କଣ୍ଠଅଳତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କଣ୍ଠଅଳତି
Diphtheria bull neck.5325 lores.jpg
କଣ୍ଠଅଳତି ରୋଗରେ ବେକ ଫୁଲିଯିବା ହେତୁ "ଷଣ୍ଢ ବେକ" କୁହାଯାଏ ।[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି infectious disease[*]
ଆଇସିଡ଼ି-୧୦ A36.
ଆଇସିଡ଼ି-୯-ସିଏମ୍ 032
ରୋଗ ଡାଟାବେସ 3122
ମେଡ଼ିସିନ-ପ୍ଲସ 001608
ଇ-ମେଡ଼ିସିନ emerg/138 med/459 oph/674 ped/596
MeSH D004165ବିଭିନ୍ନ

କଣ୍ଠଅଳତି ବା ଡାକ୍ତରୀ ଶାସ୍ତ୍ରରେ ଡିଫ୍‌ଥେରିଆ (from Greek: διφθέρα diphthera, meaning leather) ରୋଗର ନାମ ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ଅର୍ଥ ଚମଡ଼ାକୋରାଇନୋବ୍ୟାକ୍ଟେରିମ ଡିଫଥେରି ନାମକ ଜୀବାଣୁଦ୍ୱାରା ଏହି ରୋଗ ହୁଏ ।[୧] ସାମାନ୍ୟ ଓ ସାଙ୍ଘାତିକ ଧରଣର ଅବସ୍ଥା ଅନୁସାରେ ଏହାର ଲକ୍ଷଣ ବଦଳେ । ଏହାର ଜୀବାଣୁ ସଂସ୍ପର୍ଶରେ ଆସିବାର ୨ରୁ ୫ ଦିନ ପରେ ରୋଗ ଆରମ୍ଭ ହୁଏ ।[୧] ଆରମ୍ଭରୁ ତଣ୍ଟ ଦରଜ ଓ ଜ୍ୱର ହୁଏ ଓ ଧୀରେ ଧୀରେ ବଢ଼େ ।[୨] ସାଙ୍ଘାତିକ ରୋଗ ହେଲେ ପାଉଁଶିଆ ବା ଧଳା ଦାଗ ବା ପ୍ୟାଚ୍ (patch) ତଣ୍ଟିରେ ଦେଖାଯାଏ ।[୧][୨] ଏହି ପ୍ୟାଚ୍ ବୃଦ୍ଧି ପାଇ ଶ୍ୱାସ ପଥ ଅବରୋଧ କରିପାରେ ଓ ଏପରି ହେଲେ ଭୁକିବା କାଶ ହୁଏ ।[୨] ଲସିକା ଗ୍ରନ୍ଥି ବଢ଼ିଯିବାଦ୍ୱାରା ତଣ୍ଟି ଫୁଲିଯାଏ ।[୧] ଗୋଟିଏ ଅଲଗା ଧରଣର କଣ୍ଠଅଳତିରେ ଚର୍ମ, ଚକ୍ଷୁ,ଓ ଯୌନାଙ୍ଗ ସଂକ୍ରମିତ ହୁଏ ।[୧][୨] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡପେଶୀ ପ୍ରଦାହ (myocarditis), ସ୍ନାୟୁ ପ୍ରଦାହ, ବୃକ୍‌କ ଅସୁବିଧା ହୋଇ ପରିସ୍ରାରେ ପ୍ରୋଟିନ ପଡ଼େ ଓ ସ୍ୱଳ୍ପ ପ୍ଲାଟେଲାଟ ସଂଖ୍ୟା ଯୋଗୁ ରକ୍ତସ୍ରାବ ହୁଏ । ହୃତ୍‌ପିଣ୍ଡପେଶୀ ପ୍ରଦାହ ହେଲେ ଅନିୟମିତ ହୃଦ୍‌ଗତି ବା ନାଡ଼ି ହୁଏ, ସ୍ନାୟୁ ପ୍ରଦାହ ହେଲେ ପକ୍ଷାଘାତ ବା ପାରାଲିସିସ ହୁଏ ।[୧]

କଣ୍ଠଅଳତି ରୋଗ ରୋଗୀ ସଂସ୍ପର୍ଶରେ ଆସିଲେ ବା ବାୟୁ ମାଧ୍ୟମରେ ଡିଏଁ ।[୧][୩] ପ୍ରଦୂଷିତ ପଦାର୍ଥଦ୍ୱାରା ମଧ୍ୟ ବ୍ୟାପେ । କେତେକ ଲୋକଙ୍କ ଦେହରେ ଜୀବାଣୁ ଥିଲେ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ସଂକ୍ରମଣ କ୍ଷମତା ଥାଏ । ତଣ୍ଟିର ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ କଲ୍‌ଚର୍ କଲା ପରେ ନିଧାର୍ଯ୍ୟ ଭାବେ ଜଣାପଡ଼େ । ଆଗରୁ ରୋଗ ହୋଇଥିଲେ ମଧ୍ୟ ଆଉଥରେ ହୋଇପାରେ ।[୨]

ଏହି ରୋଗର ପ୍ରତିଷେଧ ନିମନ୍ତେ ଫର୍ମୁଲାରେ ଟିକା ମିଳୁଛି । ପିଲାଦିନେ ଟିଟାନସ୍ ଟକ୍‌ସଏଡ (tetanus toxoid) ଓ ଲହର କାଶ ଟିକା (acellular pertussis vaccine) ସ‌ହ ଏହି ଟିକା ତିନି ବା ଚାରି ଡୋଜ୍‌ରେ ଦିଆଯାଏ । ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ରକ୍ତରେ ଆଣ୍ଟିଟକ୍‌ସିନ ମାତ୍ରା ପରୀକ୍ଷା କରି ପ୍ରତିଷେଧ କ୍ଷମତା ଆକଳନ କରାଯାଏ ।ଏରିଥ୍ରୋମାଇସିନ ଓ ପେନିସିଲିନ ଜି ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ । ଡିଫ୍‌ଥେରିଆ ଆଣ୍ଟିଟକ୍‌ସିନ୍ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ ଏହି ଆଣ୍ଟିବାୟୋଟିକ ଦିଆଯାଇପାରେ । ସାଙ୍ଘାତିକ ରୋଗ ହୋଇ ତଣ୍ଟି ବନ୍ଦ ହୋଇଆସୁଥିଲେ ଟ୍ରାକିଓସ୍ଟୋମି ଅପରେଶନ କରାଯାଏ ।[୨]

୧୯୮୦ ମସିହାରେ ୧୦୦,୦୦୦ ରୋଗୀ ରପୋର୍ଟ ହୋଇଥିବା ବେଳେ ଅଫିସିଆଲି ୨୦୧୩ ମସିହାରେ କମିଯାଇ ୪,୭୦୦ ହୋଇଛି । [୪] ସେ ଯାହାହେଉ, ୧୯୮୦ ମସିହା ପୂର୍ବରୁ ନିୟୁତ ନିୟୁତ ଲୋକ ଏହି ରୋଗ ଭୋଗ କରୁଥିଲା । [୨] ଅଧୁନା ଏହି ରୋଗ ମୂଖ୍ୟତଃ ସବ୍‌ସାହାରା ଆଫ୍ରିକା, ଭାରତଇଣ୍ଡୋନେସିଆରେ ଦେଖାଯାଉଛି । [୨][୫] ସନ ୨୦୧୩ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୩,୩୦୦ ହୋଇଛି ଯାହା ୧୯୯୦ ମସିହାରେ ୮,୦୦୦ ଥିଲା । [୬] ଗାଁଗଣ୍ଡାରେ ଆଜି ମଧ୍ୟ ପିଲାମାନେ ସଂକ୍ରମିତ ହେଉଛନ୍ତି । ବିକଶିତ ଦେଶମାନଙ୍କରେ ବ‌ହୁଳ ଟିକାଦାନ ଯୋଗୁ ଏହା କ୍ୱଚିତ୍ ଦେଖାଯାଉଛି । [୨] କେବଳ ଆମେରିକାରେ ୧୯୮୦ରୁ ୨୦୦୪ ମଧ୍ୟରେ ୫୭ଟି କେଶ୍ ରିପୋର୍ଟ ହୋଇଛି । ରୋଗୀମାନଙ୍କ ମଧ୍ୟରୁ ୫ %ରୁ ୧୦% ମୃତ୍ୟୁ ବରଣ କରନ୍ତି । ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ପ୍ରଥମେ ହିପୋକ୍ରାଟିସ ଉଲ୍ଲେଖ କରିଥିଲେ । ଏହାର ଜୀବାଣୁକୁ କ୍ଲେବ୍‌ସ୍ (Klebs) ୧୮୮୨ ମସିହାରେ ଆବିଷ୍କାର କରିଥିଲେ । [୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Atkinson, William (May ୨୦୧୨). Diphtheria Epidemiology and Prevention of Vaccine-Preventable Diseases (୧୨ ed.). Public Health Foundation. pp. ୨୧୫–୨୩୦. ISBN ୯୭୮୦୯୮୩୨୬୩୧୩୫. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Diphtheria vaccine" (PDF). Wkly Epidemiol Rec 81 (3): 24–32. Jan 20, 2006. PMID 16671240. 
  3. Kowalski, Wladyslaw (୨୦୧୨). Hospital airborne infection control. Boca Raton, FL: CRC Press. p. ୫୪. ISBN ୯୭୮୧୪୩୯୮୨୧୯୬୧. 
  4. "Diphtheria". who.int. 3 September 2014. Retrieved 27 March 2015. 
  5. Mandell, Douglas, and Bennett's Principles and Practice of Infectious Diseases (୮ ed.). Elsevier Health Sciences. ୨୦୧୪. p. ୨୩୭୨. ISBN ୯୭୮୦୩୨୩୨୬୩୭୩୩. 
  6. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet. PMID 25530442. doi:10.1016/S0140-6736(14)61682-2.