ଜାତୀୟ ରାଜପଥ ( ଭାରତ)
ଜାତୀୟ ରାଜପଥ ( ଭାରତ), ଏକ ରାଜପଥ ସମୂହ ରଜାଲତନ୍ତ୍ର । ଏହା ଭାରତ ସରକାରଙ୍କ ଦ୍ୱାର ଗଠିତ ଜାତୀୟ ରାଜପଥ ମନ୍ତ୍ରଣାଳୟଦ୍ୱାରା ପରିଚାଳିତ ହେଇ ଥାଏ ।ଜୁନ ୨୦୧୬ ସୁଦ୍ଧା ସମୁଦାୟ ୧୦୦.୦୭୮ କିଲୋମିଟର ଜାତୀୟ ରାଜପଥ ସମେତ ୧,୦୦୦ କିଲୋମିଟରର ସୀମିତ ପ୍ରଯୋଗ ଏକ୍ସପ୍ରେସ ୱେ ଥିଲା । ଏଠି ମଧ୍ୟରୁ ପ୍ରାୟ ୨୬,୨୦୦ କିଲୋନିଟର ରାସ୍ତା ୪ ଲେନ ବିଶିଷ୍ଟ ଓ ଅନ୍ୟ ସମସ୍ତ ୨ ଲେନ ବିଶିଷ୍ଟ । .[୧][୨] ଭାରତ ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟହ ୩୦ କିଲୋମିଟର ନୂତନ ରାଜପଥ ବା ବାର୍ଷିକ ୧୧,୦୦୦ କିଲୋମିଟର ନୂତନ ରାଜପଥ ନିର୍ମିତ ହେବ ।୨୦୧୭ରୁ ଆରଭ ହେବାକୁ ଥିବା ଏହି ଯୋଜନା ଅନୁସାରେ ଏଣିକି ସମସ୍ତ ନୂତନ ରାଜପଥ ପୂର୍ବ ପରି ପିଚୁ ନ ହେଇ କଂକ୍ରିଟରେ ନିର୍ମିତ ହେବ ।
ଭାରତର ସାଧାରଣ ର୍ଜାତୀୟ ରାଜପଥ ସମୂହରେ ବେଗ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନଥିଲେ ମଧ୍ୟ କିଛି ସ୍ଥାନରେ ବେଗର ନିରୀକ୍ଷ୍ୟଣ କରିବା ବ୍ୟବସ୍ଥା ରହିଛି । .
ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ ଭରତରେ ରାଜପଥ ନିର୍ମାଣ , ଉନ୍ନତିକରଣ , ଓ ରକ୍ଷଣା ବେକ୍ଷଣ କାର୍ଯ୍ୟରେ ସମନ୍ନ୍ୟୟ ରଖିଥାଆନ୍ତି । ଏହା ଭରତର ରାଜପଥ ଓ ପରିବହନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ । ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ ( NHDP) ଦେଶରେ ରାଜପଥ ସମୂହର ବିକାଶ ଓ ବିସ୍ତାର ପାଇଁ ଏକ ସ୍ୱତନ୍ତ୍ର ଉଦ୍ୟମ ଭାବେ ଗଢା ହେଇଛି । ଏଥିରେ ବେସରକାରୀ ସହଯୋଗ ମଧ୍ୟ ନିଆ ଯାଉଛି ।
ଭାରତର ସମସ୍ତ ପ୍ରକାର ରାସ୍ତାରୁ ଜାତୀୟ ରାଜପଥ ୧.୭% ଅଂଶ ରହିଛି ଓ ଏହାଦ୍ୱାରା ୪୦% ଯାତାୟାତ ସମ୍ପନ୍ନ ହେଇଥାଏ । [୩] ଯଦିଓ ବହୁ ପରିମାଣର ବର୍ତମାନ ରାଜପଥ ୨ ଲେନ ବିଶିଷ୍ଟ , ଅନେକ ଅଂଶକୁ ୪ ଲେନ କରିବା କାର୍ଯ୍ୟ ଅଗ୍ରଣୀ ଭିତ୍ତିରେ ଚଳୁଛି । ଏହା ସହ ୨.୬୦୦ କିଲୋମିଟରର ଏକ୍ସପ୍ରେସ ୱେର କାର୍ଯ୍ୟ ମଧ୍ୟ ଚାଳୁଛି ।
ବିଷୟସୂଚୀ
ବର୍ତମାନ ପ୍ରଣାଳୀ [ସମ୍ପାଦନା]
ପୃଥିବୀର ସର୍ବୋଛ ରାଜପଥ ଭାରତର ଲେହ- ମାନାଲି ରାଜପଥ ହେଇଥିବାର ଜଣା ଯାଏ ।
ଦେଶର ଅର୍ଥନୈତିକ ଉନ୍ନତି , ନିରାପତ୍ତା , ପ୍ରଶାସନ ଇତ୍ୟାଦି ରେ ଜାତୀୟ ରାଜପଥ ସମୂହର ଗୁରୁତ୍ୱପୂର୍ଣ ଭୂମିକା ରହିଥାଏ। ରାଜପଥ କଡାରେ ଅନେକ ସଂଖ୍ୟାରେ ରେଷ୍ଟୁରାଣ୍ଟ , ପେଟ୍ରୋଲ ପମ୍ପ , ଯାତ୍ରୀ ନିବାସ , ଇତ୍ୟାଦି ରହିଥାଏ ।
୨୦୧୧ରୁ ଜାତୀୟ ରାଜପଥ ସମୂହ ପାଇଁ ନୂତନ ପ୍ରଣାଳୀରେ ନମ୍ବର ଦିଆଯାଇଛି ଯାହାଦ୍ୱାରା ରାଜପଥର ପ୍ରକାରଭେଦ ସମେତ ଏହାର ପଥ ଇତ୍ୟାଦି ବିଷୟରେ ଜାଣି ହେବ । [ ].[୪]
ନୂତନ ଉନ୍ନୟନ ସବୁ [ସମ୍ପାଦନା]
ଭାରତୀୟ ରାସ୍ତାର ଜାଲତନ୍ତ୍ର ( network) [ସମ୍ପାଦନା]
ଶ୍ରେଣୀ | ଦୀର୍ଘତା ( KM) |
---|---|
Expressways | ୧,୦୦୦ କି.ମି. (୬୨୦ mi) |
Total national highways | ୧୦୦,୦୮୭.୦୦ କି.ମି. (୬୨,୧୯୧.୧୮ mi) |
State highways | ୧୫୪,୫୨୨ କି.ମି. (୯୬,୦୧୬ mi) |
Major and other district roads | ୨,୫୭୭,୩୯୬ କି.ମି. (୧,୬୦୧,୫୨୦ mi) |
Rural & other roads | ୧,୪୩୩,୫୭୭ କି.ମି. (୮୯୦,୭୮୩ mi) |
Total (approx) | ୪,୨୪୫,୪୨୯ କି.ମି. (୨,୬୩୭,୯୮୭ mi) |
Gallery[ସମ୍ପାଦନା]
- NH3Dhamnod.jpg