କାଜିରଙ୍ଗା ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ‌ରୁ
କାଜିରଙ୍ଗା ଜାତୀୟ ଉଦ୍ୟାନ
IUCN Category II (National Park)
Assam 010.jpg
Grasslands of Kaziranga National Park
Map showing the location of କାଜିରଙ୍ଗା ଜାତୀୟ ଉଦ୍ୟାନ.
Map showing the location of କାଜିରଙ୍ଗା ଜାତୀୟ ଉଦ୍ୟାନ.
ଅବସ୍ଥାନଗୋଲାଘାଟ ଏବଂ ନୂଆଗାଁ ଜିଲ୍ଲା, ଆସାମ,ଭାରତ
ପାଖ ସହରଜୋରାହଟ
ଦିଗବାରେଣି26°40′00″N 93°21′00″E / 26.66667°N 93.35000°E / 26.66667; 93.35000Coordinates: 26°40′00″N 93°21′00″E / 26.66667°N 93.35000°E / 26.66667; 93.35000
କ୍ଷେତ୍ରଫଳ430 square kilometres (170 sq mi)
ସ୍ଥାପିତ1974
ପରିଚାଳନାଭାରତ ସରକାର, ଆସାମ ସରକାର
କାଜିରଙ୍ଗା ଜାତୀୟ ଉଦ୍ୟାନ*
ଇଉନେସ୍କୋ ସ୍ଥଳୀ
ରାଜ୍ୟ ଦଳ ଭାରତ
ପ୍ରକାର ପ୍ରାକୃତିକ
ନିୟମ ix, x
ଆଧାର 337
ଅଞ୍ଚଳ** South Asia
ଲେଖ ଇତିହାସ
ଲେଖ 1985  (9th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ
Assam 028 yfb edit.jpg

କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମର ଗୋଲାଘାଟନଅଗାଁ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । କାଜିରଙ୍ଗା ଜାତୀୟ ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ ଐତିହ୍ୟର ମାନ୍ୟତା ପାଇଛି। ସାରା ବିଶ୍ୱରେ ଯେତିକି ଏକ ଶିଙ୍ଘି ଗଣ୍ଡା ଅଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଏହି ଜାତୀୟ ଉଦ୍ୟାନରେ ରହିଛନ୍ତି।ଏହାର ସଂରକ୍ଷିତ ଅଞ୍ଚଳରେ ସର୍ବାଧିକ ବାଘ ରହିଥିବାରୁ ୨୦୦୬ରେ ଏହାକୁ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନ ଭାବେ ମଧ୍ୟ ଘୋଷଣା କରାଯାଇଥିଲା । ହାତୀ, ଜଳହସ୍ତୀ ଏବଂ ବାରଶିଙ୍ଘା ପ୍ରଜନନସ୍ଥଳୀ ଭାବେ ଏହି ଉଦ୍ୟାନ ବେଶ ପରିଚିତ । ଏହାକୁ ବାର୍ଡଲାଇଫ ଇଣ୍ଟରନ୍ୟାଶନାଲଦ୍ୱାରା ଏକ ପ୍ରମୁଖ ପକ୍ଷୀ ବାସସ୍ଥଳୀ ମଧ୍ୟ ଘୋଷଣା କରାଯାଇଛି ।

Assam 057.jpg

ଭାରତରେ ଥିବା ଅନ୍ୟ ସଂରକ୍ଷିତ ଉଦ୍ୟାନଗୁଡ଼ିକ ମଧ୍ୟରେ କାଜିରଙ୍ଗା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ହିମାଳୟର ପୂର୍ବଭାଗରେ ଅବସ୍ଥିତି ସବୁଜ ବନାନୀ ମଧ୍ୟରେ ଏହି ଉଦ୍ୟାନ ପ୍ରକୃତି ଏବଂ ପରିବେଶର ଏକ ଉତ୍ତମ ସମନ୍ୱୟ ରକ୍ଷା କରି ପାରିଛି।ଏହି ଜାତୀୟ ଉଦ୍ୟାନ ମଧ୍ୟରେ ବ୍ରହ୍ମପୁତ୍ର ସହିତ ୪ଟି ନଦୀ ପ୍ରବାହିତ ହେଉଛି।[୧]

ଇତିହାସ[ସମ୍ପାଦନା]

୧୯୦୪ ମସିହାରେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ କର୍ଜନଙ୍କ ପତ୍ନୀ ମ୍ୟାରୀ ଭିକ୍ଟୋରିଆ ଲିଏଟର କର୍ଜନ କାଜିରଙ୍ଗା ଅଞ୍ଚଳ ପରିଦର୍ଶନରେ ଆସିଥିଲେ । ଏକ ଶିଙ୍ଘି ଗଣ୍ଡା ପାଇଁ ପ୍ରସିଦ୍ଧ କାଜିରଙ୍ଗାରେ ଲିଏଟର କର୍ଜନ ଗୋଟିଏ ହେଲେ ଗଣ୍ଡା ଦେଖିବାକୁ ନ ପାଇବାରୁ ଖୁବ ନିରାଶ ହେଲାପରେ ସେ ତାଙ୍କ ସ୍ୱାମୀ ଲର୍ଡ କର୍ଜନଙ୍କୁ ତୁରନ୍ତ ଉକ୍ତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କରିବା ନିମନ୍ତେ କହିଥିଲେ । ପତ୍ନୀଙ୍କ କଥାକୁ ଗୁରୁତ୍ୱ ଦେଇ ଲର୍ଡ କର୍ଜନ କାଜିରଙ୍ଗା ଉଦ୍ୟାନ ତଥା ଏଥିରେ ବାସ କରୁଥିବା ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ୧୯୦୫ ମସିହା ଜୁନ ୧ରେ ୨୩୨ବର୍ଗ କିଲୋମିଟର ଅଞ୍ଚଳକୁ ନେଇ କାଜିରଙ୍ଗା ସଂରକ୍ଷିତ ଜଙ୍ଗଲ ସୃଷ୍ଟି କରିଥିଲେ।[୨][୩]ପରବର୍ତ୍ତୀ ସମୟରେ ଉକ୍ତ ଉଦ୍ୟାନକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯିବା ସହିତ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଛି । ୧୯୦୫ ମସିହାରେ ନିର୍ମାଣ କରାଯାଇଥିବା ଏହି ଉଦ୍ୟାନ ୨୦୦୫ରେ ଏହା ଶତବାର୍ଷିକୀ ପାଳନ କରିଛି।

Kazi rhino edit.jpg

ଅଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  • Official website of Kaziranga
  • [୧]
  • "Kaziranga Centenary 1905–2005". Archived from the original on 14 February 2008.
  • "World Conservation Monitoring Centre". Archived from the original on 22 March 2007.
  • Department of Environment and Forests (Government of Assam)–Kaziranga
  • Chaity- A legend of Human-Animal bondage by Abhishek Chakraborty