ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬

ଉଇକିପିଡ଼ିଆ ରୁ
Jump to navigation Jump to search
ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬
Emblem of India.svg
ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬
ବିଧବା ବିବାହ ତଥା ହିନ୍ଦୁ ବିଧବାଙ୍କ ସମ୍ପତ୍ତିଗତ ଅଧିକାରର ସଂହିତାବଦ୍ଧ କରିଥିବା ଏକ ଅଧିନିୟମ .
ଆଧାରAct 15 of 1856
ନିୟମାକାରକParliament of India
Date enacted୨୬ ଜୁଲାଇ ୧୮୫୬
Repealing legislation
1983
Status: Repealed

'ହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬' ହିନ୍ଦୁ ବିଧବାଙ୍କ ପୁନର୍ବିବାହ ତଥା ସମ୍ପତ୍ତିଗତ ଅଧିକାରର ସଂହିତାବଦ୍ଧ କରିଥିବା ଏକ ଅଧିନିୟମ । ବ୍ରିଟିଶ ରାଜତ୍ୱ ଭାରତରେ ୨୬ ଜୁଲାଇ ୧୮୫୬ରେ ଇଂରେଜଦ୍ୱାରା ପ୍ରଣୀତ ଏହି ଅଧିନିୟମ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନସ୍ଥ ଭାରତୀୟ ଅଞ୍ଚଳରେ ହିନ୍ଦୁ ବିଧବାଙ୍କ କ୍ଷେତ୍ରରେ ଲାଗୁ ହେବା ପାଇଁ ଉଦ୍ଦିଷ୍ଟ ଥିଲା ।

ପୃଷ୍ଠଭୂମି[ସମ୍ପାଦନା]

ପୂରାତନ ଭାରତରେ ହିନ୍ଦୁ ଧର୍ମରେ କୁସଂସ୍କାର ଫଳରେ ବିଧବା ପୁନର୍ବିବାହକୁ ଅନୈତିକ ମାନ୍ୟତା ଦିଆଯାଇଥିଲା । ଏପରିକି ଖୁବ୍ କମ୍ ବୟସରେ ବିଧବା ହୋଇଯିବାପରେ ବି ସେହି ମହିଳାମାନେ ଅବଶିଷ୍ଟ ଜୀବନ ସମାଜର ଲାଞ୍ଛନା ସହି ବଞ୍ଚି ରହୁଥିଲେ ।[୧] ତତ୍କାଳୀନ ଋଢିବାଦୀ ସମାଜରେ ହିନ୍ଦୁ ବିଧବାମାନେ ସାମାଜିକ ବାସନ୍ଦ ତଥା ଅକଥନୀୟ ନିର୍ଯ୍ୟତନାର ଶୀକାର ହେଉଥିଲେ । ସମାଜ ତଥା ପରିବାର ସେମାନଙ୍କୁ ଏକ ବୋଝ ସଦୃଶ ମନେ କରୁଥିଲେ । ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏ ଦିଗରେ ହିନ୍ଦୁ ବିଧବାଙ୍କ ସ୍ଥିତି ସୁଧାରିବା ଦିଗରେ ପ୍ରଥମେ ବଙ୍ଗ ଦେଶରେ ଏକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ ବିଧବା ପୁନର୍ବିବାହ ଶାସ୍ତ୍ର ସମ୍ମତ ଅଟେ । ଯଦିଚ ଋଢିବାଦୀ କୂଳୀନ ହିନ୍ଦୁ ସମାଜ ଏହାର ଘୋର ବିରୋଧ କରିଥିଲେ, ପରିଶେଷରେ ସେ ବ୍ରିଟିଶ ସରକାରଙ୍କୁ ଏ କଥା ବୁଝାଇବାରେ ସଫଳ ହେଲେ । ଫଳରେ ବିଧବା ପୁନର୍ବିବାହକୁ ଆଇନଗତ ମାନ୍ୟତା ମିଳିଲା ଏବଂ ଉକ୍ତ ଆଇନ କମ୍ପାନୀ ଶାସିତ ଅଞ୍ଚଳରେ ଲାଗୁ ହେଲା ।[୨] [୩]

ତତ୍କାଳୀନ ଇଂରେଜ ସରକାର ପରିଶେଷରେ ଏହି ସମସ୍ୟାର ଜଟିଳତା ଅନୁଭବ କରି ୧୮୫୬ ଜୁଲାଇ ୨୬ ତାରିଖରେ ବିଧବା ବିବାହର ପ୍ରଚଳନ ଆଇନ ସମ୍ମତ କରିବା ପାଇଁ ଏହି ଆଇନ ଅଧିନିୟମିତ କରିଥିଲେ ।[୧]ଈଶ୍ୱରଚନ୍ଦ୍ର ୟା ପରେ ଅନେକ ବିଧବାଙ୍କ ପୁନର୍ବିବାହ କରାଇବାରେ ସଫଳ ହୋଇଥିଏ । ଏପରିକି ୧୮୭୦ ମସିହାରେ ସେ ନିଜ ପୁତ୍ର ନାରାୟଣ ଚନ୍ଦ୍ରଙ୍କ ବିବାହ ଏକ ବାଲ୍ୟ ବିଧବା ସହ କରାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ।

ବିଶେଷ ଧାରା[ସମ୍ପାଦନା]

ଉକ୍ତ ଅଧିନିୟମର କିଛି ବିଶେଷ ଧାରା ହେଉଛି ଏହି ଭଳି:[୪]

  • ମୃତ ସ୍ୱାମୀର ସମ୍ପତ୍ତିରେ ବିଧବାର ଉତ୍ତରାଧିକାରୀ ସୂତ୍ରରେ, ଇଚ୍ଛାପତ୍ର ମାଧ୍ୟମରେ କିମ୍ବା ଭରଣପୋଷଣ ବାବଦରେ ଯେଉଁସବୁ ଅଧିକାର ରହିବା କଥା ତନ୍ମଧ୍ୟରୁ କେବଳ ସୀମିତ ଅଧିକାର ଅର୍ଥାତ ବିକ୍ରୟ କିମ୍ବା ଦାନ ମାଧ୍ୟମରେ ସମ୍ପତ୍ତିର ମାଲିକାନା ହସ୍ତାନ୍ତର କରିବା ଅଧିକାର ସମାପ୍ତି ହେବ । ବିଧବାଟିର ମୃତ୍ୟୁପରେ ତାହାର ସମ୍ପତ୍ତିଗତ ଅଧିକାର ଯେପରି ମୃତ ସ୍ୱାମୀର ଦାୟାଦଙ୍କ ସପକ୍ଷରେ ବିଲୀନ ହେବା କଥା ସେହିପରି ବିଧବାର ବିବାହ ପରେ ତାହାର ନିଜସ୍ୱ ସମ୍ପତ୍ତିଗତ ଅଧିକାର ବିଲୀନ ହେବ ।
  • ହିନ୍ଦୁ ମହିଳାଟିଏ ସ୍ୱାମୀଙ୍କ ମୃତ୍ୟୁପରେ ଯଦି ପୁନର୍ବିବାହ କରେ, ହିନ୍ଦୁ ରୀତିରେ ଯଦି ଏହାର ବିରୁଦ୍ଧ କୌଣସି ରୀତି ନ ଥାଏ, ତେବେ ଏଭଳି ବିବାହ ଆଇନ ବିରୁଦ୍ଧ ହେବ ନାହିଁ ।
  • ଉପରଲିଖିତ ପ୍ରାବଧାନ ବ୍ୟତୀତ ଜଣେ ବିଧବାକୁ ନିଜର ପୁନଃବିବାହ କାରଣରୁ ତାକୁ କୌଣସି ସମ୍ପତ୍ତିଗତ ଅଧିକାରରୁ, ଯାହାକି ସେ ଅନ୍ୟଥା ହକଦାର ଅଟେ, ବଞ୍ଚିତ କରାଯାଇପାରିବ ନାହିଁ । ଏବଂ ପ୍ରଥମ ବିବାହରେ ଜଣେ ସ୍ତ୍ରୀ ଯେଉଁସବୁ ସମ୍ପତ୍ତିଗତ ଅଧିକାର ପାଇବାକୁ ଯୋଗ୍ୟ, ବିଧବା ପରବର୍ତ୍ତୀ ବିବାହରେ ମଧ୍ୟ ସେ ପ୍ରଥମ ବିବାହ ଭଳି ସେହି ସମସ୍ତ ଅଧିକାର ପ୍ରାପ୍ତ ହେବ ।

ବିଲୀନ[ସମ୍ପାଦନା]

୧୯୮୩ ମସିହାରେ ଏହି ଅଧିନିୟମ ଭାରତ ସରକାରଙ୍କଦ୍ୱାରା ବିଲୀନ (repeal) କରାଯାଇଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Peers 2006, pp. 52–53
  2. "Marking a Milestone - The Hindu Remarriage Act". www.livehistoryindia.com. Retrieved 21 July 2018.
  3. fyea24yÂɚ. "ISHWAR CHANDRA VIDYASAGAR". www.hinduweb.org. Retrieved 2008-12-20.
  4. "The Hindu Widows' Remarriage Act, 1856". www.indiankanoon.org. Retrieved 21 July 2018.