ରାଷ୍ଟ୍ରପତି ଭବନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Rashtrapati Bhavan
राष्ट्रपति भवन
ରାଷ୍ଟ୍ରପତି ଭବନ
Rashtrapati Bhavan
ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ
ରାଷ୍ଟ୍ରପତି ଭବନ is located in Delhi
ରାଷ୍ଟ୍ରପତି ଭବନ
Location in New Delhi, Delhi, India
General information
Architectural style Delhi Order[୧]
Location Rajpath, Delhi, India
Coordinates 28°36′51.63″N 77°11′59.29″E / 28.6143417°N 77.1998028°E / 28.6143417; 77.1998028
Current tenants Pranab Mukherjee, President of India
Construction started 1912
Completed 1929[୨]
Technical details
Floor area ୨୦୦,୦୦୦ sq ft (୧୯,୦୦୦ m)
Design and construction
ଶିଳ୍ପୀ Edwin Lutyens

ରାଷ୍ଟ୍ରପତି ଭବନ ଭାରତ ସରକାରର ରାଷ୍ଟ୍ରପତିର ସରକାରୀ ଆବାସ ଅଟେ । ୧୯୫୦ ମସିହା ପର୍ଯ୍ୟନ୍ତ ଏହାକୁ "ବାଇସରାୟ ହାଉସ" କୁହାଯାଉଥିଲା । ସେତେବେଳେ ଏହା ତତ୍କାଳୀନ ଭାରତର ଗଭର୍ନର ଜେନେରାଲଙ୍କ ଆବାସ ଥିଲା । ଏହା ନୂଆଦିଲ୍ଲୀର ହୃଦୟ କ୍ଷେତ୍ରରେ ସ୍ଥିତ ଅଟେ । ଏହି ମହଲରେ ୩୪୦ଟି କକ୍ଷ ରହିଛି ଏବଂ ଏହା ବିଶ୍ୱରେ କୌଣସି ରାଷ୍ଟ୍ରଧ୍ୟକ୍ଷର ଆବାସରୁ ବଡ଼ ହୋଇଥାଏ । ବର୍ତ୍ତମାନ ଭାରତର ରାଷ୍ଟ୍ରପତି , ସେହି କକ୍ଷରେ ରୁହନ୍ତି ନାହିଁ , ଯେଉଁଠାରେ ବାଇଶରାୟ ରହୁଥିଲେ , ଅଥବା ସେ ଅତିଥି କକ୍ଷରେ ରହୁଥିଲେ। ଭାରତର ପ୍ରଥମ ଭାରତୀୟ ଗଭର୍ନର "ଶ୍ରୀ ସୀ ରାଜଗୋପାଳଚାର୍ଯ୍ୟ"ଙ୍କୁ ଏଠାକାର ମୁଖ୍ୟ ଶୟନ କକ୍ଷ, ନିଜର ବିନୀତ ନମ୍ର ରୁଚି କାରଣରୁ ଅତି ଆଡମ୍ବର ପୂର୍ଣ୍ଣ ଲାଗିଲା ଯାହା କାରଣରୁ ସେ ଅତିଥି କକ୍ଷରେ ରହିବାକୁ ଉଚିତ ମନକଲେ । ତାଙ୍କ ଉପରାନ୍ତେ ସମସ୍ତ ରାଷ୍ଟ୍ରପତି ମାନେ ଏହି ପରମ୍ପରା ନିଭେଇଥିଲେ । ଏଠାକାର ମୁଗଲ ଉଦ୍ୟାନର ଗୋଲାପ ବାଟିକାରେ ଅନେକ ପ୍ରକାରର ଗୋଲାପ ଲାଗିଥାଏ ଏବଂ ଏଠାକାର ଜନସାଧାରଣ ହେତୁ, ପ୍ରତି ବର୍ଷ ଫେବୃଆରୀ ମାସରେ ଖୋଲିଥାଏ । ଏହି ଭବନର ମୁଖ୍ୟ କଥା ହେଲା, ଏହି ଭବନର ନିର୍ମାଣରେ ଲୁହାର ନଗଣ୍ୟ ପ୍ରୟୋଗ ହୋଇଛି ।

ଅଭିକଳ୍ପନା[ସମ୍ପାଦନା]

ଦିଲ୍ଲୀଦରବାର ବର୍ଷ ୧୯୧୧ରେ ଭାରତର ରାଜଧାନୀକୁ ତତ୍କାଳୀନ କଲିକତାରୁ ସ୍ଥାନାନ୍ତରିତ କରି ଦିଲ୍ଲୀ ଆଣିବାର ନିର୍ଣ୍ଣୟ କରାଗଲା । ଏହି ନିର୍ଣ୍ଣୟ ୧୨ ଡିସେମ୍ବରକୁ ଜର୍ଜ ପଞ୍ଚମ'ଦ୍ୱାରା ଘୋଷିତ କରାଗଲା । ଏହି ଯୋଜନାକୁ ଗଭର୍ନର ଜେନେରାଲଙ୍କ ମତକୁ ପ୍ରଧାନ ଏବଂ ଅତୀବ ବିଶେଷ ଦର୍ଜା ଦିଆଗଲା । ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ଵିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ଵୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । ତା'ପରେ ବାଇଶରାୟ କହିଲେ ଯେ, ମହଲ ପରମ୍ପରା ଗତ ହେବ କିନ୍ତୁ ଭାରତୀୟ ମୋଟୀଫ ବିନା । ଏହା ସେଠାରେ ଅଭିକଳ୍ପନା ଥିଲା , ଯାହା ମୂର୍ତ ରୂପେ ଆଜି ଠିଆ ହୋଇଛି । ଏହି ମହଲ ପାଖାପାଖି ସେହି ରୂପେ ତିଆରି ହୋଇଛି ଯାହା କି ଲୁଟ୍ୟନ୍ସ, ବେକରଙ୍କୁ ଶିମଳାରୁ ୧୪ ଜୁନ ୧୯୧୨ରେ ପଠେଇଥିଲେ । ଲୁଟ୍ୟନ୍ସଙ୍କ ଅଭିକଳ୍ପନା ବୃହତ ରୂପେ ପରମ୍ପରା ଗତ ଥିଲା । ଲୁଟ୍ୟନ୍ସ ଓ ବେକର, ଯାହାଙ୍କୁ ବାଇସରାୟ ହାଉସ ଏବଂ ସଚିବାଳୟର କାର୍ଯ୍ୟ ଭାର ଦିଆଗଲା , ସେମାନେ ଅରମ୍ଭରରେ ବହୁ ସହୃଦୟରେ କାମକଲେ ତା'ପରେ ନିଜ ନିଜ ଭିତରେ ଝଗଡା କଲେ । ଆରମ୍ଭିକ ଯୋଜନା ଅନୁସାରେ ବାଇସରାୟ ହାଉସକୁ ରାଜ୍ୟସେନାର ପାହାଡି ଉପରେ ତିଆରି କରି ଦୁଇ ସଚିବାଳୟ ତଳେ ତିଆରି କରିବାର ଥିଲା । ପରେ ସଚିବାଳୟକୁ ୪୦୦ ଗଜ ପଛକୁ ଟାଣି ପାହାଡି ଉପରେ ତିଆରି କରିବା ଲାଗି ନିଷ୍ପତି ନିଆଗଲା । ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା । ଏହା ତାଙ୍କ ବିବାଦର କାରଣ ଥିଲା । ଏହି ମହଲର ପୂର୍ଣ୍ଣ ହେବା ପରେ ଲୁଟ୍ୟନ୍ସ ବେକାରରେ ଭଲ ଲଢେଇ କଲେ , କାରଣ ବାଇସରାୟ ହାଉସର ଦୃଶ୍ୟ , ସଡକର ଉଚ୍ଚା କୋଣ କାରଣରୁ ବାଧିତ ହୋଇଯାଇଥିଲା । ଲୁଟ୍ୟନ୍ସ ଏହି ବିବାଦକୁ ବେକରଳୁ ସ୍ତରର ମାନିଥିଲେ । କିନ୍ତୁ ବହୁ ପ୍ରୟାସ ପରେ ମଧ୍ୟ ଏହାକୁ ବଦଳେଇ ପାରିଲେ ନାହିଁ । ସେ ଚାହୁଁଥିଲେ କି, ଭବନର ତଳ ସ୍ତର ପର୍ଯ୍ୟନ୍ତ ଲମ୍ବା ଢାଳରେ ସଡକ ଆସୁ, ଯାହାଦ୍ୱାରାକି ଭବନର ଦୃଶ୍ୟରେ ବାଧିତ ନ ହେଉ , ଏବଂ ଦୂରରୁ ଦୃଶ୍ୟ ହେଉ । ୧୯୧୪ ମସିହାରେ ବେକର ଏବଂ ଲୁଟ୍ୟନ୍ସ ସହିତ ଅୟୋଜିତ ଏକ ସମିତିରେ ନିଷ୍ପତି ନିଆଗଲା କି, ସଡକର ଢାଲ ୨୫ରୁ ୧ ହେଉ, ଯାହା ପରେ ୨୨ରୁ ୧ ହେଲା । ଏହାଦ୍ୱାରା ଅଧିକ ଠିଆ ହୋଇଥିବା ଢାଲ ଭବନର ଦୃଶ୍ୟକୁ ଆହୁରି ବଧିତ କରିଥା'ନ୍ତା । ଲୁଟ୍ୟନ୍ସ ଏହା ଜାଣିଥିଲେ କି, ଏହି ଢାଲ ମଧ୍ୟ ଏହାର ଦୃଶ୍ୟକୁ ପୂର୍ଣ୍ଣତଃ ଦେଖେଇ ପାରିବ ନାହିଁ । ତା'ପରେ ସେ ଏହାକୁ କମ କରିବାର ନିବେଦନ କଲେ । ୧୯୧୬ ମସିହାରେ ଇସ୍ପିରିୟଲ ଦିଲ୍ଲୀ ସମିତି ଲୁଟ୍ୟନ୍ସଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଲୁଟ୍ୟନ୍ସ ସେତେବେଳେ ମଧ୍ୟ ଏହା ବୁଝିଲେ କି , ବେକର ସରକାରଙ୍କୁ ଖୁସି କରି ଏବଂ ପଇସା ବନେଇବାରେ ଅଧିକ ଲାଗିଥିଲା , ନାହିଁ କି ଭଲ ଶ୍ରେଣୀର ବାସ୍ତୁ ରୂପାଙ୍କନରେ ଧ୍ୟାନ କେନ୍ଦ୍ରିତ କରିବାରେ । ଲୁଟ୍ୟନ୍ସ ଭାରତ ଏବଂ ଇଂଲଣ୍ଡରେ ୨୨ ବର୍ଷରେ ପାଖାପାଖି ପ୍ରତିବର୍ଷ ଯାତ୍ରା କରିଥିଲେ , ଦୁଇ ସ୍ଥାନର ବାଇସରାୟ ଇମାରତ ତିଆରି କରିବା ହେତୁ । ତାଙ୍କୁ ଲର୍ଡ ଇଣ୍ଡିଗୋର ବଜେଟ ନିୟନ୍ତ୍ରଣ କାରଣରୁ ଇମାରତର ଆକାରକୁ ବହୁ ଛୋଟ କରିବାକୁ ପଡିଥିଲା । ଲର୍ଡ ଇଣ୍ଡିଗୋ ଯଦିଓ ଖର୍ଚ୍ଚ ନିୟନ୍ତ୍ରଣ କରି ମୂଲ୍ୟ କମ କରିବାର ନିର୍ଦେଶ ଦେଇଥିଲେ, ତଥାପି ସେ ଚାହୁଁଥିଲେ କି, କିଛି ନିଶ୍ଚିତ ମାତ୍ରାରେ ଇମାରତରେ ବୈଭବ ଦର୍ଶନ ହେଉ ।

Cannon outside the entrance to Rashtrapati Bhawan

ଭାରତୀୟ ରୂପାଙ୍କନ"[ସମ୍ପାଦନା]

ଇମାରତ ଉପରେ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଭିନ୍ନ ଅଙ୍ଗ ରହିଛି । ଇମାରତରେ ବିଭିନ୍ନ ଭାରତୀୟ ଡିଜାଇନ ଡାଳ ଯୋଡ଼ା ଯାଇଅଛି । ଏଥିରେ ବହୁତ ଗୋଲାକାର ପରାତ / କୁଣ୍ଡ ରୂପୀ ଘେର ଚିତ୍ରିତ ହୋଇଛି, ଯାହା କି ଭବନ ଉପରେ ଲଗା ହୋଇଛି । ଏହା ଭାରତୀୟ ସ୍ଥାପତ୍ୟର ଅଭିନ୍ନ ଅଙ୍ଗ ଅଟେ । ଏଠାରେ ପରମ୍ପରାଗତ ଭାରତୀୟ ଚଜ୍ଜେ ମଧ୍ୟ ରହିଛି , ଯାହା କି ଆଠ ଫୁଟ ଦ୍ୱାରରୁ ବାହାରକୁ ବହିରିଛି ଏବଂ ତଳେ ପୁଷ୍ପକୃତିରେ ସମ୍ପନ୍ନ ହୋଇଛି । ଏହା ଭବନକୁ ସିଧା ସୂର୍ଯ୍ୟାଲୋକ ଝରକାରେ ପଡିବାଦ୍ୱାରା ଏବଂ ମୌସମୀରେ ବର୍ଷା ଜଳରୁ ଅଟକାଇ ଥାଏ । ଛାତ ଉପରେ ତିଆରି ହୋଇଥିବା ବହୁ ଛତା , ଭବନର ଛାତର ପର ଭାଗକୁ , ଯେଉଁଠାରେ ମୁଖ୍ୟ ଗୁମ୍ବଦ ତିଆରି ହୋଇନାହିଁ , ସେଇଠାରେ ସପାଟ ଦୃଶ୍ୟ ହେବାରୁ ଅଟକାଇ ଥାଏ । ଲୁଟ୍ୟନ୍ସ ବହୁ ଭାରତୀୟ ଶୈଳୀର ନମୁନାକୁ ଉପଯୁକ୍ତ ସ୍ଥାନରେ ପ୍ରୟୋଗ କରିଛନ୍ତି , ଯାହା ବହୁ ପ୍ରଭାବ ଶାଳୀ ହୋଇପାରିଛି । ଏଥିରୁ କିଛି ଅଛି, ବାଗରେ ତିଆରି ନାଗ, ସ୍ତମ୍ଭରେ ତିଆରି ଧ୍ୱଜ ହାତୀ (ଚିତ୍ରିତ) ଏବଂ ଛୋଟ ସ୍ତମ୍ଭରେ ଚିତ୍ରିତ ବସିଥିବା ସିଂହ । ବ୍ରିଟିଶ ଶିଳ୍ପକାର ଚାର୍ଲସ ସର୍ଜିୟେଣ୍ଟ ଜୌଗର, ଯିଏ ନିଜଦ୍ୱାରା ପ୍ରସ୍ତୁତ ବହୁ ଯୁଦ୍ଧ ସ୍ମାରକ ପାଇଁ ଜଣା ଯା'ନ୍ତି , ସେ ହିଁ ବାହାର ଦ୍ୱାରରେ ତିଆରି ହାତୀ ମାନଙ୍କୁ ସଜେଇଥିଲେ । ଏହା ସହିତ ଜୟପୁର ସ୍ତମ୍ଭ ନିକଟର ପୂର୍ଣ୍ଣ ବାସ ରିଲିଫ ମଧ୍ୟ ସେ ତିଆରି କରିଥିଲେ । [୩].

ଲୁଟ୍ୟନ୍ସ ଭବନରେ କିଛି ବ୍ୟକ୍ତିଗତ ପ୍ରଭାବର ସମ୍ମିଶ୍ରଣ କରିଛନ୍ତି , ଯେପରି ଉଦ୍ୟାନର କାନ୍ଥରେ ଏକ ସ୍ଥାନ ଏବଂ ଷ୍ଟେଟ କକ୍ଷରେ ଦୁଇ ଆଲୋକ ଦାନ, ଯାହା ଚଷମା ପରି ପ୍ରତୀତ ହୋଇଥାଏ । ଏହି ଭବନ ମୁଖ୍ୟତଃ ୧୯୨୧ ମସିହାରେ , ବାକି ନୂଆଦିଲ୍ଲୀ ସହିତ ପୂର୍ଣ୍ଣ ହୋଇଯାଇ ଥିଲା ଏବଂ ଏହାର ଆଧିକାରୀକ ଉଦ୍ୟାଟନ ସନ ୧୯୩୧ରେ ହୋଇଥିଲା । ଏହା ଏକ ରୋଚକ ତଥ୍ୟ ଅଟେ । ଏହି ଭବନ ସତର ବର୍ଷରେ ପୂର୍ଣ୍ଣ ହୋଇଥିଲା ଏବଂ ସତର ବର୍ଷରେ ହିଁ ବ୍ରିଟିଶ ରାଜ୍ୟରେ ରହି ପାରିଲା । ନିଜର ନିର୍ମାଣ ପୁରା ହେବାର ଅଠର ବର୍ଷହିଁ ଏହା ସ୍ୱତନ୍ତ୍ର ଭାରତକୁ ଆସିଗଲା । ୧୯୪୭ ମସିହାରେ ଭାରତ ସ୍ୱତନ୍ତ୍ରତା ପରେ, ତତ୍କାଳୀନ ବାଇସରାୟ ସେଠାରେ ରହିବାକୁ ଲାଗିଲେ ଏବଂ ଅନ୍ତତଃ ୧୯୫୦ ମସିହାରେ ଭାରତୀୟ ଗଣତାନ୍ତ୍ରିକ ପରେ ଏଠାରେ ଭାରତୀୟ ଗଣତନ୍ତ୍ରର ରାଷ୍ଟ୍ରପତି ରହିବାକୁ ଲାଗିଲେ ଏବଂ ଏହାର ନାମ ବଦଳ ହୋଇ ରାଷ୍ଟ୍ରପତି ଭବନ ହୋଇଗଲା । ଏହାର ଗୁମ୍ବଦ , ଲୁଟ୍ୟନ୍ସଙ୍କ ଅନୁସାରେ ରୋମାନ ପାନ୍ଥରୁ ପ୍ରେରିତ ବୋଲି କୁହାଯାଇ ଥିଲା । ଏହା ମୂଳତଃ ମୋର୍ଯ୍ୟ ବଂଶରେ ତିଆରି ସାଞ୍ଚୀ ସ୍ତୁପ, ସାଞ୍ଚୀ, ମଧ୍ୟ ପ୍ରଦେଶରୁ ବ୍ୟୁତ୍ପନ୍ନ ହୋଇଛି । ଏହା ୟୁରୋପୀୟ ଏବଂ ମୁଗଲ ବସ୍ତୁକଳା (ସ୍ଥାପତ୍ୟ କଳା)ର ଘଟକ ଅଟେ । ଏଥିରେ ୩୫୫ ସୁସଜ୍ଜିତ କକ୍ଷ ରହିଛି । ଏହାର ଭୁକ୍ଷେତ୍ର ଫଳ ୨,୦୦,୦୦୦ ବର୍ଗ ଫୁଟ (୨୧୦୦୦ ବର୍ଗ ମିଟର) ଅଟେ । ଏହି ଭବନରେ ୭୦୦ ମିଲିୟନ ଇଟା ଏବଂ ୩.୫ ମିଲିୟନ ଘନ ଫୁଟ (୮୫୦୦୦ ଘନ ମିଟର) ପଥର ଖଞ୍ଜା ହୋଇଛି , ଯାହା ସହ ଲୁହାର ନ୍ୟୁନତମ ପ୍ରୟୋଗ ହୋଇଛି ।

ଖାକା[ସମ୍ପାଦନା]

ପ୍ରାସାଦର ଖାକା ଏକ ବୃହତ ବର୍ଗରେ ତିଆରି ହୋଇଛି । ଯଦିଓ ଏଠାରେ ଅନେକ ଅଗଣା ରହିଛି । ଏଠାରେ ବାଇସରାୟ ପାଇଁ ପୃଥକ ସ୍କନ୍ଧ ରହିଛି । ବାଇସରାୟ ସ୍କନ୍ଧ ନିଜ ନିଜଉପରେ , ଏକ ଅଲଗା ଚାରୋଟି ଘର ରହିଛି, ଯେଉଁଥିରେ ନିଜର ଅଗଣା ରହିଛି । ଏହା ଏତେ ବଡ ଅଟେ କି , ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ଃ . ରାଜେନ୍ଦ୍ର ପ୍ରଶାଦ ଏଠାରେ ନରହି , ପାହୁନା ସ୍କନ୍ଧରେ ରହିବାକୁ ପସନ୍ଦ କଲେ । ଏହି ପରମ୍ପରା ତାଙ୍କର ଅନ୍ତରାଧୀ କାରୀ ମାନଙ୍କଦ୍ୱାରା ମଧ୍ୟ ଅନୁଗାମିତ ହେଲା । ପ୍ରାସାଦର ମୁଖ୍ୟ ଭାଗର କେନ୍ଦ୍ରରେ , ମୁଖ୍ୟ ଗୁମ୍ବଦର ଠିକ ତଳେ ଦରବାର ଢାଲ ରହିଛି , ଯାହାକୁ ବ୍ରିଟିଶ କାଳରେ ରାଜଗାଦି କକ୍ଷ କୁହାଯାଉଥିଲା । ସେତେବେଳେ ବାଇସରାୟ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ରାଜଗଦ୍ଦୀ ଥିଲା । ଏଠାକାର ସ୍ତମ୍ଭ ମଧ୍ୟ ବାହାରର ମୁଖ୍ୟ ସ୍ତମ୍ଭ ପରି ଅଟେ, ଉପରେ ଘଣ୍ଟି ଏବଂ ଖଡ଼ି ରେଖା ପରି ବୋର୍ଡର ରହିଛି । କାନ୍ଥ ଉପରେ ମଧ୍ୟ ଏହା ରହିଛି ।

କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । ଏଥିରୁ ଆଠ ସଙ୍ଗମର୍ମରର ସିଂହର ଜଳ ବେସିନରେ ପାଣି ଢାଳୁଥି ଯାହାବା ଅବସ୍ଥାରେ ତିଆରି ହୋଇଛି । ଏହି ସିଂହ ବ୍ରିଟେନର ସୂଚକ ଥିଲା । ଏଥିରୁ ଏକ କକ୍ଷର ଖୋଲା ଛାତ ମଧ୍ୟ ଥିଲା , ଯାହାକି ପ୍ରଚୁର ମାତ୍ରାରେ ପ୍ରାକୃତିକ ପ୍ରକାଶ ଦେଇଥାଏ ।

ଗୁମ୍ବଦ[ସମ୍ପାଦନା]

ଗଣତନ୍ତ୍ର ଦିବସରେ ପ୍ରକାଶିତ ଗୁମ୍ବଦ

ମଧ୍ୟବତୀ ଗୁମ୍ବଦ ଭାରତୀୟ ଏବଂ ବ୍ରିଟିଶ ଶୈଳୀର ମିଶ୍ରଣ ଅଟେ । କେନ୍ଦ୍ରରେ ଏକ ଉଞ୍ଚା ତାମ୍ର ଗୁମ୍ବଦ ରହିଛି , ଯାହା ସମଗ୍ର ଇମାରତରେ ଅଲଗା ଦେଖାଯାଏ ଏବଂ ଏକ ଉଞ୍ଚା ଢୋଲାକାର କିମ୍ବା ବେଲଣା କାର ଢାଞ୍ଚ ଉପରେ ସ୍ଥିତ ରହିଛି । ଭବନର ଚାରି କୋଣ ମଧ୍ୟର କର୍ଣ୍ଣ ରେଖା ମଧ୍ୟରେ ଏହି ଗୁମ୍ବଦ ସ୍ଥିତ ରହିଛି । ଏହା ପୁରା ଭବନର ଦୁଇଗୁଣା ଉଞ୍ଚା ଗୁମ୍ବଦ ଅଟେ । ୧୯୧୩ ମସିହାରେ ଭବନର ଯୋଜନାରେ ଯାହା ଏହାର ଉଞ୍ଚା ଥିଲା , ତାହା ଲର୍ଡ ହାଡିଙ୍ଗଙ୍କଦ୍ଵାରା ବଢ଼ା ଯାଇଥିଲା । ଏହି ଗୁମ୍ବଦରେ ପରମ୍ପରା ଗତ ଏବଂ ଭାରତୀୟ ଶୈଳୀର ମିଶ୍ରଣ ରହିଛି । ଲୁଟ୍ୟନ୍ସଙ୍କ ଅନୁସାରେ , ଏହି ରୂପ ରୋମର ପାନ୍ଥିରୁ ବାହାରିଛି , କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କି, ତାହାର (ସାଞ୍ଚି ସ୍ତୁପ)ର ପ୍ରେରଣାରେ ପ୍ରସ୍ତୁତ ହୋଇଛି । ଏହି ଗୁମ୍ବଦକୁ ଘେରି ରହିଥିବା ଏକ ଦ୍ୱାର ମଣ୍ଡପ ତିଆରି ହୋଇଛି , ଯେଉଁଥିରେ ସମାନ ସ୍ଥିତି ସମ୍ଭବ ହୋଇଛି , ଯାହା ଗୁମ୍ବଦକୁ ଉଠାଇଛି ଏବଂ ଏହି ସ୍ତମ୍ଭ ମାନଙ୍କ ମଝିରେ ଖାଲି ସ୍ଥାନ ରହିଛି । ଏହା ଗୁମ୍ବଦର ସମସ୍ତ ପାର୍ଶ୍ୱରେ ରହିଛି । ଏହା କାରଣରୁ ହିଁ, ଏହି ଗୁମ୍ବଦ ଯେ କୌଣସି କୋଣରୁ ଦେଖିବାଦ୍ୱାରା , ଯଦି ଗରମର ଟିକେ ଭି ଅନୁଭବ ମୌସମୀରେ ପ୍ରକାଶିତ ହୁଏ ତେବେ ପହଁରିବା ପରି ପ୍ରତୀତ ହୋଇଥାଏ । ବାହାର ଗୁମ୍ବଦର ରେନ ଫୋର୍ସଡ଼ କଂକ୍ରିଟ ସିମେଣ୍ଟରେ ନିର୍ମିତ ଗୁମ୍ବଦ, ୧୯୨୯ ମସିହାର ପାଖାପାଖି ନିଜର ଆକାର ନେବାରେ ଲାଗିଥିଲା । ଏହି ଗୁମ୍ବଦର ଅତିମ ପାଷାଣ (୩ ଏପ୍ରିଲ ୧୯୨୯) ମସିହାରେ ଲଗା ଯାଇଥିଲା । ଯଦିଓ ଏହା ଉପରେ ତାମ୍ର ଆବରଣ ୧୯୩୦ ମସିହା ପର୍ଯ୍ୟନ୍ତ ଲାଗିନଥିଲା ।

ଜୟପୁର ସ୍ତମ୍ଭ[ସମ୍ପାଦନା]

ଭବନ ସାମ୍ନାରେ ଜୟପୁର ସ୍ତମ୍ଭ ଠିଆ ହୋଇଛି, ଯାହାର ଶିଖରରେ ତତ୍କାଳୀନ ଜୟପୁର ମହାରାଜାଙ୍କଦ୍ୱାରା ଭାରତ ସରକାରଙ୍କୁ ଶୁଭକାମନା ସ୍ୱରୂପ ପଠା ଯାଇଥିବା କମଳ ଉପରେ ତାରା ଲଗାହୋଇଛି ।

ଭବନର ଠିକ ସାମ୍ନାରେ ଏକ ମାର୍ଗ ନାରଙ୍ଗୀ ବଦରପୁର ବଜରିରେ ଘୋଡ଼ି ହୋଇଥିବା ସିଧା ଲୁହାର ମୁଖ୍ୟ ଦ୍ୱାର ରୂପୀ ଫାଟକ ପର୍ଯ୍ୟନ୍ତ ଯାଇ, ଯାହା କି ସେ ଫାଟକରୁ ହୋଇ, ଦୁଇ ସଚିବାଳୟରୁ ହୋଇ ଲାଲ କାନ୍ଥର ମଧ୍ୟରୁ ତଳକୁ ଆସିଥାଏ ଏବଂ ବିଜୟ ଚୌକରୁ ହୋଇ, ରାଜପଥ କୁହାଯାଇଥାଏ । ଏହି ମାର୍ଗ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ଯାଇଥାଏ । ଏହି ଭବନର ଦୂରର ଠିକ ମଝିରେ , ଏକ ପଥରର ଗୋଲାପୀ ଏବଂ ଲାଲ ରଙ୍ଗର ସ୍ତମ୍ଭ ଠିଆ ହୋଇଛି , ଯାହା ବହୁ ଉଞ୍ଚା ଅଟେ ଏବଂ ସେଥିରେ ଜୟପୁରର ତତ୍କାଳୀନ ମହାରାଜାଙ୍କଦ୍ୱାରା ପଠାଯାଇଥିବା ଏକ ଚାନ୍ଦିର ଶୁଭକମାନା ପ୍ରତୀକ ଏହି ସ୍ତମ୍ଭର ଉପରେ ଲାଗିଛି । ଏହି କାରଣରୁ ଏହାକୁ ଜୟପୁରୀ ସ୍ତମ୍ଭ କୁହାଯାଏ । ଏହି ସ୍ତମ୍ଭର ଉତ୍ତର ଏବଂ ଦକ୍ଷିଣ ପଟେ, ତଳକୁ ପାହାଞ୍ଚରେ ଓହ୍ଲେଇ ଫୁଇ ରାସ୍ତା ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ଯାଇଥାଏ ।

ମୋଗଲ ଉଦ୍ୟାନ[ସମ୍ପାଦନା]

ମୋଗଲ ଉଦ୍ୟାନର ଏକ ଦୃଶ୍ୟ, ୧୯୬୨ ମସିହା


ସ୍ଥିତି[ସମ୍ପାଦନା]

ବିଶେଷ[ସମ୍ପାଦନା]

ଚିତ୍ର ଦେଖନ୍ତୁ[ସମ୍ପାଦନା]


ବାହାର ଆଧାର[ସମ୍ପାଦନା]

Coordinates: 28°36′52″N 77°11′59″E / 28.614342°N 77.199804°E / 28.614342; 77.199804

ଆଧାର[ସମ୍ପାଦନା]

  1. Kahn, Jeremy (30 December 2007). "Amnesty Plan for Relics of the Raj". The New York Times. http://www.nytimes.com/2007/12/30/arts/design/30kahn.html?pagewanted=all. Retrieved 26 June 2012. "He also invented his own "Delhi Order" of neo-Classical columns that fuse Greek and Indian elements." 
  2. "Rashtrapati Bhavan". The President of India. Retrieved 2011-12-23. 
  3. क्रिस्टोफर हस्से (1953), द लाइफ ऑफ सर एड्वर्ड लूट्यन्स, एन्टीक कलेक्टर्स क्लब  ISBN 0-907462-59-6