ପକ୍ଷ
୧୫ ତିଥିରେ ଏକ ପକ୍ଷ ହୁଏ ।
କୃଷ୍ଣପକ୍ଷ
[ସମ୍ପାଦନା]ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ
ଶୁକ୍ଳପକ୍ଷ
[ସମ୍ପାଦନା]ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।
ଅପରପକ୍ଷ
[ସମ୍ପାଦନା]ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।
ଦେବୀ ପକ୍ଷ
[ସମ୍ପାଦନା]ଆଶ୍ୱିନ ଶୁକ୍ଳ ପକ୍ଷକୁ ‘ଦେବୀ ପକ୍ଷ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ ।[୧]
ଧାର୍ମିକ ମହତ୍ତ୍ୱ
[ସମ୍ପାଦନା]ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ‘ଅକାଳ ବୋଧନ’ ମଧ୍ୟ କହାଯାଏ ।
ଆଧାର
[ସମ୍ପାଦନା]- ↑ "ଦେବୀ ପକ୍ଷ". Sambad. 16 October 2015. Retrieved 16 October 2015.