ଟ୍ରପିକାଲ୍ ସ୍ପ୍ରୁ

ଉଇକିପିଡ଼ିଆ‌ରୁ

 

Tropical sprue
Post‐infectious tropical malabsorption[୧]
Video explanation
ବିଭାଗGastroenterology
ଲକ୍ଷଣLiquid, frequent, and bad smelling stool, bloating, weight loss, inflammed tongue[୨][୧]
ଅବଧିLong-term[୧]
କାରଣUnknown[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, poor absorption of at least two types of nutrients, small bowel biopsy, and ruling out other potential causes[୨]
ସଠିକ ରୋଗ ନିର୍ଣ୍ଣୟIrritable bowel syndrome, environmental enteropathy, active infections, HIV/AIDS, Celiac disease, inflammatory bowel disease[୨][୧]
ଚିକିତ୍ସାantibiotics, folic acid, and vitamin B12.[୨]
ପୁନଃପୌନିକUnclear[୨]

ଟ୍ରପିକାଲ୍ ସ୍ପ୍ରୁ ହେଉଛି କ୍ରାନ୍ତିରେଖା ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାର କୁଅବଶୋଷଣ ରୋଗ | [୨] ଏହାର ଲକ୍ଷଣ ମଧ୍ୟରେ ବାରମ୍ବାର ଏବଂ ଦୁର୍ଗନ୍ଧକାରୀ ତରଳ ଝାଡ଼ା, ଫୁଲିବା, ଓଜନ ହ୍ରାସ, ପ୍ରଦାହିତ ଜିଭ ଏବଂ ଜୀବସାର ଅଭାବ ହୋଇଥାଏ । [୨] [୧] ଭିଟାମିନ୍ ଭିଟାମିନ୍ ଏ ଅଭାବ ଥିଲେ ଅନ୍ଧାରକଣା ଓ ଜୀବସାର ବି୧୨ ଅଭାବ ଥିଲେ ଆନିମିଆ ହୁଏ । ଅନ୍ତର୍ଭୁକ୍ତ ହୋଇପାରେ, ଯାହାଦ୍ୱାରା ରାତିରେ ଦେଖିବାରେ ଅସୁବିଧା ହୁଏ, ଏବଂ ଜୀବସାର ବି୧୨ ଅଭାବ ହେଲେ ରକ୍ତହୀନତା ଦେଖାଯାଏ | [୧] କମ୍ ପୁଷ୍ଟିସାର ସ୍ତର ଓ ଇଲେକ୍ଟ୍ରୋଲାଇଟ ଅସ୍ୱାଭାବିକତା ମଧ୍ୟ ହୋଇପାରେ | [୧]

ଏହାର କାରଣ ଜଣା ପଡ଼ିନାହିଁ। [୧] ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ପରେ ପ୍ରାୟ ୧୦% ଲୋକଙ୍କର ଏହା ଘଟିଥାଏ। [୨] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ଭିଲାଇ ସମତଳ ହୋଇଯିବା ଓ କ୍ଷୁଦ୍ରାନ୍ତ୍ରର ଭିତର ସ୍ତରରେ ପ୍ରଦାହ ହୋଇଥାଏ । [୧] ରୋଗ ନିର୍ଣ୍ଣୟ ନିମନ୍ତେ ଲକ୍ଷଣ, କ୍ଷୁଦ୍ରାନ୍ତ୍ରର ବାୟୋପ୍ସି ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼େଇବା ଏବଂ ଆଣ୍ଟିବାୟୋଟିକ୍ ଏବଂ ଫୋଲିକ୍ ଏସିଡ୍ ଦେଲେ ଉନ୍ନତି ହେବା ଉପରେ ନିର୍ଭର କରାଯାଏ। [୨] ସମାନ ଲକ୍ଷଣ ଥିବା ଅନ୍ୟାନ୍ୟ ରୋଗମାନଙ୍କ ମଧ୍ୟରେ ସକ୍ରିୟ ସଂକ୍ରମଣ, ଏଚ.ଆଇ.ଭି./ଏଡ଼ସ, ସିଲିଆକ୍ ଡିଜିଜ୍, ଖାଦ୍ୟନଳୀ ପ୍ରଦାହ ରୋଗ ଓ ଅଗ୍ନାଶୟ ରୋଗ ହୋଇପାରେ । [୧] ଲକ୍ଷଣ ବିନା ଅନ୍ତନଳୀର ସମାନ ପରିବର୍ତ୍ତନ କୁହାଯାଏ ପରିବେଶ ଏଣ୍ଟେରୋପାଥି କୁହାଯାଏ । [୧]

ଏହି ରୋଗର ଚିକିତ୍ସାରେ ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ବି 12 ସହିତ ଟେଟ୍ରାସାଇକ୍ଲିନ୍ ପରି ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ | [୨] [୩] ଏହି ରୋଗ ଏସିଆ, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଆମେରିକାର କେତେକ ସ୍ଥାନରେ ହେଉଥିବା ଦେଖାଯାଏ । [୨] [୧] ବିକାଶଶୀଳ ଅଞ୍ଚଳରେ ଏହି ରୋଗ କେତେ ହୁଏ ତାହା ବିବାଦୀୟ ଅଟେ | [୨] ପୂର୍ବରୁ ଏହାର ମଡ଼କ ହେଉଥିବା ବେଳେ ଅଧୁନା ଆଣ୍ଟିବାୟୋଟିକ୍ ଏବଂ ବିଶୁଦ୍ଧ ଜଳ ମିଳୁଥିବା ଯୋଗୁ ଏହା କମ୍ ଦେଖାଯାଉଛି । [୧] ଏହି ରୋଗର ପ୍ରାରମ୍ଭିକ ବର୍ଣ୍ଣନା ୨,୦୦୦ରୁ ଅଧିକ ବର୍ଷ ପୂର୍ବେ ଭାରତୀୟ ପାଠ୍ୟକ୍ରମ ଚରକ ସଂହିତାରେ ଲିପିବଦ୍ଧ ହୋଇଛି । [୧] ଏହାର ସାମ୍ପ୍ରତିକ ନାମ ୧୮୮୦ ମସିହାରୁ ବ୍ୟବ‌ହାର କରାଯାଉଛି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Ramakrishna BS, Venkataraman S, Mukhopadhya A (2006). "Tropical malabsorption". Postgrad Med J. 82 (974): 779–87. doi:10.1136/pgmj.2006.048579. PMC 2653921. PMID 17148698.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Ghoshal UC, Srivastava D, Verma A, Ghoshal U (2014). "Tropical sprue in 2014: the new face of an old disease". Curr Gastroenterol Rep. 16 (6): 391. doi:10.1007/s11894-014-0391-3. PMC 7088824. PMID 24781741.
  3. Korpe PS, Petri WA (2012). "Environmental enteropathy: critical implications of a poorly understood condition". Trends Mol Med. 18 (6): 328–36. doi:10.1016/j.molmed.2012.04.007. PMC 3372657. PMID 22633998.