ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧

ଉଇକିପିଡ଼ିଆ‌ରୁ
(Air (Prevention and Control of Pollution) Actରୁ ଲେଉଟି ଆସିଛି)
ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧
Parliament of India
An Act to provide for the prevention, control and abatement of air pollution
ଆଧାରAct no. 14 of 1981
Territorial extentIndia
ନିୟମାକାରକRajya Sabha
Enacted byLok Sabha
Date commenced29 March 1981
Status: In force

ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ ଭାରତରେ ୨୯ ମାର୍ଚ୍ଚ ୧୯୮୧ରୁ କାର୍ଯ୍ୟକାରୀ ହୋଇଛି । ଶିଳ୍ପାଯନ ତଥା ଜଙ୍ଗଲ କ୍ଷୟରୁ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣର ନିବାରଣ ତଥା ନିରାକରଣ ନିମିତ୍ତ ଏହି ଅଧିନିୟମ ପ୍ରଣୀତ ହୋଇଛି ।[୧]

ନିକଟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ବାୟୁ ପ୍ରଦୂଷଣ ରୋକିବା ଦିଗରେ ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ର ସଂଶୋଧନ ପୂର୍ବକ ଏହି ଉଦ୍ଦେଶ୍ୟରେ ପଞ୍ଚବର୍ଷୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।[୨]

ପୃଷ୍ଠଭୂମି[ସମ୍ପାଦନା]

ଦେଶରେ ଦୃତ ଶିଳ୍ପାୟନ ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଏବଂ ଅନ୍ୟ କେତେକ କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣର ମାତ୍ରା ସାଧାରଣ ସ୍ତରରୁ ବୃଦ୍ଧି ପାଇ ଦ୍ୱିତୀୟ ସ୍ତରକୁ ଚାଲିଗଲେ, ଏହା ମାନବ ସମାଜ ତଥା ସମସ୍ତ ଜୀବଜନ୍ତୁଙ୍କ ସାଧାରଣ ଜୀବନରେ ଗଭୀର ପ୍ରଭାବ ପକାଇପାରେ । କଳକାରଖାନାରୁ ନିର୍ଗତ ଧୁଆଁ ତଥା ବହୂଳ ମାତ୍ରାରେ ଗାଡି ମଟରର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣ ହେବା ସ୍ୱାଭାବିକ । ଦିଲ୍ଲୀ, ମୁମ୍ବାଇ ଭଳି ସହରାଞ୍ଚଚଳରେ ଏହି ସମସ୍ୟା ଦିନକୁ ଦିନ ଦ୍ରୂତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ୧୯୭୨ ମସିହାରେ ଷ୍ଟକହୋମରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ଏକ କନଫେରେନ୍ସରେ ପୃଥିବୀର ଜଲ ବାୟୁ ଭଳି ପ୍ରାକୃତିକ ସମ୍ପଦର ସଂରକ୍ଷଣ ନିମନ୍ତେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମିଳିତ ଜାତିସଂଘର ଏକ ସଦସ୍ୟ ରାଷ୍ଟ୍ରରୂପେ ଭାରତ ଏହି ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ ଅଧିନିୟମକୁ କର୍ଯ୍ୟକାରୀ କରିଛି ।[୩] ଉକ୍ତ ଧିନିୟମର କାର୍ଯ୍ୟ କାରିତା ନିମିତ୍ତ ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଆଇନ, ୧୯୮୨ ମଧ୍ୟ କାର୍ଯ୍ୟକାରୀ କରଯାଇଛି ।

ବିଶେଷ ପ୍ରାବଧାନ[ସମ୍ପାଦନା]

୫୦ରୁ ଅଧିକ ଧାରା ରହିଥିବା ଏହି ଅଧିନିୟମରେ ବାୟୁ ପ୍ରଦୂଷଣର ନିବାରଣ ନିମିତ୍ତ ବିଭିନ୍ନ ପ୍ରବଧାନ ଯଥା, କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବୋର୍ଡ ଗଠନ, ନିର୍ଦ୍ଦିଷ୍ଟ ଶିଳ୍ପାୟନ ଅଞ୍ଚଳକୁ ବାୟୁ ପ୍ରଦୂଷଣ ଅଞ୍ଚଲରୂପେ ଘୋଷଣା କରିବା, ନିର୍ଦ୍ଦିଷ୍ଟ କେତେକ ଶିଳ୍ପର ପ୍ରତିଷ୍ଠା ଉପରେ କଟକଣା ଜାରି କରିବା ତଥା ବାୟୁ ପ୍ରଦୂଷଣକାରୀକୁ ଦଣ୍ଡ ଦେବା ଭଳି ମଧ୍ୟ ଅନେକ ପ୍ରାବଧାନ ରହିଛି । ଅଧିନିୟମର କେତେକ ବିଶେଷ ପ୍ରାବଧାନ ହେଉଛି ଏହିଭଳି :

  • ଏହି ଅଧିନିୟମ ଅନୁସାରେ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାୟୁ ପ୍ରଦୂଷଣ ଅଞ୍ଚଳ ଭାବେ ଘୋଷଣା କରି ଏହି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଇନ୍ଧନ/ ତୈଳ ବ୍ୟବହାର କରିବା ପାଇଁ ଆଇନ କରିପାରିବେ ।
  • ଧାରା ୧୬ (୨)(b) ଅନୁସାରେ କେନ୍ଦ୍ରୀୟ ବୋର୍ଡ ସରକାରଙ୍କୁ ବାୟୁ ପ୍ରଦୂଷଣ ପ୍ରଶମନ କରିବା ଉଦ୍ଦେଶ୍ୟରେ ଏକ ନୂତନ ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇପାରିବେ ।
  • ଧାରା ୧୬ (୨)(e) ଅନୁସାରେ କେନ୍ଦ୍ରୀୟ ବୋର୍ଡ ବାୟୁ ପ୍ରଦୂଷଣ ପ୍ରସମନ ନିମିତ୍ତ ଏକ ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବ୍ୟକ୍ତି ବିଶେଷଙ୍କୁ ତାଲିମ ଦେବାର ବ୍ୟବାସ୍ଥା କରିପାରିବେ ।
  • ଧାରା ୧୬(୨)(g) ଅନୁସାରେ କେନ୍ଦ୍ରୀୟ ବୋର୍ଡ ଦେଶରେ ବାୟୁ ପ୍ରଦୂଷଣର ବିଭିନ୍ନ କାରଣ ତଥା ନିରାକରଣ ଦିଗରେ ବିହିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପୂର୍ବକ ଜନ ସାଧାରଣଙ୍କ ଅବଗତି ନିମିତ୍ତ ଏହାର ପ୍ରକାଶନ କରିପାରିବେ ।
  • ଧାରା ୧୬ (୨)(h) ଅନୁସାରେ କେନ୍ଦ୍ରୀୟ ବୋର୍ଡ ବାୟୁ ପ୍ରଦୁଷଣର ଆଦର୍ଶ ମାତ୍ରା ନିର୍ଦ୍ଧାରଣ କରିପାରିବେ ।
  • ଧାରା ୧୬ (୩) ଅନୁସାରେ କେନ୍ଦ୍ରୀୟ ବୋର୍ଡ ପ୍ରଦୂଷଣର ମାତ୍ରା ଜାଣିବା ତଥା ଏହାର ନିରାକରନ ନିମିତ୍ତ ବିହିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ପରୀକ୍ଷାଗାର ପ୍ରତିଷ୍ଠା କରିପାରିବେ କିମ୍ବା ପୂର୍ବରୁ ପ୍ରତିଷ୍ଠିତ ପରୀକ୍ଷାଗାରକୁ ଏହି ଉଦ୍ଦେଶ୍ୟରେ ମାନ୍ୟତା ପ୍ରଦାନ କରିପାରିବେ ।
  • ଧାରା ୧୭(କ) ଅନୁସାରେ ରାଜ୍ୟ ବୋର୍ଡ ବାୟୁ ପ୍ରଦୂଷଣ ନିବାରଣ, ନିୟନ୍ଟ୍ରଣ ନିମିତ୍ତ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବେ ।
  • ଧାରା ୧୭(ଖ) ଅନୁସାରେ ରାଜ୍ୟ ବୋର୍ଡ ବାୟୁ ପ୍ରଦୂଷଣ ନିବାରଣ, ନିୟନ୍ଟ୍ରଣ ନିମିତ୍ତ ଯେ କୌଣସି ବିଷୟରେ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପରାମର୍ସ ହେବେ ।
  • ଧାରା ୧୭(ଗ) ଅନୁସାରେ ରାଜ୍ୟ ବୋର୍ଡ ବାୟୁ ପ୍ରଦୂଷଣର କାରଣ ଓ ନିରାକରଣ ସମ୍ବନ୍ଧିତ ସମସ୍ତ ତଥ୍ୟ ଏକତ୍ର କରି ଜନ ଜାଗୃତି ନିମନ୍ତେ ଏହାର ପ୍ରଚାର ଓ ପ୍ରସାର କରିବେ ।
  • ଧାରା ୩୯ରେ ଆଇନ ଖିଲପକାରୀଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଏହି ଧାରା ଅନୁସାରେ ଅଧିନିୟମର ଯେ କୌଣସି ଆଇନ ଯଦି କୌଣସି ବ୍ୟକ୍ତି ବିଶେଷ ଅବମାନନା କରନ୍ତି ଏବଂ ତାହା ଯଦି ପ୍ରମାଣିତ ହୁଏ, ତେବେ ସେ ତିନି ମାସ ଜେଲ ଦଣ୍ଡ କିମ୍ବା ୧୦ ହଜାର ଟଙ୍କା ଜୋରିମାନ କିମ୍ବା ଉଭୟ ଦଣ୍ଡ ପାଇବେ ଏବଂ ଏହି ଆଇନ ଖିଲାପକାରୀ ଦୋଷୀ ସାବ୍ୟସ୍ତ ହୋଇ ମଧ୍ୟ ଯଦି ଆଇନ ଅବମାନନା କରନ୍ତି ସେପରି ସ୍ଥଳେ ପ୍ରତିଦିନର ଆଇନ ଅବମାନନା ପାଇଁ ୫୦୦୦ ଟଂକା ଯାଏଁ ଜୋରିମାନା ଦେବେ ।
  • ଧାରା ୪୦ରେ ଆଇନ ଖିପାପକାରୀ କମ୍ପାନି ପାଇଁ ଦଣ୍ଡର ବ୍ୟବସ୍ଥା ବିଷୟରେ ଉଲ୍ଲେଖ ରହିଛି । କୌଣସି କମ୍ପାନୀ ଯଦି ଏହି ଅଧିନିୟମର କୌଣସି ଆଇନର ଅବମାନନା କରିଥିବା ପ୍ରମାଣିତ ହୁଏ କରନ୍ତି ତେବେ ଉକ୍ତ ସମୟରେ ଉକ୍ତ କମ୍ପାନୀର ଦାୟୀତ୍ୱରେ ଥିବା ଅଫିସର ଏଥିପାଇଁ ଆଇନ ମୁତାବକ ଦଣ୍ଡ ପାଇବେ ।
  • ଅଧିନିୟମର ପ୍ରାବଧାନ ଅନୁସାରେ ରାଜ୍ୟ ବୋର୍ଡ଼ ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପାନ୍ଚଳ ତଥା ପ୍ରଦୂଷଣ ନିବାରକ ଯନ୍ତ୍ରପାତିର ନିରୀକ୍ଷଣ କରିପାରିବେ ।
  • ରାଜ୍ୟ ବୋର୍ଡ କେନ୍ଦ୍ରୀୟ ବୋର୍ଡ ତଥା ରାଜ୍ୟ ସରକାରଙ୍କ ବାୟୁ ପ୍ରଦୂଷଣ ନିବାରଣ ସମ୍ବନ୍ଧିତ ସମସ୍ତ ନିର୍ଦ୍ଦେଶ ପାଳନ କରିବେ । ତେବେ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ କମିଟିଙ୍କ ନିର୍ଦ୍ଦେଶରେ ଯଦି କିଛି ବିରୋଧାଭାସ ରହିବାର ମନେ ହୁଏ, ସେପରିସ୍ଥଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସର୍ବମାନ୍ୟ ହେବ ।

ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଆଇନ, ୧୯୮୨ରେ ରାଜ୍ୟ ବୋର୍ଡ ଗଠନ, କେନ୍ଦ୍ରୀୟ ଗଠନ ତଥା ଆର୍ଥିକ ପରିଚାଳନା ବିଷୟରେ ବିଶଦ ପ୍ରାବଧାନ ସବୁ ରହିଛି । ଏହାଛଡା ଭାରତର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ମୂଳ ଅଧିନିୟମର କାର୍ଯ୍ୟକାରିତା ପାଇଁ ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) (କେନ୍ଦ୍ରଶାସିତ ଅଞ୍ଚଳ) ଆଇନ, ୧୯୮୩ କାର୍ଯ୍ୟକାରୀ କରାଯାଇଛି ।[୪]

ସଂଶୋଧନ[ସମ୍ପାଦନା]

୧୯୮୭ ମସିହାରେ ଏହି ଅଧିନିୟମର ଏକ ସଂଶୋଧନ ଅଧିନିୟମ (ଆକ୍ଟ ସଂଖ୍ୟା ୪୭/୧୯୮୭) ଭାରତର ସଂସଦରେ ପାରିତ ହୋଇସାରିଛି ।[୫] ଏହି ସଂଶୋଧନଦ୍ୱାରା ମୂଳ ଅଧିନିୟମର ଧାରା ୩୭, ୪୩, ୫୩ ଓ ୫୪ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି ।

ଆଧାର[ସମ୍ପାଦନା]

  1. "Air (Prevention and Control of Pollution) Act, 1981". indiacode.in. 29 March 1981. Retrieved 16 November 2019.
  2. "Kailash Satyarthi urges PM Modi to amend Air Act 1981, develop 5-year plan to tackle pollution". The Indian Express (in Indian English). 14 November 2019. Retrieved 16 November 2019.
  3. "STATEMENT OF OBJECTS AND REASONS" (PDF). www.nbaindia. Retrieved 16 November 2019.
  4. "THE AIR (PREVENTION AND CONTROL OF POLLUTION) (UNION TERRITORIES) RULES, 1983" (PDF). www.jspcb.nic.in. Retrieved 17 November 2019.
  5. "Ministry of Environment & Forests, Government of India - Air Pollution". archive.is. 17 February 2013. Archived from the original on 17 February 2013. Retrieved 16 November 2019.{{cite web}}: CS1 maint: bot: original URL status unknown (link)

ଆହୁରି ପଢନ୍ତୁ[ସମ୍ପାଦନା]