ପଲମୋନାରି ହାଇପରଟେନସନ

ଉଇକିପିଡ଼ିଆ‌ରୁ
ପଲମୋନାରି ହାଇପରଟେନସନ (pulmonary hypertension)
ପଲମୋନାରି ଆର୍ଟେରିଆଲ ହାଇପରଟେନସନ (Pulmonary arterial hypertension),[୧] ଆୟେର୍ଜା ସିଣ୍ଡ୍ରୋମ (Ayerza syndrome)[୨]
ବିଭାଗଫୁସଫୁସ ଚିକିତ୍ସା ବିଜ୍ଞାନ Pulmonology, ହୃତ୍‌ପିଣ୍ଡ ଚିକିତ୍ସା ବିଜ୍ଞାନ cardiology
ଆକ୍ରାନ୍ତ ସମୟ୨୦-୬୦ ବର୍ଷ ବୟସ [୩]
ଅବଧିଦୀର୍ଘକାଳୀନ[୧]
କାରଣଅଜ୍ଞାତ[୧]
ବିପଦ କାରକପାରିବାରିକ ଇତିହାସ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଏଚଆଇଭି/ଏଡସ, ସିକ୍ଲ ସେଲ୍ ରୋଗ, କୋକେନ ବ୍ୟବ‌ହାର, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ, ନିଦ୍ରା ଶ୍ୱାସରୋଧ, ଅଧିକ ଉଚ୍ଚତାରେ (altitude) ବାସ କରିବା[୪][୩]
ରୋଗ ନିର୍ଣ୍ଣୟ ପଦ୍ଧତିଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଦୂରିଭୂତ କରି ନିର୍ଣ୍ଣୟ କରାଯାଏ ।[୧]
ଔଷଧଇପୋପ୍ରୋସ୍ଟେନଲ (Epoprostenol), ଟ୍ରେପ୍ରୋସ୍ଟିନିଲ (treprostinil), ଇଲୋପ୍ରୋଷ୍ଟ (iloprost), ବୋସେଣ୍ଟାନ (bosentan), ଆମ୍ବ୍ରିସେଣ୍ଟାନ (ambrisentan), ମାସିଟେଣ୍ଟାନ (macitentan), ସିଲଡେନାଫିଲ (sildenafil)[୧]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଔଷଧ, ଫୁସଫୁସ ପ୍ରତିରୋପଣ (lung transplant)[୧][୫]
ପୁନଃପୌନିକବାର୍ଷକ ୧,୦୦୦ ନୂତନ କେଶ୍ (ଯୁକ୍ତରାଷ୍ଟ୍ର ଆମେରିକା)[୨]

ପଲମୋନାରି ହାଇପରଟେନସନ ବା ପିଏଚ ବା ପିଏଚଟିଏନ (ଇଂରାଜୀ ଭାଷାରେ pulmonary hypertension/ PH/ PHTN) ଏକ ରୋଗ ଯେଉଁଥିରେ ଫୁସଫୁସୀୟ ରକ୍ତନଳୀ (arteries of the lungs) ମଧ୍ୟରେ ରକ୍ତ ଚାପ (blood pressure) ଅଧିକ ହୋଇଯାଏ ।[୬] ଅଣନିଶ୍ୱାସୀ (shortness of breath), ସିଙ୍କୋପି (syncope), ଥକ୍କାଣ, ଛାତି ଯନ୍ତ୍ରଣା, ଗୋଡ଼ ଇଡିମା (swelling of the legs) ଓ ଦୃତ ହୃତ୍‌ସ୍ପନ୍ଦନ (fast heartbeat) ଆଦି ଲକ୍ଷଣ ଦେଖାଯାଏ । [୬][୨] ବ୍ୟାୟାମ କରିବା କଷ୍ଟକର ହୁଏ ।[୬] ପ୍ରାରମ୍ଭ ଅତି ଧୀରେ ହୁଏ ।[୭]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । [୧] ପାରିବାରିକ ଇତିହାସ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଏଚଆଇଭି/ଏଡସ, ସିକ୍ଲ ସେଲ୍ ରୋଗ, କୋକେନ ବ୍ୟବ‌ହାର, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ, ନିଦ୍ରା ଶ୍ୱାସରୋଧ, ଅଧିକ ଉଚ୍ଚତାରେ (altitude) ବାସ କରିବା ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରନ୍ତି ।[୪][୩] ଫୁସଫୁସ (lungs) ଧମନୀମାନଙ୍କର ପ୍ରଦାହ (inflammation) ହୋଇ ରୋଗ ସୃଷ୍ଟି ହୁଏ ।[୪] ଅନ୍ୟ ରୋଗମାନଙ୍କ ଅନୁପସ୍ଥିତି ନିଧାର୍ଯ୍ୟ କରିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[୧]

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [୬] ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ । [୫] ଅନେକ ରକମର ସ‌ହାୟକ ଯତ୍ନ (Supportive care), ଅମ୍ଳଜାନ ଥେରାପି (oxygen therapy), ଡାଇୟୁରେଟିକ (diuretics) ଓ ଆଣ୍ଟିକୋଆଗୁଲାଣ୍ଟ (medications to inhibit clotting) ବ୍ୟବ‌ହାର କରାଯାଏ । [୧] ବିଶେଷତଃ ଇପୋପ୍ରୋସ୍ଟେନଲ (Epoprostenol), ଟ୍ରେପ୍ରୋସ୍ଟିନିଲ (treprostinil), ଇଲୋପ୍ରୋଷ୍ଟ (iloprost), ବୋସେଣ୍ଟାନ (bosentan), ଆମ୍ବ୍ରିସେଣ୍ଟାନ (ambrisentan), ମାସିଟେଣ୍ଟାନ (macitentan), ସିଲଡେନାଫିଲ (sildenafil) ଔଷଧ ବ୍ୟବ‌ହାର କରାଯାଏ ।[୧] କେତେକ ସ୍ଥଳରେ ଫୁସଫୁସ ପ୍ରତିରୋପଣ (lung transplant) ଆବଶ୍ୟକ ହୁଏ । [୫]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୧,୦୦୦ ନୂଆ ରୋଗୀ ଆସନ୍ତି । [୩][୨] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ପ୍ରାୟ ୨୦-୬୦ ବର୍ଷ ମଧ୍ୟରେ ଏହି ରୋଗ ହୁଏ ।[୩] ପ୍ରଥମେ ଏର୍ନଷ୍ଟ ଭନ ରୋମ୍ବର୍ଗ ଏହି ରୋଗ ଚିହ୍ନଟ କରିଥିଲେ । [୮][୧]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Pulmonary Arterial Hypertension – NORD (National Organization for Rare Disorders)". NORD. 2015. Archived from the original on 29 August 2017. Retrieved 30 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Pulmonary arterial hypertension". Genetics Home Reference (in ଇଂରାଜୀ). January 2016. Archived from the original on 28 July 2017. Retrieved 30 July 2017.
  3. ୩.୦ ୩.୧ ୩.୨ ୩.୩ ୩.୪ "Who Is at Risk for Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 31 July 2017. Retrieved 30 July 2017.
  4. ୪.୦ ୪.୧ ୪.୨ "What Causes Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 31 July 2017. Retrieved 30 July 2017.
  5. ୫.୦ ୫.୧ ୫.୨ "How Is Pulmonary Hypertension Treated? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  6. ୬.୦ ୬.୧ ୬.୨ ୬.୩ "What Is Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  7. "How Is Pulmonary Hypertension Diagnosed? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  8. von Romberg, Ernst (1891–1892). "Über Sklerose der Lungenarterie". Dtsch Arch Klin Med (in German). 48: 197–206.{{cite journal}}: CS1 maint: unrecognized language (link)

ଅଧିକ ପଠନ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ