ଦିଲ୍ଲୀ ଦେଇ ଯାଇଥିବା ରାଜପଥ ସମୂହ

ଉଇକିପିଡ଼ିଆ‌ରୁ
ଦିଲ୍ଲୀ ମହାନଗର

ଦିଲ୍ଲୀ ଭାରତର ରାଜଧାନୀ ହେଇଥିବା ସହ ଭାରତର ଏକ ପ୍ରମୁଖ ମେଟ୍ରୋପଲିଟାନ ସହର । ଭାରତର ସମସ୍ତ ରାଜ୍ୟ ସହ ଏହି ସହରରୁ ଯାତାୟତ ସୁବିଧା ପାଇଁ ରାଜପଥ ସଂଯୋଗ ରହିଛି ।

ଦିଲ୍ଲୀରୁ ବା ଦିଲ୍ଲୀ ଦେଇ ଯାଇଥିବା ରାଜପଥ ସମୂହ[ସମ୍ପାଦନା]

  ଦିଲ୍ଲୀ ସହରରୁ ଅଧିକାଂଶ ରାଜପଥ ହରିୟଣା ଓ ଉତ୍ତରପ୍ରଦେଶ ଆଡକୁ ଯାଇ ସେଠାରୁ ଅନ୍ୟ ଅଞ୍ଚଳକୁ ସଂଯୁକ୍ତ ହେଇଥାଏ । ଦିଲ୍ଲୀ- ଗୁରୁଗାଓ ଏକ୍ସପ୍ରେସୱେ ଓ ଜାତୀୟ ରାଜପଥ 8 ଗୁରୁଗାଓକୁ ଯାଉଥିବା ବେଳେ ଜାତୀୟ ରାଜପଥ 2 ପାନିପଥ ସହରକୁ , ଜାତୀୟ ରାଜପଥ 10 ରୋହତକ ସହରକୁ ଯାଇଥାଏ । DND ଫ୍ଲାଇ ୱେଦ୍ୱାରା ଦିଲ୍ଲୀ ସିଧାସଳଖ ଉତ୍ତରପ୍ରଦେଶଦ୍ୱାରା ନାଇଦା ଦେଇ ସଂଯୁକ୍ତ ହେଇଥିବା ବେଳେ ଜାତୀୟ ରାଜପଥ 24ଦ୍ୱାରା ଘାଜିଆବାଦ ସହ ସଂଯୁକ୍ତ ହେଇଥାଏ । 

ଜାତୀୟ ରାଜପଥ 8ରେ ଦିଲ୍ଲୀ - ଗୁରୁଗାଓ ଏକ୍ସପ୍ରେସୱେ[ସମ୍ପାଦନା]

[[ଫାଇଲ:Delhi-Gurgaon_Airport_Expressway,_2007.jpg|thumb|200x200_ପିକସେଲ|ଦିଲ୍ଲୀରୁ ଗୁରୁଗାଓକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୮ ଏବଂ ଏହା ୮ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେ ଭାବରେ ଦିଲ୍ଲୀକୁ ଗୁରୁଗାଓ ଓ [[ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର|ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର]]ସହ ସଂଯୋଗ ରକ୍ଷ୍ୟା କରିଥାଏ .]]  ଦିଲ୍ଲୀଠାରୁ ମୁମ୍ବାଇ ଯାଇଥିବା ଜାତୀୟ ରାଜପଥ 8ରେ ଦିଲ୍ଲୀ - ଗୁରୁଗାଓ ପର୍ଯ୍ୟନ୍ତ 28 କିଲୋମିଟର ପଥକୁ ଏକ୍ସପ୍ରେସୱେ ଭାବରେ ପରିବର୍ତନ କରାଯାଇଛି । ଏହା ଏକ ପ୍ରବେଶ ନିୟନ୍ତ୍ରିତ ଓ ଟୋଲ ଗ୍ରହଣ କାରୀ ରାସ୍ତା ଭାବରେ ଦିଲ୍ଲୀ ସହରରୁ ଗୁରୁଗାଓ ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଭାବରେ ରହିଛି । ଏହା ମହତ୍ୱପୂର୍ଣ ରତୀୟ ରାଜପଥ ଉନ୍ନୟନ ପ୍ରକଳ୍ପର " ସୁବର୍ଣ୍ଣ ଚତୁର୍ଭୁଜ" ପ୍ରକଳ୍ପର ଅଂଶ ବିଶେଷ । ସମ୍ପୂର୍ଣ " ସୁବର୍ଣ୍ଣ ଚତୁର୍ଭୁଜ " ଭାରତର 4ଟି ଜକ ମୁଖର ମହାନଗର ଦିଲ୍ଲୀ , ମୁମ୍ବାଇ , କଲିକତା ଓ ଚେନ୍ନଇକୁ 4-6 ଲେନ ବିଶିଷ୍ଟ ରାଜପଥଦ୍ୱାରା ଯୋଡିବାର ଯୋଜନାର ଏହା ଏକ ଅଂଶ ବିଶେଷ । [୧] ବହୁ ବିଳମ୍ବିତ ଏହି 100 କୋଟି ଟଙ୍କାର ଏହି 27.7 କିଲୋମିଟର  ପ୍ରକଳ୍ପ 2008 ମସିହା ଜାନୁଆରୀ 23 ତାରିଖରେ ସମାପ୍ତ ହେଇ କାର୍ଯ୍ୟକାରୀ ହେଇଥିଲା । ଏହାଦ୍ୱାରା ବ୍ୟସ୍ତ ଦିଲ୍ଲୀ-ଗୁରୁଗାଓ ରାସ୍ତାରେ ଯାତାୟତ କରୁଥିବା ସହସ୍ରାଧିକ ଯାତ୍ରୀଙ୍କ ସମୟ ସଞ୍ଚଯ ହେଇପାରିଛି । ଏହି ରାସ୍ତାରେ 3ଟି ଟୋଲ ଗେଟ ରହିଛି । କିନ୍ତୁ ସମଗ୍ର ପଥରେ ମାତ୍ର 2ଟି ଓଭର ବ୍ରିଜ ରହିଛି । ଏହାଦ୍ୱାରା ଏହି ଜନବହୁଳ ଅଞ୍ଚଳରେ କ୍ରମବର୍ଦ୍ଧିସ୍ତୁ ଯାତାୟତ ବ୍ୟବସ୍ଥା ଭବିଷ୍ୟତରେ ପୁଣି ଜଟିଳ ହେବାର ସମ୍ଭାବନା ରହିଛି । ଦିଲ୍ଲୀ  ଗୁରୁ ଗାଓ ସୀମାରେ ଥିବା ଟୋଲ ଗେଟରେ ଯଥେଷ୍ଠ ସୁବିଧା ନ ଥିବାରୁ ସେଠାରେ ବହୁ  ସମୟରେ ବିଳମ୍ବ ହେଇଥାଏ । [୨]

ଦିଲ୍ଲୀ - ନୋଇଡା ଫ୍ଲାଇ ୱେ [ସମ୍ପାଦନା]

[[ଫାଇଲ:DND_Flyway.jpg|thumb|200x200_ପିକସେଲ|ଡ଼ିଏନଡ଼ି ଫ୍ଲାଇ ୱେ ] ଏହା ଏକ 8 -ଲେନ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଟୋଲ ଏକ୍ସପ୍ରେସୱେ । ଏହା ରାଜଧାନୀ ଦିଲ୍ଲୀକୁ ଶିଳ୍ପାଞ୍ଚଳ ନୋଇଡା ସହ ସିଧା ସଳଖ ସଂଯୋଗ କରେ । ଏହା ନୋଇଡା ଟୋଲ ବ୍ରିଜ କମ୍ପାନୀ (NTBCL)ଦ୍ୱାରା ନିର୍ମିତ ଓ ପରିଚାଳିତ । ଏହା built-own-operate-transfer (BOOT) ପଦ୍ଧହତି ଅନୁସାରେ ନିର୍ମିତ । ଏଥିରେ ଆଶ୍ରମ ଚୌକଠାରେ ଏକ ଫ୍ଲାଇ ଓଭର ସହ 552.5 ମିଟରର ସେତୁ ଯମୁନା ନଦୀରେ ରହିଛି । .[୩][୪]

ଜାତୀୟ ରାଜପଥ 1 [ସମ୍ପାଦନା]

ଜାତୀୟ ରାଜପଥ ୧ର ମାନଚିତ୍ର

ଜାତୀୟ ରାଜପଥ 1 ନୂଆ ଦିଲ୍ଲୀକୁ ପଞ୍ଜାବର ଭାରତ- ପାକିସ୍ଥାନ ସିମାଞ୍ଚଳରେ ରହିଥିବା ଅଟ୍ଟାରୀ ସହରକୁ ସଂଯୋଗ କରେ ।ଏହା ଭାରତୀୟ ଜାତୀୟ ରାଜପଥ ଉନ୍ନୟନ  ସଂସ୍ଥାନଦ୍ୱାରା ପରିଚାଳିତ । [୫] ସ୍ୱାଧୀନତା ପୂର୍ବରୁ ଏହା ଲାହୋରେଠାରୁ ଦିଲ୍ଲୀ ଯାଏ ରହିଥିଲା । ଏହା ଭାରତର ସର୍ବପ୍ରାଚୀନ ଓ ଏକ ଦୀର୍ଘତମ ରାଜପଥ । 

ବର୍ତ୍ତମାନର ଜାତୀୟ ରାଜପଥ 1 ଅମୃତସହର  , ଜଲନ୍ଧର , ଲୁଧିଆନା , ଅମ୍ବାଲା , କୁରୁକ୍ଷେତ୍ର , କରନାଳ , ପାନିପଥ , ସୋନିପାତ ଦେଇ ଦିଲ୍ଲୀ ଆସେ । ଏହାର ଦୈର୍ଘ୍ୟ 456 କିଲୋମିଟର । ଦିଲ୍ଲୀ ଲାହୋର ବସ ଏହି ପଥରେ ଯାଉଥିଲା ଓ ଏହି ରାଜପଥରେ 4ଟି ବାଇପାସ୍ସ ମଧ୍ୟ ରହିଛି । ଏହାର ଜଲନ୍ଧରରୁ ଦିଲ୍ଲୀ ଅଂଶ ଉତ୍ତର - ଦକ୍ଷିଣ କରିଡରର ଅଂଶବିଶେଷ ।   [୬]

ଜାତୀୟ ରାଜପଥ 2 [ସମ୍ପାଦନା]

ଜାତୀୟ ରାଜପଥ ୨ର ମେପ

ଜାତୀୟ ରାଜପଥ 2 , ଯାହାକୁ "ଦିଲ୍ଲୀ -କଲିକତା ରାଜପଥ" କୁହାଯାଇଥାଏ , ଏକ ବ୍ୟସ୍ତତମ ଭାରତୀୟ ରାଜପଥ । ଏହା ଦିଲ୍ଲୀ , ହରିୟଣା , ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ସମୂହ ଦେଇ ଯାଇଥାଏ । ଏହା , ଜାତୀୟ ରାଜପଥ 91 , ଓ ଜାତୀୟ ରାଜପଥ 1 ସହ ଏଇତିହାସିକ " ଗ୍ରାଣ୍ଡ ଟ୍ରଙ୍କ ରୋଡ "ର ମୁଖ୍ୟ ଅଂଶ । ଏହି ରାଜପଥର ଦୈର୍ଘ୍ୟ 1465 କିଲୋମିଟର । 

ଏହି ରାଜପଥ ଫରିଦାବାଦ , ମଥୁରା , ଆଗ୍ରା , ଇତାୱା , ଭୋଗନିପୁର , କାନପୁର , ଆଲାହାବାଦ , ବାରାଣାସୀ , ମୋହାଣିଆ , ବାରହି , ଧାନବାଦ , ଆସନସୋଲ  , ଦୁର୍ଗାପୁର ସହର ଦେଇ କଲିକତା ଯାଇଥାଏ । 

ଏହି ସମଗ୍ର ରାଜପଥ , ମହତ୍ୱପୂର୍ଣ ଜାତୀୟ  ରାଜପଥ ଉନ୍ନୟନ ପ୍ରକଳ୍ପର " ସୁବର୍ଣ୍ଣ ଚତୁର୍ଭୁଜ " ପ୍ରକଳ୍ପର ଅଂଶ ବିଶେଷ । [୬] ଦିଲ୍ଲୀରୁ ଆଗ୍ରା ମଧ୍ୟସ୍ଥ 253 କିଲୋମିଟର ରାସ୍ତା ଉତ୍ତର - ଦକ୍ଷିଣ କରିଡରର ମଧ୍ୟ ଅଂଶ ବିଶେଷ ଭାବରେ ରାଜପଥ ଉନ୍ନୟନ କର୍ତୁପକ୍ଷଙ୍କଦ୍ୱାରା ଗୃହିତ ହେଇଛି । [୬][୭]ବରାହ ଓ କାନପୁର ମଧ୍ୟସ୍ଥ 35 କିଲୋମିଟର ରାସ୍ତା ପୂର୍ବ- ପଶ୍ଚିମ କରିଡରର ଅଂଶ ଭାବରେ ମଧ୍ୟ ଗୃହିତ ହେଇଛି । .[୬]

ଜାତୀୟ ରାଜପଥ 8 [ସମ୍ପାଦନା]

ଜାତୀୟ ରାଜପଥ ୮ର ମାନଚିତ୍ର

ଜାତୀୟ ରାଜପଥ 8 ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀକୁ ଭାରତର ଆର୍ଥିକ ଓ ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହ ସଂଯୁକ୍ତ କରିଛି ।  ଏହା ଗୁଜରାଟର ରାଜଧାନୀ ଗାନ୍ଧୀନଗର , ଜଯପୁର , ଅହମଦାବାଦ , ସୁରାଟ , ଓ ଭଡାଡୋରା ସହର ମଧ୍ୟ ଦେଇ ଯାଇଛି । 

ଏହା ମହତ୍ୱପୂର୍ଣ ରତୀୟ ରାଜପଥ ଉନ୍ନୟନ ପ୍ରକଳ୍ପର " ସୁବର୍ଣ ଚତୁଷ୍କୋଣ " ପ୍ରକଳ୍ପର ଅଂଶ ବିଶେଷ  [୮] ଏବଂ ଏହା ସର୍ବପ୍ରଥମେ ସମ୍ପୂର୍ଣ ହେଇଥିଲା । ଦିଲ୍ଲୀ- ଗୁରୁଗାଓ ଏକ୍ସପ୍ରେସୱେ ଏହାର ଏକ ଅଂଶ । ମୁମ୍ବାଇ ସହରକୁ ପ୍ରବେଶ ପୂର୍ବରୁ ଏହା ସହରତଳିରେ ଥିବା ସବୁ ସହରାଞ୍ଚଳ ମେଟ୍ରୋ ରେଳପଥ ଅତିକ୍ରମ କରି  ଯାଇଥାଏ ଓ ଏହାକୁ ପଶ୍ଚିମ ଏକ୍ସପ୍ରେସ ରାଜପଥ କୁହାଯାଇଥାଏ । 

ଜାତୀୟ ରାଜପଥ 10 [ସମ୍ପାଦନା]

ଜାତୀୟ ରାଜପଥ ୧୦ର ମାନଚିତ୍ର

ଜାତୀୟ ରାଜପଥ 10 ରାଜଧାନୀ ନୂଆ ଦିଲ୍ଲୀରୁ ପଞ୍ଜାବର ଭରତ-ପାକିସ୍ଥାନ ସୀମାବର୍ତୀ ସହର ଫାଜିଲକା ଯାଏ ଯାଇଛି । 

ଜାତୀୟ ରାଜପଥ 24 [ସମ୍ପାଦନା]

ଜାତୀୟ ରାଜପଥ ୨୪ର ମାନଚିତ୍ର

ଜାତୀୟ ରାଜପଥ 24 ରାଜଧାନୀ ନୂଆ ଦିଲ୍ଲୀରୁ ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ ଲକ୍ଷ୍ନୋ ଯାଏ ଯାଇଛି ଓ ଏହାର ଦୈର୍ଘ୍ୟ 438 କିଲୋମିଟର । [୯]

ପୁନଶ୍ଚ ଦେଖଣା [ସମ୍ପାଦନା]

ସୁବର୍ଣ୍ଣ ଚତୁର୍ଭୁଜ

ଆଧାର [ସମ୍ପାଦନା]

  1. A quadrilateral of sorts is formed by connecting Chennai, Kolkata, Delhi and Mumbai, and hence its name.https://en.wikipedia.org/wiki/Golden_Quadrilateral
  2. Who will build overbridges on expressway?
  3. "At long last, Ashram Chowk breathes easy". The Tribune, Chandigarh, India. 2001-10-31. Retrieved 2008-01-12.
  4. "About Us". www.dndflyway.com. Archived from the original on 2008-05-15. Retrieved 2008-01-12.
  5. [https://web.archive.org/web/20160611061444/http://www.nhai.org/ Archived 2016-06-11 at the Wayback Machine. [NHAI]
  6. ୬.୦ ୬.୧ ୬.୨ ୬.୩ "ଆର୍କାଇଭ୍ କପି" (PDF). Archived from the original (PDF) on 2009-02-25. Retrieved 2017-01-07. {{cite web}}: Cite has empty unknown parameter: |1= (help)
  7. "Delhi to Gurgaon Expressway, New Delhi, India". roadtraffic-technology.com. Retrieved 26 March 2010.[unreliable source?]
  8. A quadrilateral of sorts is formed by connecting Chennai, Kolkata, Delhi and Mumbai, and hence its name.https://en.wikipedia.org/wiki/Golden_Quadrilateral
  9. MapsofIndia.com