ପନ୍ନା ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ପନ୍ନା ଜାତୀୟ ଉଦ୍ୟାନ
ପନ୍ନା ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Peaceful time away from the wild hustle. 04.jpg
ପନ୍ନା ଜଙ୍ଗଲରେ ଏକ ବାଘୁଣୀ ଓ ତା’ର ଦୁଇ ଛୁଆ ଗାଡ଼ି ସିବା କଚ୍ଚା ସଡ଼କ ଉପରେ ଶୋଇ ରହିଛନ୍ତି
Map showing the location of ପନ୍ନା ଜାତୀୟ ଉଦ୍ୟାନ.
Map showing the location of ପନ୍ନା ଜାତୀୟ ଉଦ୍ୟାନ.
ଭାରତ ମାନଚିତ୍ରରେ ପନ୍ନାର ଅବସ୍ଥିତି
ଅବସ୍ଥାନପନ୍ନା ଜିଲ୍ଲାଛତରପୁର ଜିଲ୍ଲାରେ ବ୍ୟାପ୍ତ, ମଧ୍ୟ ପ୍ରଦେଶ, ଭାରତ
ପାଖ ସହରପନ୍ନା, ଖଜୁରାହୋ (୨୫ କିଲୋମିଟର୍)
ଦିଗବାରେଣି24°43′49.6″N 80°0′38.8″E / 24.730444°N 80.010778°E / 24.730444; 80.010778Coordinates: 24°43′49.6″N 80°0′38.8″E / 24.730444°N 80.010778°E / 24.730444; 80.010778
କ୍ଷେତ୍ରଫଳ୫୪୨.୬୭ ବର୍ଗ କିଲୋମିଟର୍
ସ୍ଥାପିତ୧୯୮୧
ପରିଚାଳନାଭାରତ ସରକାର, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ବ୍ୟାଘ୍ର ପ୍ରକଳ୍ପ, ମଧ୍ୟ ପ୍ରଦେଶ ସରକାର

ପନ୍ନା ଜାତୀୟ ଉଦ୍ୟାନ ବା ପନ୍ନା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ ପ୍ରଦେଶର ପନ୍ନା ଓ ଛତରପୁର ଜିଲ୍ଲାରେ ବ୍ୟାପ୍ତ ଭାରତର ଏକ ଜାତୀୟ ଉଦ୍ୟାନ । ଏହାର କ୍ଷେତ୍ରଫଳ ପ୍ରାୟ ୫୪୨.୬୭ ବର୍ଗ କିଲୋମିଟର୍ । ୧୯୯୪ ମସିହାରେ ଏହାକୁ ଭାରତର ୨୨ତମ ବ୍ୟାଘ୍ର ଅଭୟାରଣ୍ୟ ବୋଲି ଘୋଷଣା କରାଗଲା । ଏହା ମଧ୍ୟ ପ୍ରଦେଶର ପଞ୍ଚମ ବ୍ୟାଘ୍ର ଅଭୟାରଣ୍ୟ ।[୧]

୨୦୦୭ ମସିହାରେ ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ପନ୍ନା ଅଭୟାରଣ୍ୟକୁ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଶ୍ରେଷ୍ଠ ପରିଚାଳିତ ଜାତୀୟ ଉଦ୍ୟାନ ଭାବେ ପୁରସ୍କୃତ କରିଥିଲେ ।[୧] ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମସିହା ବେଳକୁ ଅବୈଧ ଶିକାର ଯୋଗୁଁ ପନ୍ନାରୁ ବାଘ ବଂଶ ମୂଳପୋଛ ହୋଇଯାଇଥିଲା । ଏସବୁ ଅବୈଧ ଶିକାର ବନ ବିଭାଗର କିଛି କର୍ମଚାରୀଙ୍କ ସହଯୋଗରେ କରାଯାଇଥିବା ପ୍ରକାଶ ପାଇଥିଲା ।[୨] ୨୦୧୧ ମସିହା ଅଗଷ୍ଟ ୨୫ ତାରିଖରେ ପନ୍ନାକୁ ଏକ ଜୈବଗୋଲକ ଅଭୟାରଣ୍ୟର (Biosphere Reserve) ମାନ୍ୟତା ମିଳିଲା ।

ଜଙ୍ଗଲ ଓ ଜୀବଜଗତ[ସମ୍ପାଦନା]

ପନ୍ନା ଜାତୀୟ ଉଦ୍ୟାନର ଏକ ମାନଚିତ୍ର

ଉତ୍ତର ମଧ୍ୟ ପ୍ରଦେଶର ବିଖଣ୍ଡିତ ଓ କ୍ଷୟପ୍ରାପ୍ତ ଜଙ୍ଗଲ ମଧ୍ୟରେ କେବଳ ପନ୍ନା ଜାତୀୟ ଉଦ୍ୟାନ ଓ ଏହାକୁ ଘେରି ରହିଥିବା ଉତ୍ତର ଓ ଦକ୍ଷିଣ ପନ୍ନା ଅଞ୍ଚଳର ଜଙ୍ଗଲ ହିଁ ଏକମାତ୍ର ଅବଶିଷ୍ଟ ବଡ଼ ଜଙ୍ଗଲ । ଦକ୍ଷିଣ ଭାରତର କେପ୍ କୋମୋରିନ୍‍ଠାରୁ ଆରମ୍ଭ ହୋଇଥିବା କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଶୁଷ୍କ ଓ ଓସାରିଆ ପତ୍ରବିଶିଷ୍ଟ ଜଙ୍ଗଲ ଏବଂ ଉତ୍ତର ଗାଙ୍ଗେୟ ସମତଳ ଭୂମିର ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ ପନ୍ନାଠାରେ ମିଳିତ ହେଇଛନ୍ତି ।

ପନ୍ନା ଜଙ୍ଗଲ କେନ୍ଦ୍ରୀୟ ଭାରତର ପ୍ରାକୃତିକ ଶାଗୁଆନ ଜଙ୍ଗଲର ଉତ୍ତରତମ ଓ ପ୍ରାକୃତିକ କର୍ଧାଇ (Anogeissus pendula) ଜଙ୍ଗଲର ପୂର୍ବତମ ସୀମା ।

କେନ୍ ନଦୀ ପନ୍ନା ଜାତୀୟ ଉଦ୍ୟାନ ମଧ୍ୟ ଦେଇ ଉତ୍ତର-ପୂର୍ବ ଦିଗକୁ ପ୍ରାୟ ୭୨ କିଲୋମିଟର୍ ବହିଯାଇଛି । କେନ୍ ଥଣ୍ଟିଆ କୁମ୍ଭୀର ଅଭୟାରଣ୍ୟ ଓ ପନ୍ନା ଜାତୀୟ ଉଦ୍ୟାନକୁ ମିଶାଇ ପ୍ରାୟ ୪୦୬ ବର୍ଗ କିଲୋମିଟର୍ ଅଞ୍ଚଳ କେନ୍ ନଦୀ ଅବବାହିକାରେ ରହିଛି ।[୧]

ବନ୍ୟଜନ୍ତୁ[ସମ୍ପାଦନା]

ପନ୍ନାରେ ଦେଖାଯାଉଥିବା ବନ୍ୟଜନ୍ତୁମାନେ ହେଲେ : ମହାବଳ ବାଘ, କଲରାପତରିଆ ବାଘ, ଚିତଲ୍ ହରିଣ, ଚିଂକାରା ହରିଣ, ନୀଳଗାଈ, ସମ୍ବର, ଭାଲୁ ଇତ୍ୟାଦି । ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଏହି ଜଙ୍ଗଲରେ ଦେଖାଯାନ୍ତି । ପକ୍ଷୀଙ୍କ ମଧ୍ୟରେ ବିଭିନ୍ନ ଚିଲ, ଶାଗୁଣା, ଶୁଆ, ବତକ ଇତ୍ୟାଦି ଉଲ୍ଲେଖଯୋଗ୍ୟ ।

ବ୍ୟାଘ୍ର ଅଭୟାରଣ୍ୟ[ସମ୍ପାଦନା]

ପନ୍ନା ଜାତୀୟ ଉଦ୍ୟାନ ୧୯୯୪/୯୫ ମସିହାରେ ଭାରତର ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚିତ ହେଲା ଏବଂ ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ରହିଲା ।[୩][୪] ପନ୍ନାରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବିଷୟ ବହୁବାର କୁହାଯାଇଥିଲା ।[୫][୬][୭] ୨୦୦୯ ମସିହା ମାର୍ଚ୍ଚ ମାସରେ ବାନ୍ଧବଗଡ଼ ଜାତୀୟ ଉଦ୍ୟାନକାହ୍ନା ଜାତୀୟ ଉଦ୍ୟାନରୁ ଦୁଇଟି ବାଘୁଣୀଙ୍କୁ ଅଣାଯାଇ ପନ୍ନାରେ ଛଡ଼ାଗଲା । କିନ୍ତୁ ସେବେଯାଏ ପନ୍ନାର ଶେଷ ଅଣ୍ଡିରା ମହାବଳ ବାଘ ନିଶ୍ଚିହ୍ନ ହୋଇଯାଇଥିଲା ।[୮] ବାଘମାନଙ୍କ ଗାୟବ ହୋଇଯାଉଥିବା ଘଟଣାର ତଦନ୍ତ ଓ ପ୍ରତିକାର କରିବା ପାଇଁ ଏକ ସମିତି ଗଠନ କରାଗଲା ।[୯]

ଜୁନ୍ ୨୦୦୯ ମସିହାରେ ସରକାର ଘୋଷଣା କଲେ ଯେ ପୂର୍ବରୁ ଥିବା ୪୦ଟି ବାଘଙ୍କ ମଧ୍ୟରୁ ଅଭୟାରଣ୍ୟରେ ଆଉ ଗୋଟିଏ ବି ବାଘ ନାହାନ୍ତି । କେବଳ ବାହାରୁ ଆଣି ଛଡ଼ାଯାଇଥିବା ଦୁଇ ବାଘୁଣୀ ହିଁ ପନ୍ନାର ସର୍ବମୋଟ ବାଘ ।[୧୦] ୩ ବର୍ଷ ପରେ ଫେବୃଆରୀ ୨୦୧୨ ମସିହାରେ ପୁଣି ଅଭୟାରଣ୍ୟରେ ଆଉ ଗୋଟିଏ ବି ବାଘ ବଞ୍ଚି ନଥିବା ବିଷୟ ଜଣାପଡ଼ିଲା । ମଧ୍ୟ ପ୍ରଦେଶ ସରକାର ଏଥିପାଇଁ ଦାୟୀ ଲୋକଙ୍କୁ ଠାବ କଲା ନାହିଁ ଓ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ରୀୟ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁରୋଧ ସତ୍ତ୍ୱେ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋକୁ ତଦନ୍ତ ହସ୍ତାନ୍ତର କଲାନାହିଁ ।[୧୧]

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପୁଣି ଦୁଇଟି ବାଘଓ ଦୁଇଟି ବାଘୁଣୀଙ୍କୁ ସ୍ଥାନାନ୍ତରିତ କରିବାର ଅନୁମତି ପ୍ରଦାନ କଲା ।[୧୨] ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ବାଘୁଣୀ (ଟି୧) ଓ କାହ୍ନା ଜାତୀୟ ଉଦ୍ୟାନର ବାଘୁଣୀ (ଟି୨) ପନ୍ନା ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହେଲେ ।[୧୩] ଟି୩ ନାମକ ଏକ ବାଘ ପେଞ୍ଚ୍ ଜାତୀୟ ଉଦ୍ୟାନରୁ ଆଣି ଛଡ଼ାଯାଇଥିଲା । କିନ୍ତୁ ୨୦୦୯ ନଭେମ୍ବର ମାସରେ ଟି୩ ଉଦ୍ୟାନ ବାହାରକୁ ଚାଲି ଯାଇଥିଲା ।[୧୪] ବାଘଟି ପ୍ରକୃତରେ ନିଜ ଘର ପେଞ୍ଚ୍ ଜାତୀୟ ଉଦ୍ୟାନ ଆଡ଼କୁ ଚାଲିବା ଆରମ୍ଭ କଲା । ବିନା କୌଣସି ଅସୁବିଧାରେ ମନୁଷ୍ୟ ବସବାସ କରୁଥିବା ଅଞ୍ଚଳ ପାଖ ଦେଇ ସେ ସ୍ଥିର ଭାବେ ପେଞ୍ଚ୍ ଆଡ଼କୁ ଯାଉଥିଲା । ଏକ ମାସ ଧରି ବନ ବିଭାଗ ଟି୩ ବାଘର ଗତିବିଧି ପ୍ରତି ଦୃଷ୍ଟି ରଖିଥିଲେ ଓ ପୁଣି ଏହାକୁ ପନ୍ନା ଅଭୟାରଣ୍ୟ ମଧ୍ୟକୁ ଅଣାଯାଇଥିଲା । ଏହା ପରେ କିନ୍ତୁ ବାଘଟି ପନ୍ନା ଛାଡ଼ି ଗଲା ନାହିଁ । ଟି୩ ପନ୍ନାରେ ନିଜର ଶିକାର କ୍ଷେତ୍ର ସ୍ଥାପନ କଲା ଓ ବାଘୁଣୀମାନଙ୍କ ସହିତ ମିଶି ପରିବାର ବୃଦ୍ଧି କଲା । ବାନ୍ଧବଗଡ଼ରୁ ଅଣାଯାଇଥିବା ବାଘୁଣୀ ଟି୧ ୨୦୧୦ ମସିହା ଅପ୍ରେଲ୍ ମାସରେ ୪ଟି ଛୁଆଙ୍କୁ ଜନ୍ମ ଦେଇଥିଲା ଯେଉଁଥିରୁ ୨ଟି ଛୁଆ ମୃତ୍ୟୁବରଣ କରିଥିଲେ ।[୧୩] କାହ୍ନା ଜଙ୍ଗଲରୁ ଅଣାଯାଇଥିବା ଦ୍ୱିତୀୟ ବାଘୁଣୀ ଟି୨ ମଧ୍ୟ ପରେ ଚାରିଟି ଛୁଆଙ୍କୁ ଜନ୍ମ ଦେଇଥିଲା ।[୧୩] ୨୦୧୧ ମାର୍ଚ୍ଚ ମାସରେ ଆଉ ଏକ ବାଘୁଣୀ ଟି୪ ପନ୍ନାରେ ଛଡ଼ାଯାଇଥିଲା । ଏହି ବାଘୁଣୀଟି ଅନାଥ ହୋଇଯିବା ପରେ ଏଠାରେ ଛଡ଼ାଯାଇଥିଲା ।[୧୫] ଏକ ପୁରୁଷ ସାଥୀ ବାଘକୁ ଦେଖି ସେ ଶିକାର କରିବା ଶିଖିଲା ଓ ପରେ ନିଜ ସାଥୀ ସହ ପରିବାର ଗଠନ କଲା । ୨୦୧୪ ମସିହା ସେପ୍ଟେମ୍ବର ୧୯ ତାରିଖରେ ଟି୩ ମୃତାବସ୍ଥାରେ ଦେଖିବାକୁ ମିଳିଥିଲା । ତାହାର ବେକରେ ବନ୍ଧା ହୋଇଥିବା ରେଡ଼ିଓ କଲାର୍‍ରେ କିଛି ସଂକ୍ରମଣ ହୋଇଥିବାରୁ ସେ ପ୍ରାଣ ହରାଇଥିଲା ।[୧୬] ୨୦୧୧ ନଭେମ୍ବର ମସରେ ତାହାର ଭଉଣୀ ଟି୫କୁ ମଧ୍ୟ ପନ୍ନାରେ ଛଡ଼ା ଯାଇଥିଲା ।[୧୩] ଏହିପରି ପନ୍ନା ଜଙ୍ଗଲରେ ଚାରିଟି ବାଘ ବାଘୁଣୀ ଓ ୧୦ଟି ବାଘଛୁଆ ବଞ୍ଚି ରହିଥିଲେ ଓ ବନ ବିଭାଗ ସେମାନଙ୍କ ଗତିବିଧି ଓ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ ।

କେନ୍ ବେଟ୍‍ୱା ନଦୀସଂଯୋଜନ ପ୍ରକଳ୍ପର ସମ୍ଭାବ୍ୟ କୁପ୍ରଭାବ[ସମ୍ପାଦନା]

ଭାରତ ସରକାର, ମଧ୍ୟ ପ୍ରଦେଶ ସରକାର ଓ ଉତ୍ତର ପ୍ରଦେଶ ସରକାର ମିଳିତ ଭାବେ କେନ୍ ନଦୀ ଓ ବେଟୱା ନଦୀକୁ ସଂଯୋଜିତ କରିବା ପାଇଁ ଯୋଜନା କରିଥିଲେ । ଏହି ଯୋଜନା ଅନୁସାରେ ୨୮୩ ମିଟର୍ ଲମ୍ବା ଦୌଧାନ ନଦୀବନ୍ଧ ନିର୍ମାଣ କରିବାର ଯୋଜନା ମଧ୍ୟ ରହିଛି । କେନ୍ ଅବବାହିକାରୁ ବେଟୱା ଅବବାହିକାକୁ ଅତିରିକ୍ତ ଜଳ ନିଷ୍କାସିତ କରିପାରିଲେ ବୁନ୍ଦେଲଖଣ୍ଡ ଅଞ୍ଚଳର ମରୁଡ଼ିଗ୍ରସ୍ତ ସ୍ଥାନ ସବୁ ଉପକୃତ ହେବେ । ଏହା ହିଁ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

କିନ୍ତୁ ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଯୋଗୁଁ ପନ୍ନା ଅଭୟାରଣ୍ୟର ୪୩୦୦ ହେକ୍ଟର୍‍ରୁ ୪୦୦ ହେକ୍ଟର୍ ସବୁଦିନ ପାଇଁ ଜଳମଗ୍ନ ହୋଇଯିବ । ଏହା ଏଠାକାର ବାଘଙ୍କ ସଂଖ୍ୟା ଓ ଅଧିବାସକୁ ବହୁତ କ୍ଷତି ପହଞ୍ଚାଇବ ବୋଲି ପ୍ରକୃତିବିଦ୍ ଓ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।[୧୭]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Field Director, Panna Tiger Reserve. "The Park". Welcome to the official website of Panna Tiger Reserve. Forest department of Madhya Pradesh. Retrieved 7 February 2012.
  2. "Poaching nexus exposed". The Statesman. The Statesman Limited. 31 October 2011. Archived from the original on 3 January 2003. Retrieved 7 February 2012.
  3. Cabinet approves 5 new Tiger reserve, Live India, 13 January 2011, archived from the original on 18 February 2012
  4. "LIST OF TIGER RESERVES IN INDIA", Stripes, New Delhi: Inder Mohan Singh Kathuria on behalf of National Tiger Conservation Authority, Government of India, 2, issue 2, p. 19, January–February 2011 |access-date= requires |url= (help)
  5. http://www.downtoearth.org.in/full6.asp?foldername=20050415&filename=news&sec_id=4&sid=5. Retrieved 14 May 2009. Missing or empty |title= (help)[dead link]ଛାଞ୍ଚ:Cbignore
  6. "fading light". Hindustan Times. India. 24 February 2008. Retrieved 18 October 2011.
  7. http://www.downtoearth.org.in/full6.asp?foldername=20081231&filename=news&sec_id=4&sid=10. Retrieved 14 May 2009. Missing or empty |title= (help)[dead link]ଛାଞ୍ଚ:Cbignore
  8. "Govt orders probe into missing Panna tiger – Times of India". The Times of India. 28 March 2009. Retrieved 18 October 2011.
  9. "Panel to look into disappearance of tiger – Times of India". The Times of India. 9 May 2009. Retrieved 18 October 2011.
  10. It's official: Panna reserve has no tiger The Times of India, 14 June 2009.
  11. Mahim Pratap Singh (7 February 2012). "CBI probe for Panna tiger debacle stuck at the lowest level". The Hindu. Bhopal: The Hindu. Retrieved 7 February 2012.
  12. "Centre clears translocation of 4 big cats to Panna". The Indian Express. India. 27 June 2009. Retrieved 18 October 2011.
  13. ୧୩.୦ ୧୩.୧ ୧୩.୨ ୧୩.୩ Murthy, R. S. (2012). Panna Turnaround Story. Panna: Panna Tiger Reserve. p. 6.
  14. "Desperately tracking a stray tiger in Panna reserve – Times of India". The Times of India. 21 December 2009. Retrieved 18 October 2011.
  15. "Panna reserve gets another tigress". The Indian Express. India. 28 March 2011. Retrieved 18 October 2011.
  16. "Radio-collar infection kills tigress in MP". The Times of India. India. 20 September 2014.
  17. "article".

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]