରି ଏକ ଜିନିଷ ବା ବସ୍ତୁ ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କଲେ ମଣିଷର ମୃତ୍ୟୁ ହୋଇପାରେ, ସାଥିରେ ନେଇ ବେଆଇନ ଜନତା ମେଳିରେ ଯୋଗ ଦିଅନ୍ତି ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୪୯- ସମଉଦ୍ଦେଶ୍ୟ ସାଧନ ପାଇଁ ଯେଉଁ ଅପରାଧ କରାଯାଏ ତା ପାଇଁ ବେଆଇନ ଜନତା ମେଳିର ସମସ୍ତ ସଦସ୍ୟ ଦୋଷୀ । ଯଦି ବେଆଇନ ଜନତା ମେଳିର କୌଣସି ସଦସ୍ୟ ଜନତାର ସମଉଦ୍ଦେଶ୍ୟ ସିଦ୍ଧି ଲାଗି କୌଣସି ଅପରାଧ କରେ କିମ୍ବା ଏପରି ଏକ କାର୍ଯ୍ୟ କରେ ଯାହାକି ଜନତା ସମଉଦ୍ଦେଶ୍ୟ ସିଦ୍ଧି ପାଇଁ ଘଟିପାରେ ବୋଲି ଜାଣିଥାନ୍ତି ତେବେ ଉପରୋକ୍ତ ଅପରାଧର ସଂଗଠନ ବେଳେ ବେଆଇନ ଜନତା ମେଳିରେ ଉପସ୍ଥିତ ସମସ୍ତ ସଦସ୍ୟ ଉକ୍ତ ଅପରାଧର ଅପରାଧୀ ବୋଲି ଧରା ହେବେ ଓ ସେହି ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡ ପାଇବେ ।

ବି.ଦ୍ର. -(୧) ଏହି ପ୍ରାବଧାନ ଅନୁସାରେ ବେଆଇନ ଜନତା ମେଳିର ଯଦି କୌଣସି ସଦସ୍ୟ ଅପରାଧୀକ ବଳ ପ୍ରୟୋଗ ବା ହିଂସାତ୍ମକ କାର୍ଯ୍ୟ କରନ୍ତି ଯାହାକି ଅପରାଧ ଅଟେ, ତେବେ ସେହି ସମୟରେ ବେଆଇନ ଜନତା ମେଳିର ସମସ୍ତ ସଦସ୍ୟ ସେହି ଅପରାଧର ଅପରାଧୀ ହୁଅନ୍ତି ।
(୨) ଏପରି ବେଆଇନ ଜନତାର ସମଉଦ୍ଦେଶ୍ୟ ସିଦ୍ଧି ପାଇଁ କରାଯାଇଥବା ପ୍ରସ୍ତୁତି କିମ୍ବା ବେଆଇନ ଜନତା ମେଳିର ପ୍ରତ୍ୟେକ ସଦସ୍ୟକୁ ଏପରି ଅପରାଧ ଘଟିପାରେ ବୋଲି ଜ୍ଞାନ ଥିବା ଦରକାର ।

ଧାରା ୧୫୦-ଯଦି କୌଣସି ବ୍ୟକ୍ତି ବେଆଇନ ଜନତା ମେଳିରେ ସାମିଲ ହେବା ପାଇଁ ଲୋକ ଭଡ଼ାରେ ଆଣନ୍ତି ବା ଆଣିବା ପ୍ରକ୍ରିୟାରେ ସହଯୋଗ କରନ୍ତି ତା’ହେଲେ ସେହି ବ୍ୟକ୍ତିଙ୍କୁ ବେଆଇନ ଜନତା ମେଳିରେ ଯୋଗ ଦେଲେ ଯେତିକି ଦଣ୍ଡ, ସେତିକି ଦଣ୍ଡ ହେବ,କିମ୍ବା ଯଦି ଭଡ଼ାରେ ଅଣାଯାଇଥବା ବ୍ୟକ୍ତି ବେଆଇନ ଜନତା ମେଳିଭୁକ୍ତ ଥାଇ କୌଣସି ଅପରାଧ କରେ ତେବେ ନିଯୁକ୍ତିକାରୀ ବ୍ୟକ୍ତି ନିଜେ ସେ ଅପରାଧ ପାଇଁ ଦଣ୍ଡ ପାଇବ ।

ଧାରା ୧୫୩- ଯଦି କେହି ବ୍ୟକ୍ତି ଦଙ୍ଗାହଙ୍ଗାମା ଘଟାଇବାର ଅଭିପ୍ରାୟ ରଖି କୌଣସି ଅବୈଧ କାର୍ଯ୍ୟ କରେ ଯାହାକି ଅନ୍ୟ ଜଣକୁ ଦଙ୍ଗା ହଙ୍ଗାମ ଘଟାଇବାକୁ ଉତ୍ତେଜିତ କରିବ ସେହି ବ୍ୟକ୍ତିଙ୍କୁ :

ଯଦି ଦଙ୍ଗା ହୁଏ : ଏକବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।
ଯଦି ଦଙ୍ଗା ନ ହୁଏ : ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୫୩ (କ) - ଯେ କେହି କଥାରେ ବା ଲେଖାରେ ବା ସଂକେତଦ୍ୱାରା ବା ଦୃଶ୍ୟମାନ ପ୍ରତିକୃତିଦ୍ୱାରା ବା ଅନ୍ୟ ଯେକୌଣସି ଉପାୟରେ ଧର୍ମ, ବଂଶ, ଜନ୍ମସ୍ଥାନ, ଭାଷା, ଜାତି ବା ସଂପ୍ରଦାୟ ବା ଅନ୍ୟ ଯେକୌଣସି କାରଣକୁ ଭିଭିକରି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ, ଭାଷାଗତ, ଆଞ୍ଚଳିକ ଦଳ, ଜାତି ବା ସଂପ୍ରଦାୟ ମଧ୍ୟରେ ଅସତଭାବ, ଶତୃତା, ଘୃଣା, ବିଦ୍ୱେଷଭାବ ସୃଷ୍ଟି କରେ କିମ୍ବା ଏପରି କିଛି କାର୍ଯ୍ୟ କରେ ଯାହାଦ୍ୱାରା ଭିନ୍ନ ଭିନ୍ନ ଜାତି ବା ସଂପ୍ରଦାୟ ମଧରେ ସୌହାର୍ଦ୍ଧ୍ୟ ସ୍ଥାପନର ପ୍ରତିକୁଳ ପରିସ୍ଥିତି ସୃଷ୍ଟି କରେ ବା ସର୍ବସାଧାରଣ ପ୍ରଶାନ୍ତିରେ ବିଘ୍ନ ଘଟାଏ କିମ୍ବା କିଛି ଶରୀରଚର୍ଯ୍ୟା, ଆଖଡା, ଡ୍ରିଲ୍ ବା ସେହିପରି କିଛି କାର୍ଯ୍ୟ କରନ୍ତି ଏବଂ ଏହା ପଛରେ ଉଦ୍ଦେଶ୍ୟ ଥାଏ ଯେ ଉପରୋକ୍ତ କାର୍ଯ୍ୟରେ ଯୋଗଦାନକାରୀ ଗଣ ଦରକାର ବେଳେ କୌଣସି ଧାର୍ମିକ ଗୋଷ୍ଠୀ, ବଂଶୀୟ, ଭାଷାଭାଷୀ, ଜାତି, ସଂପ୍ରଦାୟ ଓ ଆଞ୍ଚଳିକ ଦଳ ବିପକ୍ଷରେ ହିଂସାତ୍ମକ କାର୍ଯ୍ୟ ଓ ଅପରାଧୀକ ଦଳ ପ୍ରୟୋଗ କରିବେ ଏବଂ ଉକ୍ତ କାର୍ଯ୍ୟାବଳୀ ଅନ୍ୟମାନଙ୍କ ମନରେ ଭୟ, ଆତଙ୍କ ବା ଶଙ୍କାକୁଳ ଭାବ ଜାତକରେ, ତା’ହେଲେ ସେହି ବ୍ୟକ୍ତିଙ୍କୁ ତିନିବର୍ଷ ଜେଲଦଣ୍ଡ ଓ ଜୋରିମାନା ହେବ । ଯଦି ଉପରୋକ୍ତ ଅପରାଧ କୌଣସି ଧର୍ମ ବା ଉପାସନା ସ୍ଥଳରେ କରାଯାଏ ତା’ହେଲେ ଅପରାଧୀକୁ ୫ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ IX[ସମ୍ପାଦନା]

ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟରେ ବ୍ୟାଘାତ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଦଫା ୧୬୬- ଯେ କେହି ସରକାରୀ କର୍ମଚାରୀ,କୌଣସି ଦସ୍ତାବିଜ ବା ଇଲେକ୍ଟ୍ରୋନିକ୍ ଅଭିଲେଖର ରଚନା ବା ଅନୁବାଦ ଦାଯୀତ୍ୱରେ ଥାଇ, ଉକ୍ତ ପଦର ଅପବ୍ୟବହାର ପୂର୍ବକ ଅନ୍ୟ କୌଣସି ବ୍ୟକ୍ତିର କ୍ଷତି କରିବା ଉଦେଶ୍ୟରେ ଉକ୍ତ ଦସ୍ତାବିଜର ରଚନା ବା ଅନୁବାଦରେ ଜାଣିଶୁଣି ଭୁଲ କରେ ବା କରାଏ, ତା’ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୬୭- ଯେ କେହି ସରକାରୀ କର୍ମଚାରୀ, କୌଣସି ଆଦେଶକୁ ଆଇନତଃ ନିର୍ଦ୍ଦିଷ୍ଟ ଭାବେ ପାଳନ କରିବାକୁ ବାଧ୍ୟ ଜାଣି ମଧ୍ୟ ଅନ୍ୟ କାହାର କ୍ଷତି କରିବା ଉଦ୍ଦେଶ୍ୟରେ ଏହାର ଅବଜ୍ଞା କରେ, ତା’ହେଲେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୧୬୮- ଯେ କେହି ସରକାରୀ କର୍ମଚାରୀ ଭାବେ କର୍ତ୍ତବ୍ୟରତ ହୋଇ ଯିଏକି ବିଦ୍ଧିବଦ୍ଧ ଭାବେ କୌଣସି ବ୍ୟବସାୟ କରିବାକୁ ଅନୁମତି ପ୍ରାପ୍ତ ହୋଇ ନ ଥାନ୍ତି କିନ୍ତୁ ଅବୈଧ ଭାବେ ବ୍ୟବସାୟ କରନ୍ତି, ତେବେ ସେ କାରାଦଣ୍ଡ ଯାହାର ଅବଧି ଏକବର୍ଷହୋଇପାରେ ଅଥବା ଜୋରିମାନା ଅଥବା ଉଭୟ ଦଣ୍ଡଦ୍ୱାରା ଦଣ୍ଡିତ ହେବେ ।

ଦଫା ୧୭୦- ଯେ କେହି ସରକାରୀ କର୍ମଚାରୀ ଭାବରେ ନିଯୁକ୍ତ ନଥାଇ, ସରକାରଙ୍କର କୌଣସି ପଦାଧିକାରୀ ଭାବରେ ଛଳନା କରେ କିମ୍ବା ନିଜକୁ ଏପରି ପଦାଧିକାରୀ ଭାବରେ ଆମ୍ବପରିଚୟ ଦିଏ ଏବଂ ଏପରି ଛଦ୍ମ ପରିଚୟ ମାଧମରେ କୌଣସି କାର୍ଯ୍ୟ କରେ ବା କରାଇବା ପାଇଁ ଚେଷ୍ଟା କରେ ତାକୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୭୧- ଯେ କେହି କୌଣସି ନିଦ୍ଦିଷ୍ଟ ଶ୍ରେଣୀର ସରକାରୀ କର୍ମଚାରୀ ନ ହୋଇ, ସେହି କର୍ମଚାରୀମାନଙ୍କଦ୍ୱାରା ବ୍ୟବହୃତ ପୋଷାକ ବା ଅନୁରୂପ ପୋଷାକ ପରିଧାନ କରନ୍ତି ଏବଂ ତାଙ୍କର ଏହି ଅଭିପ୍ରାୟ ଥାଏ ଯେ ଜନସାଧାରଣ ତାଙ୍କୁ ସେହି ବର୍ଗର ସରକାରୀ କର୍ମଚାରୀ ବୋଲି ବିଶ୍ୱାସ କରିବେ ତା’ହେଲେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ IX-A(ନିର୍ବାଚନ ସମ୍ବନ୍ଧୀୟ ଅପରାଧ)[ସମ୍ପାଦନା]

ନିର୍ବାଚନ ସମ୍ବନ୍ଧୀୟ ଅପରାଧ ଗୁଡିକର ବିବରଣ ତଥା ଦଣ୍ଡ ବିଷୟରେ ଧାରା ୧୭୧(ଗ) ଠାରୁ ୧୭୧(ଝ) ପର୍ଯ୍ୟନ୍ତ ନବମ (କ) ଅଧାୟରେ ପ୍ରଦାନ କରାଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ ଅଯଥା ପ୍ରଭାବ ବା କ୍ଷମତା ପ୍ରୟୋଗ ସଂପର୍କରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୭୧ (ଗ)ରେ ବର୍ଣ୍ଣନା କରାଯାଇଛି ।

୧. ନିର୍ବାଚନ ସମୟରେ ଯଦି କେହି ଅନ୍ୟଜଣଙ୍କର ନିର୍ବାଚନ ସମ୍ବନ୍ଧୀୟ ସ୍ୱାଧୀନ କ୍ଷମତାରେ ହସ୍ତକ୍ଷେପ କରିବେ କିମ୍ବା କରିବା ପାଇଁ ଚେଷ୍ଟା କରିବେ ।

୨. ଯେ କେହି କୌଣସି ନିର୍ବାଚନରେ ହୋଇଥବା ପ୍ରାର୍ଥୀ ବା ଭୋଟଦାତା ବା ସେମାନଙ୍କର ସ୍ୱାର୍ଥଜଡ଼ିତ କୌଣସି ବ୍ୟକ୍ତିଙ୍କୁ କୌଣସି ପ୍ରକାରର କ୍ଷତି (ଯଥା- ମାନସିକ, ଶାରୀରିକ, ସମ୍ପତ୍ତି ସମ୍ବନ୍ଧୀୟ ବା ସମ୍ମାନ ସମ୍ବନ୍ଧୀୟ) କରିବାର ଧମକ ପ୍ରଦାନ କରିବେ ।

୩. କୌଣସି ନିର୍ବାଚନରେ ହୋଇଥବା ପ୍ରାର୍ଥୀ ବା ଭୋଟଦାତାଙ୍କ ମନରେ ବିଶ୍ୱାସ ଜନ୍ମାଏ ଯେ ସେ କିମ୍ବା ତାଙ୍କର ସ୍ୱାର୍ଥଜଡ଼ିତ କୌଣସି ବ୍ୟକ୍ତି ଈଶ୍ୱରଙ୍କର ଅଭିଶାପର ପାତ୍ର ହେବେ ବା ଧର୍ମଦ୍ରୋହୀ ହେବେ । ସେହି ବ୍ୟକ୍ତି ନିର୍ବାଚନରେ ଅଯଥା ପ୍ରଭାବ ବା କ୍ଷମତା ପ୍ରୟୋଗ ଦେଷୀରେ ଦେଷୀ ସାବ୍ୟସ୍ତ ହେବେ । ଏହି ଅପରାଧ ନିମନ୍ତେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୭୧ (ଚ)ରେ ଦଣ୍ଡ ଦିଆଯିବ ଯାହାକି ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଯେଉଁ ବ୍ୟକ୍ତି ନିବାଚନ ସମୟରେ :

୧. ନିଜକୁ ଅନ୍ୟ ଜଣେ ନାଗରିକ (ଯେ କି ଜୀବିତ ବା ମୃତ) ଭାବେ ପରିଚିତ କରାଇ ଭୋଟ ଦିଅନ୍ତି ବା ଭୋଟ କାଗଜ ପାଇଁ ଦାବୀ କରନ୍ତି ।

୨. ଥରେ ଭୋଟ ଦେଇସାରି ଆଉ ଥରେ ଭୋଟ ଦେବା ପାଇଁ ଆବେଦନ କରନ୍ତି ।

୩. କିମ୍ବ। ଏପରି ଅପରାଧରେ ସହାୟତା କରନ୍ତି ।

୪. କିମ୍ବା ଜାଲ ଭୋଟ ସଂଗ୍ରହ କରନ୍ତି ବା ଜାଲ୍ ଭୋଟ ସଂଗ୍ରହ ପାଇଁ ଚେଷ୍ଟା କରନ୍ତି ।

ସେହି ବ୍ୟକ୍ତି ଏହି ଅପରାଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୭୧ (ଚ)ରେ ଦୋଷୀ ହେବେ ଯାହାର ଦଣ୍ଡ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଯେଉଁ ବ୍ୟକ୍ତି ନିର୍ବାଚନ ସମୟରେ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରାର୍ଥୀଙ୍କର ଚରିତ୍ର ଓ ଆଚରଣ ସମ୍ବନ୍ଧରେ ମୌଖିକ ବା ଲିଖିତ ତଥ୍ୟ ପ୍ରଦାନ ବା ପ୍ରକାଶ କରନ୍ତି, ଯାହା ସେ ନିଜେ ମିଥ୍ୟ ବୋଲି ଜାଣିଥାନ୍ତି ତେବେ ସେ ଅପରାଧରେ ଦୋଷୀ ହେବେ ଓ ତାଙ୍କୁ ଅର୍ଥ ଦଣ୍ଡ ହେବ ।

ଭାରତୀୟ ଦଣ୍ଡବିଧୂ ଆଇନର ଦଫା ୧୭୧(ଜ) ଅନୁସାରେ କେହି ବ୍ୟକ୍ତି ପ୍ରାର୍ଥୀଙ୍କର ଲିଖିତ ଅନୁମତି ପତ୍ର ବା ଅଧିକାର ପତ୍ର ନ ଥାଇ ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ବା ବିଜ୍ଞାପନ ପ୍ରକାଶନ ଇତ୍ୟାଦି କରିପାରିବେ ନାହିଁ । ଯଦି ସେ ଏପରି କରନ୍ତି ତା’ହେଲେ ସେ ବ୍ୟକ୍ତି ଟ.୫୦୦/– ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ । କିନ୍ତୁ ଜଣେ ବ୍ୟକ୍ତି ପ୍ରାର୍ଥୀଙ୍କ ବିନାନୁମତିରେ ଟ.୧୦/– ପର୍ଯ୍ୟନ୍ତ ଉପରୋକ୍ତ କାର୍ଯ୍ୟ ପାଇଁ ଖର୍ଜ କରିପାରିବେ ଏବଂ ଏହା ପାଇଁ ପରେ ପ୍ରାର୍ଥୀଙ୍କ ଠାରୁ ଲିଖୁତ ଅନୁମତି ପତ୍ର ଆଣି ଉପରୋକ୍ତ ଖର୍ଚ୍ଚକୁ ଆଇନ ସମ୍ମତ କରାଇପାରିବେ ।

ଅଧ୍ୟାୟ X[ସମ୍ପାଦନା]

ସରକାରୀ କର୍ମଚାରୀଙ୍କ ଆଇନଗତ କ୍ଷମତା ଅବଜ୍ଞା ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଦଫା ୧୭୨- ଯଦି କେହି ବ୍ୟକ୍ତି ଆଇନତଃ କ୍ଷମତାପ୍ରାପ୍ତ ସରକାରୀ କର୍ମଚାରୀଙ୍କର ସମନ ବା ନୋଟିସ୍ ଗ୍ରହଣ ନ କରନ୍ତି ବା ଗ୍ରହଣ ନ କରିବା ପାଇଁ ଫେରାର ହୋଇଯାଆନ୍ତି ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । (ଯଦି ଏହି ସମନ ବା ନୋଟିସ ଯଦି କୌଣସି ନ୍ୟାୟାଳୟର ହୋଇଥାଏ ତେବେ ଛଅ ମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ )

ଦଫା ୧୭୩-ଯଦି କେହି ବ୍ୟକ୍ତି ଇଚ୍ଛାପୂର୍ବକ ଭାବେ କୌଣସି ସମନ ବା ନୋଟିସ୍ ଜାରି କରିବାରେ ବାଧା ସୃଷ୍ଟି କରନ୍ତି ବା ଲଟକାଜାରୀ କରାଯାଇଥିବା ସମନକୁ ଅପସାରିତ କରନ୍ତି ବା ଘୋଷଣା ଜାରୀରେ ବାଧା ସୃଷ୍ଟି କରନ୍ତି, ତା’ହେଲେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହି ଦଣ୍ଡ ଛଅମାସ ଓ ଜୋରିମାନା ଟ.୧୦୦୦/- ପର୍ଯ୍ୟନ୍ତ ହୋଇପାରେ ଯଦି ଅପରାଧି କୌଣସି ନ୍ୟାୟ ଅଦାଲତଦ୍ୱାରା ଜାରି ଆଦେଶ ପାଳନ ନ କରେ ।

ଦଫା ୧୭୪- ଯଦି କେହି ବ୍ୟକ୍ତି ସମନ ବା ନୋଟିସ ପାଇ ବା ଘୋଷଣାନାମା ହେତୁ ସରକାରୀ କର୍ମଚାରୀଙ୍କଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟରେ ନିଜେ କିମ୍ବା ନିଜ ପ୍ରତିନିଧିଙ୍କ ଜରିଆରେ ହାଜର ନ ହୁଅନ୍ତି କିମ୍ବା ହାଜର ହେବା ପରେ ଅବଜ୍ଞାସୂଚକ ଭାବେ ସେ ସ୍ଥାନରୁ ଚାଲିଯାଆନ୍ତି ତା'ହେଲେ ସେହି ବ୍ୟକ୍ତିଙ୍କୁ ଏକମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହି ଦଣ୍ଡ ଛଅମାସ ଓ ଜୋରିମାନା ଟ.୧୦୦୦/- ପର୍ଯ୍ୟନ୍ତ ହୋଇପାରେ ଯଦି ଅପରାଧି କୌଣସି ନ୍ୟାୟ ଅଦାଲତଦ୍ୱାରା ଜାରି ଆଦେଶ ପାଳନ ନ କରେ ।

ଦଫା ୧୭୫- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କ ନିକଟରେ କୌଣସି ଦଲିଲ ବା ବୈଦ୍ୟୁତିକ ନଥି ଦାଖଲ କରିବା ପାଇଁ ଆଇନତଃ ବାଧ୍ୟ ମାତ୍ର ସେଚ୍ଛାରେ ଦାଖଲ କରନ୍ତି ନାହିଁ । ତା’ହେଲେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହି ଦଲିଲ ଯଦି ଅଦାଲତରେ ଦାଖଲ କରିବାର ଥାଏ ତେବେ ଅପରାଧୀକୁ ଦୁଇମାସ ଜେଲଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଏହି ଦଣ୍ଡ ଛଅମାସ ଓ ଜୋରିମାନା ଟ.୧୦୦୦/– ପର୍ଯ୍ୟନ୍ତ ହୋଇପାରେ ଯଦି ଅପରାଧ କୌଣସି ନ୍ୟାୟ ଅଦାଲତଦ୍ୱାରା ଜାରି ଆଦେଶ ପାଳନ ନ କରେ ।

ଦଫା ୧୭୬- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ ଟିପ୍ପଣୀ ବା ତଥ୍ୟ ଜଣାଇବାକୁ ଆଇନତଃ ବାଧ୍ୟ କିନ୍ତୁ ନିର୍ଦ୍ଧାରିତ ସମୟ ମଧରେ ନ ଜଣାନ୍ତି ତା’ହେଲେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଯଦି ଏହି ସମ୍ବାଦ ଅପରାଧ ସଂଘଟଣ, ଅପରାଧ ନିରାକରଣ କିମ୍ବା କୌଣସି ଅପରାଧୀକୁ ଗିରଫ କରିବା ବିଷୟରେ ହୋଇଥାଏ, ତା’ହେଲେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।

ଦଫା ୧୭୭- ଆଇନତଃ ବାଧ୍ୟ କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ କୌଣସି ବିଷୟରେ ସତ୍ୟକୁ ଲୁଚାଇ କିଛି ମିଥ୍ୟ ସମ୍ବାଦ ପ୍ରଦାନ କରନ୍ତି ତା’ହେଲେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଯଦି ସେହି ସମ୍ବାଦ ଅପରାଧ ସଂଘଟନ, ଅପରାଧ ନିରାକରଣ କିମ୍ବା କୌଣସି ଅପରାଧକୁ ଗିରଫ କରିବା ବିଷୟରେ ହୋଇଥାଏ, ତା’ହେଲେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଦଫା ୧୮୨- ଯେ କେହି ବ୍ୟକ୍ତି, କୌଣସି ସରକାରୀ କର୍ମଚାରୀଙ୍କୁ ଏପରି କିଛି ସଂବାଦ ଦିଅନ୍ତି ଯାହାକୁ ସେ ମିଥ୍ୟ ବୋଲି ଜାଣନ୍ତି ବା ବିଶ୍ୱାସ କରନ୍ତି ଏବଂ ତଦ୍ୱାରା ତାଙ୍କର ଅଭିପ୍ରାୟ ଥାଏ ଯେ ତାଙ୍କର ଏହି ସଂବାଦ ଯୋଗୁ ଉକ୍ତ ସରକାରୀ କର୍ମଚାରୀ–

(କ) କୌଣସି ଘଟଣା ସଂପର୍କରେ ସତ୍ୟ ଜାଣିଥିଲେ ଯାହା କରିଥାନ୍ତେ ତାହା ନ କରି ଛାଡ଼ିଯିବେ ବା ଯାହା ନ କରି ଛାଡ଼ିଥାନ୍ତେ ତାହା କରିବେ ।

(ଖ) ଉକ୍ତ ସରକାରୀ କର୍ମଚାରୀ ତାଙ୍କର ଆଇନଗତ କ୍ଷମତା ବଳରେ କାହାରି କ୍ଷତି ସାଧନ ବା ବିରକ୍ତି ସୃଷ୍ଟି କରିବା ପାଇଁ କରିବେ ତେବେ ଏହି ମିଥ୍ୟ ଖବରଦାତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ, ଜେଲଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।

ଦଫା ୧୮୬- ଯଦି କେହି ବ୍ୟକ୍ତି ସେଚ୍ଛାରେ କୌଣସି ସରକାରୀ କର୍ମଚାରୀ ନିଜ ସରକାରୀ କର୍ତ୍ତବ୍ୟ ସଂପାଦନ କରୁଥବା ସମୟରେ ବାଧା ଦିଅନ୍ତି ତା’ହେଲେ ତାଙ୍କୁ ତିନିମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।

ଦଫା ୧୮୭- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ସଂପାଦନରେ ସାହାଯ୍ୟ କରିବାକୁ ବା ସାହାଯ୍ୟ ଯୋଗାଇ ନେବାକୁ ବାଧ୍ୟ କିନ୍ତୁ ଇଚ୍ଛାପୂର୍ବକ ସେ ଉପରୋକ୍ତ ସରକାରୀ କର୍ମଚାରୀଙ୍କୁ ସାହାଯ୍ୟ ଯୋଗାଇ ନଦିଅନ୍ତି ତା'ହେଲେ ତାଙ୍କୁ ୧ ମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୨୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଏବଂ ଯଦି କୋର୍ଟର ଆଦେଶ ବା ସମନ ତାଲିମ ବା ଅପରାଧ ନିରାକରଣ, ଦଙ୍ଗା, ହଙ୍ଗାମା ଓ ମାରପିଟ୍ ଦମନ କରିବା ପାଇଁ କୌଣସି ସରକାରୀ କର୍ମଚାରୀ ସାହାଯ୍ୟ ମାଗିବା ସତ୍ତ୍ୱେ ଯେ କେହି ସାହାଯ୍ୟ ପ୍ରଦାନ ନକରନ୍ତି ତାକୁ ୬ ମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।

ଦଫା ୧୮୮- ଯଦି କୌଣସି ଆଇନତଃ କ୍ଷମତା ସଂପନ୍ନ ସରକାରୀ କର୍ମଚାରୀ କୌଣସି ଆଦେଶ ଘୋଷଣା କରି କୌଣସି ବ୍ୟକ୍ତି ବା ବ୍ୟକ୍ତି ବିଶେଷଙ୍କୁ କୌଣସି କାର୍ଯ୍ୟ ନ କରିବାକୁ କିମ୍ବା ତାଙ୍କ ଅଧୀନରେ ଅବା କୌଣସି ସଂପତ୍ତିର ନିର୍ଦ୍ଦିଷ୍ଟ ପରିଚାଳନା ପାଇଁ ଆଦେଶ ଦେଇଥାନ୍ତି ମାତ୍ର ଉକ୍ତ ବ୍ୟକ୍ତି ଉକ୍ତ ଆଦେଶର ଉଲ୍ଲଙ୍ଘନ ବା ଅମାନ୍ୟ କରନ୍ତି ଏବଂ ଏପରି ଅବଜ୍ଞା ହେତୁ ଆଇନତଃ ନିଯୁକ୍ତ କାହାର କିଛି କ୍ଷତି, ବାଧା ବା ବିରକ୍ତି ସୃଷ୍ଟି କରେ ତା’ହେଲେ ଆଦେଶ ଅମାନ୍ୟକାରୀକୁ ୧ ମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୨୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଏବଂ ଉପରୋକ୍ତ ଆଦେଶର ଉଲ୍ଲଙ୍ଘନ ଯୋଗୁଁ ଯଦି କାହାର ଜୀବନ, ସ୍ୱାସ୍ଥ୍ୟ, ନିରାପତ୍ତା ବ୍ୟାଘାତ ହୁଏ ବା ଦଙ୍ଗା ହାଙ୍ଗାମା ବା ମାରପିଟ୍ ହୁଏ ବା ହେବାର ସମ୍ଭାବନା ଥାଏ ତା’ହେଲେ ଆଦେଶ ଅମାନ୍ୟକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୧୮୯- ଯଦି କେହି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ ତାଙ୍କର ପଦ ଓ କର୍ଭଦ୍ୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ପାଇଁ ବା ନକରିବା ପାଇଁ ବା କାର୍ଯ୍ୟକୁ ବିଳମ୍ବରେ କରିବା ଅଭିପ୍ରାୟରେ ଉକ୍ତ ସରକାରୀ କର୍ମଚାରୀଙ୍କୁ ବା ତାଙ୍କର ସଂପର୍କୀୟ କାହାକୁ ଅନିଷ୍ଟ କରିବାର ଭୟ ଦେଖାନ୍ତି ତା’ହେଲେ ସେହି ବ୍ୟକ୍ତିକୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ XI[ସମ୍ପାଦନା]

ମିଥ୍ୟା ସାକ୍ଷ୍ୟ ଓ ବିଚାର ବିରୁଦ୍ଧ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ସାକ୍ଷର ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୯୧ରେ ଦିଆଯାଇଛି ।

ଯେ କେହି ବ୍ୟକ୍ତି କୋର୍ଟରେ ଶପଥ ନେବା ଯୋଗୁଁ ବା କୌଣସି ଆଇନର ନିର୍ଦ୍ଦେଶାନୁଯାୟୀ ବା ବ୍ୟବସ୍ଥାନୁସାରେ କୌଣସି ବିଷୟରେ ସତ୍ୟ କହିବାକୁ ଆଇନତଃ ବାଧ୍ୟ ସ୍ଥଳେ, ଯଦି ସେହି ବ୍ୟକ୍ତି ସତ୍ୟ ନ କହି ମିଥ୍ୟ କୁହନ୍ତି କିମ୍ବା ଯାହା କୁହନ୍ତି ତାହା ମିଥ୍ୟ ବୋଲି ଜାଣିଥାନ୍ତି ବା ବିଶ୍ୱାସ କରୁଥାନ୍ତି ବା ସତ୍ୟ ବୋଲି ବିଶ୍ୱାସ କରୁ ନଥାନ୍ତି ତା’ହେଲେ ସେହି ବ୍ୟକ୍ତି ମିଥ୍ୟ। ସାକ୍ଷୀ ଦେଲେ ବୋଲି କୁହାଯାଏ । ଘଟଣା ବିଷୟରେ ନଜାଣି, ଜାଣିଛି ବୋଲି କହିବା ମଧ୍ୟ ମିଥ୍ୟ ସାକ୍ଷୀ ଦେବା ଅର୍ଥରେ ଧରାଯାଏ ।

ଦଫା ୧୯୩- ଯେ କେହି ବ୍ୟକ୍ତି ସ୍ୱେଚ୍ଛାରେ କୌଣସି ଅଦାଲତରେ ମିଥ୍ୟ ସାକ୍ଷ୍ୟ ଦିଏ କିମ୍ବା ଅଦାଲତରେ ମୋକଦ୍ଦମା ଚାଲିଥିବା ଅବସ୍ଥାରେ ବ୍ୟବହାର ହେବା ପାଇଁ ଯଦି ମିଥ୍ୟା ପ୍ରମାଣ ପ୍ରସ୍ତୁତ କରେ, ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ । ଅନ୍ୟ ଯେକୌଣସି କ୍ଷେତ୍ରରେ ଯଥା- ମୋକଦ୍ଦମା କୋର୍ଟରେ ଚାଲିବା ପୂର୍ବରୁ ଏବଂ ଅନୁସନ୍ଧାନ, ପୋଲିସ ତଦନ୍ତ ବା ଅନ୍ୟ କୌଣସି ଅନୁସନ୍ଧାନ ସମୟରେ ଉପରୋକ୍ତ ଅପରାଧ କଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୨୦୧ -(ଅପରାଧୀକୁ ରକ୍ଷା କରିବା ପାଇଁ ପ୍ରମାଣ ଲୋପ କରିବା)- ଯେ କେହି ବ୍ୟକ୍ତି କୌଣସି ଅପରାଧ ସଂଗଠିତ ହୋଇଛି ଜାଣିଥାନ୍ତି କିମ୍ବା ତାଙ୍କର ବିଶ୍ୱାସ ଥାଏ ଯେ, ଅପରାଧ ସଂଗଠିତ ହୋଇଛି ଏବଂ ସେହି ଅପରାଧୀକୁ ଆଇନଗତ ଦଣ୍ଡରୁ ରକ୍ଷା କରିବା ପାଇଁ ଅପରାଧର ସଂଗଠନର କିଛି ପ୍ରମାଣ ଲୋପ କରନ୍ତି ବା ଅପରାଧ ସମ୍ବନ୍ଧରେ ମିଥ୍ୟ। ସମ୍ବାଦ ପରିବେଷଣ କରନ୍ତି, ତେବେ ଯଦି ଅପରାଧଟି ପ୍ରାଣଦଣ୍ଡ ଯୋଗ୍ୟ ହୋଇଥାଏ, ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ । ଯଦି ଅପରାଧଟି ଆଜୀବନ ଜେଲଦଣ୍ଡ ବା ଦଶବର୍ଷ ଜେଲଦଣ୍ଡ ଯୋଗ୍ୟ ହୋଇଥାଏ, ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ । ଯଦି ଅପରାଧଟି ୧୦ବର୍ଷର କମ୍ ଜେଲଦଣ୍ଡ ଯୋଗ୍ୟ ହୋଇଥାଏ, ତା’ହେଲେ ମୂଳ ଅପରାଧର ଯାହା ଜେଲଦଣ୍ଡ ଅଛି ତା’ର ଏକ ଚତୁର୍ଥାଂଶ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୨୦୫– କୌଣସି ଦେବାନୀ ବା ପୌଜଦାରୀ ମୋଦ୍ଦମାରେ ଯଦି କେହି ନିଜକୁ ଅନ୍ୟ ବ୍ୟକ୍ତି ବୋଲି ପରିଚୟ ଦେଇ ବିଭିନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି କୌଣସି ସ୍ୱୀକାରୋକ୍ତି, ବକ୍ତବ୍ୟ, ଦୋଷ ସ୍ୱୀକାର କରନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ୩ବର୍ଷ ଜେଲଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ ।

ଦଫା ୨୧୧– (କ୍ଷତି କରିବା ଅଭିପ୍ରାୟରେ ଅପରାଧର ମିଥ୍ୟ ଅଭିଯୋଗ)- ଯେ କେହି ବ୍ୟକ୍ତି କାହାର କ୍ଷତି କରିବା ଉଦ୍ଦେଶ୍ୟରେ ତାଙ୍କ ବିରୁଦ୍ଧରେ କୌଣସି ମିଥ୍ୟା ପୌଜଦାରୀ ମୋକଦ୍ଦମା କରେ ବା କରାଏ କିମ୍ବା ଅପରାଧ କରିଛି ବୋଲି ମିଥ୍ୟ ଅଭିଯୋଗ ଆଣେ ତା’ହେଲେ ସେହି ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ । ଏହି ମିଥ୍ୟା ମୋକଦ୍ଦମା ବା ମିଥ୍ୟା ମୋକଦ୍ଦମାର ଦଣ୍ଡର ପରିମାଣ ଯଦି ୭ ବର୍ଷ ବା ତତୋଧିକ ହୋଇଥାଏ ତେବେ ମିଥ୍ୟା ମୋକଦ୍ଦମା ଆଗତକାରୀଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ XII[ସମ୍ପାଦନା]

ସରକାରୀ ମୁଦ୍ରା ଏବଂ ଷ୍ଟାମ୍ପ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଅଧ୍ୟାୟ XIII[ସମ୍ପାଦନା]

ମାପତୌଲ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଅଧ୍ୟାୟ XIV[ସମ୍ପାଦନା]

ସର୍ବସାଧାରଣ ସ୍ୱାସ୍ଥ୍ୟ, ସୁରକ୍ଷା, ସୁବିଧା, ଶିଷ୍ଟତା ଏବଂ ନୈତିକତା ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଦଫା ୨୬୮– (ଜନସାଧାରଣଙ୍କର ଅନିଷ୍ଟକାରୀ କାର୍ଯ୍ୟ)- ଯେତେବେଳେ ଜଣେ ବ୍ୟକ୍ତି ଏପରି ଏକ କାର୍ଯ୍ୟ କରେ ବା କୌଣସି କାର୍ଯ୍ୟର ଅବୈଧ ଉପେକ୍ଷା କରେ ଯାହାଦ୍ୱାରା ଜନସାଧାରଣଙ୍କର ବା ନିକଟରେ ବସବାସ ବା ସଂପତ୍ତି ଉପଭୋଗ କରୁଥୁବା ବ୍ୟକ୍ତିଙ୍କର ବା ସେହି ସ୍ଥାନରେ ସାଧାରଣ ଅଧିକାର (Public right) ଉପଭୋଗ କରୁଥିବା ବ୍ୟକ୍ତି ବା ବ୍ୟକ୍ତିମାନଙ୍କର କ୍ଷତି କରେ, ସେହି ବ୍ୟକ୍ତି ଅନିଷ୍ଟକାରୀ କାର୍ଯ୍ୟ କରିବା ଅପରାଧରେ ଦେଷୀ ହେବ ।

ଧାରା ୨୬୯– ଯଦି କୌଣସି ବ୍ୟକ୍ତି ଅବହେଳା ବଶତଃ ଓ ବେଆଇନ ଭାବେ ଏପରି ଏକ କାର୍ଯ୍ୟ କରେ ଯାହାଦ୍ୱାରା କୌଣସି ଜୀବନ ପ୍ରତି ବିପଦ ସୃଷ୍ଟି କରୁଥବା ସଂକ୍ରାମକ ରୋଗ ବ୍ୟାପେ ବା ବ୍ୟାପିବାର ସମ୍ଭାବନା ଥାଏ ତା’ହେଲେ ସେହି ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଯଦି କେହି ଦ୍ୱେଷପୂର୍ବକ ଉପରୋକ୍ତ କାର୍ଯ୍ୟ କରେ ତା’ହେଲେ ସେହି ବ୍ୟକ୍ତି ଧାରା–୨୭୦ରେ ଦଣ୍ଡିତ ହେବ ଯେଉଁଥିରେ ଦୋଷ ପ୍ରମାଣ ହେଲେ ୨ବର୍ଷ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଅଧ୍ୟାୟ XV[ସମ୍ପାଦନା]

ଧର୍ମ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଧାରା-୨୯୫-ଯଦି କେହି କୌଣସି ସଂପ୍ରଦାୟର ଧର୍ମକୁ ଅମର୍ଯ୍ୟାଦା ପ୍ରଦର୍ଶନ ଅଭିପ୍ରାୟରେ ସେମାନଙ୍କର ଉପାସନା ସ୍ଥଳ, ମନ୍ଦିର ବା କୌଣସି ପବିତ୍ର ବସ୍ତୁକୁ ନଷ୍ଟ ବା ଅଶୁଦ୍ଧ ବା କ୍ଷତି କରେ କିମ୍ବା ସେ ଜାଣିଥାନ୍ତି ତାଙ୍କର ଉପରୋକ୍ତ କାର୍ଯ୍ୟକୁ କୌଣସି ଧର୍ମାବଲମ୍ବୀମାନେ ଅପମାନଜନକ ବୋଲି ଭାବିବେ ତେବେ ତାଙ୍କୁ ଏପରି କାର୍ଯ୍ୟ ପାଇଁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଅର୍ଥଦଣ୍ଡ ହେବ ।

ଦଫା ୨୯୫ (କ)- ଯେ କେହି ଇଚ୍ଛାପୂର୍ବକ ଓ ବିଦ୍ୱେଷମୂଳକ ଭାବେ ଭାରତର କୌଣସି ଶ୍ରେଣୀର ନାଗରିକଙ୍କର ଧର୍ମଭାବ ଅମର୍ଯ୍ୟାଦା କରିବା ଉଦ୍ଦେଶ୍ୟରେ ଲିଖିତ ଆକାରରେ, ଭାଷଣ ବା ବଚନଦ୍ୱାରା କିମ୍ବା ଚିତ୍ରାଦିଦ୍ୱାରା ଏପରି ଶ୍ରେଣୀର ଲୋକଙ୍କ ଧର୍ମ ବା ଧର୍ମ ବିଶ୍ୱାସ ପ୍ରତି ଅପମାନ କରନ୍ତି ବା ଅପମାନ ଦେବାର ଚେଷ୍ଟା କରନ୍ତି ତାଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଅର୍ଥଦଣ୍ଡ ମଧ ହେବ ।

ଦଫା ୨୯୬- ଯେ କେହି ସ୍ୱେଚ୍ଛାରେ ଧର୍ମ ସମ୍ବନ୍ଧୀୟ ଉପାସନା, ପୂଜା ଓ ପାର୍ବଣ ନିମନ୍ତେ ସମବେତ ହୋଇଥବା ଜନତାଙ୍କ ସମ୍ମିଳନୀରେ ଗଣ୍ଡଗୋଳ କରେ ସେହି ବ୍ୟକ୍ତିଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୨୯୭— ଯେ କେହି ଅନ୍ୟ କାହାର ମନରେ ଆଘାତ କରିବା ପାଇଁ ବା ଧର୍ମପ୍ରତି ଅବମାନନା କରିବା ଅଭିପ୍ରାୟରେ କିମ୍ବା ଏପରି ହୋଇପାରେ ବୋଲି ଜ୍ଞାନ ଥାଇ କୌଣସି ପୂଜାସ୍ଥଳ, ଧର୍ମପୀଠ, କବରସ୍ଥାନ ବା ମୃତ ବ୍ୟକ୍ତିମାନଙ୍କର ସ୍ମୃତିକୁ ସାଇତି ରଖାଯାଇଥବା ସ୍ଥଳକୁ ବେଆଇନ ଭାବେ ପ୍ରବେଶ କରେ କିମ୍ବା କୌଣସି ମୃତ ଦେହ ପ୍ରତି ଅସମ୍ମାନ ଜନକ କୌଣସି କାର୍ଯ୍ୟ କରେ ବା ଅନ୍ତେଷ୍ଟିକ୍ରିୟା କରିବା ପାଇଁ ସମବେତ ହୋଇଥବା ବ୍ୟକ୍ତିଙ୍କ ସହିତ ଗଣ୍ଡଗୋଳ କରେ ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଦଫା ୨୯୮- ଯେ କେହି ଅନ୍ୟର ଧର୍ମଭାବକୁ ଆଘାତ କରିବା ଅଭିପ୍ରାୟରେ ଜାଣିଶୁଣି କିଛି କଥା କହେ ବା ଶବ୍ଦ କରେ କିମ୍ବା ଏପରି କୌଣସି ଅଙ୍ଗଭଙ୍ଗୀ କରେ ବା ବସ୍ତୁର ପ୍ରଦର୍ଶନ କରେ ଯାହାକୁ ସେ ବ୍ୟକ୍ତି ଦେଖିପାରୁଥବ ତା’ହେଲେ ତାକୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ XVI[ସମ୍ପାଦନା]

ଶରୀରରେ ଆଘାତ ସମ୍ପର୍କୀୟ ଅପରାଧ[ସମ୍ପାଦନା]

ମାନବ ଶରୀର ସମ୍ବନ୍ଧୀୟ ଅପରାଧଗୁଡ଼ିକ ଭାରତୀୟ ଦଣ୍ଡବିଧି ଆଇନର ଷୋଡ଼ଶ ଅଧାୟରେ ବର୍ଣ୍ଣିତ ହୋଇଛି । ଭାରତୀୟ ଦଣ୍ଡବିଧ ଆଇନର ଧାରା ୩୨୪ ଓ ୩୨୬ରେ ନିମ୍ନଲିଖତ ଅସ୍ତ୍ରଗୁଡ଼ିକୁ ମାରାତ୍ମକ ଅସ୍ତ୍ର ଓ ମାରାତ୍ମକ ଉପାୟ ଭାବେ ବର୍ଣ୍ଣିତ କରାଯାଇଛି । ୧. ବନ୍ଧୁକରୁ ଗୁଳି କରିବା ୨. ମୁନିଆ ଅସ୍ତ୍ର ଯାହା ବିଦ୍ଧ କରିବା ପାଇଁ ବ୍ୟବହାର କରାଯାଏ ଯଥା- ଛୁରୀ, ଛୁଞ୍ଚି, ଆଲପିନ୍ ଇତ୍ୟାଦି ୩. ଧାରୁଆ ଅସ୍ତ୍ର ଯାହା କାଟିବା ପାଇଁ ବ୍ୟବହାର କରାଯାଏ, ଯଥା- ଖଣ୍ଡା, କୁରାଢୀ, ଛୁରୀ, ବ୍ଳେଡ୍ ଇତ୍ୟାଦି ୪. ଅଗ୍ନି ଓ ଉତ୍ତପ୍ତ ବସ୍ତୁ ବା ଜିନିଷଦ୍ୱାରା ଆଘାତ ୫. ବିଷ ବା ଶରୀରର କ୍ଷୟକାରକ କୌଣସି ପଦାର୍ଥ ଯଥା- ଏସିଡ୍ ୬. ବିସ୍ଫୋରକ ପଦାର୍ଥ ୭. ଶରୀରର କ୍ଷତିକାରକ କୌଣସି ପଦାର୍ଥ, ଯାହାର ଆଘ୍ରାଣ, ଭକ୍ଷଣ ବା ରକ୍ତରେ ମିଶ୍ରିତ ହେଲେ ରୋଗ ହୋଇଥାଏ । ୮. କୌଣସି ପ୍ରକାର ପଶୁକୁ ନିୟୋଜିତ କରି ଅନ୍ୟକୁ ଆଘାତ କରିବା ୯. କୌଣସି ଉପକରଣ ଯାହାଦ୍ୱାରା ଆଘାତ କଲେ ମୃତ୍ୟୁର ସମ୍ଭାବନା ଥାଏ ।

ଧାରା ୩୦୨- ହତ୍ୟା

ଧାରା ୩୦୭- ହତ୍ୟା ପାଇଁ ପ୍ରୟାସ

ଧାରା ୩୦୯- ଆତ୍ମହତ୍ୟା ପାଇଁ ପ୍ରୟାସ

ଧାରା ୩୨୩- ଯେ କେହି ଅନ୍ୟଜଣକୁ ଜାଣିଶୁଣି ସାଧାରଣ ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦି ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ଅପରାଧର ପ୍ରକୃତି – ଏହା ଏକ ଅଧର୍ତ୍ତବ୍ୟ ଅପରାଧ-ରଫା ହୋଇପାରିବ–:ଯେକୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ।

ଧାରା ୩୨୪-ଯେ କେହି ଅନ୍ୟଜଣକୁ ଜାଣିଶୁଣି ମାରାତ୍ମକ ଅସ୍ତ୍ର ବା ଉପାୟରେ ସାଧାରଣ ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯେଉଁ ଦଣ୍ଡର ମିଆଦି ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ । ଅପରାଧର ପ୍ରକୃତି- ଏହା ଏକ ଧର୍ତ୍ତବ୍ୟ ଅପରାଧ, ରଫା ହୋଇପାରିବ ନାହିଁ, ଯେକୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ଏବଂ ଜାମିନ ମିଳିବ ନାହିଁ ।

ଧାରା ୩୨୫- ଯେ କେହି ଅନ୍ୟଜଣକୁ ଜାଣିଶୁଣି ଗୁରୁତର ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦି ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ ।

ଅପରାଧର ପ୍ରକୃତି – ଏହା ଏକ ଧର୍ତ୍ତବ୍ୟ ଅପରାଧ, ଅଦାଲତଙ୍କ ଅନୁମତି ନେଇ ରଫା ହୋଇପାରିବ, ଯେ କୌଣସି ମାଜିଷ୍ଟ୍ରେଟ୍ ବିଚାର କରିପାରିବେ ଏବଂ ଜାମିନ ମିଳିପାରିବ ।

ଧାରା ୩୨୬- ଯେ କେହି ଅନ୍ୟଜଣକୁ ଜାଣିଶୁଣି ମାରାତ୍ମକ ଅସ୍ତ୍ର ବା ଅନ୍ୟ ଉପାୟରେ ଗୁରୁତର ଆଘାତ କଲେ ସେହି ବ୍ୟକ୍ତିକୁ ଦଣ୍ଡିତ କରାହେବ ଯାହାର ଦଣ୍ଡର ମିଆଦ ଆଜୀବନ କାରାଦଣ୍ଡ ବା ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହୋଇପାରେ ।

ଅପରାଧର ପ୍ରକୃତି- ଏହା ଏକ ଧର୍ତ୍ତବ୍ୟ ଅପରାଧ, ରଫା ହୋଇପାରିବ ନାହିଁ, ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ବିଚାର କରିପାରିବେ ଏବଂ ଜାମିନ ମିଳିପାରିବ ନାହିଁ ।

ଧାରା ୩୨୮- ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବା ଉଦ୍ଦେଶ୍ୟରେ କିମ୍ବା କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଅଥବା ତାହା ସହଜ କରିବା ଅଭିପ୍ରାୟରେ ବିଷ ବା ଅଚେତନକାରକ, ନିଶାକାରକ କିମ୍ବା କୌଣସି ଅସ୍ୱାସ୍ଥ୍ୟକର ଦ୍ରବ୍ୟ ପ୍ରୟୋଗ କରେ ତା’ହେଲେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୩୦- ଯଦି କେହି ଅନ୍ୟଜଣଙ୍କ ଠାରୁ କିମ୍ବା ତା’ସହିତ ସଂପର୍କ ଥବା କୌଣସି ବ୍ୟକ୍ତିଙ୍କ ଠାରୁ କୌଣସି ଅପରାଧ ସଂପର୍କରେ ସ୍ୱୀକାରୋକ୍ତି ବା ଖବର ବାହାର କରିବା ପାଇଁ କିମ୍ବା କୌଣସି ସଂପତ୍ତି ବା ମୂଲ୍ୟବାନ ପ୍ରତିଭୂତି ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେହି ବ୍ୟକ୍ତିଙ୍କୁ ବା ତାଙ୍କର ସଂପର୍କୀୟଙ୍କୁ ସାଧାରଣ ଆଘାତ କରନ୍ତି ତା’ହେଲେ ତାଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ମଧ୍ୟ ହେବ ।

ଧାରା ୩୩୧- ଯଦି କେହି ଅନ୍ୟ ଜଣଙ୍କ ଠାରୁ କିମ୍ବା ତା ସହିତ ସଂପର୍କ ଥିବା କୌଣସି ବ୍ୟକ୍ତିଙ୍କଠାରୁ କୌଣସି ଅପରାଧ ସଂପର୍କରେ ସ୍ୱୀକାରୋକ୍ତି ବା ଖବର ବାହାର କରିବା ପାଇଁ କିମ୍ବା କୌଣସି ସଂପତ୍ତି ବା ମୂଲ୍ୟବାନ ପ୍ରତିଭୂତି ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେହି ବ୍ୟକ୍ତିଙ୍କୁ ବା ତାଙ୍କର ସଂପର୍କୀୟଙ୍କୁ ଗୁରୁତର ଆଘାତ କରନ୍ତି ତା’ହେଲେ ତାଙ୍କୁ ଦଶବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ମଧ୍ୟ ହେବ ।

ଧାରା ୩୩୨– ଯଦି କେହି କୌଣସି ସରକାରୀ କର୍ମଚାରୀଙ୍କୁ ସେ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାବେଳେ, କିମ୍ବା ତାଙ୍କୁ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାରୁ ନିବୃତ କରାଇବା ପାଇଁ କିମ୍ବା ସେହି ସରକାରୀ କର୍ମଚାରୀ ଅତୀତରେ କରିଥୁବା ବା କରିବାକୁ ଚେଷ୍ଟା କରିଥବା କୌଣସି କର୍ତ୍ତବ୍ୟ ସଂପାଦନ ସମ୍ବନ୍ଧରେ ସାଧାରଣ ଆଘାତ କରେ ତାହା ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ମଧ ହେବ ।

ଧାରା ୩୩୩- ଯଦି କେହି କୌଣସି ସରକାରୀ କର୍ମଚାରୀଙ୍କୁ ସେ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାବେଳେ, କିମ୍ବା ତାଙ୍କୁ ତାଙ୍କ ପଦବୀଗତ କର୍ତ୍ତବ୍ୟ ସଂପାଦନ କରିବାରୁ ନିବୃତ କରାଇବା ପାଇଁ କିମ୍ବା ସେହି ସରକାରୀ କର୍ମଚାରୀ ଅତୀତରେ କରିଥବା ବା କରିବାକୁ ଚେଷ୍ଟା କରିଥବା କୌଣସି କର୍ତ୍ତବ୍ୟ ସଂପାଦନ ସମ୍ବନ୍ଧରେ ଗୁରୁତର ଆଘାତ କରେ ତାହା ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ମଧ ହେବ ।

ଧାରା ୩୩୬- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୨୫୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୩୭- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ସଂକଟାପନ୍ନ କରାଏ ଏବଂ ତଦ୍ୱାରା ଅନ୍ୟ କାହାକୁ ସାଧାରଣରେ ଆଘାତ ହୁଏ ସେହି ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ୫୦୦ ଟଙ୍କା ଜୋରିମାନା ହେବ ।

ଧାରା ୩୩୮- ଯେ କେହି ନିଜର ଅବହେଳା ଓ ଅସାବଧାନତା (ଦୁଃସାହାସ) ଜନିତ କାର୍ଯ୍ୟ ଯାହାକି ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କିମ୍ବା ନିରାପତ୍ତାକୁ ଗୁରୁତର ସଂକଟାପନ୍ନ କରାଏ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ବେଆଇନ ଅବରୋଧ/ଅଟକ[ସମ୍ପାଦନା]

ଅନ୍ୟାୟ ନିରୋଧ (ବେଆଇନ ଅଟକ)ର ସଂଜ୍ଞା ଧାରା ୩୩୯ରେ ବର୍ଣ୍ଣନା କରାଯାଇଥବା ବେଳେ ଅନ୍ୟାୟ ଅବରୋଧ (ବେଆଇନ ଅବରୋଧ) ଧାରା ୩୪୦ରେ ବର୍ଣ୍ଣନା କରାଯାଇଛି ।

ବେଆଇନ ଅଟକ– ଯେ କେହି ଜାଣିଶୁଣି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଅଧକାର ଭୁକ୍ତ ଯେକୌଣସି ଗନ୍ତବ୍ୟ ଦିଗକୁ ଅଗ୍ରସର ହେବାର ବାଧା ଦିଏ ସେ ଏହି ଅପରାଧ କରେ ବୋଲି ଧରାଯିବ ।

ବେଆଇନ ଅବରୋଧ- ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଏପରି ଭାବରେ ବେଆଇନ ଅଟକ କରେ ଯେ ସେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପରିସୀମା ବାହାରକୁ ଯାଇପାରେ ନାହିଁ ତାହାକୁ ବେଆଇନ ଅବରୋଧ କୁହାଯାଏ ।

ଧାରା ୩୪୧- ଯେ କେହି କୌଣସି ବ୍ୟକ୍ତିକୁ ବେଆଇନ ଅଟକ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ଏକମାସ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୪୨- ଯେ କେହି କୌଣସି ବ୍ୟକ୍ତିକୁ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୪୩- ଯେ କେହି କୌଣସି ବ୍ୟକ୍ତିକୁ ତିନିରୁ ଦଶଦିନ ପର୍ଯ୍ୟନ୍ତ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୪୪- ଯେ କେହି କୌଣସି ବ୍ୟକ୍ତିକୁ ଦଶଦିନରୁ ଅଧ୍ୟକ ପର୍ଯ୍ୟନ୍ତ ବେଆଇନ ଅବରୋଧ (ଅନ୍ୟାୟ ନିରୋଧ) କରେ ସେ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୪୬- ଯେ କେହି କୌଣସି ବ୍ୟକ୍ତିକୁ ଏପରି ଭାବରେ ଅନ୍ୟାଯ୍ୟ ଅପରାଧ (ବେଆଇନ ଅବରୋଧ) କରେ ସେହି ଅବରୁଦ୍ଧ ବ୍ୟକ୍ତିର ପରିଜନ ଓ ସଦକାରୀ କର୍ମଚାରୀଙ୍କୁ ତାଙ୍କର ଅବରୁଦ୍ଧ ବିଷୟ ଜଣା ନ ପଡ଼େ ତାହାକୁ ଗୋପନରେ ଅନ୍ୟାୟ ଅବରୋଧ କୁହାଯାଏ । ଏପରି ସ୍ଥଳେ ଅପରାଧିକୁ ଅନ୍ୟାୟ ଅବରୋଧର ଦଣ୍ଡ ସହିତ ଅଧିକ ଦୁଇବର୍ଷର ଜେଲ ଦଣ୍ଡାଦେଶ ହୋଇପାରିବ । ଏହି ଧାରା ଅନ୍ୟାୟ ଅବରୋଧର ମୁଖ୍ୟ ଧାରା (୩୪୨, ୩୪୩, ୩୪୪) ସହିତ ଯୋଡ଼ା ଯାଇଥାଏ । ଏହି ଅପରାଧ ଲାଗି ୨ ବର୍ଷ ଜେଲଦଣ୍ଡ ସହ ଅନ୍ୟାୟ ଅବରୋଧର ମୁଖ୍ୟ ଧାରା ଲାଗି ଉଦ୍ଦିଷ୍ଟ ଜେଲଦଣ୍ଡ ହୋଇପାରେ ଓ ଏହି ଜେଲଦଣ୍ଡ ମୁଖ୍ୟ ଦଣ୍ଡ ସହିତ ମିଶିବ ।

ଧାରା ୩୪୮- ଏହି ଧାରା ୩୩୦ ଓ ୩୩୧ ଧାରାରେ ବର୍ଣ୍ଣିତ ସମ୍ପର୍କୀୟମାନଙ୍କୁ ସେଥରେ ଉଲ୍ଲେଖ ଅବା ଅପରାଧ ସଂଗଠିତ ଉଦ୍ଦେଶ୍ୟରେ ବେଆଇନ ଅବରୋଧ କଲେ ଦଣ୍ଡ ମିଳିବ ଯାହାର ମିଆଦ ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଅପରାଧିକ ବଳପ୍ରୟୋଗ[ସମ୍ପାଦନା]

ଧାରା ୩୪୯- ଯେତେବେଳେ ଜଣେ ବ୍ୟକ୍ତି ନିଜର ଶାରୀରିକ ବଳ ପ୍ରୟୋଗଦ୍ୱାରା କିମ୍ବା କୌଣସି ବସ୍ତୁର ବିନିଯୋଗଦ୍ୱାରା କିମ୍ବା କୌଣସି ଜନ୍ତୁ ବା ପଶୁକୁ ଗତିଶୀଳ କିମ୍ବା ଗତିରେ ପରିବର୍ଭନ ବା ଗତି ରହିତ କରେ ବା ଅନୁଭବ ସୃଷ୍ଟି କରେ । ଏହାକୁ ବଳ ପ୍ରୟୋଗ ବୋଲି କୁହାଯାଏ । ଯେତେବେଳେ ଏହି ବଳ ପ୍ରୟୋଗ କୌଣସି ଅପରାଧ ସଂଗଠିତ କରିବା ଉଦ୍ଦେଶ୍ୟରେ କିମ୍ବା କୌଣସି ବ୍ୟକ୍ତିର କ୍ଷତି, ଭୟ ବା ବିରକ୍ତି ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଓ ସେହି ବ୍ୟକ୍ତିର ସମ୍ମତି ବିନା କରାଯାଏ ଏହାକୁ ଅପରାଧିକ ବଳ ପ୍ରୟୋଗ କୁହାଯାଏ । ଯେତେବେଳେ କୌଣସି ବ୍ୟକ୍ତି ନିଜର ଅଙ୍ଗଭଙ୍ଗୀ କିମ୍ବା ପ୍ରସ୍ତୁତିଦ୍ୱାରା ସେହି ସ୍ଥାନରେ ଉପସ୍ଥିତ ଥୁବା ଅନ୍ୟ ଜଣଙ୍କ ମନରେ ଆଶଙ୍କା ବା ଭୟ ସୃଷ୍ଟି କରାଏ ଯେ ଉପରୋକ୍ତ ବ୍ୟକ୍ତି ତାଙ୍କ ଉପରେ ଅପରାଧିକ ବଳ ପ୍ରୟୋଗ କରିବାକୁ ଯାଉଛନ୍ତି, ତା ହେଲେ ଏହି ଅପରାଧକୁ ହମଲା (Assault) କୁହାଯାଏ । ଏପରି ଏକ ଅପରାଧ ପାଇଁ ଅପରାଧୀ ଧାରା ୩୫୨ ଅନୁଯାୟୀ ଦଣ୍ଡିତ ହେବେ ଓ ଦଣ୍ଡର ମିଆଦି ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଧାରା ୩୫୪- ଯଦି କେହି କୌଣସି ନାରୀର ଇଜତ ଉପରେ ଆଞ୍ଚ ଆଣିବା ଉଦ୍ଦେଶ୍ୟରେ ବା ଇଜତ ନଷ୍ଟ ହେବାର ସମ୍ବାବନା ଅଛି ବୋଲି ଜାଣି ନାରୀ ପ୍ରତି ଅପରାଧିକ ବଳ ପ୍ରୟୋଗ କରେ ତା’ହେଲେ ଅପରାଧିକୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ । (ଏହି ଅପରାଧ ଆମ ରାଜ୍ୟରେ ଜାମିନ ରହିତ ଅଟେ)

ବି.ଦ୍ର.: ୧– ନାରୀର ଇଜତ ତାର ଯୌନ ସଂପର୍କୀୟ ନାରୀତ୍ୱ ଏବଂ ଏହା ପ୍ରତ୍ୟେକ ନାରୀର ସର୍ବାଙ୍ଗରେ ପରିବ୍ୟାପ୍ତ । ଏଣୁ ଯେ କେହି ଯୌନ ଇଚ୍ଛା ରଖି ଇଚ୍ଛାକୃତ ଭାବେ କୌଣସି ନାରୀର ଶରୀର ଓ ଶରୀର ସଂଲଗ୍ନ ପଦାର୍ଥ ଉପରେ ଅପରାଧିକ ବଳ ପ୍ରୟୋଗ କଲେ ସେ ଏହି ଅପରାଧ କରେ । ୨– କୌଣସି ଅଙ୍ଗଭଙ୍ଗୀ ବା ପ୍ରସ୍ତୁତି ଯାହାକି କେବଳ ଭୟ ସୃଷ୍ଟି କରେ ତାହା ଏହି ଅପରାଧ ନିରୁପିତ କରିବା ପାଇଁ ଯଥେଷ୍ଟ ନୁହେଁ । ଏଭଳି କାର୍ଯ୍ୟ ଦଫା ୩୫୨ ବା ୫୦୬ ବା ୫୦୯ ଅନ୍ତର୍ଭୁକ୍ତ ହୋଇପାରେ । ୩- ପୁନଶ୍ଚ ଯେ କେହି କୌଣସି ନାରୀ ଉପରେ ଅପରାଧିକ ବଳମ୍ ପ୍ରୟୋଗ କଲାବେଳେ ଯଦି ତାଙ୍କରି ଜ୍ଞାନ ଥାଏ ଯେ ଏହି ଅପରାଧିକ ବଳ ପ୍ରୟୋଗଦ୍ୱାରା ନାରୀଟିର ଇଜତ ନଷ୍ଟ ହେବ, ସେତେବେଳେ ତାଙ୍କର ଯୌନ ସମ୍ବନ୍ଧୀୟ ଇଚ୍ଛା ନଥଲେ ମଧ୍ୟ ସେ ଏହି ଧାରାରେ ଅପରାଧି ହେବେ ।

ଧାରା ୩୫୫- ଯଦି କୌଣସି ବ୍ୟକ୍ତି ଗୁରୁତର ଏବଂ ଆକସ୍ମିକ ଉତ୍ତେଜନା ନଥାଇ ଅନ୍ୟଜଣଙ୍କୁ ଅପମାନିତ କରିବା ପାଇଁ ତାଙ୍କ ପ୍ରତି ହାମଲା ବା ଅପରାଧିକ ବଳ ପ୍ରୟୋଗ କରନ୍ତି ତା’ହେଲେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଅପହରଣ ବା ବଳାପହରଣ[ସମ୍ପାଦନା]

ଧାରା ୩୬୦- ଅନୁସାରେ ଯେ କେହି ଅନ୍ୟ କୌଣସି ଲୋକର ସମ୍ମତି ବିନା ଓ ନାବାଳକ ମାନଙ୍କ କ୍ଷେତ୍ରରେ ତାଙ୍କର ଆଇନସମ୍ମତ ଅଭିଭାବକଙ୍କର ସମ୍ମତି ବିନା ସେହି ଲୋକଙ୍କୁ ଭାରତର ସୀମା ବାହାରକୁ ନେଇଯାଏ ତାହାକୁ ଭାରତରୁ ଅପହରଣ ବୋଲି କୁହାଯିବ ।

ଧାରା ୩୬୧- (ଆଇନ ସମ୍ମତ ଅଭିଭାବକଙ୍କ) ଠାରୁ ଅପହରଣ- ଯଦି କେହି କୌଣସି ଷୋହଳ ବର୍ଷରୁ କମ୍ ବୟସର ବାଳକ କିମ୍ବା ଅଠର ବର୍ଷରୁ କମ୍ ବୟସର ବାଳିକା କିମ୍ବା ବିକୃତ ମସ୍ତିଷ୍କ ବ୍ୟକ୍ତିଙ୍କୁ ସେମାନଙ୍କର (ଆଇନସମ୍ମତ ଅଭିଭାବକଙ୍କ) ସମ୍ମତି ବିନା ବା ପ୍ରଲୋଭିତ କରି ନେଇଯାଏ ସେହି ନାବାଳକକୁ (ଆଇନ ସମ୍ମତ ଅଭିଭାବକ)ଙ୍କ ଠାରୁ ଅପହରଣ କରାଯାଇଛି ବୋଲି କୁହାଯାଏ ।

(ଆଇନ ସମ୍ମତ ଅଭିଭାବକ- ପିତା ଓ ମାତା ପ୍ରତ୍ୟେକ ନାବାଳକର ସ୍ୱାଭାବିକ ଆଇନସମ୍ମତ ଅଭିଭାବକ । ତାଙ୍କର ଅନୁପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କ ଉପରେ ନାବାଳକର ଯତ୍ନ ଓ ରକ୍ଷଣାବେକ୍ଷଣର ଭାର ଆଇନାନୁସାରେ ଅର୍ପିତ ହୋଇଛି ସେମାନଙ୍କୁ ଆଇନ ସମ୍ମତ ଅଭିଭାବକ ଭାବେ ଧରାଯାଏ)

ଧାରା ୩୬୨- ଯଦି କେହି ଅନ୍ୟ କୌଣସି ବ୍ୟକ୍ତିଙ୍କ ଗୋଟିଏ ସ୍ଥାନ ପରିତ୍ୟାଗ କରି ଅନ୍ୟ ସ୍ଥାନକୁ ଯିବା ପାଇଁ ବଳପୂର୍ବକ ବାଧ୍ୟ କରେ ବା ପ୍ରତାରଣାଦ୍ୱାରା ପ୍ରବର୍ତ୍ତାଇ ନେଇଯାଏ -ସେ ଉକ୍ତ ବ୍ୟକ୍ତିକୁ ବଳପୂର୍ବକ ଅପହରଣ କରିଛି ବୋଲି କୁହାଯିବ ।

ଧାରା ୩୬୩- ଯଦି କେହି କୌଣସି ବ୍ୟକ୍ତିଙ୍କୁ ଭାରତର ସୀମା ବାହାରକୁ ତାଙ୍କ ବିନା ସମ୍ମତିରେ ନେଇଯାନ୍ତି କିମ୍ବା କୌଣସି ନାବାଳକ ଓ ବିକୃତ ମସ୍ତିଷ୍କ ବ୍ୟକ୍ତିଙ୍କୁ ତାଙ୍କ ଆଇନ ସମ୍ମତ ଅଭିଭାବକଙ୍କ ହେପାଜତରୁ ତାଙ୍କ ବିନା ସମ୍ମତ୍ତିରେ ନେଇଯାନ୍ତି ତାହା ହେଲେ ସେହି ବ୍ୟକ୍ତିଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୬୩(କ)- ଯଦି କେହି କୌଣସି ନାବାଳକକୁ ଭିକ୍ଷାବୃତ୍ତିରେ ନିୟୋଯିତ କରିବା ବା ବ୍ୟବହାର କରିବା ଉଦ୍ଦେଶ୍ୟରେ ଅପହରଣ କରେ କିମ୍ବା ନିଜେ ନାବାଳକର ଆଇନ ସମ୍ମତ୍ତ ଅଭିଭାବକ ନ ହୋଇ ନିଜ ଅଧୀନକୁ ଆଣେ ତା’ହେଲେ ସେହି ବ୍ୟକ୍ତି ଏହି ଅପରାଧରେ ଦଣ୍ଡିତ ହେବ ଓ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଯଦି ଏହିଭଳି ଭାବରେ ଅପହୃତ ନାବାଳକକୁ ଭିକ୍ଷା ବୃତ୍ତିରେ ନିୟୋଜିତ ବା ବ୍ୟବହାର କରିବା ପାଇଁ ବିକଳାଙ୍ଗ କରି ଦିଆଯାଏ ତେବେ ଅପରାଧୀକୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ହୋଇପାରେ । ଯଦି କେହି କୌଣସି ନାବାଳକକୁ ଭିକ୍ଷାବୃଭିରେ ନିୟୋଜିତ ବା ବ୍ୟବହାର କରିବାର ଦେଖାଯାଏ ଏବଂ ସେହି ବ୍ୟକ୍ତି ତା’ର ଆଇନସମ୍ମତ ଅଭିଭାବକ ହୋଇ ନଥାନ୍ତି ତା'ହେଲେ ଧରି ନିଆଯିବ ଯେ, ସେ ସେହି ନାବାଳକକୁ ଅପହରଣ କରିଛନ୍ତି ।

ନିମ୍ନଲିଖୁତ କାର୍ଯ୍ୟଗୁଡ଼ିକୁ ଭିକ୍ଷାବୃତ୍ତି ଭାବରେ ଗ୍ରହଣ କରାଯାଇଛି । ୧. ସର୍ବସାଧାରଣ ସ୍ଥାନରେ ନୃତ୍ୟ କରିବା, ଗୀତ ଗାଇବା, ଭବିଷ୍ୟବାଣୀ କହିବା, ଯାଦୁ ଦେଖାଇବା, ସାଧାରଣ ଦ୍ରବ୍ୟ-ବିକ୍ରୟ କରିବା ବା ଅନ୍ୟ କୌଣସି ପ୍ରକାରରେ ଭିକ୍ଷା ପ୍ରାପ୍ତ କରିବା କାର୍ଯ୍ୟରେ ଲଗାଇବା ।

୨. ଭିକ୍ଷାପ୍ରାପ୍ତ ଉଦ୍ଦେଶ୍ୟରେ ଘର ଘର ବୁଲି ଭିକ୍ଷା ପ୍ରାର୍ଥନା କରିବା ।

୩. ଭିକ୍ଷା ପ୍ରାର୍ଥନା ବା ଭିକ୍ଷା କାମନା ଉଦ୍ଦେଶ୍ୟରେ ନିଜର ବା ଅନ୍ୟ କାହାର କ୍ଷତ, ଆଘାତ, ଅଙ୍ଗ, କୈବଲ୍ୟ ବା ବ୍ୟାଧିର ପ୍ରଦର୍ଶନ କରିବା ।

୪. ଭିକ୍ଷା କାମନା ଉଦ୍ଦେଶ୍ୟରେ କୌଣସି ନାବାଳକକୁ ପ୍ରଦର୍ଶନ କରିବା ଇତ୍ୟାଦି ।

ଧାରା ୩୬୪- ଯଦି କେହି ଅପହରଣ ବା ବଳାପହରଣ ଏହି ଉଦ୍ଦେଶ୍ୟରେ କରେ ଯେ ଅପହୃତ ବ୍ୟକ୍ତିକୁ ହତ୍ୟା କରାଯିବ ବା ଏପରି ଭାବରେ ଛାଡ଼ି ଦିଆଯିବ ଯେ, ସେହି ବ୍ୟକ୍ତି ଖୁନ୍ ହେବାର ସଂକଟରେ ପଡ଼ିବ । ସେହି ଅପରାଧିକୁ ଆଜୀବନ କାରାଦଣ୍ଡ ବା ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୬୪ (କ)- ଯଦି କେହି ବ୍ୟକ୍ତି ଜଣକୁ ଅପହରଣ ବା ବଳାପହରଣ କରି ନିଜ କବ୍ଜାରେ ରଖି ହତ୍ୟା ବା ଆଘାତ କରିବାର ଧମକ ଦିଏ କିମ୍ବା ଏପରି ବ୍ୟବହାର କରେ ଯେଉଁଥିରୁ ଏହା ପ୍ରତୀୟମାନ ହେବ ଯେ, ସେ ଅପହୃତ ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ହତ୍ୟା କରିବ ବା ଆଘାତ କରିବ ଏବଂ ଏପରି କରି ସେ କେନ୍ଦ୍ର ସରକାରଙ୍କୁ ବା ରାଜ୍ୟ ସରକାରଙ୍କୁ ବା ବାହାର ଦେଶର କୌଣସି ସରକାର ବା କୌଣସି ସଂସ୍ଥାକୁ ବା କୌଣସି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ବା କୌଣସି କାର୍ଯ୍ୟରୁ ନିବୃତ ରହିବା ପାଇଁ ବା କୌଣସି ସଂପଭି ଦେବା ପାଇଁ ବାଧ୍ୟ କରେ ତା’ହେଲେ ସେହି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ ଓ ଅର୍ଥ ଦଣ୍ଡ ମଧ୍ୟ ଦିଆଯିବ ।

ଧାରା ୩୬୫- ଯଦି କେହି ଅପହରଣ ବା ବଳାପହରଣ ଏହି ଉଦ୍ଦେଶ୍ୟରେ କରେ ଯେ ଅପହୃତ ବ୍ୟକ୍ତିକୁ ଗୋପନରେ ବେଆଇନ ଅବରୋଧ କରାଯିବ ତେବେ ସେହି ଅପରାଧିକୁ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୬୬- (ବିବାହ ଓ ଅବୈଧ ସହବାସ ପାଇଁ ନାରୀ ଅପହରଣ)- ଯଦି ଜଣେ ବ୍ୟକ୍ତି କୌଣସି ନାରୀକୁ (ନାବାଳିକା ଓ ସାବାଳିକା) ତା’ର ଇଚ୍ଛା ବିରୁଦ୍ଧରେ କାହା ସହିତ ବିବାହ କରାଇବାକୁ ବାଧ୍ୟ କରାଇବା କିମ୍ବା କୌଣସି ପୁରୁଷ ସହିତ ଅବୈଧ ସହବାସ ପାଇଁ ବାଧ୍ୟ କରାଇବା ବା ପ୍ରଲୋଭିତ କରାଇବା ଅଭିପ୍ରାୟରେ ଅପହରଣ କରେ ତା’ହେଲେ ସେହି ବ୍ୟକ୍ତିକୁ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଯଦି କେହି ଅପରାଧିକ ଭୟ ପ୍ରଦର୍ଶନ କରି ବା ନିଜ କ୍ଷମତାର ଅପବ୍ୟବହାର କରି ବା ନିଜ ବା ଅନ୍ୟ ଯେ କୌଣସି ଉପାୟରେ, କୌଣସି ନାରୀକୁ ଅନ୍ୟ ଏକ ପୁରୁଷ ସହିତ ଅବୈଧ ସହବାସ ପାଇଁ ବାଧ୍ୟ ବା ପ୍ରଲୋଭିତ କରାଇବା, ଏପରି ଅଭିପ୍ରାୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ପ୍ରବର୍ଭାଏ ତା’ହେଲେ ସେହି ବ୍ୟକ୍ତିଙ୍କୁ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ଛୋହବ ।

ଧାରା ୩୬୭- ଯଦି କେହି ଅନ୍ୟ ଜଣକୁ ଗୁରୁତର ଆଘାତ କରିବା ଉଦ୍ଦେଶ୍ୟରେ ବା ଦାସତ୍ୱରେ ଆବଦ୍ଧ କରିବା ଉଦ୍ଦେଶ୍ୟରେ ବା ଅନ୍ୟ କାହାର ଅପ୍ରାକୃତିକ ଯୌନ ଲାଳସାର ଚରିତାର୍ଥ ପାଇଁ ବା ଉକ୍ତ ବ୍ୟକ୍ତି ଉପରୋକ୍ତ ଅପରାଧର ଶିକାର ହେବ ଜାଣି ସେହି ବ୍ୟକ୍ତିକୁ ଅପହରଣ କରେ ତେବେ ଅପରାଧିକୁ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୬୮- କୌଣସି ବ୍ୟକ୍ତିକୁ ଅପହୃତ ହୋଇଛି ଜାଣି ଉକ୍ତ ବ୍ୟକ୍ତିକୁ ଯେ କେହି ବେଆଇନ ଭାବେ ଅବରୋଧ କରି ରଖେ ସେ ବ୍ୟକ୍ତି ମୂଳ ଅପରାଧି ଯେଉଁ ଧାରାରେ ଯେତିକି ଦଣ୍ଡ ପାଇବେ ସେତିକି ଦଣ୍ଡ ପାଇବେ ।

ଧାରା ୩୬୯- ଯେ କେହି ୧୦ ବର୍ଷରୁ କମ୍ ବୟସ ନାବାଳକକୁ ତା’ର ଶରୀରରୁ କୌଣସି ମୂଲ୍ୟବାନ ଅସ୍ଥାବର ସମ୍ପଭି ନେବା ଅଭିପ୍ରାୟ ଅପହରଣ କରେ ସେହି ବ୍ୟକ୍ତିକୁ ସାତବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୭୪- ଯେ କେହି ଅନ୍ୟ ଜଣକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଶ୍ରମ କରାଏ ତା’ହେଲେ ସେହି ବ୍ୟକ୍ତିକୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧର୍ଷଣ[ସମ୍ପାଦନା]

ଭାରତୀୟ ଦଣ୍ଡବିଧ ଆଇନର ଦଫା-୩୭୫ରେ ଧର୍ଷଣ ବା ବଳାତ୍କାରର ସଂଜ୍ଞା ନିମ୍ନପ୍ରକାରେ ପ୍ରଦାନ କରାଯାଇଛି । ଦଫା ୩୭୫- ଯେତେବେଳେ କୌଣସି ପୁରୁଷ ଜଣେ ନାରୀ ସହିତ ନିମ୍ନପ୍ରଦତ୍ତ ୬ ଗୋଟି ପରିସ୍ଥିତି ମଧରୁ କୌଣସି ଗୋଟିଏ ପରିସ୍ଥିତିରେ ସହବାସ କରେ ସେହି ସହବାସକୁ ଧର୍ଷଣ ବା ବଳାତ୍କାର କୁହାଯାଏ ।[୪]

(୧) ଯେତେବେଳେ ନାରୀର ଇଚ୍ଛା ବିରୁଦ୍ଧରେ ତା ସହିତ ସହବାସ କରାଯାଏ ।

(୨) ଯେତେବେଳେ ନାରୀର ସହମତୀ ନନେଇ ତା ସହିତ ସହବାସ କରାଯାଏ ।

(୩) ଯେତେବେଳେ ନାରୀକୁ ମୃତ୍ୟୁ କିମ୍ବା ଅନ୍ୟ ଶାରୀରିକ ଆଘାତ ଦିଆଯିବାର ଭୟ ଦେଖାଇ ତା’ର ସହମତି ନିଆଯାଏ ଓ ତା’ ସହିତ ସହବାସ କରାଯାଏ ।

(୪) ଯେତେବେଳେ ନାରୀଟି ଏକ ଭ୍ରମାତ୍ମକ ପରିସ୍ଥିତିରେ ବିଶ୍ୱାସ କରେ ଯେ ପୁରୁଷଟି ତା’ର ସ୍ୱାମୀ ବା ପୁରୁଷଟି ସହିତ ତା’ର ଆଇନତଃ ବିବାହ ହୋଇଛି ଏବଂ ଏହି ବିଶ୍ୱାସରେ ସେହି ନାରୀ ସହବାସ ପାଇଁ ସମ୍ମତି ପ୍ରଦାନ କରେ କିନ୍ତୁ ପୁରୁଷଟି ଜାଣିଥାଏ ଯେ ସେ ସେହି ନାରୀର ବିବାହିତ ସ୍ୱାମୀ ନୁହେଁ ।

(୫) ଯେତେବେଳେ କୌଣସି ମାନସିକ ବିକୃତିଥିବା ନାରୀ ବା ନିଶା ଦ୍ରବ୍ୟ ବା ନିଶା ଦ୍ରବ୍ୟ ଭଳି ଉତ୍ତେଜକ ଓ ନିଶ୍ଚେତକ ଦ୍ରବ୍ୟ ସେବନ କରିଥବା ନାରୀ ଯେ କି ନିଜେ କରୁଥବା କାର୍ଯ୍ୟର ପ୍ରକୃତି ଓ ଫଳାଫଳ ସମ୍ବନ୍ଧରେ ଜାଣି ପାରୁ ନ ଥିବେ, ଯଦି ସହବାସ ପାଇଁ ସହମତି ଦିଅନ୍ତି ଏବଂ ପୁରୁଷଟି ସେହି ନାରୀ ସହିତ ସହବାସ କରନ୍ତି ।

(୬) ଯଦି ନାରୀଟିର ବୟସ ୧୮[୫] ବର୍ଷରୁ କମ୍ ହୋଇଥିବ, ଏବଂ ପୁରୁଷ ସେତେବେଳେ ସେହି ନାରୀର ସହମତି କିମ୍ବା ବିନା ସହମତିରେ ତା ସହ ସହବାସ କରନ୍ତି ।

(୭) ଯଦି ନାରୀଟି ତାର ସମ୍ମତି ପ୍ରଦାନ ପାଇଁ ଅସମର୍ଥ ଥିବ ଏବଂ ପୁରୁଷ ସେତେବେଳେ ତା ସହ ସହବାସ କରନ୍ତି ।[୫]

କ୍ରମିକ ନମ୍ବର ୬ରେ ଦିଆଯାଇଥବା ପରିସ୍ଥିତିର ବ୍ୟତିକ୍ରମ- ନିଜ ସ୍ତ୍ରୀ ସହିତ ସହବାସ ଧର୍ଷଣ ପର୍ଯ୍ୟାୟଭୁକ୍ତ ହେବ ଯଦି ସ୍ତ୍ରୀଙ୍କର ବୟସ ୧୫ ବର୍ଷରୁ କମ୍ ହୋଇଥାଏ, ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୨ ବର୍ଷରୁ ଅଧକ ଓ ୧୫ ବର୍ଷରୁ କମ୍ ହୋଇଥଲେ ଅପରାଧୀ ସ୍ୱାମୀକୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ । ଏହି ଅପରାଧ ପାଇଁ ଦଫା ୩୭୬ରେ ଦଣ୍ଡବିଧାନ କରାଯାଇଛି । ଯେଉଁ ବ୍ୟକ୍ତି ଧର୍ଷଣ ବା ବଳାତ୍କାର ଅପରାଧର ଅପରାଧୀ ହୋଇ ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଓ ଜୋରିମାନା ଦଣ୍ଡ ଦିଆଯାଇପାରିବ, କିନ୍ତୁ କୌଣସି ପରିସ୍ଥିତିରେ କାରାଦଣ୍ଡର ପରିମାଣ ୭ ବର୍ଷରୁ କମ୍ କାରାଦଣ୍ଡାଦେଶ ହେବ । ନାହିଁ କିନ୍ତୁ ଯଦି ଅଦାଲତ କୌଣସି ପରିସ୍ଥିତିରେ ୭ବର୍ଷରୁ କମ୍ ଦଣ୍ଡ ଦେବା ପାଇଁ ନିର୍ଣ୍ଣୟ ନିଅନ୍ତି, ତା’ହେଲେ ଅଦାଲତ ଉପଯୁକ୍ତ କାରଣ ଦର୍ଶାଇ ୭ ବର୍ଷରୁ କମ୍ ଜେଲଦଣ୍ଡ ଦେଇପାରିବେ ।

(୭) ୨୦୦୮ରେ ପୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା – ୧୯୮(୬)ର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ କୁହାଯାଇଛି ଯେ କୌଣସି ବ୍ୟକ୍ତି ଯଦି ୧୮ ବର୍ଷରୁ କମ୍ ବୟସ୍କ ନିଜର ସ୍ତ୍ରୀ ସହିତ ସହବାସ କରନ୍ତି ଓ ଯଦି ସେଥରେ ଘଟଣାର ୧ ବର୍ଷ ପରେ ଅଭିଯୋଗ ଆସେ ତାହାହେଲେ କୌଣସି କୋର୍ଟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବେ ନାହିଁ ।

ନିମ୍ନଲିଖୁତ ପରିସ୍ଥିତିରେ ଧର୍ଷଣ ଅପରାଧରେ ସଂପୃକ୍ତ ଥବା ବ୍ୟକ୍ତି (ଅପରାଧୀ) ମାନଙ୍କ ପାଇଁ ବର୍ଦ୍ଧିତ ଦଣ୍ଡର ବ୍ୟବସ୍ଥା କରାଯାଇଛି, ଯାହାକି ଭାରତୀୟ ଦଣ୍ଡବଧ ଆଇନର ଦଫା-୩୭୬, ଉପଦଫା-୨ରେ ବର୍ଣ୍ଣିତ ହୋଇଛି ।

ଉପଦଫା (୨) ଯଦି କୌଣସି ବ୍ୟକ୍ତି.....

(କ) (୧) ପୋଲିସ ଅଫିସର ଭାବେ କୌଣସି ଥାନାରେ କାମ କରୁଥୁବା ସମୟରେ ସେହି ଥାନା ଇଲାକା ମଧ୍ୟରେ କୌଣସି ସ୍ଥାନରେ ଧର୍ଷଣ ଅପରାଧ କରନ୍ତି କିମ୍ବା ପୋଲିସ ଅଫିସର ଯେକୌଣସି ଥାନାର ପରିସର ମଧ୍ୟରେ ଯଦି ଧର୍ଷଣ କରନ୍ତି ।

(୨) ଜଣେ ପୋଲିସ ଅଫିସରଙ୍କର ତତ୍ତ୍ୱାବଧାନରେ ବା ତାଙ୍କର ଅଧସ୍ଥନ କର୍ମଚାରୀଙ୍କର ତତ୍ତ୍ୱାବଧାନରେ ଥିବା କୌଣସି ନାରୀଙ୍କୁ ଯଦି ଧର୍ଷଣ କରନ୍ତି ।

(ଖ) ଜଣେ ସର୍ବ ସାଧାରଣ ସେବକ (Public Servant)ହୋଇ ତାଙ୍କର ପଦବୀର ଅନଧିକାର ବ୍ୟବହାର କରି ତାଙ୍କ ଅଧୀନସ୍ଥ କିମ୍ବା ତାଙ୍କ ତତ୍ତ୍ୱାବଧାନରେ ଥିବା କୌଣସି ନାରୀଙ୍କୁ ଯଦି ଧର୍ଷଣ କରନ୍ତି ।

(ଗ) ଆଇନାନୁଯାୟୀ ସ୍ଥାପିତ କୌଣସି କାରାଗାର କିମ୍ବା ଅନ୍ୟାନ୍ୟ ଅଟକ ଗୃହ କିମ୍ବା ମହିଳା କିମ୍ବା ଶିଶୁମାନଙ୍କ ପାଇଁ ସ୍ଥାପିତ ହୋଇଥବା କୌଣସି ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ଯଦି ନିଜ ପଦବୀର ଦୁରୂପୋଯୋଗ କରି ଉକ୍ତ କାରାଗାର, ଅଟକଗୃହ ବା ଅନୁଷ୍ଠାନର କୌଣସି ଅନ୍ତେବାସୀ ମହିଳାଙ୍କୁ ଧର୍ଷଣ କରନ୍ତି ।

(ଘ) କୌଣସି ଚିକିତ୍ସାଳୟର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ବା ଚିକିତ୍ସାଳୟର କର୍ମଚାରୀ ହୋଇ ଯଦି ନିଜ ପଦବୀର ଦୁରୂପୋଯୋଗ କରି ଉକ୍ତ ଚିକିତ୍ସାଳୟର ପରିସର ମଧରେ କୌଣସି ମହିଳାଙ୍କୁ ଧର୍ଷଣ କରନ୍ତି ।

(ଙ) କୌଣସି ମହିଳା ଗର୍ଭବତୀ ଅଛନ୍ତି ବୋଲି ଜାଣି ଯଦି ଯେ କେହି ଉକ୍ତ ମହିଳାଙ୍କୁ ଧର୍ଷଣ କରନ୍ତି ।

(ଚ) ଯେ କେହି ୧୨ ବର୍ଷରୁ କମ୍ ବୟସ୍କ ମହିଳାଙ୍କୁ ଯଦି ଧର୍ଷଣ କରନ୍ତି ।

(ଛ) ଯେତେବେଳେ ଏକାଧିକ ବ୍ୟକ୍ତି ଜଣେ ମହିଳାଙ୍କର ଗଣଧର୍ଷଣ କରନ୍ତି ତା’ହେଲେ ସେମାନେ ଦଫା-୩୭୬(୨)ରେ ଦଣ୍ଡିତ ହେବେ ଯାହାକି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଓ ଜୋରିମାନା ହେବ । ଏ କ୍ଷେତ୍ରରେ ସେମାନଙ୍କର ଦଣ୍ଡର ପରିମାଣ ୧୦ ବର୍ଷରୁ କମ୍ ହେବ ନାହିଁ ।

ବି.ଦ୍ର. :- ଏହି ଅପରାଧର ସଂଘଟଣ ପାଇଁ ସ୍ତ୍ରୀ ଯୌନାଙ୍ଗରେ ପୁରୁଷ ଯୌନାଙ୍ଗର ପୂର୍ଣ୍ଣ ପ୍ରବେଶ ଦରକାର ନାହିଁ । ପୁରୁଷ ଯୌନାଙ୍ଗର ସାମାନ୍ୟ ପ୍ରବେଶ (Simple Penetration) ଯଥେଷ୍ଟ ।

ଯଦି ପୁରୁଷ ଯୌନାଙ୍ଗର ପ୍ରବେଶ ହୋଇନଥୁବ, କିନ୍ତୁ ପୁରୁଷ ଏହି ଅପରାଧ ଘଟାଇବା ପାଇଁ ଚେଷ୍ଟା କରିଥୁବ, ଯାହାକି ନାରୀର ବିରୋଧ ଯୋଗୁ ବା ଅନ୍ୟ କୌଣସି କାରଣ ହେତୁ ସଂପୂର୍ଣ୍ଣ ହୋଇପାରି ନଥୁବ, ସେ କ୍ଷେତ୍ରରେ ଅପରାଧୀ ବଳାତ୍କାର ଉଦ୍ୟମ ପାଇଁ ଦୋଷୀ ହେବ ଓ ଦଫା-୩୭୬/୫୧୧ ଅପରାଧରେ ଅପରାଧୀ ହେବ ।

ଦଫା : ୩୭୭- ଯଦି କେହି ବ୍ୟକ୍ତି ପ୍ରକୃତିର ନିୟମ ବିରୁଦ୍ଧରେ କୌଣସି ନର, ନାରୀ ବା ପଶୁ ସହିତ ସ୍ୱଇଚ୍ଛାରେ ଅପ୍ରାକୃତିକ ସମ୍ବୋଗ କରେ ବା ମୌଥୁନ କରେ ତାହାକୁ ଅସ୍ୱାଭାବିକ ଅଭିଗମନ କୁହାଯାଏ ଯାହାପାଇଁ ଅପରାଧୀକୁ ଆଜୀବନ କାରାଦଣ୍ଡ ବା ୧୦ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ XVII[ସମ୍ପାଦନା]

ସମ୍ପତ୍ତି ବିରୁଦ୍ଧରେ ଅପରାଧ[ସମ୍ପାଦନା]

ସଂପତ୍ତି ସମ୍ବନ୍ଧୀୟ ଅପରାଧ ଗୁଡ଼ିକ ଭାରତୀୟ ଦଣ୍ଡବିଧି ଆଇନର ସପ୍ତାଦଶ ଅଧାୟରେ ବର୍ଣ୍ଣିତ ହୋଇଅଛି । ଏ ଅଧାୟରେ ବର୍ଣ୍ଣିତ ଅପରାଧଗୁଡ଼ିକ ଦଶଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି । ୧. ଚୋରୀ, ୨. ବଳପୂର୍ବକ ଆଦାୟ / ଜୁଲମବାଜି ୩. ଲୁଣ୍ଠନ ଓ ଡକାୟତି ୪. ଅପରାଧିକ ସମ୍ପତ୍ତି ଆତ୍ମସାତ, ୫. ଅପରାଧିକ ବିଶ୍ୱାସ ଭଙ୍ଗ, ୬. ଚୋରୀ ମାଲ ରଖିବା, ୭. ପ୍ରବଞ୍ଚନା, ୮. ପ୍ରବଞ୍ଚନା ପୂର୍ବକ ଦଲିଲ ଓ ସମ୍ପତ୍ତି ବିନ୍ୟାସ, ୯. ଅପକାର ବା ଅନିଷ୍ଟ ଓ ୧୦. ଅପରାଧିକ ଅନଧିକାର ପ୍ରବେଶ ।

ସଂପତ୍ତି ବିରୁଦ୍ଧରେ ଅପରାଧ[୬] ଧାରା-୩୭୮-ଯଦି କେହି ଅନ୍ୟ ଜଣଙ୍କର ଦଖଲରେ ଥୁବା କୌଣସି ଅସ୍ଥାବର ସମ୍ପଭି ଉକ୍ତ ବ୍ୟକ୍ତିର ସମ୍ମତି ବିନା ନେଇଯିବାର ଅସାଧୁ ଉଦ୍ଦେଶ୍ୟ ରଖି ତାହା ସ୍ଥାନାନ୍ତରିତ କରେ, ସେ ଚୋରୀ କରିଛି ବୋଲି କୁହାଯିବ । ଚୋରୀ ଅପରାଧର ଏହି ସଂଜ୍ଞାରେ ପାଞ୍ଚଗୋଟି ବିଶେଷ ଲକ୍ଷଣ ଅଛି । ଏହି ପାଞ୍ଚଗୋଟି ଲକ୍ଷଣ ମଧ୍ୟରୁ ଯଦି କୌଣସି ଲକ୍ଷଣର ଅଭାବ ରୁହେ ତା’ହେଲେ ଏହି ଅପରାଧ ସଂଗଠିତ ହେଲା ବୋଲି କୁହାଯାଇପାରିବ ନାହିଁ ।

ବିଶେଷ ଲକ୍ଷଣ

୧. ସଂପତ୍ତି ନେବା ପାଇଁ ଅସାଧୁ ଉଦ୍ଦେଶ୍ୟ, ୨. ସଂପତ୍ତି ଅସ୍ଥାବର ଚଳନ୍ତି ହେବା ଦରକାର, ୩. ଉକ୍ତ ସଂପତ୍ତିକୁ ଅନ୍ୟ କାହାର ଅଧୁକାର / ଦଖଲରୁ ନେବା, ୪. ଉକ୍ତ ସଂପତ୍ତିକୁ ମାଲିକର ବିନା ସମ୍ମତିରେ ନେବା ଦରକାର, ୫. ଉକ୍ତ ସଂପତ୍ତିକୁ କିଛି ସ୍ଥାନାନ୍ତରୀଣ ହେବା ଦରକାର ।

ବି.ଦ୍ର. : ଭୂମି ଓ ଭୂମି ସହିତ ସଂଲଗ୍ନ ସମସ୍ତ ସଂପତ୍ତିକୁ ସ୍ଥାବର ଓ ଅଚଳନ୍ତି ସଂପରି କୁହାଯାଏ । ଭୂମି ସହିତ ସଂଲଗ୍ନ ସଂପତ୍ତି ଥରେ ଭୂମିରୁ ଅଲଗା ହୋଇଗଲେ ଅଚଳନ୍ତି ସଂପତ୍ତି ହୋଇଯାଏ ।
ଏହି ଧାରାରେ ବ୍ୟବହାର ହୋଇଥବା ଅସାଧୁ ଉଦ୍ଦେଶ୍ୟ ଜଣଙ୍କର ଅବୈଧ ଲାଭ ବା ଅବୈଧ କ୍ଷତି କରିବାର ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଛି ।
ଏହି ଧାରାରେ ବ୍ୟବହାର ହୋଇଥବା ସଂପତ୍ତି ପ୍ରକାଶ୍ୟ ବା ଅନ୍ତର୍ନିହିତ ହୋଇପାରେ ।

ଧାରା ୩୭୯– ଚୋରୀ ଅପରାଧରେ ଦଣ୍ଡିତ ହେଲେ ଅପରାଧିକୁ ତିନିବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହୋଇପାରେ ।

ଧାରା ୩୮୦– ଯଦି କୌଣସି ବ୍ୟକ୍ତି କୌଣସି ଗୃହ, ତନ୍ତୁ ଅବା ଜଳଯାନରୁ ଚୋରୀ କରେ ଯାହାକି ମଣିଷର ରହିବା ପାଇଁ କିମ୍ବା ସଂପତ୍ତି ରଖିବା ପାଇଁ ବ୍ୟବହୃତ ହୋଇଥାଏ ତା’ହେଲେ ଏହି ଚୋରୀକୁ ବାସଗୃହରୁ ଚୋରୀ କୁହାଯାଏ ଏବଂ ଅପରାଧୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୧– ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ପାଖରେ କିରାଣୀ ବା ଚାକର ଭାବରେ କାମ କରୁଥବା ବେଳେ ମାଲିକ ବା ନିଯୁକ୍ତି କର୍ତ୍ତାର କୌଣସି ଚଳନ୍ତି ସଂପତ୍ତି ଚୋରୀ କରନ୍ତି ତା’ହେଲେ ତାକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୨– ଯଦି କୌଣସି ବ୍ୟକ୍ତି ଚୋରୀ କରିବା ସମୟରେ ଅନ୍ୟକୁ ହତ୍ୟା, ଆଘାତ ବା ଅବରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ଚୋରି କରେ ତା'ହେଲେ ତାକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୩- ଏହି ଧାରାରେ ଜୁଲମ ବାଜି ବା ବଳପୂର୍ବକ ଅର୍ଥ ଆଦାୟର ସଂଜ୍ଞା ଦିଆଯାଇଅଛି ।

ଯଦି କେହି ଇଚ୍ଛାପୂର୍ବକ କୌଣସି ବ୍ୟକ୍ତିଙ୍କୁ ବା ତାଙ୍କର ସୁସଂପର୍କୀୟ କୌଣସି ବ୍ୟକ୍ତିକୁ କ୍ଷତିର ଭୟ ଦେଖାଇ ଅସାଧୁ ଉଦ୍ଦେଶ୍ୟରେ, ସେହି ଭୀତତ୍ରସ୍ତ ବ୍ୟକ୍ତି ଠାରୁ କୌଣସି ସଂପତ୍ତି, ମୂଲ୍ୟବାନ ପ୍ରତିଭୂତ ବା ଦଲିଲ ପରିଣତ କରାଯାଇପାରିବ, ଯାହା ମୂଲ୍ୟବାନ ପ୍ରତିଭୁତିରେ ତାହା ନିଜେ ଆଦାୟ କରେ ବା ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ବାଧ୍ୟ କରେ ତା’ହେଲେ ସେହି ବ୍ୟକ୍ତି ଜୁଲମ ବାଜି ବା ବଳପୂର୍ବକ ଅର୍ଥ ଆଦାୟ କରିଛି ବୋଲି କୁହାଯିବ ।

ଧାର୍ ୩୮୪– ଯଦି କେହି ଜୁଲମ ବାଜି ବା ବଳପୂର୍ବକ ଅର୍ଥ ଆଦାୟ ଅପରାଧ କରେ ତା’ହେଲେ ତାକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୫– ଯଦି କେହି ଜୁଲମବାଜି ବା ବଳପୂର୍ବକ ଅର୍ଥ ଆଦାୟ ଅପରାଧ କରିବାକୁ ଚେଷ୍ଟା କରେ ତା’ହେଲେ ତାକୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୬– ଯଦି କେହି କୌଣସି ବ୍ୟକ୍ତିକୁ ମୃତ୍ୟୁ ବା ଗୁରୁତର ଆଘାତର ଭୟ ଦେଖାଇ ଜୁଲମବାଜି ବା ବଳପୂର୍ବକ ଅର୍ଥ ଆଦାୟ ଅପରାଧ କରେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୮୭– ଯଦି କେହି ଜୁଲମବାଜି ବା ବଳପୂର୍ବକ ଅର୍ଥ ଆଦାୟ କରିବା ପାଇଁ ଚେଷ୍ଟା କରେ ସେହି ବ୍ୟକ୍ତିକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ଜୋରିମାନା ହେବ ।

ଧାରା ୩୮୮/୩୮୯-ଯଦି କେହି କୌଣସି ବ୍ୟକ୍ତିକୁ କିମ୍ବା ତାଙ୍କର ସଂପର୍କୀୟ କୌଣସି ବ୍ୟକ୍ତିକୁ ଏପରି କୌଣସି ଅପରାଧର ଦୋଷାରୋପର ଭୟ ଦେଖାନ୍ତି ଯାହାର ଦଣ୍ଡ ପ୍ରାଣଦଣ୍ଡ, ଆଜୀବନ କାରାଦଣ୍ଡ କିମ୍ବା ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଥାଏ ଓ ତଦ୍ୱାରା ଜୁଲମବାଜି ବା ବଳପୂର୍ବକ ଅର୍ଥ ଆଦାୟ କରେ ତା’ହେଲେ ତାକୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ । ଯଦି ଅପରାଧ ୩୭୭ ଦଫାର ହୋଇଥାଏ ତା’ହେଲେ ଅପରାଧୀକୁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ।

ସାଧାରଣ ଅର୍ଥରେ ଚୋରୀ ବା ଜୁଲମ ବାଜି ଅପରାଧ କରିବା ପାଇଁ ଅପରାଧୀ ଯଦି କୌଣସି ବ୍ୟକ୍ତି ଉପରେ ଅପରାଧୀକ ବଳ ପ୍ରୟୋଗ କରେ ସେତେବେଳେ ସେହି ଚୋରୀ ଓ ଜୁଲମବାଜିକୁ ଲୁଣ୍ଠନ ଏବଂ ରାହାଜାନୀ କୁହାଯିବ । ଏହି ଅପରାଧର ସଂଜ୍ଞା ଧାରା ୩୯୦ରେ ଦିଆଯାଇଛି । ଯଦି ଚୋରୀ କରିବା ନିମନ୍ତେ ଚୋରୀ କରିବା ସମୟରେ ବା ଚୋରୀଦ୍ୱାରା ଆହରଣ କରାଯାଇଥବା ସଂପତ୍ତିକୁ ନେଇଯିବା ନିମନ୍ତେ ଅପରାଧୀ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରେ କିମ୍ବା ଆଘାତ କରେ କିମ୍ବା ବେଆଇନ ଅବରୋଧ କରେ କିମ୍ବା ଉପରୋକ୍ତ ଅପରାଧମାନ କରିବା ପାଇଁ ଚେଷ୍ଟା କରେ ତା’ହେଲେ ସେହି ଚୋରୀକୁ ଲୁଣ୍ଠନ କୁହାଯାଏ । କେତେବେଳେ ଜୁଲମବାଜି ଲୁଣ୍ଡନ ହୁଏ ?

ଦଫା ୩୯୧ରେ ଡକାୟତି ଅପରାଧୀର ସଂଜ୍ଞା ନିମ୍ନମତେ ପ୍ରଦାନ କରାଯାଇଛି । ଯେତେବେଳେ ୫ କିମ୍ବା ତତୋଧିକ ବ୍ୟକ୍ତି ସଂଯୁକ୍ତ ହୋଇ ଲୁଣ୍ଠନ ବା ଦସ୍ୟୁତା କରନ୍ତି ସେମାନେ ଡକାୟତି କରିଛନ୍ତି ବୋଲି କୁହାଯାଏ । ଏହି ଅପରାଧରେ ଯେଉଁମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ସହାୟତା କରନ୍ତି ସେମାନେ ମଧ୍ୟ ଅପରାଧ ଘଟାଇଛନ୍ତି ବୋଲି ଧରାଯାଏ ଏବଂ ସେମାନଙ୍କୁ ମିଶାଇ ଅପରାଧଟି ଡକାୟତି ହୁଏ ।

ଦଫା ୩୯୨- ଯେ କେହି ବ୍ୟକ୍ତି ଦସ୍ୟୁତା ବା ଲୁଣ୍ଠନ ଅପରାଧ କଲେ ତାକୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ । ଯଦି କେହି ବ୍ୟକ୍ତି କୌଣସି ରାଜମାର୍ଗରେ (ବର୍ତ୍ତମାନର ଯେ କୌଣସି ରାସ୍ତା) ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ମଧରେ ଦସ୍ୟୁତା ବା ଲୁଣ୍ଠନ କରେ, ତା’ହେଲେ ତାଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଦଫା ୩୯୩- ଯେ କେହି ଦସ୍ୟୁତା ବା ଲୁଣ୍ଠନ କରିବା ପାଇଁ ଚେଷ୍ଟା କରେ (ଅର୍ଥାତ୍ ସଂପତ୍ତି ନେଇ ପାରେ ନାହିଁ) ତାଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଦଫା ୩୯୪- ଯେ କେହି ଦସ୍ୟୁତା ବା ଲୁଣ୍ଠନ କରିବା ସମୟରେ ବା ଦସ୍ୟୁତା ବା ଲୁଣ୍ଠନ କରିବାର ଉଦ୍ୟମ କଲାବେଳେ ସେ ଅନ୍ୟ କାହାକୁ ଆଘାତ କରେ, ତା’ହେଲେ ତାଙ୍କୁ ଆଜୀବନ କାରାଦଣ୍ଡ ବା ଦଶବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଦଫା ୩୯୫- ଯେ କେହି ଡକାୟତି କରେ ତାହାକୁ ଆଜୀବନ କାରାଦଣ୍ଡ ବା ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୯୬– ପାଞ୍ଚ ବା ତତୋଧିକ ବ୍ୟକ୍ତି ସଂଯୁକ୍ତ ହୋଇ ବା ପରସ୍ପରର ସହଯୋଗରେ ଡକାୟତି କରିବା ସମୟରେ ତାଙ୍କ ମଧ୍ୟରୁ କେହି ଜଣେ ଅନ୍ୟ କାହାକୁ ଖୁନ୍ ବା ହତ୍ୟା କରେ ତା’ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରାଣଦଣ୍ଡ ବା ଆଜୀବନ ଜେଲଦଣ୍ଡ ବା ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୯୭- ଯଦି ଲୁଣ୍ଠନ ବା ଡକାୟତି କରିବା ସମୟରେ ଅପରାଧୀ ଯଦି ମାରାତ୍ମକ ଅସ୍ତ୍ର ବ୍ୟବହାର କରେ କିମ୍ବା ଗୁରୁତର ଆଘାତ କରିବାର ଚେଷ୍ଟା କରେ ତା’ହେଲେ ଅପରାଧୀକୁ ଅନ୍ୟୂନ ୭ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୯୮- ଯଦି ଲୁଣ୍ଡନ ବା ଡକାୟତ କରିବା ସମୟରେ ଅପରାଧୀ ଯଦି ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜିତ ଥାଏ ତା'ହେଲେ ଅପରାଧୀକୁ ଅନ୍ୟୂନ ୭ ବର୍ଷ ଜେଲ ଦଣ୍ଡ ଓ ଜୋରିମାନା ହେବ ।

ଧାରା ୩୯୯- ଯେ କେହି ଡକାୟତି କରିବାର ଆୟୋଜନ ବା ପ୍ରସ୍ତୁତ କରେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୪୦୦- ଯେ କେହି ଯଦି ଏପରି ବ୍ୟକ୍ତିଙ୍କ ଦଳଭୂତ ହୁଏ ଯେଉଁମାନେ କି ଅଭ୍ୟାସତଃ ଡକାୟତି ଅପରାଧ ସଂଗଠିତ କରନ୍ତି, ତା ହେଲେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଧାରା ୪୦୧- ଯେ କେହି ଡକାୟତି କରିବା ପାଇଁ ଏକତ୍ରିତ ପାଞ୍ଚ ବା ତତୋଧିକ ଲୋକଙ୍କ ମଧ୍ୟରୁ ଜଣେ ହୁଏ, ତା ହେଲେ ସେହି ବ୍ୟକ୍ତିକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।

ଅଧ୍ୟାୟ XVIII[ସମ୍ପାଦନା]

ଦଲିଲ ତଥା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଅଧ୍ୟାୟ XIX[ସମ୍ପାଦନା]

ଠକେଇ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ଅଧ୍ୟାୟ XX[ସମ୍ପାଦନା]

ବିବାହ ସମ୍ବନ୍ଧୀୟ ଅପରାଧ[ସମ୍ପାଦନା]

ବିବାହିତ ନାରୀ ନିର୍ଯ୍ୟାତନା(ଅଧ୍ୟାୟ XX-A)[ସମ୍ପାଦନା]

ଦଫା ୪୯୮(କ)- ଯଦି କୌଣସି ନାରୀର ସ୍ୱାମୀ କିମ୍ବା ସ୍ୱାମୀଙ୍କର କୌଣସି ସମ୍ବନ୍ଧୀ ଉକ୍ତ ନାରୀକୁ କ୍ରୂର ବ୍ୟବହାର କରନ୍ତି ତା’ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ହେବ ।

କ୍ରୂର ବ୍ୟବହାରର ଅର୍ଥ-

ନାରୀ ନିର୍ଯ୍ୟାତନା- ସ୍ୱାମୀଙ୍କର ବା ସ୍ୱାମୀଙ୍କର ସମ୍ବନ୍ଧୀମାନଙ୍କର ବ୍ୟବହାର ଶାରୀରିକ ବା ମାନସିକ ସ୍ତରରେ ନାରୀଟି ପ୍ରତି ଏପରି କ୍ରୂର ହେବ ଯେ ନାରୀଟି-

(କ) ଆତ୍ମହତ୍ୟା କରିବ ବା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବ ।

(ଖ) ନିଜେ ନିଜର ଦେହ, ମନ ଅଙ୍ଗପ୍ରତ୍ୟଙ୍ଗ ବା ଜୀବନ ପ୍ରତି ଗୁରୁତର ଆଘାତ ଓ କ୍ଷତି କରିବା ପାଇଁ ଚେଷ୍ଟା କରିବ ।

ଯୌତୁକଜନିତ ନାରୀ ନିର୍ଯ୍ୟାତନା- କୌଣସି ନାରୀର ସ୍ୱାମୀ କିମ୍ବା ସ୍ୱାମୀଙ୍କର କୌଣସି ସମ୍ବନ୍ଧୀ ଉକ୍ତ ନାରୀକୁ କିମ୍ବା ତାଙ୍କର ସଂପର୍କୀୟ କୌଣସି ବ୍ୟକ୍ତିଙ୍କୁ ସଂପତ୍ତି କିମ୍ବା ମୂଲ୍ୟବାନ ପ୍ରତିଭୂତି ପାଇବା ଉଦ୍ଦେଶ୍ୟରେ କ୍ରୂର ବ୍ୟବହାର କରନ୍ତି ବା ମାନସିକ ଉତ୍ପୀଡ଼ନ କରନ୍ତି କିମ୍ବା ପୂର୍ବରୁ ଦିଆଯାଇଥବା ପ୍ରତିଶ୍ରୁତି ଅନୁସାରେ ସଂପତ୍ତି ପାଇବା ପାଇଁ କ୍ରୂର ବ୍ୟବହାର କରନ୍ତି ବା ମାନସିକ ଉତ୍ପୀଡ଼ନ କରନ୍ତି ।

ଏହି ଅପରାଧ କୌଣସି ବିବାହିତ ସ୍ତ୍ରୀ ଲୋକ ପ୍ରତି ତାଙ୍କର ବିବାହ ଦିନଠାରୁ ବୁଢ଼ୀ ହୋଇ ମଲା ପର୍ଯ୍ୟନ୍ତ ହୋଇପାରିବ । କିନ୍ତୁ ଯୌତୁକଜନିତ ମୃତ୍ୟୁ (ଦଫା-୩୦୪ (ଖ)) ବିବାହର ମାତ୍ର ୭ ବର୍ଷ ଭିତରେ ହୋଇପାରିବ ।

ଅଧ୍ୟାୟ XXI[ସମ୍ପାଦନା]

ମାନହାନୀ[ସମ୍ପାଦନା]

ଅଧ୍ୟାୟ XXII[ସମ୍ପାଦନା]

ଜୀବନରେ ମାରିଦେବାକୁ ଧମକ ଦେବା, ଅପମାନିତ କରିବା ତଥା ଚିଢେଇବା[ସମ୍ପାଦନା]

ଅଧ୍ୟାୟ XXIII[ସମ୍ପାଦନା]

ଅପରାଧ ନିମନ୍ତେ ଉଦ୍ୟମ[ସମ୍ପାଦନା]

ସଂଶୋଧନ[ସମ୍ପାଦନା]

  • ଫୌଜଦାରୀ ଆଇନ ସଂଶୋଧନ ଅଧିନିୟମ୍, ୨୦୧୩ଦ୍ୱାରା ଧର୍ଷଣ ସମର୍କିତ ଧାରାରେ ବ୍ୟାପକ ପରିବର୍ତ୍ତନ/ ସଂଶୋଧନ କରାଯାଇଛି ।[୫]

ଆଧାର[ସମ୍ପାଦନା]

  1. Universal's Guide to Judicial Service Examination. Universal Law Publishing. p. 2. ISBN 9350350297.
  2. "Law Commission of India - Early Beginnings". Law Commission of India. Retrieved 19 September 2014.
  3. "Indian Penal Code, 1860". Retrieved 8 March 2016.
  4. "Redefining Rape Laws". Retrieved 8 March 2016.
  5. ୫.୦ ୫.୧ ୫.୨ "Crl. Law(Amendment)Act, 2013" (PDF). Retrieved 10 March 2016.
  6. ଫୌଜଦାରୀ ନ୍ୟାୟ ବ୍ୟବସ୍ଥା. ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣ. pp. ୩୦-୩୧.

ଆହୁରି ପଢ଼ନ୍ତୁ[ସମ୍ପାଦନା]