Jump to content

ବାବେସିଓସିସ

ଉଇକିପିଡ଼ିଆ‌ରୁ
Babesiosis
Babesiasis, piroplasmosis, Babesia parasite infection,[] Texas fever
Babesia on a blood smear
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣNone, flu-like illness (fever, headache, tiredness)[]
ଆକ୍ରାନ୍ତ ସମୟ1 to 6 wks following infection[]
କାରଣBabesia, generally from a tick bite[]
ବିପଦ କାରକDoing outdoor activities[]
ରୋଗ ନିର୍ଣ୍ଣୟ ପଦ୍ଧତିBlood smear[]
ସଠିକ ରୋଗ ନିର୍ଣ୍ଣୟColorado tick fever, Rocky Mountain spotted fever, malaria, ehrlichiosis, Q fever, anemia[]
ପ୍ରତିକାରAvoiding ticks, tick repellent, staying covered[]
ଚିକିତ୍ସାNone, atovaquone plus azithromycin[]
ପୁନଃପୌନିକ~1,800 cases (reported 2020 USA)[]

ବାବେସିଓସିସ (ଇଂରାଜୀ ଭାଷାରେ Babesiosis) ହେଉଛି ଏକ ପରଜୀବୀ <b id="mwHQ">ସଂକ୍ରମଣ</b> ଯାହା ବାବେସିଆ ପରଜୀବୀ କାରଣରୁ ହୋଇଥାଏ ।[] ଏହାର କିଛି ଲକ୍ଷଣ ନ ହୋଇପାରେ ବା ଫ୍ଲୁ ତ‌ଥା ଜଣ୍ଡିସ ଭଳି ଲକ୍ଷଣ ଦେଖାଯାଇପରେ ।[] [] ସଂକ୍ରମଣର ଏକରୁ ଛଅ ସପ୍ତାହ ପରେ ଲକ୍ଷଣ ଆରମ୍ଭ ହୁଏ ।[] ରୋଗ ଜଟିଳ ହେଲେ ଲାଲ ରକ୍ତ କଣିକା ଭାଙ୍ଗିଯାଏ କିମ୍ବା ଡିସ‌ସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲୋପାଥି (DIC) ହୋଇପାରେ ।[] ଏହା ଉପସ୍ଥାପ‌ନା ଅନ୍ୟ ଟିକ ବାହିତ ରୋଗ ଭଳି ହୋଇପାରେ ଯେପରିକି ଲାଇମ ରୋଗ[]

ପ୍ରସାରଣ ପ୍ରାୟ ବାବେସିଆରେ ସଂକ୍ରମିତ ଟିକ କାମୁଡ଼ା ଦ୍ୱାରା ହୋଇଥାଏ, ବିଶେଷକରି ହରିଣ ଟିକ ।[] ବିସ୍ତାରର ଅନ୍ୟ ପଦ୍ଧତିଗୁଡ଼ିକ ମଧ୍ୟରେ ସଂକ୍ରମିତ ଦାତାଙ୍କଠାରୁ ରକ୍ତ ଟ୍ରାନ୍ସଫ୍ୟୁଜନ କିମ୍ବା ଗର୍ଭଧାରଣ ସମୟରେ ସଂକ୍ରମିତ ମା’ଠାରୁ ତାଙ୍କ ଶିଶୁ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ ।[] ଏହା ସିଧାସଳଖ ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ।[] ପ୍ଲିହା ଅନୁପସ୍ଥିତି, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଏବଂ ବୃଦ୍ଧାବସ୍ଥାରେ ରୋଗ ଗୁରୁତର ହୋଇପାରେ ।[] ଏହାର ମୂଳ କାର୍ଯ୍ୟବିଧିରେ ଲୋହିତ ରକ୍ତ କଣିକା ସଂକ୍ରମଣ ଯୋଗୁ ହୋଇଥାଏ ।[] ପରିସ୍ରା ପରୀକ୍ଷଣରେ ହେମୋଗ୍ଲୋବିନ୍ ଥିଲେ କିମ୍ବା ଏକ ଉଚ୍ଚ ଲାକ୍ଟେଟ୍ ଡିହାଇଡ୍ରୋଜେନେଜ୍ ଦେଖାଉଥିଲେ ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ଏକ ପତଳା ରକ୍ତ ଲେପନ କିମ୍ବା ପଲିମେରେଜ୍ ଚେନ ପ୍ରତିକ୍ରିୟା (PCR) ଦ୍ୱାରା ନିଶ୍ଚିତ କରାଯାଏ। [] []

ରୋଗ ପ୍ରତିରୋଧ ପାଇଁ ଟିକ ଏଡାଇବା, ଟିକ୍ ରିପେଲାଣ୍ଟ ବ୍ୟବହାର କରିବା, ବସ୍ତ୍ର ଆଚ୍ଛାଦିତ ରହିବା ଏବଂ ବାହାରୁ ଆସିବା ପରେ ଟିକ୍ ଯାଞ୍ଚ କରାଯାଏ ।[] ଯେଉଁମାନଙ୍କର ଲକ୍ଷଣ ନାହିଁ, ସେମାନଙ୍କର ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[] ଯେଉଁମାନଙ୍କର ଲକ୍ଷଣ ଥାଏ, ସେମାନଙ୍କୁ ଆଟୋଭାକୋନଆଜିଥ୍ରୋମାଇସିନ୍ ପ୍ରାୟ ୭ରୁ ୧୦ ଦିନ ପର୍ଯ୍ୟନ୍ତ ବ୍ୟବହୃତ ହୁଏ ।[] [] ଅନ୍ୟ ଏକ ବିକଳ୍ପରେ କ୍ଲିଣ୍ଡାମାଇସିନକୁଇନାଇନ ଦିଆଯାଏ ।[] ଗୁରୁତର ଆକ୍ରାନ୍ତ ରୋଗରେ ବିନିମୟ ଟ୍ରାନ୍ସଫ୍ୟୁଜନ ବ୍ୟବହାର କରାଯାଇପାରେ ।[]

ବାବେସିଓସିସ ସାରା ବିଶ୍ୱରେ ଦେଖାଯାଏ ।[] ଯୁକ୍ତରାଷ୍ଟ୍ରର ଉତ୍ତର-ପୂର୍ବ ଏବଂ ମଧ୍ୟ-ପଶ୍ଚିମ ଅଞ୍ଚଳରେ ଏହା ଅଧିକ ଦେଖାଯାଏ, ୨୦୨୦ରେ ପ୍ରାୟ ୧୮୦୦ ମାମଲା ରିପୋର୍ଟ ହୋଇଥିଲା। [] [] ପାଣିପାଗ ଉଷୁମ ରହିଲେ ଏହା ଘଟେ ।[] ଏହି ରୋଗର କାରଣ ପ୍ରଥମେ ୧୮୮୮ ମସିହାରେ ଭିକ୍ଟର ବାବେ ଚିହ୍ନଟ କରିଥିଲେ ।[]

  1. "Babesiosis (Concept Id: C0004576) - MedGen - NCBI". www.ncbi.nlm.nih.gov (in ଇଂରାଜୀ). Archived from the original on 25 November 2023. Retrieved 22 November 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ "About Babesiosis". Babesiosis (in ଆମେରିକୀୟ ଇଂରାଜୀ). 27 February 2024. Archived from the original on 14 June 2024. Retrieved 12 June 2024.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Farkas, Josh. "Tick-borne illnesses". EMCrit Project. Archived from the original on 12 June 2024. Retrieved 11 June 2024.
  4. ୪.୦ ୪.୧ "How Babesiosis Spreads". Babesiosis (in ଆମେରିକୀୟ ଇଂରାଜୀ). 28 February 2024. Archived from the original on 17 June 2024. Retrieved 15 June 2024.
  5. ୫.୦ ୫.୧ ୫.୨ Zimmer, AJ; Simonsen, KA (January 2024). "Babesiosis". StatPearls. PMID 28613466.
  6. ୬.୦ ୬.୧ "Data and Statistics on Babesiosis". Babesiosis (in ଆମେରିକୀୟ ଇଂରାଜୀ). 21 May 2024. Archived from the original on 17 June 2024. Retrieved 15 June 2024.
  7. ୭.୦ ୭.୧ Vannier, Edouard; Krause, Peter J. (21 June 2012). "Human Babesiosis" (PDF). New England Journal of Medicine. 366 (25): 2397–2407. doi:10.1056/NEJMra1202018. PMID 22716978. Archived from the original (PDF) on 2021-11-12.
  8. ୮.୦ ୮.୧ "Babesiosis". www.cdc.gov (in ଆମେରିକୀୟ ଇଂରାଜୀ). 3 June 2024. Archived from the original on 8 July 2023. Retrieved 15 June 2024.