ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ (Toxic epidermal necrolysis)
ଲ୍ୟେଲସ ସିଣ୍ଡ୍ରୋମ/ Lyell's syndrome[୧]
Toxic-epidermal-necrolysis.jpg
ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ
ବିଭାଗଚର୍ମରୋଗ ବିଭାଗ (Dermatology)
ଲକ୍ଷଣଜ୍ୱର, ଚର୍ମ ଫୋଟକା (skin blisters), ଚର୍ମ ଚୋପା ଛାଡ଼ିବା, ଲାଲ ଆଖି (red eyes), ଆଖି ଯନ୍ତ୍ରଣା ।[୨]
ଆକ୍ରାନ୍ତ ସମୟAge > ୪୦[୩]
ବିପଦ କାରକଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଜେନେଟିକସ୍ (genetics)[୨]
ରୋଗ ନିର୍ଣ୍ଣୟ ପଦ୍ଧତି> ୩୦% ଚର୍ମ ପ୍ରଭାବିତ ହୋଇଥିଲେ, ଚର୍ମ ବାୟୋପ୍ସିଦ୍ୱାରା (Skin biopsy)[୩]
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ସ୍ଟାଫିଲୋକୋକାଲ ସ୍କାଲ୍‌ଡେଡ ସ୍କିନ ସିଣ୍ଡ୍ରୋମ (staphylococcal scalded skin syndrome), ସ୍ଟାଫିଲୋକୋକାଲ ଏପିଡର୍ମୋଲାଇସିସ (staphylococcal epidermolysis), ଅଟୋଇମ୍ମ୍ୟୁନ ବୁଲସ ଡିଜିଜ (autoimmune bullous disease) ଓ ସ୍ଟାଫିଲୋକୋକାଲ ସ୍କାଲ୍ଡେଡ ଚର୍ମ ସିଣ୍ଡ୍ରୋମ (staphylococcal scalded skin syndrome) [୩]
ଚିକିତ୍ସାଡାକ୍ତରଖାନାରେ ଆଡମିଶନ, କାରଣ ଅବରୋଧ ଓ ଯନ୍ତ୍ରଣାନାଶକାରୀ ଔଷଧ[୩]
ପୌନଃପୁନିକବର୍ଷକୁ ଏକ ନିୟୁତରେ ୧-୨ ଜଣ‌କୁ ହୁଏ (ଏସଜେଏସ ସ‌ହିତ)[୨]

ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ (ଇଂରାଜୀ ଭାଷାରେ Toxic epidermal necrolysis ବା ଟିଇଏନ/ TEN) ରୋଗରେ ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ଦେଖାଯାଏ । ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଏସଜେଏସ) ସ‌ହିତ ଏହା ଏକ ବିସ୍ତୃତ ଶ୍ରେଣୀ ସୃଷ୍ଟି କରିଛି ଯେଉଁଥିରେ ଟିଇଏନ ସର୍ବାଧିକ ସାଂଘାତିକ ହୁଏ । ଆରମ୍ଭରୁ ଫ୍ଲୁ ଭଳି ଲକ୍ଷଣ (flu-like symptoms) ଦେଖାଯାଏ । କିଛି ଦିନ ଅନ୍ତରରେ ଚର୍ମରେ ଫୋଟକା ହୁଏ ଓ ଚୋପା ହୋଇ ଛାଡ଼ିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ଭଳି ଝିଲ୍ଲି ପ୍ରଭାବିତ ହୁଏ । କେଶ୍ ଜଟିଳ ହେଲେ ନିର୍ଜଳନ (Dehydration), ସେପ୍ସିସ, ନିମୋନିଆ, ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ରୋଗ ହୋଇପାରେ ।[୨]

ଏହି ରୋଗର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଲାମୋଟ୍ରିଜିନ (lamotrigine), କାର୍ବାମାଜେପିନ (carbamazepine), ଆଲୋପ୍ୟୁରିନଲ (allopurinol), ସଲଫୋନାମାଇଡ ଆଣ୍ଟିବାୟୋଟିକ (sulfonamide antibiotics) ଓ ନେଭିରାପିନ (nevirapine) ଔଷଧମାନ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି ।[୨] ସଂକ୍ରମଣ ମଧ୍ୟରେ ମାଇକୋପ୍ଲାଜମା ନିମୋନି (Mycoplasma pneumoniae), ସାଇଟୋମେଗାଲୋଭାଇରସ (cytomegalovirus) ନାମ ଉଲ୍ଲେଖ‌ଯୋଗ୍ୟ ରହିବା ସ‌ହିତ କେତେକ କାରଣ ଅଜ୍ଞାତ ଅଛି ।[୩][୪] ସଙ୍କଟ କାରକମାନଙ୍କ ନାମ ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[୨] ପ୍ରାୟ ୧୦%ରୁ କମ୍ ଚର୍ମ ପ୍ରଭାବିତ ହୋଇଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ଚର୍ମ ବାୟୋପ୍ସି (skin biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ପ୍ରାୟ ୧୦%ରୁ କମ୍ଅ ପ୍ରଭାବିତ ହୋଇଥିଲେ ଏହାକୁ ଏସଜେଏସ ନାମ ଦିଆଯାଏ ଓ ୧୦ରୁ ୩୦% ଭିତରେ ଥିଲେ ଇଣ୍ଟରମିଡିଏଟ କୁହାଯାଏ ।[୩] ଏରିଥେମା ମଲ୍ଟିଫର୍ମ (Erythema multiforme ବା ଇଏମ/ EM) ଏକ ସ୍ୱତନ୍ତ୍ର ରୋଗ ।[୫]

ଏହି ରୋଗୀଙ୍କୁ ଡାକ୍ତରଖାନାର ବର୍ଣ୍ଣ ୟୁନିଟ (burn unit) ବା ଆଇସିସିରେ (intensive care unit) ଚିକିତ୍ସା କରାଯାଏ ।[୩][୬] ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication) ଓ ଆଣ୍ଟିହିସ୍ଟାମିନ (antihistamines) ଦିଆଯାଏ ।[୩][୪] ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ମଧ୍ୟ ଦିଆଯାଏ ।[୩][୪] ଚିକିତ୍ସା କଲେ ମଧ୍ୟ ରୋଗର ଗତିପଥ ବଦଳେନାହିଁ ।[୩] ଏସଜେଏସ ସ‌ହିତ ଏହି ରୋଗ ପ୍ରାୟ ଏକ ବର୍ଷରେ ଏକ ନିୟୁତ ଲୋକଙ୍କ ମଧ୍ୟରୁ ୧-୨ ଲୋକଙ୍କୁ ଆକ୍ରମଣ କରେ ।[୨] ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଆକ୍ରମଣ କରେ ।[୩] ଏହି ରୋଗ ୪୦ ବର୍ଷ ବୟସ ପରେ ହୁଏ ।[୩] ଚର୍ମ ସାଧାରଣତଃ ୨/୩ ସପ୍ତାହ ମଧ୍ୟରେ ପୁନଃ ସୃଷ୍ଟି ହୁଏ; ସମ୍ପୁର୍ଣ୍ଣ ଭଲ ହେବାକୁ ମାସ ମାସ ବିତିଯାଏ, ଅଧିକାଂଶ ରୋଗୀଙ୍କର କ୍ରନିକ ସମସ୍ୟା ଲାଗିରହେ ।[୩][୪]

ଆଧାର[ସମ୍ପାଦନା]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Stevens-Johnson syndrome/toxic epidermal necrolysis". Genetics Home Reference (in ଇଂରାଜୀ). July 2015. Archived from the original on 27 April 2017. Retrieved 26 April 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ "Orphanet: Toxic epidermal necrolysis". Orphanet (in ଇଂରାଜୀ). November 2008. Archived from the original on 27 April 2017. Retrieved 26 April 2017.
  4. ୪.୦ ୪.୧ ୪.୨ ୪.୩ "Stevens-Johnson syndrome". GARD. Archived from the original on 28 August 2016. Retrieved 26 August 2016.
  5. Schwartz, RA; McDonough, PH; Lee, BW (August 2013). "Toxic epidermal necrolysis: Part I. Introduction, history, classification, clinical features, systemic manifestations, etiology, and immunopathogenesis". Journal of the American Academy of Dermatology. 69 (2): 173.e1–13, quiz 185–6. doi:10.1016/j.jaad.2013.05.003. PMID 23866878.
  6. Schwartz, RA; McDonough, PH; Lee, BW (August 2013). "Toxic epidermal necrolysis: Part II. Prognosis, sequelae, diagnosis, differential diagnosis, prevention, and treatment". Journal of the American Academy of Dermatology. 69 (2): 187.e1–16, quiz 203–4. doi:10.1016/j.jaad.2013.05.002. PMID 23866879.