Jump to content

ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ

ଉଇକିପିଡ଼ିଆ‌ରୁ
(Toxic epidermal necrolysisରୁ ଲେଉଟି ଆସିଛି)
ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ (Toxic epidermal necrolysis)
ଲ୍ୟେଲସ ସିଣ୍ଡ୍ରୋମ/ Lyell's syndrome[]
ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ
ବିଭାଗଚର୍ମରୋଗ ବିଭାଗ (Dermatology)
ଲକ୍ଷଣଜ୍ୱର, ଚର୍ମ ଫୋଟକା (skin blisters), ଚର୍ମ ଚୋପା ଛାଡ଼ିବା, ଲାଲ ଆଖି (red eyes), ଆଖି ଯନ୍ତ୍ରଣା ।[]
ଆକ୍ରାନ୍ତ ସମୟAge > ୪୦[]
ବିପଦ କାରକଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଜେନେଟିକସ୍ (genetics)[]
ରୋଗ ନିର୍ଣ୍ଣୟ ପଦ୍ଧତି> ୩୦% ଚର୍ମ ପ୍ରଭାବିତ ହୋଇଥିଲେ, ଚର୍ମ ବାୟୋପ୍ସିଦ୍ୱାରା (Skin biopsy)[]
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ସ୍ଟାଫିଲୋକୋକାଲ ସ୍କାଲ୍‌ଡେଡ ସ୍କିନ ସିଣ୍ଡ୍ରୋମ (staphylococcal scalded skin syndrome), ସ୍ଟାଫିଲୋକୋକାଲ ଏପିଡର୍ମୋଲାଇସିସ (staphylococcal epidermolysis), ଅଟୋଇମ୍ମ୍ୟୁନ ବୁଲସ ଡିଜିଜ (autoimmune bullous disease) ଓ ସ୍ଟାଫିଲୋକୋକାଲ ସ୍କାଲ୍ଡେଡ ଚର୍ମ ସିଣ୍ଡ୍ରୋମ (staphylococcal scalded skin syndrome) []
ଚିକିତ୍ସାଡାକ୍ତରଖାନାରେ ଆଡମିଶନ, କାରଣ ଅବରୋଧ ଓ ଯନ୍ତ୍ରଣାନାଶକାରୀ ଔଷଧ[]
Prognosis୨୦-୫୦% ମୃତ୍ୟୁ ।[][]
ପୁନଃପୌନିକବର୍ଷକୁ ଏକ ନିୟୁତରେ ୧-୨ ଜଣ‌କୁ ହୁଏ (ଏସଜେଏସ ସ‌ହିତ)[]
Patient UKଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ (Toxic epidermal necrolysis)

ଟକ୍କିକ ଏପିଡର୍ମାଲ ନେକ୍ରୋଲାଇସିସ (ଇଂରାଜୀ ଭାଷାରେ Toxic epidermal necrolysis ବା ଟିଇଏନ/ TEN) ରୋଗରେ ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ଦେଖାଯାଏ । ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଏସଜେଏସ) ସ‌ହିତ ଏହା ଏକ ବିସ୍ତୃତ ଶ୍ରେଣୀ ସୃଷ୍ଟି କରିଛି ଯେଉଁଥିରେ ଟିଇଏନ ସର୍ବାଧିକ ସାଂଘାତିକ ହୁଏ । ଆରମ୍ଭରୁ ଫ୍ଲୁ ଭଳି ଲକ୍ଷଣ (flu-like symptoms) ଦେଖାଯାଏ । କିଛି ଦିନ ଅନ୍ତରରେ ଚର୍ମରେ ଫୋଟକା ହୁଏ ଓ ଚୋପା ହୋଇ ଛାଡ଼ିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ଭଳି ଝିଲ୍ଲି ପ୍ରଭାବିତ ହୁଏ । କେଶ୍ ଜଟିଳ ହେଲେ ନିର୍ଜଳନ (Dehydration), ସେପ୍ସିସ, ନିମୋନିଆ, ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ରୋଗ ହୋଇପାରେ ।[]

ଏହି ରୋଗର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଲାମୋଟ୍ରିଜିନ (lamotrigine), କାର୍ବାମାଜେପିନ (carbamazepine), ଆଲୋପ୍ୟୁରିନଲ (allopurinol), ସଲଫୋନାମାଇଡ ଆଣ୍ଟିବାୟୋଟିକ (sulfonamide antibiotics) ଓ ନେଭିରାପିନ (nevirapine) ଔଷଧମାନ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି ।[] ସଂକ୍ରମଣ ମଧ୍ୟରେ ମାଇକୋପ୍ଲାଜମା ନିମୋନି (Mycoplasma pneumoniae), ସାଇଟୋମେଗାଲୋଭାଇରସ (cytomegalovirus) ନାମ ଉଲ୍ଲେଖ‌ଯୋଗ୍ୟ ରହିବା ସ‌ହିତ କେତେକ କାରଣ ଅଜ୍ଞାତ ଅଛି ।[][] ସଙ୍କଟ କାରକମାନଙ୍କ ନାମ ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[] ପ୍ରାୟ ୧୦%ରୁ କମ୍ ଚର୍ମ ପ୍ରଭାବିତ ହୋଇଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ଚର୍ମ ବାୟୋପ୍ସି (skin biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[] ପ୍ରାୟ ୧୦%ରୁ କମ୍ଅ ପ୍ରଭାବିତ ହୋଇଥିଲେ ଏହାକୁ ଏସଜେଏସ ନାମ ଦିଆଯାଏ ଓ ୧୦ରୁ ୩୦% ଭିତରେ ଥିଲେ ଇଣ୍ଟରମିଡିଏଟ କୁହାଯାଏ ।[] ଏରିଥେମା ମଲ୍ଟିଫର୍ମ (Erythema multiforme ବା ଇଏମ/ EM) ଏକ ସ୍ୱତନ୍ତ୍ର ରୋଗ ।[]

ଏହି ରୋଗୀଙ୍କୁ ଡାକ୍ତରଖାନାର ବର୍ଣ୍ଣ ୟୁନିଟ (burn unit) ବା ଆଇସିସିରେ (intensive care unit) ଚିକିତ୍ସା କରାଯାଏ ।[][] ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication) ଓ ଆଣ୍ଟିହିସ୍ଟାମିନ (antihistamines) ଦିଆଯାଏ ।[][] ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ମଧ୍ୟ ଦିଆଯାଏ ।[][] ଚିକିତ୍ସା କଲେ ମଧ୍ୟ ରୋଗର ଗତିପଥ ବଦଳେନାହିଁ ।[] ଏସଜେଏସ ସ‌ହିତ ଏହି ରୋଗ ପ୍ରାୟ ଏକ ବର୍ଷରେ ଏକ ନିୟୁତ ଲୋକଙ୍କ ମଧ୍ୟରୁ ୧-୨ ଲୋକଙ୍କୁ ଆକ୍ରମଣ କରେ ।[] ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଆକ୍ରମଣ କରେ ।[] ଏହି ରୋଗ ୪୦ ବର୍ଷ ବୟସ ପରେ ହୁଏ ।[] ଚର୍ମ ସାଧାରଣତଃ ୨/୩ ସପ୍ତାହ ମଧ୍ୟରେ ପୁନଃ ସୃଷ୍ଟି ହୁଏ; ସମ୍ପୁର୍ଣ୍ଣ ଭଲ ହେବାକୁ ମାସ ମାସ ବିତିଯାଏ, ଅଧିକାଂଶ ରୋଗୀଙ୍କର କ୍ରନିକ ସମସ୍ୟା ଲାଗିରହେ ।[][]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  2. 1 2 3 4 5 6 7 8 "Stevens-Johnson syndrome/toxic epidermal necrolysis". Genetics Home Reference (in ଇଂରାଜୀ). July 2015. Archived from the original on 27 April 2017. Retrieved 26 April 2017.
  3. 1 2 3 4 5 6 7 8 9 10 11 12 13 14 15 "Orphanet: Toxic epidermal necrolysis". Orphanet (in ଇଂରାଜୀ). November 2008. Archived from the original on 27 April 2017. Retrieved 26 April 2017.
  4. 1 2 3 4 "Stevens-Johnson syndrome". GARD. Archived from the original on 28 August 2016. Retrieved 26 August 2016.
  5. Schwartz, RA; McDonough, PH; Lee, BW (August 2013). "Toxic epidermal necrolysis: Part I. Introduction, history, classification, clinical features, systemic manifestations, etiology, and immunopathogenesis". Journal of the American Academy of Dermatology. 69 (2): 173.e1-13, quiz 185–6. doi:10.1016/j.jaad.2013.05.003. PMID 23866878.
  6. Schwartz, RA; McDonough, PH; Lee, BW (August 2013). "Toxic epidermal necrolysis: Part II. Prognosis, sequelae, diagnosis, differential diagnosis, prevention, and treatment". Journal of the American Academy of Dermatology. 69 (2): 187.e1-16, quiz 203–4. doi:10.1016/j.jaad.2013.05.002. PMID 23866879.