ପଶ୍ଚିମେଶ୍ୱର ଶିବ ମନ୍ଦିର
Jump to navigation
Jump to search
ପଶ୍ଚିମେଶ୍ୱର ଶିବ ମନ୍ଦିର | |
---|---|
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°14′46″N 85°50′02″E / 20.24611°N 85.83389°ECoordinates: 20°14′46″N 85°50′02″E / 20.24611°N 85.83389°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ସ୍ଥାନ | ଭୁବନେଶ୍ୱର |
ଉଚ୍ଚତା | ୧୮ m (୫୯ ft) |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ମହିଷାମର୍ଦ୍ଦିନୀ |
ତିଆରି ଶୈଳୀ | କଳିଙ୍ଗ ସ୍ଥାପତ୍ୟ କଳା |
ଇତିହାସ ଓ ପାଳନ | |
ନିର୍ମାଣ କାଳ | ୮ମ ଶତାବ୍ଦୀ |
ପଶ୍ଚିମେଶ୍ୱର ଶିବ ମନ୍ଦିର[୧], ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପୁରାତନ ଅଂଶରେ ଥିବା ବଡ଼ୁ ସାହିରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ମ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହି ମନ୍ଦିରର ମୁଖ୍ୟ ଦେଉଳ ବହୁ କାଳରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କାର୍ତିକେୟ , ଗଣେଶ , ପାର୍ବତୀ ଓ ନରସିଂହ ମୂର୍ତିରୁ ଏହାର ନିର୍ମାଣ କାଳ ବିଷୟରେ ସୂଚନା ମିଳିଥାଏ । ବର୍ତମାନ ଶିବ ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗ ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି ।[୨]
ଅବସ୍ଥିତି [ସମ୍ପାଦନା]
ଏହି ମନ୍ଦିରର ଭୌଗୋଳିକ ଅବସ୍ଥିତି t-20°14'46, Long-85°50'02ଠାରେ ରହିଛି । ଏହା ବିନ୍ଦୁସାଗର ପୁଷ୍କରିଣୀର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ ୬୧ ଫୁଟ ଉପରେ ରହିଛି ।
ତାପ୍ତର୍ଯ୍ୟ[ସମ୍ପାଦନା]
ମୁଖ୍ୟ ମନ୍ଦିର ଭଗ୍ନ ହେଇଥିଲେ ମଧ୍ୟ ଏଠାରେ ରୀତି ଅନୁସାରେ ପୂଜା ଅର୍ଚ୍ଚନା ହେଇଥାଏ । ଶିବରାତ୍ରି , ମକର ସଂକ୍ରାନ୍ତି ପରି ପର୍ବ ମଧ୍ୟ ପାଳନ କରାଯାଇଥାଏ ।
ଆଧାର [ସମ୍ପାଦନା]
- ↑ Sadasiba Pradhan (2009). Lesser Known Monuments of Bhubaneswar. Lark Books. ISBN 978-81-7375-164-6.
- ↑ Orissa reference: glimpses of Orissa. TechnoCAD Systems. 2001.