ଡେସଭେନଲାଫାକ୍ସିନ
| Clinical data | |
|---|---|
| Trade names | Pristiq, Desfax, Ellefore, others |
| Synonyms | O-desmethylvenlafaxine |
| AHFS/Drugs.com | monograph |
| MedlinePlus | a608022 |
| data |
|
| Pregnancy category | |
| Routes of administration | By mouth |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 80% |
| Protein binding | Low (30%) |
| Metabolism | CYP3A4, (CYP2D6 is not involved) |
| Elimination half-life | 11 h |
| Excretion | 45% excreted unchanged in urine |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.149.615 |
| Chemical and physical data | |
| Formula | C16H25NO2 |
| Molar mass | 263.38 g/mol |
| 3D model (JSmol) | |
| |
| |
| | |
ଡେସଭେନଲାଫାକ୍ସିନ (ଇଂରାଜୀ ଭାଷାରେ Desvenlafaxine, ଏକ ବିକ୍ରୟ ନାମ ପ୍ରିଟିସ୍କ/ Pristiq) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବହୃତ ହୁଏ ।[୧] ଏହି ଔଷଧ ଯୋଗୁ ଆଠ ସପ୍ତାହ ପର୍ଯ୍ୟନ୍ତ ଉପକାର ମିଳିବା ସପକ୍ଷରେ ପ୍ରମାଣ ମିଳିଛି ।[୧] ଭେନଲାଫାକ୍ସିନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ।[୨] ଏହାକୁ ପାଟିରେ ଦିଆଯାଏ ।[୧]
ଡେସଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରା ସମସ୍ୟା (trouble sleeping), ଅଧିକ ଝାଳ ବୋହିବା, କାଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଉଦ୍ବେଗ ଓ ଯୌନ ସମସ୍ୟା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ପ୍ରବଣ ବିଶେଷତଃ ୨୬ ବର୍ଷ ବୟସରୁ କମ୍ ଥିଲେ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ, ମାନିଆ (mania) ଓ ଉଚ୍ଚ ରକ୍ତଚାପ ହୋଇପାରେ । [୧] ଔଷଧ ନେବାର ମାତ୍ରା ଶୀଘ୍ର କମେଇଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩] ଏହା ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏହା ଅବସାଦରୋଧୀ (antidepressant) ଔଷଧ । [୧]
ସନ ୨୦୦୮ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡେସଭେନଲାଫାକ୍ସିନ ଯୁକ୍ତରାଷ୍ଟ୍ରରେ ଡେସଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୦୯ରେ ୟୁରୋପରେ ଏହା ମନା କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫.୨୦ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୨ତମ ସ୍ଥାନରେ ଥିଲା ।[୫]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Desvenlafaxine Succinate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୨.୦ ୨.୧ "Withdrawal Assessment Report for Dessvenlafaxime" (PDF). EMA. p. 3. Retrieved 22 March 2019.
- ↑ "Desvenlafaxine Pregnancy and Breastfeeding Warnings". Drugs.com. Retrieved 19 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.