ଦେବେନ ମିଶ୍ର

ଉଇକିପିଡ଼ିଆ‌ରୁ
(Deben Mishraରୁ ଲେଉଟି ଆସିଛି)
ଦେବେନ ମିଶ୍ର
Born
Died୧୫ ଅଗଷ୍ଟ ୨୦୨୦(୨୦୨୦-୦୮-୧୫) (୬୨ ବର୍ଷ)
Occupationଚଳଚ୍ଚିତ୍ର ସମ୍ପାଦକ
Years active୧୯୮୬ - ୨୦୧୮

ଦେବେନ ମିଶ୍ର (ମୃତ୍ୟୁ: ୧୫ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ସମ୍ପାଦକ ଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, କାଶିଆ କପିଳା, ଉଦଣ୍ଡୀ ସୀତା, ରଣଭୂମି ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦନାରେ ଶେଷ ଓଡ଼ିଆ କଥାଚିତ୍ର ଥିଲା ଜୀବନର ଚଲାପଥେ, ଯାହାକି ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା । ସେ ୧୫ ଅଗଷ୍ଟ ୨୦୨୦ରେ ୬୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।[୧]

ଚଳଚ୍ଚିତ୍ର ସମ୍ପାଦନା[ସମ୍ପାଦନା]

ଦେବନ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ୧୯୮୭ ମସିହାର କଥାଚିତ୍ର ଚକା ଆଖି ସବୁ ଦେଖୁଛିର ସମ୍ପାଦନା କରିଥିଲେ ।

ପରବର୍ତ୍ତୀ ସମୟରେ ସେ ପୁଅ ମୋର କଳା ଠାକୁର, ରଜନୀଗନ୍ଧ, ଆସୁଛି ମୋ କାଳିଆ ସୁନା, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ମା ମତେ ଶକ୍ତି ଦେ, ଚକାଡୋଳା କରୁଛି ଲୀଳା, ଉଦଣ୍ଡୀ ସୀତା ଆଦି କଥାଚିତ୍ରର ସମ୍ପାଦନା କରିଥିଲେ । ସେ ୮୦ଟିରୁ ଉର୍ଦ୍ଧ୍ୱ କଥାଚିତ୍ର ସମ୍ପାଦନା କରିଛନ୍ତି ।[୨]

ସମ୍ପାଦିତ ଚଳଚ୍ଚିତ୍ର[ସମ୍ପାଦନା]

ଦେବେନ ମିଶ୍ରଙ୍କର ସମ୍ପାଦିତ ଚଳଚ୍ଚିତ୍ରର ତାଲିକା
ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୧୯୮୬ ଯୋର ଯା'ର ମୂଲକ ତାର ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୮୭ ଚକା ଆଖି ସବୁ ଦେଖୁଛି

ମୃତ୍ୟୁ[ସମ୍ପାଦନା]

ଦେବେନ ମିଶ୍ର ୨୦୨୦ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ହୃଦଘାତରେ ପ୍ରାଣ ହରାଇଥିଲେ । ୧୫ ତାରିଖ ଦିନ ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ରାତି ପାଖାପାଖି ସାଢ଼େ ୮ଟା ସମୟରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  2. ୨.୦ ୨.୧ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.

ବାହାର ଆଧାର[ସମ୍ପାଦନା]