ସୁବ୍ରତ କୁମାର ପୃଷ୍ଟି

ଉଇକିପିଡ଼ିଆ‌ରୁ
ସୁବ୍ରତ କୁମାର ପୃଷ୍ଟି
Subrat Kumar Prusty during Odia Wikipedia's 10th anniversary, Bhubaneswar
ଭୁବନେଶ୍ୱରଠାରେ Odia Wikipedia ର ଦଶମ ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ମାନୀତ ଅତିଥି ସୁବ୍ରତ କୁମାର ପୃଷ୍ଟି
ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା
ବ୍ୟକ୍ତିଗତ ସବିଶେଷ
ଜନ୍ମ୮ ଜୁନ ୧୯୭୬
ବିଦ୍ୟାଧରପୁର, ଯାଜପୁର, ଓଡିଶା
ଜାତୀୟତାଭାରତୀୟ
ଘରଭୁବନେଶ୍ୱର
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ]
ବୃତ୍ତିଗବେଷକ, ଭାଷାବିତ୍, ସାହିତ୍ୟ ସମାଲୋଚକ ଓ ଲେଖକ, ସଂଗଠକ, ସମ୍ପାଦକ
ପୁରସ୍କାରଶାସ୍ତ୍ରୀୟ ଓଡ଼ିଆ ଭାଷାପାଇଁ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ-୨୦୧୯(ରାଷ୍ଟ୍ରପତି ସମ୍ମାନ)
ୱେବସାଇଟhttp://iosrodisha.in/


ସୁବ୍ରତ କୁମାର ପୃଷ୍ଟି (ଜନ୍ମ ୧୯୭୬) ଜଣେ ଭାରତୀୟ ଓଡ଼ିଆ ଭାଷା ବିଦ୍ୱାନ, କାର୍ଯ୍ୟକର୍ତ୍ତା, ସମାଜ ସେବୀ, ସାହିତ୍ୟ ସମାଲୋଚକ ଏବଂ ଲେଖକ[୧][୨]। ସେ ଓଡ଼ିଶା ଭୁବନେଶ୍ୱର ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଅଟନ୍ତି [୩]ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଗବେଷଣା ଦସ୍ତାବିଜ ପ୍ରସ୍ତୁତ କରିବା ସହ[୪][୫][୬][୭][୮][୯] ଏଥିପାଇଁ ଜନ ଆନ୍ଦୋଳନ କରିଥିଲେ। ସେ ଓଡ଼ିଆ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ଶାସ୍ତ୍ରୀୟ ଓଡ଼ିଆ ପ୍ରତିଷ୍ଠାନ ଗଠନ କରିବା ଏବଂ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ କାର୍ଯ୍ୟକାରି କରିବା ପାଇଁ ସମସ୍ତ ପ୍ରକାରର କାମ କରିଥିଲେ [୧୦]। ଶାସ୍ତ୍ରୀୟ ଓଡ଼ିଆ ଗବେଷଣା କାର୍ଯ୍ୟପାଇଁ ତାଙ୍କୁ ପ୍ରେସିଡେନ୍ସିଆଲ୍ ସାର୍ଟିଫିକେଟ୍ ଅଫ୍ ଅନର୍ ବା ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା [୧୧]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଭାରତର ରାଷ୍ଟ୍ରପତିଙ୍କଦ୍ୱାରା Classical Odia ପୁସ୍ତକ ଉନ୍ମୋଚିତ

ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓଡ଼ିଶାର ସର୍ବପୁରାତନ ରାଜଧାନୀ ଯାଜପୁର ସହର ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେ ପବିତ୍ର ବୈତରଣୀ ନଦୀର ଉପନଦୀ ବୁଦ୍ଧନଦୀ କୂଳରେ ସ୍ୱର୍ଗତ ରାଜକିଶୋର ପୃଷ୍ଟି ଏବଂ ଇନ୍ଦୁମତୀ ପୃଷ୍ଟିଙ୍କ ତୃତୀୟ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ। ସୁଦର୍ଶନ ପାଢ଼ୀ ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ ଏନ. ସି. କଲେଜ, ଯାଜପୁରରୁ ବି. ଏ. ଅନର୍ସ ପାଠ ଶେଷ କରିଥିଲେ। ଏହା ପରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ)ରୁ ଭାଷା ବିଜ୍ଞାନରେ ସ୍ୱତନ୍ତ୍ରପତ୍ର ସହିତ ଓଡ଼ିଆ ଭାଷା ଏବଂ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେହି ସମୟରେ ସେ ମାସିକ ପତ୍ରିକା 'ମାହେଶ୍ୱତୀ' ର ପ୍ରକାଶକ ଏବଂ ସମ୍ପାଦକ ଥିଲେ, ଯାହା ଯାଜପୁରରେ ପ୍ରକାଶିତ ହେଉଥିଲା। ଏଇଠି ସେ ଓଡ଼ିଆ ଗଳ୍ପ, ପ୍ରବନ୍ଧ ଏବଂ କବିତା ଲେଖିବା ଆରମ୍ଭ କରିଥିଲେ। ଜଣେ କଥାକାର ଭାବେ, ସ୍କୁଲ ସମୟରୁ ପ୍ରଥମ ସାହିତ୍ୟ ପୁରସ୍କାର ପାଇ ନିଜ ସୃଜନଶୀଳ ଦକ୍ଷତା ପ୍ରତିପାଦନ କରିଥିଲେ। ସେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍. ଏଲ୍. ବି. ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସାମାଜିକ କାର୍ଯ୍ୟକଳାପ[ସମ୍ପାଦନା]

ନିଜ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ସମାଜସେବା କାର୍ଯ୍ୟ କରିଥିଲେ। ହାଇସ୍କୁଲ ପଢିବା ସମୟରେ ସେ ଗ୍ରାମୀଣ ଗରିବ ଛାତ୍ରମାନଙ୍କ ପୁସ୍ତକ ଅଭାବ ଦୂରପାଇଁ ଏକ ଲାଇବ୍ରେରୀ ଏବଂ ପୁସ୍ତକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଗ୍ରାମାଞ୍ଚଳ ଯୁବକମାନଙ୍କଠାରେ ସେବା ମନୋଭାବ ସୃଷ୍ଟିପାଇଁ ସେ ସଙ୍ଗଠନ ବିଶ୍ୱଭାରତୀୟମ୍ ଏବଂ ଗଣତାନ୍ତ୍ରିକ ଗ୍ରାମ ସମାଜ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ଅସ୍ପୃଶ୍ୟ ଏବଂ ସେମାନଙ୍କ ସାମାଜିକ ଅଧିକାରପାଇଁ ଲଢୁଥିଲା। ସଙ୍ଗଠନର ବିଶ୍ୱ ଭାରତୀୟମର ଜଣେ ସ୍ୱେଚ୍ଛାସେବୀ ଭାବେ ସେ ୧୯୯୯ ମସିହା ଅକ୍ଟୋବର ୩୧ରୁ ୧୯୯୯ ମସିହା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ମହାବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଶିବିର ଏବଂ ପୁନର୍ବାସ ଆଦି କାର୍ଯ୍ୟ କରିଥିଲେ। ସେ ଭୁବନେଶ୍ୱରରେ ଓଡ଼ିଶା ବିପର୍ଯ୍ୟାୟ ପ୍ରଶମନ ମିଶନରେ ଛାମୁଆଁ ସ୍ୱେଚ୍ଛାସେବୀ ଭାବରେ ମଧ୍ୟ ଅଂଶଗ୍ରହଣ କରି ୩୧ ଜାନୁଆରୀ ୨୦୦୧ ରୁ ୧୦ ଫେବୃଆରୀ ୨୦୦୧ ରେ ଗୁଜରାଟର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରିଲିଫ ପ୍ରଦାନ କାମ କରିଥିଲେ[୧୨][୧୩].।

ଗବେଷଣା କାର୍ଯ୍ୟ[ସମ୍ପାଦନା]

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀତ ଆଲୋଚନା ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ।

ଡକ୍ଟର ପୃଷ୍ଟି ସ୍ନାତକୋତ୍ତର ପ୍ରଥମବର୍ଷ ଶିକ୍ଷା ଶେଷରେ ଓଡ଼ିଆରେ ଜାତୀୟ ଯୋଗ୍ୟତା ପରୀକ୍ଷା (ଯ଼ୁଜିସି-ନେଟ୍/ଜେଆରଏଫ) ଉତ୍ତୀର୍ଣ୍ଣ ହେବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ଗବେଷକ ଭାବେ ଯୋଗ ଦେଇ ପିଏଚଡି ଉପାଧି ପାଇଥିଲେ। ତାଙ୍କ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀ ତଥା ମୌଳିକ ଗବେଷଣା କାର୍ଯ୍ୟ ଯୋଗୁଁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ][୨] ସେ ପ୍ରାଚୀନ ଭାରତୀୟ ଶୈଳଶିଳ୍ପ, ଗୁମ୍ଫାଚିତ୍ର ଏବଂ ଅଭିଲେଖ ଅଧ୍ୟୟନ କରି ପ୍ରମାଣ କରିଥିଲେ ଯେ ଭାରତୀଯ଼ ଲିପି ସୁମେରୀଯ଼, ହୁରିଯ଼ାନ କିମ୍ବା ଏଲାମାଇଟ ଲିପି ସହିତ ଜଡିତ ନୁହେଁ, କିନ୍ତୁ ଭାରତୀୟ ଲିପିଗୁଡିକ ଗୁମ୍ଫା କଳା ସହିତ ଅତି ଘନିଷ୍ଠ ଭାବରେ ଜଡିତ ଯାହା ଆଧୁନିକ ଭାରତୀୟ ସ୍ଥାପତ୍ୟ ସହିତ ଆଜି ମଧ୍ୟ ବିଦ୍ୟମାନ | ଏହିପରି ଭାରତୀୟ ଲିପିର ମୂଳଦୁଆା ଭାବରେ ଗୁମ୍ଫାଚିତ୍ର ବୋଲି ସେ ପ୍ରତିଷ୍ଠା କରିଥିଲେ |[୩][୧୪]

ସମ୍ମାନ[ସମ୍ପାଦନା]

ମହୀଶୂରର ଭାରତୀୟ ଭାଷା ସଂସ୍ଥାନରେ ଆଯ଼ୋଜିତ ଦକ୍ଷିଣ ଏସୀୟ ଭାଷା ଏବଂ ସାହିତ୍ୟର ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିଓଏସଏଏଲ-୧୩) ରେ ଜଣେ ଅଂଶଗ୍ରହଣକାରୀ ଦେଶବିଦେଶର ବିଦ୍ୱାନମାନଙ୍କ ସହ
ଭୁବନେଶ୍ୱର ପୁସ୍ତକ ମେଳାରେ ଡକ୍ଟର ଦେବୀପସନ୍ନ ପଟ୍ଟନାୟକ, ବରେନ୍ଦ୍ରକୃଷ୍ଣ ଧଳ ପ୍ରଫେସର ବାସୁଦେବ ସାହୁଙ୍କଦ୍ୱାରା ଡକ୍ଟର ପୃଷ୍ଟିଙ୍କଦ୍ୱାରା ଲିଖିତ ଶାସ୍ତ୍ରୀୟତା ପ୍ରାପ୍ତି ନିମିତ୍ତ ପ୍ରଥମ ତଥ୍ୟମୂଳକ ପୁସ୍ତକ 'ଭାଷା ଓ ଜାତୀୟତା' ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ
  • ରାଷ୍ଟ୍ରପତିଙ୍କଦ୍ୱାରା ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପୁରସ୍କାର-୨୦୧୯ ଶାସ୍ତ୍ରୀୟ ଓଡ଼ିଆ ପାଇଁ[୧]
  • ଶାସ୍ତ୍ରୀୟ ମାନ୍ୟତା ସମ୍ମାନ-୨୦୧୭
  • ଭାଷା ସମ୍ମାନ-୨୦୧୬, ପ୍ରଗତିଶୀଳ ଓକିଲ ସଙ୍ଗଠନ, କଟକ
  • ଭାଷା ସମ୍ମାନ-୨୦୧୬, ଶବ୍ଦସ୍ପର୍ଶ, ଭୁବନେଶ୍ୱର
  • କଳିଙ୍ଗ ସାହସିକାଃ ସମ୍ମାନ-୨୦୧୬, ଭୁବନେଶ୍ୱର
  • ପଞ୍ଚାନନ ଜେନା ସ୍ମୃତି ସମ୍ମାନ-୨୦୧୬, ଭୁବନେଶ୍ୱର
  • ଆମରି ଭାଷା ପଥେ ସମ୍ମାନ-୨୦୧୬, ନୂଆଦିଲ୍ଲୀ
  • ଆମ ଭାଷା ଗୌରବ ସମ୍ମାନ-୨୦୧୫, ଶ୍ୱେତସଙ୍କେତ ସାରସ୍ୱତ ସଂସ୍ଥାନ, ଭୁବନେଶ୍ୱର
  • ଆମ ଗୌରବ ସମ୍ମାନ-୨୦୧୫, ଦି ଇଣ୍ଟେଲେକଟ୍ସ, ନୂଆଦିଲ୍ଲୀ
  • ପିଏଚଡି-୨୦୧୪ (ଉତ୍କଳ ବିଶ୍ୱବିଦ୍ୟାଳୟ)
  • ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ସମ୍ମାନ-୨୦୧୪, ଯାଜପୁର
  • ସ୍ୱାଧିନତା ସ୍ୱନକ୍ଷତ୍ର ସମ୍ମାନ-୨୦୧୩, ସମ୍ଭାବନା, ଭୁବନେଶ୍ୱର
  • ଯାଜପୁର ସମ୍ମାନ-୨୦୧୩, ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀ, ଯଜପୁର
  • ଓଡ଼ିଆ ମହୋତ୍ସବ ସମ୍ମାନ-୨୦୧୨, ସମ୍ଭାବନା, ଭୁବନେଶ୍ୱର

ଓଡ଼ିଆ ଭାଷାର ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତିରେ ଭୂମିକା[ସମ୍ପାଦନା]

ପୃଷ୍ଟିଙ୍କ ମୌଳିକ ଗବେଷଣା କାର୍ଯ୍ୟଦ୍ୱାରା ପ୍ରସ୍ତୁତ ସନ୍ଦର୍ଭ ଓଡ଼ିଆ ଭାଷାର ଶାସ୍ତ୍ରୀୟତାପାଇଁ ମୂଳ ଦସ୍ତାବିଜ ପାଲଟିଥିଲା[୧୫]। ଓଡ଼ିଆ ଲିପି, ଭାଷା ଏବଂ ସାହିତ୍ୟ ୧୦୦୦ ବର୍ଷରୁ ଅଧିକ ପୁରୁଣା ନୁହେଁ ବୋଲି ଓଡ଼ିଶାର ସାଧାରଣ ଲୋକ ଓ ବିଦ୍ୱାନ ଗ୍ରହଣ କରିବା ସହିତ ଏଥିପ୍ରତି ବୌଦ୍ଧିକ ସହମତି ଥିବାବେଳେ ପୃଷ୍ଟି ପର୍ଯ୍ୟାପ୍ତ ମୌଳିକ ତଥ୍ୟ ସହିତ ପ୍ରମାଣ କରିଥିଲେ ଯେ ଓଡ଼ିଆ ଭାଷା ଏବଂ ଲିପି ୫୦୦୦ ବର୍ଷରୁ ଅଧିକ ପୁରୁଣା ତଥା ଓଡ଼ିଆ ସାହିତ୍ୟ ସଂସ୍କୃତ ସାହିତ୍ୟ ଭଳି ପ୍ରାଚୀନ ଓ ସମୃଦ୍ଧ[୧୬][୧୭]

ପ୍ରଥମ ଥରପାଇଁ ସେ ଓଡ଼ିଶା ନୂଆପାଡା ଜିଲ୍ଲାର ଯୋଗିମଠ[୧୮] ପାହାଡରେ ଥିବା ଗୁମ୍ଫାଚିତ୍ରକୁ ପଢ଼ି ପ୍ରମାଣ କରିଥିଲେ ଯେ 'ଗ' ଏବଂ 'ଠ' ଲିପି ହେଉଛି ସର୍ବପ୍ରାଚୀନ ଭାରତୀୟ ଲିପି। ଯୋଗୀମାଠ ଗୁମ୍ଫାଚିତ୍ରରୁ ଆବିଷ୍କୃତ ଏହି ଚିତ୍ରରେ କିଛି ବର୍ଣ୍ଣମାଳା ସହିତ ଚାରିଟି ପଶୁ ଏବଂ ଜଣେ ବ୍ୟକ୍ତିଙ୍କୁ ଚିତ୍ରିତ କରାଯାଇଥିଲା। ପୃଷ୍ଟିଙ୍କ କହିବା ଅନୁଯାଯ଼ୀ, ଏହି ଚିତ୍ରରେ ଗଇଠ (ବର୍ତ୍ତମାନ ସମଯ଼ରେ ଏକ ସାଧାରଣ ଓଡ଼ିଆ ଶବ୍ଦ ‘ଗୋଠ’, ଇଂରାଜୀରେ Gotha କିମ୍ବା 'ଗୋଷ୍ଠୀ' ଭଳି ଶବ୍ଦ ଥିଲା। ଏହି ଚିତ୍ରକଳା ବର୍ଣ୍ଣମାଳା ସହିତ ମଣିଷର ଭାବନା ଘନିଷ୍ଠ ଭାବରେ ଜଡିତ ଥିଲା[୧୯]। ଅଶୋକଙ୍କ ଧଉଳି ଏବଂ ଜଉଗଡ଼ ଶିଳାଲେଖର ଲିପି ସହିତ ଏହି ବର୍ଣ୍ଣମାଳାର ସମାନତା ରହିଛି। ସେ ପ୍ରମାଣ କଲେ ଯେ ଏହା ଭାରତୀଯ଼ ଲିପିର ଏକ ପ୍ରାଚୀନ ରୂପ ଏବଂ ଓଡ଼ିଆ ଭାଷା ଏବଂ ଲିପିର ସମ୍ଭାବ୍ୟ ଉତ୍ପତ୍ତିର ଏହା ହେଉଛି ପ୍ରଥମ ଝଲକ[୨୦]

ନିଜ ଗବେଷଣାଦ୍ୱାରା ପୃଷ୍ଟି ପ୍ରମାଣ କଲେ ଯେ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ (ଖ୍ରୀଷ୍ଟପୂର୍ବ ୪୦) ଥିଲା ଅତୀତର ଓଡ଼ିଆ ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସ୍ଥିତିର ପ୍ରକୃତ ପ୍ରମାଣ ତଥା ଏହା ହେଉଛି ଭାରତର ପ୍ରଥମ କାବ୍ୟ ଅଭିଲେଖ[୨୧][୨୨]। ଯଦିଓ ଅଶୋକ ଖାରବେଳଙ୍କ ପୂର୍ବରୁ ଅନେକ ଶିଳାଲେଖ ସୃଷ୍ଟି କରିଥିଲେ, ସେସବୁ ପ୍ରଶାସନ ପାଇଁ ନିର୍ଦ୍ଦେଶାବଳୀ ଭାବରେ ଉଦ୍ଦିଷ୍ଟ ତଥା କଠୋର ଭାଷାରେ ଲିଖିତ। ଅନ୍ୟ ପକ୍ଷରେ, ହାତୀଗୁମ୍ଫା ଅଭିଲେଖଗୁଡ଼ିକ ଲାଳିତ୍ୟ ମଧୁର ପଦ ପ୍ରବାହର ଏକ ନମନୀୟ ଭାଷାକୁ ଦର୍ଶାଇଥାଏ।[୨୩][୨୪][୨୫][୨୬]

ଓଡ଼ିଆ ଭାଷା ଶାସ୍ତ୍ରୀୟ ସ୍ଥିତି ସମ୍ପର୍କରେ ପୃଷ୍ଟି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପ୍ରମାଣ କରିଥିଲେ ଯେ ଆଧୁନିକ ଆର୍ଯ୍ୟ ଭାଷାଗୁଡ଼ିକର ଉତ୍ସ ଭାବରେ ସଂସ୍କୃତ ଭଳି ଶାସ୍ତ୍ରୀଯ଼ ଓଡ଼ିଆ ହେଉଛି ପୂର୍ବ ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆ ଭାଷାଗୁଡିକର ମୂଳ ଉତ୍ସ[୨୭]। ଯେହେତୁ ସଂସ୍କୃତ ଭାଷା ଆର୍ଯ୍ୟ ଭାଷାଗୁଡ଼ିକ ମଧ୍ୟରୁ ସବୁଠାରୁ ରକ୍ଷଣଶୀଳ ଏବଂ ସର୍ବନିମ୍ନ ପରିବର୍ତ୍ତିତ, ଓଡ଼ିଆ ଭାଷା ହେଉଛି ରକ୍ଷଣଶୀଳ ଏବଂ ଉନ୍ନତ ଆଧୁନିକ ଭାଷା। ତେଣୁ ଭାଷାବିତମାନେ ଏହାର ପ୍ରକୃତି ଏବଂ ବିକାଶକୁ ବୁଝିବା ଆବଶ୍ୟକ। ଭାରତର ଅନ୍ୟ ଆଧୁନିକ ଭାଷା ତୁଳନାରେ ଓଡ଼ିଆ ଭାଷା ଶାସ୍ତ୍ରୀୟତା ପ୍ରାପ୍ତିର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିଥାଏ। ଏଲ୍. ଏସ୍. ଏସ୍. ଓ 'ମାଲେଙ୍କ ଅନୁସାରେ,ଏହା ଅତ୍ୟନ୍ତ ପ୍ରାଚୀନ ତଥା ଲାଟିନ୍ ଏବଂ ବୈଦିକ ସଂସ୍କୃତ ଭଳି ଏହା ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ପରମ୍ପରା ଭାବେ ଉଭା ହୋଇଛି। ଏହି ଭାଷା ଉପରେ ସଂସ୍କୃତ କିମ୍ବା ଅନ୍ୟ ଭାଷାଗୁଡ଼ିକର କୌଣସି ପ୍ରଭାବ ନାହିଁ ଏବଂ ଏହାର ପ୍ରାଚୀନ ସାହିତ୍ୟ ଅବର୍ଣନୀୟ ଭାବେ ବିଶାଳ ଏବଂ ସମୃଦ୍ଧ[୨୮][୨୯]। କୌଣସି ସହାଯ଼ତା ଏବଂ ମାର୍ଗଦର୍ଶନ ବିନା ପାଞ୍ଚ ବର୍ଷରୁ ଅଧିକ ଗଭୀର ଗବେଷଣା କାର୍ଯ୍ଯ଼ ପରେ, ପ୍ରଷ୍ଟି ଡକୁମେଣ୍ଟେସନ୍ ପ୍ରକାଶ କରିଥିଲେ ଯାହା ଓଡ଼ିଆ ଶାସ୍ତ୍ରୀଯ଼ ଭାଷାର ମାନ୍ଯ଼ତା ପ୍ରଦାନ କରିବା ପାଇଁ ଏକ ରାଜନୈତିକ ଏବଂ ବୌଦ୍ଧିକ ଆନ୍ଦୋଳନକୁ ଆଗେଇ ନେଇଥିଲା।

ଜାତୀୟ ଭାଷା ସମ୍ମିଳନୀ[ସମ୍ପାଦନା]

ଭାରତୀଯ଼ ଭାଷା ଉପରେ ବାର୍ଷିକ ଜାତୀଯ ଭାଷା ସମ୍ମିଳନୀ ଆଯୋଜନ କରିବା ହେଉଛି ସୁବ୍ରତ ପୃଷ୍ଟିଙ୍କ ଚିନ୍ତାଧାରା। ଓଡ଼ିଆକୁ ଶାସ୍ତ୍ରୀଯ଼ ଭାଷା ମାନ୍ୟତା ମିଳିବା ପରେ ୨୦୧୪ ଜାନୁଆରୀ ୨ ଓ ୩ ତାରିଖରେ 'ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା' ଦ୍ୱାରା ଦୁଇ ଦିନପାଇଁ ଏହି ସମ୍ମିଳନୀର ଆଯ଼ୋଜନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଭାରତୀୟ ଭାଷା ପରିପ୍ରେକ୍ଷୀରେ ଓଡିଆଭାଷା ପ୍ରସଙ୍ଗ ଉପରେ ଆଲୋଚନାପାଇଁ ଏକ ମଞ୍ଚ ସୃଷ୍ଟି କରିବା ଏବଂ ଆଞ୍ଚଳିକ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଭାଷା ଆନ୍ଦୋଳନକୁ ସମର୍ଥନ କରିବା[୩୦]। ଏହି ସମ୍ମିଳନୀକୁ ଓଡିଶାର ଶିକ୍ଷାମନ୍ତ୍ରୀ ବଦ୍ରିନାରାଯ଼ଣ ପାତ୍ର ଉଦଘାଟନ କରିଥିଲେ ଏବଂ ଏଥିରେ ଭାଷା, ଭାଷାବିଜ୍ଞାନ ଏବଂ ମାନବ ବିଜ୍ଞାନ ବିଷୟର ଦୁଇଶହରୁ ଅଧିକ ବିଦ୍ୱାନ ତଥା ସମାଜବିଜ୍ଞାନୀ ଯୋଗ ଦେଇଥିଲେ। ଜର୍ମାନୀର କିଏଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ହରମାନ କୁଲକେ, କନ୍ନଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଚ. ସି. ବୋରଲିଙ୍ଗାଯ଼ା, ଦ୍ରାବିଡ଼ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କେ. ରଥନାଇଯ଼ା, କେନ୍ଦ୍ରିୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. କେ. ରାମାସାମୀ ଅତିଥି ଭାବେ ଯୋଗ ଦେଇଥିଲେ। ସପ୍ତମ ଜାତୀଯ଼ ଭାଷା ସମ୍ମିଳନୀ (୨୦୨୧) ୩୧ ମାର୍ଚ୍ଚ-୧ ଏପ୍ରିଲ ୨୦୨୧ରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀଠାରେ ଅନୁଷ୍ଠିତ ହୋଇଥିଲା[୩୧]

ସାଂଗଠନିକ କାର୍ଯ୍ୟକଳାପ[ସମ୍ପାଦନା]

"ମୋ ଭାଷା ମୋ ଅଧିକାର" ଆନ୍ଦୋଳନର ସ୍ୱରୂପ ଓଡ଼ିଶାର ରାଜ୍ୟପାଳଙ୍କୁ ରାଜ୍ୟର ସମସ୍ତ ପ୍ରବେଶିକା ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସିବା ଏବଂ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଦାବିପତ୍ର ପ୍ରଦାନ
ସମ୍ବଲପୁରର ଚନ୍ଦ୍ରଶେଖର ବେହରା ଜିଲ୍ଲା ବିଦ୍ୟାଳୟରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ ସହ 'ମୋ ଭାଷା ମୋ ଅଧିକାର "ଆନ୍ଦୋଳନ

ଛାତ୍ର ଜୀବନର ପ୍ରାରମ୍ଭରେ ସେ ବିଭିନ୍ନ ସାମାଜିକ ସେବା ସଂଗଠନ ସୃଷ୍ଟି କରିଥିଲେ କିମ୍ବା ଜଡିତ ଥିଲେ। ତେବେ ନିଜର ଉଚ୍ଚଶିକ୍ଷା ସମାପ୍ତି ଓ ଗବେଷଣା କାର୍ଯ୍ୟ ପରେ ସେ ପୁଣି ସାଂଗଠନିକ କାର୍ଯ୍ୟରେ ପ୍ରବେଶ କରି ଜନସମ୍ମିଳନୀ, ଓଡ଼ିଶା ନାମକ ନୂତନ ସଂଗଠନ ପ୍ରତିଷ୍ଠା କରିଥିଲେ[୩୨]। ଦାରିଦ୍ର୍ୟ ଦୂରୀକରଣ ଉପରେ ତାଙ୍କର ମତ ହେଉଛି, ନିର୍ମାଣ ଶିଳ୍ପ ପ୍ରତିଷ୍ଠା, କୃଷି କ୍ଷେତ୍ରରେ ସଂସ୍କାର ତଥା କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରାଯିବା ଉଚିତ, କାରଣ ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। କୃଷି ଓ ଶିଳ୍ପର ବିକାଶପାଇଁ ଓଡ଼ିଆରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ମତ ଦେବା ସହ ଏଥିପାଇଁ ସେ କାର୍ଯ୍ୟ ବିଭିନ୍ନ କରିଛନ୍ତି[୩୩] ଏହି ଉଦ୍ଦେଶ୍ୟରେରେ ସେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଓଡ଼ିଆରେ ଦେବାକୁ ଉତ୍ସାହିତ କରିବାପାଇଁ ପ୍ରତିଶ୍ରୁତିସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ।[୩୪][୩୫]

ଓଡିଆରେ ସର୍ବଭାରତୀୟ ନିଯୁକ୍ତି ପରୀକ୍ଷାପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ। ଓଡ଼ିଆରେ ଇଞ୍ଜିନିଯ଼ରିଂ ଶିକ୍ଷାପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା

ଭାଷା ଆନ୍ଦୋଳନ[ସମ୍ପାଦନା]

ଓଡ଼ିଶାର ସରକାରୀ ଭାଷା ଆଇନ-୧୯୫୪କୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୫ ମସିହାରେ ସେ ଓଡ଼ିଶାର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରାଜନେତାଙ୍କୁ ନେଇ ଓଡ଼ିଆ ଭାଷା ସଂଗ୍ରାମ ସମିତି[୩୬][୩୭] ଗଠନ କରିଥିଲେ। ଏହା ମାଧ୍ୟମରେ ଓଡ଼ିଶା ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। ସେ ମଧ୍ୟ ଏହି କମିଟିର ସଦସ୍ୟ ଥିଲେ[୩୮]। କମିଟିର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ସରକାର ୨୦୧୫ ମସିହାରୁ ଓଡ଼ିଆ ଭାଷା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଇତିହାସ ଓ ସଂସ୍କୃତିର ପ୍ରସାର ଓ ସଂରକ୍ଷଣ ଏବଂ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଏହି ମନ୍ତ୍ରିସ୍ତରୀୟ କମିଟିର ପ୍ରସ୍ତାବକୁ ୨୬ ଡିସେମ୍ବର ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀଠାରେ ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକକୁ ଅନୁମୋଦନ କରାଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଓଡ଼ିଆରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସଂସ୍କୃତି ବିଭାଗକୁ 'ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି' ବିଭାଗ ନାମରେ ନାମିତ କରିବା, ସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାର ନ କଲେ ଦଣ୍ଡର ବ୍ୟବସ୍ଥା କରିବା, ଓଡ଼ିଆ ଭାଷା ଆୟୋଗ ଗଠନ, ପ୍ରତି ୫ ବର୍ଷରେ ଓଡ଼ିଆ ଭାଷା ଉପରେ ବିଶ୍ୱ ସମ୍ମିଳନୀ ଆୟୋଜନ, କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ଓଡ଼ିଆ ପଢ଼ିବାପାଇଁ ଦେୟ ଛାଡ଼ ଆଦି ପ୍ରସ୍ତାବକୁ ଐତିହ୍ୟ କ୍ୟାବିନେଟ ଅନୁମୋଦନ କରିଥିଲା[୩୯]। +୨ ଓ +୩ ସ୍ତରରେ ଓଡ଼ିଆରେ ସର୍ବୋଚ୍ଚ ମାର୍କ ରଖିଥିବା ପିଲାଙ୍କୁ ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି, ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଉପରେ ଗବେଷଣା ପାଇଁ ଜେଏନୟୁ, ବିଏଚୟୁ ଓ ଗୁଜରାଟରେ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶାସ୍ତ୍ରୀୟ ଚେୟାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା।

ମୋ ଭାଷା ମୋ ଅଧିକାର[ସମ୍ପାଦନା]

ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଓଡ଼ିଆଙ୍କ ପରିଚୟ ଓ ଆତ୍ମସମ୍ମାନ ଜାଗ୍ରତ କରିବାପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ। ତିନି ବର୍ଷ ଧରି ଚାଲିଥିବା ଏହି ଅଭିଯାନରେ ୩୦ଟି ଜିଲ୍ଲାର ୭୦,୦୦୦ରୁ ଅଧିକ ଲୋକ ସାମିଲ ହୋଇଛନ୍ତି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସେମାନଙ୍କ ସମସ୍ୟା ଏବଂ ସେଗୁଡ଼ିକର ସମାଧାନରେ ସେମାନଙ୍କ ଭୂମିକା ବିଷଯ଼ରେ ସଚେତନ କରିବା[୪୦][୪୧]

ଓଡ଼ିଆ ବିଶ୍ୱବିଦ୍ୟାଳୟ ଆନ୍ଦୋଳନ[ସମ୍ପାଦନା]

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା

ଓଡ଼ିଆମନସ୍କ ଡକ୍ଟର ପୃଷ୍ଟି ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ଆରମ୍ରଭ କରିଥିଲେ ବ୍ୟାପକ ଅଭିଯାନ। ସେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟିର ପ୍ରତିଷ୍ଠାତା ସମ୍ପାଦକ ଭାବରେ ଦେଶବିଦେଶରେ ଥିବା ଓଡିଆଙ୍କୁ ଏକାଠି କରି ଗବେଷଣାଭିତ୍ତିକ ସ୍ୱତନ୍ତ୍ର ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବାରୁ ଏଥିପାଇଁ ସମସ୍ତଙ୍କଠାରେ ନୂତନ ଉତ୍ସାହ ସୃଷ୍ଟି ହୋଇଥିଲା[୪୨][୪୩] (ଅନୁ.Odia University).[୪୪]। ସେ ଏକ ଘରୋଇ ସଦସ୍ୟ ବିଲ୍ ପ୍ରସ୍ତୁତ କରି ଏହାକୁ ଓଡ଼ିଶା ବିଧାନସଭାରେ ମାନ୍ୟବର ସଦସ୍ୟ ଡ.ସିପ୍ରା ମଲ୍ଲିକଙ୍କ ମାଧ୍ୟମରେ ଉପସ୍ଥାପନ କରିଥିଲେ[୪୫][୪୬][୪୭]। ଏହି କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବାପାଇଁ ସେ 'ଇନଷ୍ଟିଚ୍ଯ଼ୁଟ୍ ଅଫ୍ ଓଡ଼ିଆ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ ବା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା "ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ସଫଳତା ସେତେବେଳେ ମିଳିଥିଲା ଯେତେବେଳେ ଭାରତ ସରକାରଙ୍କଦ୍ୱାରା ଓଡ଼ିଆକୁ ଶାସ୍ତ୍ରୀଯ଼ ଭାଷା ଭାବେ ଘୋଷଣା କରାଯାଇଥିଲା। ଓଡ଼ିଆ ଭାଷାର ଶାସ୍ତ୍ରୀୟତାପାଇଁ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଅନୁଷ୍ଠାନ ସଂସ୍କୃତି ବିଭାଗ ସହିତ ମିଳିତ ଭାବରେ କାମ କରୁଛି।

କେନ୍ଦ୍ରିୟ ଶାସ୍ତ୍ରୀୟ ଓଡିଆ ଭାଷା ସଂସ୍ଥାନ ପ୍ରତିଷ୍ଠା ଆନ୍ଦୋଳନ[ସମ୍ପାଦନା]

ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ସ୍ତରର ବିଶିଷ୍ଟ ବିଦ୍ୱାନ ପ୍ରଫେସର ହର୍ମନ କୁଲ୍କେ (ପଦ୍ମଶ୍ରୀ)
ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା କାର୍ଯ୍ୟାଳୟରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା ସମ୍ପର୍କିତ ବୈଠକ

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଉକ୍ଟର ପୃଷ୍ଟିଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ଓଡ଼ିଆ ଭାଷାରେ ଜ୍ଞାନ ଓ ଗବେଷଣାର ଏକ ସଂସ୍ଥା ସୃଷ୍ଟି କରିବା ଏବଂ ଓଡ଼ିଆ ଭାଷାକୁ ପ୍ରାଚୀନ ଭାରତର ପାଲି ବା ସଂସ୍କୃତ ଭଳି ଏକ ଭାଷା ଭାବେ ବିକଶିତ କରିବା ଏବଂ ଆଧୁନିକ ସମୟରେ ଇଂରାଜୀ ଭଳି ବିକଶିତ କରିବା। ଏଥିପାଇଁ ତାମିଲ ଭଳି ଏକ ଶାସ୍ତ୍ରୀୟ ଓଡିଆ କେନ୍ଦ୍ରିୟ ସଂସ୍ଥାନ ପ୍ରତିଷ୍ଠାପାଇଁ କ୍ଷେତ୍ର ପ୍ରସ୍ତୁତି କରିବା। ସେ ଏବେ ବି ସେହି କାମରେ ନିୟୋଜିତ।

ଓଡ଼ିଆରେ ଶିକ୍ଷା ଓଡ଼ିଶାରେ ନିଯୁକ୍ତି[ସମ୍ପାଦନା]

ଓଡ଼ିଆ ମାଧ୍ୟମରେ ଅଧ୍ୟୟନ କରୁଥିବା ୧୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୧୨ ବର୍ଷ ଧରି ଚାଲିଥିବା ଏହି ଅଭିଯାନରେ ୩୦ଟି ଜିଲ୍ଲାର ୬୦୦ କଲେଜ ଏବଂ ୧,୦୨୭ଟି ଉଚ୍ଚବିଦ୍ୟାଳୟର ବିଦ୍ୟାର୍ଥୀ ସାମିଲ ହୋଇଛନ୍ତି[୪୮]। ଓଡ଼ିଆରେ ପଢ଼ିଲେ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା ମିଳିବା ସହିତ ସେମାନେ କିପରି ଡାକ୍ତର, ଇଞ୍ଜିନିୟର, ଆଇଏଏସ୍ ହୋଇପାରିବେ ସେ ବିଷୟରେ ସେମାନଙ୍କୁ ଅବଗତ କରାଯାଉଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ମେଧାବୀ ଛାତ୍ରମାନଙ୍କ ଉଚ୍ଚଶିକ୍ଷାପାଇଁ କାର୍ଯ୍ୟ କରିବା ଏବଂ ଓଡ଼ିଶାର ବିକାଶରେ ସେମାନଙ୍କ ଜ୍ଞାନର ଉପଯୋଗ କରିବା। ସେ ଓଡ଼ିଆ ପାଠଶାଳା ଜରିଆରେ ଗରିବ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ମାଗଣା ପ୍ରଶିକ୍ଷଣ ଦେଉଥିଲେ[୪୯].

ମନୋନୀତ କାର୍ଯ୍ୟ[ସମ୍ପାଦନା]

ଗବେଷଣା ଏବଂ ସାହିତ୍ୟ ସମାଲୋଚନା ପୁସ୍ତକ[ସମ୍ପାଦନା]

  • କଳିଙ୍ଗତୁପରଣୀ: କଥା ନୁହେଁ ବ୍ୟଥା ISBN 978-93-91638-73-3 (2023)
  • ଶାସ୍ତ୍ରୀୟତାରା ଶେଷ ସ୍ୱାକ୍ଷର: ଭୀମ ଭୋଇ ISBN 978-93-91638-54-2 (2023)
  • ଭାଷା, ଭୂମି ଓ ଆତ୍ମପରିଚିତି ISBN 978-93-91638-12-2 (2021)
  • ଜାତୀୟ ଶିକ୍ଷାନୀତି -୨୦୨୦ ଓ ଓଡ଼ିଶା ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ISBN 978-93-91638-03-0 (2021)
  • ଶାସ୍ତ୍ରୀୟତା: ଏକ ସଂଘର୍ଷ ISBN 978-81-933604-7-7 (2021)
  • କହିବାର ନୋହେ ସେ କଟକ ଛଟକକୁ (2018)[୫୦]
  • ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ(2018)[୫୧]
  • ଶାସ୍ତ୍ରୀୟଭାଷା ଓଡ଼ିଆ (2017)[୫୨]
  • ଓଡ଼ିଆ ପଦ୍ୟ ସାହିତ୍ୟ ପରିଚୟ (2017)
  • Classical Odia in Historical perspective (2014)
  • Classical Odia (2013)
  • ଭାଷା ଓ ଜାତିୟତା (2010), can be found also in Odia Wikisource – ଭାଷା ଓ ଜାତୀୟତା
  • ଜାତି, ଜାଗୃତି ଓ ପ୍ରଗତି (2009), can be found also in Odia Wikisource – ଜାତି ଜାଗୃତି ଓ ପ୍ରଗତି
  • ଓଡ଼ିଆ ଭାଷା ସାହିତ୍ୟ ପରିଚୟ (2007)
  • ପ୍ରବନ୍ଧ ଭାରତୀ (2005)
  • ପ୍ରସଙ୍ଗ: ଓଡ଼ିଆ ଭାଷା ଓ ସାହିତ୍ୟ ISBN 978-81-921406-0-5(2005)

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ସ୍ୱପ୍ନ ସବୁ ମରିଗଲା ପରେ (୨୦୦୫)

ନାଟକ[ସମ୍ପାଦନା]

  • ମୁକ୍ତି (୨୦୦୫)

ବିଶ୍ୱବିଦ୍ୟାଳୟ ପାଠ୍ୟପୁସ୍ତକ[ସମ୍ପାଦନା]

  • ପ୍ରାକସାରଳା ସାହିତ୍ୟର ପୃଷ୍ଠଭୂମି[୫୩]
  • ଶିଳାଲେଖ ସାହିତ୍ୟ[୫୪]
  • ପ୍ରାକ ସାରଳା ସାହିତ୍ୟ[୫୫]
  • ପ୍ରାକସାରଳା ସାହିତ୍ୟର ଭାଷାତାତ୍ୱିକ ଅଧ୍ୟୟନ[୫୬]
  • ପ୍ରାକ ସାରଳା ସାହିତ୍ୟର ମୁଲ୍ୟାଙ୍କନ[୫୭]
  • ସାରଳା ସାହିତ୍ୟର ମୁଲ୍ୟାଙ୍କନ (ISBN 978-81-942896-1-6)
  • ପଞ୍ଚସଖା ସାହିତ୍ୟର ମୁଲ୍ୟାଙ୍କନ (ISBN 978-81-942896-2-3)
  • ବିଶେଷ ଅଧ୍ୟୟନ (ପଞ୍ଚସଖା) (ISBN 978-81-942896-3-0)
  • ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୃଷ୍ଟଭୂମି (ISBN 978-81-942896-5-4)
  • ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଆଙ୍ଗିକ ବିଚାର (ISBN 978-81-942896-6-1)
  • ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଆତ୍ମିକ ବିଭବ (ISBN 978-81-942896-7-8)
  • ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଗୀତି ପରମ୍ପରା (ISBN 978-81-942896-8-5)

ପୁସ୍ତକ ସମ୍ପାଦନା[ସମ୍ପାଦନା]

ସମ୍ବାଦପତ୍ର[ସମ୍ପାଦନା]

  • "Odia Bhasara Shastriya Manyata", published in Esana, the journal of the Institute of Oriya Studies, Vol. 59, Issue-II, Dec-2009.
  • "Odia Upanyasara Samajika Prasangikata", published in Bartika, the journal of the Saraswata Sahitya Sanskrutika Parisad, Vol. 17, No-4, December-2010, pp. 707–712.
  • "Tirjyak Sailire Bhaba Sampada", published in Esana Prabandhabali, the journal of the Institute of Oriya Studies, Vol. 24, 1st Publication-2005, PP- 185–192.
  • "Galpa Srustire Naba Swakshyara", published in Esana Prabandhabali, the journal of the Institute of Oriya Studies, Vol. 25, 1st Publication-2006, PP- 191–202.
  • "Bhasara Shastriya Manyata O Odia Bhasa", published in Konark, a quarterly literary journal, published by Orissa Sahitya Akademi, Bhubaneswar-14, Vol. 157, May–June–July 2010, pp. 41–59.
  • "Odia Sanskrutaru Srusti ki?", published in Sambhabana, a monthly literary journal, Vol-13, No-9, April 2013, pp-15-20.
  • "Odia Bhasara Shastriya Manyata pariprekshire Lekhakara Bhumika", published in the literary journal Sambhabana, Vol-14, No-3, Oct 2013.
  • "Odia o Sanskrit", published in Sambhabana, a monthly literary journal, Vol-14, No-1, June 2013.
  • "Kahibar Nuhen Se Kataka Chhatakaku…", published in Abarta, a monthly literary journal, Vol-31, No-10, October 2014, pp. 59– 63.
  • "Odia Bhasara Shastriya Manyata O Eha Parabarti Karjya", published in Agamee Satabdi, Vol-16, No-45, Oct–13 Nov.
  • "Odia Bhasar Sastriya Manyata; Dabi nuhen Adhikar", published in Utkal Prasanga, Information & Public Relations Department, Govt. of Odisha, Bhubaneswar-1. Vol 70, No 8, March 2014, pp. 79–86.
  • "Classical Language: Odia", published in Odisha Review, Information & Public Relations Department, Govt. of Odisha, Bhubaneswar-1. Vol-70, No- 8, March-2014, pp 4– 13, ISSN 0970-8669.
  • "Odia Bhasar Sastriya Manyata pare….", published in Utkal Prasanga, Information & Public Relations Department, Govt. of Odisha, Bhubaneswar-1. Vol-71, No- 1, August-2014, PP-25-30.
  • "Odishara Prachina Samarakala O Paika Sanskruti", published in Sambhabana literary journal, Vol-16, No-3, October 2015.
  • "Odishara Noubanijya", published in Utkal Prasanga, Information & public Relations Department, Govt. of Odisha, Bhubaneswar-1. Vol-70, No- 8, November-2015, PP-79-86.
  • "Prachina Bharatiya Bhasa pariprekshire Odia Bhasa", published in Dhisana research journal, Vol-1, No-3, Oct–15 Dec, PP- 43–66.
  • "Odia Bhsara Prathama Sahid", published in Utkal Prasanga, Information & Public Relations Department, Govt. of Odisha, Bhubaneswar-1. Vol 73, No. 9, April-2017, PP-44-48.
  • "Odia Bhasa: Prachinata O Adhunikata" Devabhumi, published Viswa Sambad Kendra, 9th edition, 2017.
  • "Shastriya Odiar Swapna O Sambhana", published Sahityayan, Edition 1, 2017, PP- 137–152.
  • "Odia Bhasa Andolan O Ekabinsa Satabdire Ehar Ruparekha", published Urbi, Vol-VI, No-1, 2019, PP- 264–279.
  • "Odia Bhasa Charcha banam Arjya Pralepa", published Urbi, Vol-VII, No-1, 2020, PP- 259–271.
  • "Odia Sabda O Lipira moulikata Banam Dravida Manasikata", published Jhankar, Volume 73, Issue 3, June 2021, PP- 246–254.

ଗବେଷଣା ପତ୍ର[ସମ୍ପାଦନା]

  • "Samajika Prasangikata O Odia Upanyasa", published in Esana, the journal of the Institute of Oriya Studies, Vol. 61, December-2010, PP- 21–39.
  • "Evolution of Odia Language, its Struggle for Existence & Excellence", published in Odisha Review, Information & Public Relations Department, Govt. of Odisha, Bhubaneswar-1. Vol-LXXII, No- 9, April-202016, pp 20– 23, ISSN 0970-8669.
  • "WHY NOT ODIA", published in National Conference Organised by sri Jagannath Seva Samiti, Kolkata. Issue No:9, July-2014, pp 20– 24.
  • "Prakruta, Sanskruta, Pali O Odia Bhasa", published in Souvenir of 2nd National Language Conference-2015 at Institute of Physics, Bhubaneswar, Odisha, Dt. 30 March- 2 April 2015, pp-38-42.
  • "Foreign Trade and Colonisation of Ancient Odisha", published in "Language, Literature, Culture and Integrity" (Vol-II), pp-55-70, Proceedings of 3rd National Language Conference −2016 on the 25th – 28 March 2016, IIT Bhubaneswar, Odisha.[୬୦]
  • "Jhoti-Chita-Muruja: The Therapeutic Art forms as a Cultural Practice in the Kaleidoscope of Linguistics Landscape of Odisha", co-author with Dr. Biswanandan Dash, Ms Sikha Nayak. International Conference on Linguistics Landscaping Department of Linguistics, North-Eastern Hill University (NEHU), Shillong, 21–23 June 2017.[୬୧]
  • "Adhunik Kalara Odia Bhasa Andolan o Dakshina Odisha", published in Book of Abstracts of 4th National Language Conference-2017, National Institute of Science and Technology (NIST) at Berhampur, Odisha, Dt. 6–9 July 2017.
  • "Sambalpuri to Kosali: A New Path", Convention on Kosali- Sambalpuri language by Sahitya Akademi (National Academy of Letters), New Delhi-1 Dt. 2nd −3rd December2017 at Bhubaneswar.
  • "Origin and Development of Indian Scripts: A Positional Study", International Conference of South Asian Languages and Literatures (ICOSAL-13) Co- Author with Dr. Biswanandan Dash at the Central Institute of Indian Languages (CIIL), Mysuru, India during 8–10 January 2018.
  • "Indian Script and Vikramkhol Inscription", National Conference of Lipi Literature at Ravenshaw University, Odisha, Dt. 3 February 2018 at Cuttack.
  • "Period of Sarala Mahabharat", an International Seminar of Sarala Mahabharat, Ravenshaw University, Odisha Dt. 9–10 March 2018 at Cuttack.
  • "Exploring Invisible Speech in Ritual Art: A Combinational Study in Cultural-Linguistic Landscape", published in Indian Journal of Applied Linguistics, Vol. 44, No. 1-2, Jan–Dec 2018, pp 187–205, ISSN 0379-0037.[୬୨]
  • "Gangeridai: Myth and Reality", published in "Language, Literature, Culture and Integrity" (Vol-IV), Proceedings of 5th National Language Conference-2019, Ravenshaw University, Cuttack, Dt. 4–7 February 2019, pp 321–326.[୬୩]
  • "Bikramkhol Inscription ek lipitatwika adhyana", published in Book of Abstracts of 6th National Language Conference-2020, Sambalpur University, Sambalpur, Dt. 23–26 February 2020.
  • "Prachina Bharatiya Lipi pariprekshire Kalinga Brahmi", published in Book of Abstracts of 7th National Language Conference-2021, SriJagannath Sanskrit University, Puri, Dt. 31 March-1 April 2021.
  • "Origin & Development of Odia Language & Scripts", Published in Souvenir of National Seminar on The Wonders of Bharatiya Bhasha, Rishihood University, NCR of Delhi, Sonepat, Haryana on 15th - 16th Dec 2022.[୬୪]
  • "Sashtriya Odia Bhasa bibartanare Lipira Vhumika", Published in Souvenir of National Seminar on Classical Odia in historical perspective, Organised by Centre of Excellence for Studies in Classical Odia, Central Institute of Indian Languages, Bhubaneswar on 11th-12th March, 2021.
  • "Prabasare Odia Bhasa, Sahitya O Snskrutira Sangharsha Chitra", Maricus Girimitia Sahitya: Published in Souvenir of International Conference on 'Pravasi Odia Sahitya', Organised by Central University of Odisha, Dt. 23-25th March, 2023.

ସନ୍ଦର୍ଭ[ସମ୍ପାଦନା]

ସହାୟକ ସୂଚୀ[ସମ୍ପାଦନା]

  1. "Saraswata Pratibha Subrat Prusty". Prameya. 16 March 2014.
  2. "Official website in Odia launched in Odisha". Prameya News7. 22 November 2015. Retrieved 24 November 2015.
  3. Barik, Bibhuti (1 April 2015). "Deal inked to use local language in govt work". The Telegraph. Archived from the original on 4 March 2016. Retrieved 24 November 2015.
  4. Ranasingh, Ramachandi Prasad (29 July 2013). "Odiabhasara Shastriyata". Suryaprava p- A.
  5. Satapathy, Natabar (1 April 2013). "Bhasa: Shastriyata banam Odiatwa". Samaja p-11.
  6. "Odiaku Shastriya Manyata: Bhasa Committee Baithaka Aji". Sambad P 1 & 9. 23 July 2013.
  7. Barik, Bibhuti (4 January 2014). "Proposal for Odia university". Telegraph. Archived from the original on 7 January 2014. Retrieved 24 November 2015.
  8. Panorama Year Book 2015 Volume 1. Pratiyogita Darpan. pp. 84–.
  9. Nair, Barik, Sobhana, Bibhuti (21 February 2014). "Odia becomes sixth classical language – CM hails move, focuses on awareness". Telegraph. Archived from the original on 2 March 2014. Retrieved 24 November 2015.{{cite news}}: CS1 maint: multiple names: authors list (link)
  10. Samal, Debi Prasad (8 July 2015). "Poet, Ex-chief whip on indefinite hunger strike, demand enforcement of Odia Official Language Act, 1954". DNA. Archived from the original on 7 January 2014. Retrieved 24 November 2015.
  11. "President Awards the Certificate of Honour and Maharshi Badrayan Vyas Samman for the Year 2019". PIB.
  12. Maharana, Trailokyanath (29 July 2001). "Gujurat Bhumikampara pratyakshya Anubhuti". Pragativadi.
  13. "Gujurat Bhukampa Prapiditanka Prati Sahayata O Samabedana ODMM ra ek Bibarani". Report of Odisha Disaster Mitigation Mission, Plot No-A/6-444, Nayapalli, Bhubaneswar-16. I (I). 17 April 2001.
  14. Abstract, ICOSAL-13. Origin and Development of Indian Scripts: A Positional Study. Mysuru: Central Institute of Indian Languages. p. 188.{{cite book}}: CS1 maint: numeric names: authors list (link)
  15. Mohanty, Dr. Prasanna Kumar (2013). "Acknowledgement". A Report on classical status of Odia Language. Department of Culture, Govt. Of Odisha.
  16. Debi Prasanna Pattanayak; Subrat Kumar Prusty (2013). "Why not Odia?". CLASSICAL ODIA (1st ed.). D-82, Maitri Vihar, Chandrasekharpur, Bhubaneswar, Odisha, 755001: KIIS Foundation, New Delhi. p. XXI, 33. ISBN 978-81-925616-3-9.{{cite book}}: CS1 maint: location (link)
  17. Prusty, Subrat Kumar (March 2014). "Odia Bhasara Shastriyamanyata: Dabi nuhe Adhikar". Utkal Prasanga. - LXX (– 8): 79–86.
  18. Prusty, Subrat Kumar (2007). Odia Bhasa Sahitya Parichaya (1st ed.). Cuttack: A.K. Mishra publishers Pvt. Ltd, Satyabhama, Roxy Lane, Badambadi, Cuttack-0, Odisha. pp. 7–8. ISBN 978-81-921347-1-0.
  19. CLASSICL ODIA IN HISTORICAL PERSPECTIVE. Sanskruti Bhawan, Bhubaneswar-14, Odisha: Odisha Sahitya Akademi. 2015. p. 34. ISBN 978-81-7586-198-5.{{cite book}}: CS1 maint: location (link)
  20. Prusty, Subrat Kumar (2010). BHASA O JATIYATA (1 ed.). Bidyadharpur, Jajpur: with finical assistance by Dept. of Culture, Govt. of Odisha. pp. 51–52.
  21. CLASSICL ODIA IN HISTORICAL PERSPECTIVE. Sanskruti Bhawan, Bhubaneswar-14, Odisha: Odisha Sahitya Akademi |Government of Odisha. 2015. p. 94. ISBN 978-81-7586-198-5.{{cite book}}: CS1 maint: location (link)
  22. Prusty, Subrat Kumar (2007). Odia Bhasa Sahitya Parichaya (1st ed.). Cuttack: A.K. Mishra publishers Pvt. Ltd, Satyabhama, Roxy lane, Badambadi, Cuttack-0,Odisha. pp. 131–8. ISBN 978-81-921347-1-0.
  23. Prusty, Subrat Kumar (2010). BHASA O JATIYATA (1 ed.). Bidyadharpur, Jajpur: with finical assistance by Dept. of Culture, Govt. of Odisha. p. 22.
  24. Debi Prasanna Pattanayak; Subrat Kumar Prusty (2013). A Report on classical status of Odia Language (1st ed.). Bhubaneswar, Odisha: Department of Culture, Govt. Of Odisha. p. 90.
  25. Debi Prasanna Pattanayak; Subrat Kumar Prusty (2013). "Why not Odia?". CLASSICAL ODIA (1st ed.). D-82, Maitri Vihar, Chandrasekharpur, Bhubaneswar, Odisha, 755001: KIIS Foundation, New Delhi. p. XXI, 33. ISBN 978-81-925616-3-9.{{cite book}}: CS1 maint: location (link)
  26. CLASSICL ODIA IN HISTORICAL PERSPECTIVE. Sanskruti Bhawan, Bhubaneswar-14, Odisha: Odisha Sahitya Akademi. 2015. p. 38. ISBN 978-81-7586-198-5.{{cite book}}: CS1 maint: location (link)
  27. Debi Prasanna Pattanayak; Subrat Kumar Prusty (2013). CLASSICAL ODIA (1st ed.). D-82, Maitri Vihar, Chandrasekharpur, Bhubaneswar, Odisha, 755001: KIIS Foundation, New Delhi. p. XXIII. ISBN 978-81-925616-3-9.{{cite book}}: CS1 maint: location (link)
  28. Debi Prasanna Pattanayak; Subrat Kumar Prusty (2013). A Report on classical status of Odia Language (1st ed.). Bhubaneswar, Odisha: Department of Culture, Govt. Of Odisha. p. 33.
  29. Debi Prasanna Pattanayak; Subrat Kumar Prusty (2013). CLASSICAL ODIA (1st ed.). D-82, Maitri Vihar, Chandrasekharpur, Bhubaneswar, Odisha, 755001: KIIS Foundation, New Delhi. p. 15. ISBN 978-81-925616-3-9.{{cite book}}: CS1 maint: location (link)
  30. "Bharata Prathama Bhasa Sammilani udjapita". The Samaja. 4 January 2014.
  31. "Bharata Prathama Bhasa Sammilani udjapita". The Samaja. 4 January 2014.
  32. Satapathy, Prof. Natabar (21–22 February 2015). "Shastriyatapain Odia Sangharsha". An International Conclave of Odia Language Souvenir-2015. -I (- I).
  33. "OAS, OJS Parikshya Odiare heba". The Samaja. 3 December 2012.
  34. "Odia madhyamare IAS Pariksharthinku PrashikShyAna Bruti DiAjiba". The Samaja. 10 May 2012.
  35. "Odia MAdhyamare Civil Seva ParikShyA DebAku AhwAn". No. p-8. The Dharitri. 8 May 2012.
  36. "Odisha Bhasa Sangram Samiti Warns Govt, Sets August 15 Deadline". Jul 17, 2015.
  37. "Governance of Orissa in Oriya // Gateway to open today after heroic battle of the people". November 21, 2015.
  38. "Governance of Orissa in Oriya // Gateway to open today after heroic battle of the people". November 21, 2015.
  39. The New Indian Express. "Odisha Government to set up Heritage Cabinet headed by Chief Minister Naveen Patnaik". Retrieved 26 Dec 2017.
  40. "ସ୍ୱାଭିମାନୀ ଓଡିଆ ଓ ସ୍ୱାବଲମ୍ବୀ ଓଡିଶା ଗଠନ ପାଇଁ ଓଡିଆ ଜନଜାଗରଣ ଯାତ୍ରାର ସଂକଳ୍ପ". ସମାଜ. Feb 21, 2021.
  41. "ଓଡିଆଭାଷାରେ ଶିକ୍ଷା ଓ ଓଡିଶାରେ ନିଯୁକ୍ତିପାଇଁ ରାଜଧାନୀରେ ଛାତ୍ର ସମାବେଶ". ଶାସକ ପ୍ରଶାସକ. August 17, 2023.
  42. Baral, Chitta. "Odia University campaign and efforts". Orissalink. Retrieved September 18, 2011.
  43. Singha, Minati (Jul 11, 2011). "Language varsity on the cards". Times of India.
  44. "Odia Viswavidyalayapain Sankalpapatra". The Samaja. 15 September 2015.
  45. "PRIVATE MEMBERS' BUSINESS (BILLS FOR CONSIDERATION AND PASSING)" (PDF). Odisha Assembly. Odisha Legislative Assembly Fourteenth Assembly Twelfth Session. Retrieved February 21, 2013.
  46. Mallick, Sipra. "PRIVATE MEMBERS' BUSINESS (BILL FOR INTRODUCTION)" (PDF). odishaassembly. Government of Odisha. Retrieved December 16, 2011.
  47. "Odia Biswabidyalaya Prusta".
  48. "Kendrapadaରେ ଓଡ଼ିଆ ଜାଗରଣ ଯାତ୍ରା ଅନୁଷ୍ଠିତ". News18 Odia. Retrieved Apr 11, 2022.
  49. "ଓଡ଼ିଆରେ ପଢିବା ଓଡ଼ିଶା ଗଢିବାର"ବାର୍ତ୍ତା ନେଇ ଓଡିଆ ଜାଗରଣ ଯାତ୍ରା ଅନୁଷ୍ଠିତ". pratirodhanews. Retrieved Jun 1, 2022.
  50. Prusty, Subrat Kumar (2018). kahibar nohen se kataka chatakaku (1st ed.). BJB Nagar, Bhubaneswar-14, Odisha: Institute of Odia Studies and Research. ISBN 978-81-933604-4-6.{{cite book}}: CS1 maint: location (link)
  51. Prusty, Subrat Kumar (2018). Odia Bhasara Utpatti o Kramabikash (1st ed.). BJB Nagar, Bhubaneswar-14, Odisha: Institute of Odia Studies and Research. ISBN 978-81-933604-6-0.{{cite book}}: CS1 maint: location (link)
  52. Prusty, Subrat Kumar (2017). Sastriya Bhasa Odia (1st ed.). BJB Nagar, Bhubaneswar-14, Odisha: Institute of Odia Studies and Research.{{cite book}}: CS1 maint: location (link)
  53. "Prak Sarala Sahityara Prusthabhumi". Odisha State Open University, Sambalpur.
  54. "Silalekha Sahitya". Odisha State Open University, Sambalpur.
  55. "Prak Sarala Sahitya". Odisha State Open University, Sambalpur.
  56. "Prak Sarala Sahityara Bhasatatwika Adhyayan". Odisha State Open University, Sambalpur.
  57. Prak Sarala Sahityara Mulyankana. ISBN 978-81-942896-0-9.
  58. "Language, Literature & Integrity". Researchgate.
  59. Language, Literature & Integrity, (Volume: IV). "Language, Literature & Integrity". Researchgate.
  60. "Language, Literature & Integrity". Researchgate.
  61. "Jhoti-Chita-Muruja: The Therapeutic Art forms as a Cultural Practice in the Kaleidoscope of Linguistics Landscape of Odisha". researchgate.
  62. Dash, Viswanandan; Prusty, Subrat Kumar (Jan–Dec 2018). "Exploring Invisible Speech in Ritual Art: A Combinational Study in Cultural-Linguistic Landscape". Indian Journal of Applied Linguistics. 44 (1–2): 187–205.
  63. Language, Literature & Integrity, (Volume: IV). "Language, Literature & Integrity". Researchgate.
  64. "Origin & Development of Odia Language & Scripts". Rishihood University.
  65. "Language, Literature & Integrity". Researchgate.
  66. Language, Literature & Integrity, (Volume: IV). "Language, Literature & Integrity". Researchgate.

ବାହ୍ୟ ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Subrat Kumar Prusty-ସମ୍ପର୍କିତ ମିଡ଼ିଆ