ଦାମୋଦର ରାଉତ
ଦାମୋଦର ରାଉତ | |
---|---|
![]() | |
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପର ଅଧିକାରୀ | ସମ୍ବିତ ରାଉତରାୟ |
ନିର୍ବାଚନ ମଣ୍ଡଳୀ | ପାରାଦ୍ୱୀପ |
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ପୂର୍ବ ଅଧିକାରୀ | ବିଜୟ କୁମାର ନାୟକ |
ପର ଅଧିକାରୀ | ପ୍ରଶାନ୍ତ କୁମାର ମୁଦୁଲି |
ନିର୍ବାଚନ ମଣ୍ଡଳୀ | ଏରସମା |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | କୃଷ୍ଣ ଚନ୍ଦ୍ର ସ୍ୱାଇଁ |
ପର ଅଧିକାରୀ | ବିଜୟ କୁମାର ନାୟକ |
ନିର୍ବାଚନ ମଣ୍ଡଳୀ | ଏରସମା |
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ପୂର୍ବ ଅଧିକାରୀ | ଲୋକନାଥ ଚୌଧୁରୀ |
ପର ଅଧିକାରୀ | କୃଷ୍ଣ ଚନ୍ଦ୍ର ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | ଏରସମା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଜୁଲାଇ ୧୯୪୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ, ଜନତା ଦଳ, ଜନତା ପାର୍ଟି |
ଜୀବନ ସାଥୀ | ସ୍ନେହା ରାଉତ |
ସନ୍ତାନ | ସମ୍ବିତ ରାଉତରାୟ (ପୁଅ) |
ବାପା/ବୋଉ | କପିଳ ଚରଣ ରାଉତ |
ବୃତ୍ତି | ରାଜନୀତିଜ୍ଞ |
ଦାମୋଦର ରାଉତ (ଜନ୍ମ: ୨ ଜୁଲାଇ ଅପ୍ରେଲ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ ଓ ପତ୍ନୀଙ୍କ ନାମ ସ୍ନେହା ରାଉତ ।[୧] ତାଙ୍କ ପୁଅ ସମ୍ବିତ ରାଉତରାୟ ଜଣେ ରାଜନେତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨]
ରାଜନୈତିକ ଜୀବନ[ସମ୍ପାଦନା]
ଦାମୋଦର ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳ, ଜନତା ପାର୍ଟି ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୭୯ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି[୧]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ବାଲିକୁଦା-ଏରସମା | ଜନତା ପାର୍ଟି |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଏରସମା | ଜନତା ପାର୍ଟି (ସେକୁଲାର୍) |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଏରସମା | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଏରସମା | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଏରସମା | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପାରାଦ୍ୱୀପ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ପାରାଦ୍ୱୀପ | ବିଜୁ ଜନତା ଦଳ |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Damodara Rout". odishaassembly.nic.in. Odisha Assembly. Retrieved 5 May 2022.
- ↑ "BJD-backed candidate among 8 held for attack on Rout's vehicle". The New Indian Express. Archived from the original on 2022-04-28. Retrieved 2022-04-28.
{{cite web}}
:|archive-date=
/|archive-url=
timestamp mismatch (help)
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Damodar Rout-ସମ୍ପର୍କିତ ମିଡ଼ିଆ