ବ୍ରହ୍ମେଶ୍ଵର ମନ୍ଦିର, ଭୁବନେଶ୍ୱର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବ୍ରହମେଶ୍ଵର ମନ୍ଦିର
ବ୍ରହମେଶ୍ଵର ମନ୍ଦିର
ବ୍ରହମେଶ୍ଵର ମନ୍ଦିର
Geography
ଦେଶ ଭାରତ
State ଓଡ଼ିଶା
ଅବସ୍ଥିତି ଭୁବନେଶ୍ବର
Culture
ମୁଖ୍ୟ ଆରାଧ୍ୟ ବ୍ରାହମେଶ୍ଵର
History and governance
ନିର୍ମାଣ କାଳ ୧୦୫୮ ଖ୍ରୀଷ୍ଟାବ୍ଦ

ବ୍ରହ୍ମେଶ୍ୱର ମନ୍ଦିର,  ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ରହିଥିବା ଏକ ୯ ମ ଶତାବ୍ଦୀ ଶେଷାର୍ଦ୍ଧରେ ନିର୍ମିତ ଶିବ ମନ୍ଦିର । ଏହି ମନ୍ଦିର ଅଭ୍ୟନ୍ତରରେ ସୁନ୍ଦର ପ୍ରସ୍ତର ଖୋଦିତ ବିରଳ କଳା ଦେଖିବାକୁ ମିଳେ । ମନ୍ଦିରରେ ଖୋଦିତ ହେଇଥିବା ଶିଳାଲେଖଦ୍ଵାରା ଏହି ମନ୍ଦିରର ନିର୍ମାଣ କାଳ ବିଷୟରେ ସଠିକ ସୂଚନା ମିଳୁଥିଲା । ତେବେ ବର୍ତ୍ତମାନ ତାହା ଅବଲୁପ୍ତ ଅବସ୍ଥାରେ ରହିଛି । ତେବେ ୧୦୫୮ ମସିହାର ଲେଖାକୁ ସଂରକ୍ଷିତ ଭାବରେ ରଖା ଯାଇଛି । ସେହି ଲେଖାନୁସାରେ ସୋମବଂଶୀ ରାଜା ଉଦ୍ୟୋତକେଶରୀଙ୍କ ଶାସନର ୧୮ ତମ ବର୍ଷରେ ତାଙ୍କ  ମାତା କୋଳାବତୀ ଦେବୀଙ୍କଦ୍ଵାରା ଏହା ନିର୍ମିତ ହେଇଥିବାର ଜଣା ଯାଇଥାଏ , ଯାହା ୧୦୫୮ ମସିହା ଥିଲା । [୧]


ଅବସ୍ଥିତି [ସମ୍ପାଦନା]

ବ୍ରାହମେଶ୍ଵର ମନ୍ଦିରର ଭୌଗୋଳିକ ଅବସ୍ଥିତି 0°14'23.4"N 85°51'07.4"Eଠାରେ ।  ଏହା ଭୁବନେଶ୍ଵରର ଟଙ୍କପାଣି ରୋଡ ନିକଟସ୍ଥ ବ୍ରହ୍ମେଶ୍ବରପାଟଣାଠାରେ ରହିଛି । ବିନ୍ଦୁସାଗର ପୁଷ୍କରିଣୀ ଏହା ନିକଟରେ ଅବସ୍ଥିତ । ଏହାର ନିକଟବର୍ତ୍ତି ଅଞ୍ଚଳରେ " ଅନନ୍ତ ବାସୁଦେବ ମନ୍ଦିର " , ଜଳେଶ୍ଵର ଶିବ ମନ୍ଦିର , ଲିଙ୍ଗରାଜ ମନ୍ଦିର , ପଶ୍ଚିମେଶ୍ଵର ଶିବ ମନ୍ଦିର , ରାଜାରାଣୀ ମନ୍ଦିର ପ୍ରମୁଖ ରହିଛି ।[୨]  [୩]

ନୀତି ରୀତି[ସମ୍ପାଦନା]

 

ଅନେକ ପ୍ରାଚୀନ ମନ୍ଦିର ପରି ଏହି ମନ୍ଦିର ନିର୍ଜୀବ ନ ହେଇ ଏକ ଜୀବନ୍ତ ମନ୍ଦିର ଭାବରେ ରହିଛି । ଏଠାକୁ ଭକ୍ତ ମାନେ ମୁଖ୍ଯତଃ ଭଗବାନ ଶିବଙ୍କ ଆରାଧନା ପାଇଁ ଆସିଥାନ୍ତି । ତେବେ ଏଠାରେ ତାନ୍ତ୍ରିକ ଉପାସନା ପାଇଁ ମଧ୍ୟ ଦେଶର ଅନେକ ସ୍ଥାନରୁ ତାନ୍ତ୍ରିକ ମାନେ ଆସିଥାନ୍ତି । ଏଠାରେ ଥିବା " ଚାମୁଣ୍ଡା "ଙ୍କ ଭୟଙ୍କର ରୂପ ଧାରଣ କରି ଥିବା ମୂର୍ତିରୁ ଏଠାରେ ତାନ୍ତ୍ରିକ ଉପାସନା ବହୁ କାଳରୁ ଚାଲିଥିବାର ପ୍ରମାଣ ମିଳେ । ମନ୍ଦିର କଥାରେ ସଂଗୀତକାର ଓ ନର୍ତ୍ତକୀର ଚିତ୍ରରୁ ଏଠାରେ ପୂର୍ବ କାଳରେ ନୃତ୍ୟ ପରମ୍ପରା ମଧ୍ୟ ଥିବାର ଜଣାଯାଏ । ଶିବରାତ୍ରି ସମୟରେ ଶତାଧିକ ଭକ୍ତ ଏଠାରେ ସମ୍ମିଳିତ ହେଇ ରାତ୍ର ଉଜାଗର ସହ ଉପାସନା କରିଥାନ୍ତି । ସେହି ସମୟରେ ଏଠାରେ ନୃତ୍ୟ ଓ ଗୀତର ଆସର ମଧ୍ୟ ଆୟୋଜନ ହେଇଥାଏ । ମହିଳା ମାନେ କ୍ଷୀରଦ୍ଵାରା ଶିବଲିଙ୍ଗଙ୍କୁ ପୂଜା କରନ୍ତି ଓ ପରିବାରର ସମସ୍ତଙ୍କ ପାଇଁ ଭଗବାନ ଶିବଙ୍କ ଆଶିଷ ଭିକ୍ଷା କରନ୍ତି ।  


ଇତିହାସ [ସମ୍ପାଦନା]

 ପରବର୍ତ୍ତୀ କାଳରେ ଐତିହାସିକ ମାନଙ୍କଦ୍ଵାରା ଏହାର ଏକ ଖୋଦନ କରାଯାଇଥିବା ଲେଖାକୁ କଲିକତା ନେଇ ପରିକ୍ଷା କରିବା ପରେ ଏହାଦ୍ଵାରା ଜଣାଯାଇଥିଲା ଯେ ମନ୍ଦିରଟି ସୋମବଂଶୀ ରାଜା ଉଦ୍ୟୋତ କେଶରୀଙ୍କ ମାତା କୋଳାବତୀ ଦେବୀଙ୍କଦ୍ଵାରା ୧୧ ଶ ଶତାବ୍ଦୀର ଅପରାର୍ଦ୍ଧରେ ନିର୍ମିତ ହେଇଥିଲା । ମନ୍ଦିରରେ " ସିଦ୍ଧତୀର୍ଥ " ନାମରେ ଚାରିଟି ନାଟ୍ୟଶାଳା ସହ ନିର୍ମିତ ହେଇଥିଲା । ଶିଳାଲେଖ ନିର୍ଦ୍ଧାରିତ ସ୍ଥାନରୁ ଚ୍ୟୁତ ହେଇ ଅନ୍ୟ ସ୍ଥାନରେ ମିଳିଥିବାରୁ ଏହା ଅନ୍ୟ ଏକ ମନ୍ଦିର ପାଇଁ ଥିବାର ମଧ୍ୟ ସମ୍ଭାବନା ବ୍ୟକ୍ତ କରାଯାଇଥାଏ । ପୁନଶ୍ଚ ଶିଳାଲେଖରେ ବର୍ଣିତ ୪ଟି ନାଟ୍ୟଶାଳା ( ନାଟ୍ଯ ଗୃହ )  କୁ ଅଙ୍ଗଶାଳା ( ସହଯୋଗୀ ମନ୍ଦିର ) ବୋଲି ମଧ୍ୟ ଦାବି କରାଯାଇଥାଏ । 

ସ୍ଥାପତ୍ୟ ଶୈଳୀ [ସମ୍ପାଦନା]

ମନ୍ଦିରକୁ " ପାଞ୍ଚତନୟା " ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଥାଏ । ମୁଖ୍ୟ ଆସ୍ଥାନ ସହ ଚାରି ଦିଗରେ ୪ଟି ସହଯୋଗୀ ଆସ୍ଥାନ ମଧ୍ୟ ରହିଥିଲା । ପୂର୍ବବର୍ତ୍ତୀ କାଳର ମନ୍ଦିର ମାନଙ୍କରୁ ଅଧିକ ଉନ୍ନତ ଓ ସମ୍ପୂର୍ଣ୍ଣତା ସହ ଏହି ମନ୍ଦିର ନିର୍ମିତ ହେଇଥିଲା । ମନ୍ଦିରର " ବିମାନ" ୬୨.୨ ଫୁଟ ଉଚ୍ଛତା ବିଶିଷ୍ଟ ରହିଛି । ପାରମ୍ପରିକ କାଷ୍ଠ ଖୋଦନ ଶୈଳୀକୁ ମନ୍ଦିରରେ ପ୍ରସ୍ତର ନିର୍ମାଣରେ ସ୍ଥାପିତ କରାଯାଇଛି । ସମ୍ପୂର୍ଣ ମନ୍ଦିର ଟିକୁ ପିରାମିଡ ଆକାର ଦେଇ ଅଭ୍ୟନ୍ତର ଓ ବହିଷ୍ଠ କାନ୍ଥରେ ଖୋଦନ କଳା କାର୍ଯ୍ୟ କରାଯାଇଥିଲା । 

ବ୍ରହମେଶ୍ଵର ମନ୍ଦିରର ସହଯୋଗୀ ମନ୍ଦିର ଗୁଡିକର ନକଷା .

ପାରମ୍ପରିକ ଓଡ଼ିଆ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ଦୁଇଟି ପ୍ରକୋଷ୍ଠ ରହିଛି । ପ୍ରଥମ ଟିକୁ "ଜଗମୋହନ " କୁହାଯାଇଥାଏ ଓ ଏହାକୁ ସଂଯୁକ୍ତ କରି ମୁଖ୍ୟ ମନ୍ଦିର " ଶିଖର " ଭାବରେ ରହିଛି ।ପରବର୍ତ୍ତୀ ସମୟରେ ନିର୍ମିତ ମନ୍ଦିର ଗୁଡିକୁ ମନ୍ଦିର ଜଗମୋହନ ସାମ୍ନାରେ ଆଉ ଦୁଇଟି ପ୍ରକୋଷ୍ଠ , ନାଟ୍ୟଶାଳା ଓ ସମାବେଶ ଗୃହ ଭାବରେ ନିର୍ମିତ ହଉଥିଲା । [୪]

ଏହି ମନ୍ଦିରର ନିର୍ମାଣ କଳାରେ ବହୁ ଆଗରୁ ନିର୍ମିତ ମୁକ୍ତେଶ୍ଵର ମନ୍ଦିର ସହ ବହୁ ସାମଞ୍ଜସ୍ଯ ଦୃଷ୍ଟିଗୋଚର ହେଇଥାଏ । ଜଗମୋହନର ଭିତରସ୍ଥ ଅଂଶରେ ସିଂହ ମସ୍ତକ ଖୋଦନ ଚିତ୍ର , ଯାହା ମୁକ୍ତେଶ୍ଵର ମନ୍ଦିର ନିର୍ମାଣରେ ପ୍ରଥମେ ବ୍ୟବହାର ହେଇଥିଲା ଓ ତାହା ପରେ ବହୁ ସ୍ଥାନରେ ତାହାର ନକଲ ହେଇଥିଲା , ତାହା ଏଠାରେ ମଧ୍ୟ ଦେଖା ଯାଇଥାଏ । ଏଠାରେ ଭିତରସ୍ଥ କାନ୍ଥରେ ନର୍ତ୍ତକୀ , ସଂଗୀତକାରଙ୍କ ବହୁଳ ଚିତ୍ର ଭିତର ଓ ବାହାର କାନ୍ଥରେ ଚିତ୍ରିତ ହେବା ସହ ପ୍ରଥମ ଥର ପାଇଁ ଲୌହ ସ୍ତମ୍ଭର ପ୍ରୟୋଗ ହେଇଥିବାର ଜଣା ଯାଏ । 

ଏହି ମନ୍ଦିରରେ ବାଲି ପଥରରେ ନିର୍ମିତ ଦେବାଦେବୀ ମୂର୍ତ୍ତୀ , ଦୁଆର ଚଉକାଠରେ ଖୋଦିତ ପୁଷ୍ପ ଚିତ୍ର ସହିତ ଉଡନ୍ତା ମୂର୍ତି ଗୁଡିକ ମଧ୍ୟ ରହିଛି ।"ଅସ୍ତଦିଗପାଳ ମୂର୍ତି" , ଖଡ୍ଗ ଓ ମଣିଷମସ୍ତକ ଧରି "ଚାମୁଣ୍ଡା "ମୂର୍ତି ପଶ୍ଚିମ ଦିଗ ଚଟାଣରେ ରହିଛି । 

ଦେବଦାସୀ ପ୍ରଥା[ସମ୍ପାଦନା]

ଏକ ବର୍ତ୍ତମାନ ବିଲୁପ୍ତ ଶିଳାଲେଖରୁ ଜଣାଯାଇଥିଲା ଯେ ରାଣୀ କୋଳାବତୀ ମନ୍ଦିର ପାଇଁ ଅନେକ ସୁନ୍ଦର ରମଣୀଙ୍କୁ ଦେଇଥିଲେ । ଏଥିରୁ ଜଣାପଡେ ସେହି ସମୟରେ ମନ୍ଦିରରେ " ଦେବଦାସୀ " ପ୍ରଥାର ପ୍ରଚଳନ ଥିଲା । ସେଇ ପରମ୍ପରା ପୁରୀ ବଡ ଦେଉଳ ସମେତ ଅନେକ ମନ୍ଦିରରେ ପରେ ପ୍ରଥା ହିସାବରେ ପ୍ରଚଳିତ ହେଇଥିଲା ।  [୫][୬]

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]