ବିଶ୍ୱଭୂଷଣ ହରିଚନ୍ଦନ

ଉଇକିପିଡ଼ିଆ‌ରୁ
(ବିଶ୍ୱ ଭୂଷଣ ହରିଚନ୍ଦନରୁ ଲେଉଟି ଆସିଛି)
ବିଶ୍ୱ ଭୂଷଣ ହରିଚନ୍ଦନ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀରଘୁନାଥ ରାୟ
ପର ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୬ ନଭେମ୍ବର ୧୯୯୪
ପୂର୍ବ ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ପର ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୩ ଅକ୍ଟୋବର ୧୯୯୬ – ୨୦୦୯
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1934-08-03) ୩ ଅଗଷ୍ଟ ୧୯୩୪ (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସୁପ୍ରଭା ହରିଚନ୍ଦନ
ସନ୍ତାନପୃଥ୍ୱୀରାଜ ହରିଚନ୍ଦନ
ବାପା/ବୋଉପର୍ଶୁରାମ ହରିଚନ୍ଦନ (ବାପା)
ପଦ୍ମାଳୟା ରାୟସିଂହ (ମାଆ)[୧]
ସମ୍ପର୍କୀୟନୀଳାଦ୍ରି ଭୂଷଣ ହରିଚନ୍ଦନ (ସାନ ଭାଇ)
ଶିକ୍ଷାସ୍ନାତକ(କଳା ଓ ଆଇନ)
ବୃତ୍ତିରାଜନୀତିଜ୍ଞ

ବିଶ୍ୱଭୂଷଣ ହରିଚନ୍ଦନ (ଜନ୍ମ: ୩ ଅଗଷ୍ଟ ୧୯୩୪), ଭାରତୀୟ ଜନତା ପାର୍ଟିର ଜଣେ ନେତା ।[୨] ସେ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ ।[୩] ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଶ୍ୱ ଭୂଷଣ ହରିଚନ୍ଦନ ୧୯୩୪ ମସିହାର ଅଗଷ୍ଟ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଏବଂ ପତ୍ନୀଙ୍କ ନାମ ସୁପ୍ରଭା ହରିଚନ୍ଦନ ।[୫] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ବିଶ୍ୱଭୂଷଣ, ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ। ସେ ଭାରତୀୟ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ମିସା ଆଇନ ବଳରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୬] ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ଯୋଗ ଦେଇଥିଲେ କିନ୍ତୁ ୧୯୯୬ ଏପ୍ରିଲ ମାସରେ ପୁଣି ବିଜେପିକୁ ଫେରିଥିଲେ । ସେ ଚିଲିକା ଓ ଭୁବନେଶ୍ୱରରୁ ୫ ଥର ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୭] ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି । ୧୯୭୭ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେ ରାଜସ୍ୱ ଆଇନ, ଶିଳ୍ପ, ଖାଦ୍ୟ ଯୋଗାଣ, ସଂସ୍କୃତି, ପର୍ଯ୍ୟଟନ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

୧୯୭୭, ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ୧୯୯୬ ମସିହାରେ ହୋଇଥିବା ଉପନିର୍ବାଚନରେ ସେ ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ସେ ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୁନବେଶ୍ୱରରୁ ଯଥାକ୍ରମେ ୧୨ଶ ଓ ୧୩ଶ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ହରିଚନ୍ଦନ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି ଓ ନିଜ ଆତ୍ମଜୀବନୀ ସମେତ ଅନ୍ୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

  • ମାତୃଭାଷା
  • ଶେଷ ଝଲକ
  • ରାଣାପ୍ରତାପ
  • ଅସ୍ତଶିଖା
  • ମାନସୀ
  • ସଂଗ୍ରାମ ସରି ନାହିଁ (ଆତ୍ମଜୀବନୀ)[୮]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୯]
  • କଳିଙ୍ଗ ରତ୍ନ ସମ୍ମାନ - ୨୦୨୧ ( ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ )[୧୦]

ଆଧାର[ସମ୍ପାଦନା]

  1. "Biswabhusan Harichandan". www.odishahelpline.com. odish ahelpline. Retrieved 17 July 2019.
  2. "Biswa Bhusan Harichandan Appointed Governor Of Andhra Pradesh". www.ndtv.com. ndtv. Retrieved 17 July 2019.
  3. "PRESS COMMUNIQUE". pib.nic.in. Press Information Bureau Government of India. Retrieved 17 July 2019.
  4. "ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ". khabar.odishatv.in. odishatv.in. Archived from the original on 2019-07-17. Retrieved 2019-07-17.
  5. ୫.୦ ୫.୧ ୫.୨ ୫.୩ "Shri Biswabhusan Harichandan". odishaassembly.nic.in. Odisha Assembly. Retrieved 18 May 2020. {{cite web}}: Cite has empty unknown parameter: |dead-url= (help)
  6. "Veteran BJP leader Biswa Bhusan Harichandan appointed as Governor of Andhra Pradesh". www.thenewsminute.com. thenewsminute. Retrieved 17 July 2019.
  7. "Senior BJP Leaders Uikey, Harichandan Appointed Governors Of Chhattisgarh And Andhra Pradesh". www.outlookindia.com. outlook. Retrieved 17 July 2019.
  8. "ବିଶ୍ୱଭୂଷଣ ହେଲେ ଆନ୍ଧ୍ର ରାଜ୍ୟପାଳ". No. ସମ୍ବାଦ ୧୭/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 17 July 2019.
  9. "ସାହିତ୍ୟର ନାହିଁ ସୀମା, ଜାତି ସମ୍ପ୍ରଦାୟ". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୧୨. ଧରିତ୍ରୀ. Retrieved 10 June 2019.
  10. "ବିଶ୍ୱଭୂଷଣ ହରିଚନ୍ଦନଙ୍କୁ 'କଳିଙ୍ଗ ରତ୍ନ' ସମ୍ମାନ". No. ସମ୍ବାଦ ୦୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. 3 April 2021. p. ୧. Archived from the original on 3 April 2021. Retrieved 3 April 2021.