ଦେବେନ୍ଦ୍ରନାଥ ମାନସିଂହ

ଉଇକିପିଡ଼ିଆ‌ରୁ
(ଦେବେନ୍ଦ୍ର ନାଥ ମାନସିଂହରୁ ଲେଉଟି ଆସିଛି)
ଦେବେନ୍ଦ୍ର ନାଥ ମାନସିଂହ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀବିଶ୍ୱ ଭୂଷଣ ହରିଚନ୍ଦନ
ପର ଅଧିକାରୀବିଶ୍ୱ ଭୂଷଣ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବିଶ୍ୱ ଭୂଷଣ ହରିଚନ୍ଦନ
ପର ଅଧିକାରୀବିଶ୍ୱ ଭୂଷଣ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀଚିଲିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-06-13) ୧୩ ଜୁନ ୧୯୪୬ (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସ୍ନେହଲତା ମାନସିଂହ
ବାପା/ବୋଉକ୍ଷେତ୍ରବାସୀ ମାନସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଦେବେନ୍ଦ୍ର ନାଥ ମାନସିଂହ (ଜନ୍ମ: ୧୩ ଜୁନ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଦେବେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦେବେନ୍ଦ୍ର ନାଥ ମାନସିଂହ ୧୯୪୬ ମସିହାର ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ମାନସିଂହ ଏବଂ ପତ୍ନୀଙ୍କ ନାମ ସ୍ନେହଲତା ମାନସିଂହ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦେବେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧] ସେ ୧୯୯୯ ମସିହାରୁ ୨୦୦୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Debendranath Mansingh". odishaassembly.nic.in. Odisha Assembly. Retrieved 20 May 2020. {{cite web}}: Cite has empty unknown parameter: |dead-url= (help)