Jump to content

ପଲମୋନାରି ହାଇପରଟେନସନ

ଉଇକିପିଡ଼ିଆ‌ରୁ
ପଲମୋନାରି ହାଇପରଟେନସନ (pulmonary hypertension)
ପଲମୋନାରି ଆର୍ଟେରିଆଲ ହାଇପରଟେନସନ (pulmonary arterial hypertension),[] ଆୟେର୍ଜା ସିଣ୍ଡ୍ରୋମ (Ayerza syndrome)[]
ବିଭାଗଫୁସଫୁସ ଚିକିତ୍ସା ବିଜ୍ଞାନ Pulmonology, ହୃତ୍‌ପିଣ୍ଡ ଚିକିତ୍ସା ବିଜ୍ଞାନ cardiology
ଆକ୍ରାନ୍ତ ସମୟ୨୦-୬୦ ବର୍ଷ ବୟସ []
ଅବଧିଦୀର୍ଘକାଳୀନ[]
କାରଣଅଜ୍ଞାତ[]
ବିପଦ କାରକପାରିବାରିକ ଇତିହାସ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଏଚଆଇଭି/ଏଡସ, ସିକ୍ଲ ସେଲ୍ ରୋଗ, କୋକେନ ବ୍ୟବ‌ହାର, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ, ନିଦ୍ରା ଶ୍ୱାସରୋଧ, ଅଧିକ ଉଚ୍ଚତାରେ (altitude) ବାସ କରିବା[][]
ରୋଗ ନିର୍ଣ୍ଣୟ ପଦ୍ଧତିଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଦୂରିଭୂତ କରି ନିର୍ଣ୍ଣୟ କରାଯାଏ ।[]
ଔଷଧଇପୋପ୍ରୋସ୍ଟେନଲ (Epoprostenol), ଟ୍ରେପ୍ରୋସ୍ଟିନିଲ (treprostinil), ଇଲୋପ୍ରୋଷ୍ଟ (iloprost), ବୋସେଣ୍ଟାନ (bosentan), ଆମ୍ବ୍ରିସେଣ୍ଟାନ (ambrisentan), ମାସିଟେଣ୍ଟାନ (macitentan), ସିଲଡେନାଫିଲ (sildenafil)[]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଔଷଧ, ଫୁସଫୁସ ପ୍ରତିରୋପଣ (lung transplant)[][]
ପୁନଃପୌନିକବାର୍ଷକ ୧,୦୦୦ ନୂତନ କେଶ୍ (ଯୁକ୍ତରାଷ୍ଟ୍ର ଆମେରିକା)[]
Patient UKପଲମୋନାରି ହାଇପରଟେନସନ (pulmonary hypertension)

ପଲମୋନାରି ହାଇପରଟେନସନ ବା ପିଏଚ ବା ପିଏଚଟିଏନ (ଇଂରାଜୀ ଭାଷାରେ pulmonary hypertension/ PH/ PHTN) ଏକ ରୋଗ ଯେଉଁଥିରେ ଫୁସଫୁସୀୟ ରକ୍ତନଳୀ (arteries of the lungs) ମଧ୍ୟରେ ରକ୍ତ ଚାପ (blood pressure) ଅଧିକ ହୋଇଯାଏ ।[] ଅଣନିଶ୍ୱାସୀ (shortness of breath), ସିଙ୍କୋପି (syncope), ଥକ୍କାଣ, ଛାତି ଯନ୍ତ୍ରଣା, ଗୋଡ଼ ଇଡିମା (swelling of the legs) ଓ ଦୃତ ହୃତ୍‌ସ୍ପନ୍ଦନ (fast heartbeat) ଆଦି ଲକ୍ଷଣ ଦେଖାଯାଏ । [][] ବ୍ୟାୟାମ କରିବା କଷ୍ଟକର ହୁଏ ।[] ପ୍ରାରମ୍ଭ ଅତି ଧୀରେ ହୁଏ ।[]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । [] ପାରିବାରିକ ଇତିହାସ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଏଚଆଇଭି/ଏଡସ, ସିକ୍ଲ ସେଲ୍ ରୋଗ, କୋକେନ ବ୍ୟବ‌ହାର, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ, ନିଦ୍ରା ଶ୍ୱାସରୋଧ, ଅଧିକ ଉଚ୍ଚତାରେ (altitude) ବାସ କରିବା ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରନ୍ତି ।[][] ଫୁସଫୁସ (lungs) ଧମନୀମାନଙ୍କର ପ୍ରଦାହ (inflammation) ହୋଇ ରୋଗ ସୃଷ୍ଟି ହୁଏ ।[] ଅନ୍ୟ ରୋଗମାନଙ୍କ ଅନୁପସ୍ଥିତି ନିଧାର୍ଯ୍ୟ କରିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[]

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [] ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ । [] ଅନେକ ରକମର ସ‌ହାୟକ ଯତ୍ନ (Supportive care), ଅମ୍ଳଜାନ ଥେରାପି (oxygen therapy), ଡାଇୟୁରେଟିକ (diuretics) ଓ ଆଣ୍ଟିକୋଆଗୁଲାଣ୍ଟ (medications to inhibit clotting) ବ୍ୟବ‌ହାର କରାଯାଏ । [] ବିଶେଷତଃ ଇପୋପ୍ରୋସ୍ଟେନଲ (Epoprostenol), ଟ୍ରେପ୍ରୋସ୍ଟିନିଲ (treprostinil), ଇଲୋପ୍ରୋଷ୍ଟ (iloprost), ବୋସେଣ୍ଟାନ (bosentan), ଆମ୍ବ୍ରିସେଣ୍ଟାନ (ambrisentan), ମାସିଟେଣ୍ଟାନ (macitentan), ସିଲଡେନାଫିଲ (sildenafil) ଔଷଧ ବ୍ୟବ‌ହାର କରାଯାଏ ।[] କେତେକ ସ୍ଥଳରେ ଫୁସଫୁସ ପ୍ରତିରୋପଣ (lung transplant) ଆବଶ୍ୟକ ହୁଏ । []

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୧,୦୦୦ ନୂଆ ରୋଗୀ ଆସନ୍ତି । [][] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ପ୍ରାୟ ୨୦-୬୦ ବର୍ଷ ମଧ୍ୟରେ ଏହି ରୋଗ ହୁଏ ।[] ପ୍ରଥମେ ଏର୍ନଷ୍ଟ ଭନ ରୋମ୍ବର୍ଗ ଏହି ରୋଗ ଚିହ୍ନଟ କରିଥିଲେ । [][]

ଏହାକୁ ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 8 9 10 11 "Pulmonary Arterial Hypertension – NORD (National Organization for Rare Disorders)". NORD. 2015. Archived from the original on 29 August 2017. Retrieved 30 July 2017.
  2. 1 2 3 4 5 "Pulmonary arterial hypertension". Genetics Home Reference (in ଇଂରାଜୀ). January 2016. Archived from the original on 28 July 2017. Retrieved 30 July 2017.
  3. 1 2 3 4 5 "Who Is at Risk for Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 31 July 2017. Retrieved 30 July 2017.
  4. 1 2 3 "What Causes Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 31 July 2017. Retrieved 30 July 2017.
  5. 1 2 3 "How Is Pulmonary Hypertension Treated? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  6. 1 2 3 4 "What Is Pulmonary Hypertension? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  7. "How Is Pulmonary Hypertension Diagnosed? – NHLBI, NIH". NHLBI (in ଇଂରାଜୀ). 2 August 2011. Archived from the original on 28 July 2017. Retrieved 30 July 2017.
  8. von Romberg, Ernst (1891–1892). "Über Sklerose der Lungenarterie". Dtsch Arch Klin Med (in German). 48: 197–206.{{cite journal}}: CS1 maint: unrecognized language (link)

ଅଧିକ ପଠନ

[ସମ୍ପାଦନା]

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ