ସିଲଡେନାଫିଲ

ଉଇକିପିଡ଼ିଆ‌ରୁ
ସିଲଡେନାଫିଲ
Sildenafil structure.svg
Sildenafil-from-xtal-3D-balls.png
Clinical data
Pronunciation/sɪlˈdɛnəfɪl/ sil-DEN-ə-fil
Trade namesViagra, Revatio, others
AHFS/Drugs.commonograph
MedlinePlusa699015
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth (tablets), IV
ATC code
Legal status
Legal status
Pharmacokinetic data
Bioavailability41% (mean)[୧]
Protein binding~96%
MetabolismLiver: CYP3A4 (major route), CYP2C9 (minor route)
MetabolitesN-desmethylsildenafil (~50% potency for PDE5)
Elimination half-life3–4 hours
ExcretionFeces (~80%), urine (~13%)[୨]
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.122.676 Edit this at Wikidata
Chemical and physical data
FormulaC22H30N6O4S
Molar mass474.5764 g/mol
3D model (JSmol)
 ☒NcheckY (what is this?)  (verify)

ସିଲଡେନାଫିଲ (ଇଂରାଜୀ ଭାଷାରେ Sildenafil, ବିକ୍ରୟ ନାମ ଭାଇଏଗ୍ରା/ Viagra) ଏକ ଔଷଧର (medication) ନାମ ଯାହା ଲିଙ୍ଗ ଉତ୍ଥାନ (erectile dysfunction) ସମସ୍ୟା ଓ ପଲମୋନାରି ହାଇପରଟେନସନ (pulmonary arterial hypertension) ଚିକିତ୍ସା ନିମନ୍ତେ ଦିଆଯାଏ । [୩] ମହିଳାମାନଙ୍କର ଯୌନ ସମସ୍ୟା ନିମନ୍ତେ ପ୍ରଭାବଶୀଳ କି ନୁହେଁ, ସେ ବିଷୟ ସ୍ପଷ୍ଟ ହୋଇନାହିଁ ।[୩] ଏହା ପାଟିରେ (by mouth) ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୩] ପ୍ରାୟ ୨୦ ମିନିଟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୁଏ ଓ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଛାତିଜ୍ୱାଳା (heartburn) ଓ ଚର୍ମ ଲାଲ ଦେଖାଯାଏ ।[୩] ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ଥିଲେ (cardiovascular disease) ସାବଧାନତା ସ‌ହିତ ଏହା ଦିଆଯାଏ ।[୩] କ୍ୱଚିତ ଦୀର୍ଘକାଳୀନ ଲିଙ୍ଗ ଉତ୍ଥାନ (prolonged erection) ରହିପାରେ ଯାହା ଲିଙ୍ଗକୁ ନଷ୍ଟ କରିଦେଇପାରେ ।[୩] ନାଇଟ୍ରୋଗ୍ଲିସେରିନ (nitroglycerin/ glycerin trinitrate) ଭଳି ନାଇଟ୍ରେଟ (nitrate) ସ‌ହିତ ସିଲଡେନାଫିଲ ଦେଲେ ରକ୍ତଚାପ (blood pressure) ସାଂଘାତିକ ଭାବରେ କମିଯାଉଥିବାରୁ ଏହା ଦିଆଯାଏନାହିଁ ।[୩]

ସିଜିଏମ‌ପି-ସ୍ପେସିଫିକ ଫସଫୋଡାଇଇସ୍ଟରେଜ ଟାଇପ ୫ (phosphodiesterase 5/ PDE5), ଏକ ଇଞ୍ଜାଇମ (enzyme) ଯାହା ସାଇକ୍ଲିକ ଗୁଆନୋସିନ ମୋନୋଫସଫେଟ (cGMP) ଭାଙ୍ଗି ଲିଙ୍ଗର (penis) ରକ୍ତସରାବରାହକୁ ନିୟନ୍ତ୍ରଣ କରେ ତାହାକୁ ସିଲଡେନାଫିଲ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] ଏହା କର୍ଯ୍ୟକ୍ଷମ ହେବା ନିମନ୍ତେ ଯୌନ ଉତ୍ତେଜନା (sexual arousal) ରହିବା ଆବଶ୍ୟକ ।[୩] ଫୁସଫୁସର ଧମନୀଗୁଡ଼ିକ ମଧ୍ୟ ସ୍ଫୀତ ହୋଇଯାଏ । [୩]

ସନ ୧୯୮୯ରେ ଫାଇଜର (Pfizer) ପ୍ରଥମେ ହୃତ୍‌ପିଣ୍ଡ ସମ୍ପର୍କୀୟ ଯନ୍ତ୍ରଣା ବା ଆଞ୍ଜାଇନା (heart related chest pain) ଉପଶମ ନିମନ୍ତେ ସିଲଡେନାଫିଲ ଆବିଷ୍କର କରିଥିଲା । [୪] ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହା ସ୍ୱୀକୃତ ହୋଇଥିଲା ।[୩][୪] ସନ ୧୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ ନିୟୁତ ସିଲଡେନାଫିଲ ପ୍ରେସକ୍ରିପସନ ଲେଖାଯାଇଥିଲା ।[୫] ସନ ୨୦୧୭ରେ ଏହା ଜେନେରିକ ଔଷଧ (generic medication) ଭାବରେ ମିଳିଲା ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ (over the counter) ମିଳେ ।[୭] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୧ ଡଲାରରୁ କମ୍ ଥିଲା ।[୮]

ଆଧାର[ସମ୍ପାଦନା]

  1. Nichols, DJ; Muirhead, GJ; Harness, JA (6 March 2002). "Pharmacokinetics of Sildenafil after Single Oral Doses in Healthy Male Subjects: Absolute Bioavailability, Food Effects and Dose Proportionality". British Journal of Clinical Pharmacology. 53: 5S–12S. doi:10.1046/j.0306-5251.2001.00027.x. PMC 1874258. PMID 11879254.
  2. "Viagra (sildenafil citrate) Tablets, for Oral Use. Full Prescribing Information". Pfizer Labs. Division of Pfizer, Inc., NY, NY 10017. Retrieved 5 November 2016.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Sildenafil Citrate". The American Society of Health-System Pharmacists. Retrieved 1 December 2014.
  4. ୪.୦ ୪.୧ Goldstein, I; Burnett, AL; Rosen, RC; Park, PW; Stecher, VJ (6 October 2018). "The Serendipitous Story of Sildenafil: An Unexpected Oral Therapy for Erectile Dysfunction". Sexual Medicine Reviews. 7 (1): 115–128. doi:10.1016/j.sxmr.2018.06.005. PMID 30301707.
  5. "The Top 300 of 2019". clincalc.com (in ଇଂରାଜୀ). Retrieved 21 November 2018.
  6. "Generic Viagra: Two versions of sildenafil hit the market today" (in ଇଂରାଜୀ). Retrieved 24 November 2018.
  7. LaMattina, John. "With Viagra Now Available Over-The-Counter In The U.K., Will The U.S. Follow Suit?". Forbes (in ଇଂରାଜୀ). Retrieved 24 November 2018.
  8. "NADAC as of 2018-11-21". Centers for Medicare and Medicaid Services (in ଇଂରାଜୀ). Retrieved 24 November 2018.

ବାହ୍ୟ ଲିଙ୍କ[ସମ୍ପାଦନା]