Jump to content

ଲାମୋଟ୍ରିଜିନ

ଉଇକିପିଡ଼ିଆ‌ରୁ
ଲାମୋଟ୍ରିଜିନ
Clinical data
Pronunciation/ləˈmtrɪˌn/
Trade namesLamictal, others[]
AHFS/Drugs.commonograph
MedlinePlusa695007
data
Pregnancy
category
  • AU: D
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability98%
    Protein binding55%
    MetabolismLiver (mostly UGT1A4-mediated)
    Elimination half-life29 hours
    ExcretionUrine (65%), faeces (2%)
    Identifiers
    • 6-(2,3-dichlorophenyl)-1,2,4-triazine-3,5-diamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.074.432 Edit this at Wikidata
    Chemical and physical data
    FormulaC9H7Cl2N5
    Molar mass256.091 g/mol
    3D model (JSmol)
    • NC1=NC(N)=NN=C1C2=CC=CC(Cl)=C2Cl
    • InChI=1S/C9H7Cl2N5/c10-5-3-1-2-4(6(5)11)7-8(12)14-9(13)16-15-7/h1-3H,(H4,12,13,14,16) checkY
    • Key:PYZRQGJRPPTADH-UHFFFAOYSA-N checkY
     ☒NcheckY (what is this?)  (verify)

    ଲାମୋଟ୍ରିଜିନ (ଇଂରାଜୀ ଭାଷାରେ Lamotrigine, ଗୋଟିଏ ବ୍ୟବସାୟୀକ ନାମ Lamictal) ଏକ ବାତ ନିରୋଧୀ ଔଷଧ (anticonvulsant medication) ଯାହା ଏପିଲେପ୍ସି ବା ଅପସ୍ମାର ବାତବାଇପୋଲାର ଡିଜଅଡର ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ଅପସ୍ମାର ବାତରେ ହେଉଥିବା ସ୍ଥାନୀୟ ବାତ, ଟନିକ-କ୍ଲୋନିକ ବାତ (tonic-clonic seizure) ଓ ଲେନକ୍ସ-ଗାସଟ‌ଟ ସିଣ୍ଡ୍ରୋମ (Lennox-Gastaut syndrome) ବାତ ନିମନ୍ତେ ଦିଆଯାଏ ।[] ବାଇପୋଲାର ଡିଜଅଡରରେ ଅବସାଦ, ବାଇପୋଲାର ଟାଇପ ୨ (bipolar type II) ରୋଗର ରାପିଡ ସାଇକ୍ଲିଙ୍ଗ (rapid cycling) ଓ ବାଇପୋଲାର ଟାଇପ ୧ (bipolar type I) ରୋଗର ପୁନରାବୃତ୍ତି ନ ହେବା ନିମନ୍ତେ ଦିଆଯାଏ ।[]

    ନିଦ୍ରାଳୁ, ମୁଣ୍ଡବିନ୍ଧା, ବାନ୍ତି, ନିୟନ୍ତ୍ରଣ ସମସ୍ୟା ଓ ରାସ ଆଦି ପ୍ରତିକ୍ରିୟା ସାଧାରଣତଃ ଏହି ଔଷଧ ବ୍ୟବ‌ହାର କଲେ ଦେଖାଯାଇପାରେ ।[] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲାଇଟିକ ଆନିମିଆ (lack of red blood cells), ଅଧିକ ଆତ୍ମହତ୍ୟା ସଙ୍କଟ, ସ୍ଟୋଭେନ୍ସ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାର ବିପଦ ଜନ‌କ ହୋଇପାରେ ।[] ଲାମୋଟ୍ରିଜିନ ଏକ ଫିନାଇଲଟ୍ରିଆଜିନ (phenyltriazine) ଥାଏ ଯାହା ଅନ୍ୟାନ୍ୟ ବାତ ନିରୋଧୀ ଔଷଧମାନଙ୍କଠାରୁ ପୃଥକ ।[] ଏହାର କାର୍ଯ୍ୟକାରୀତା ଅସ୍ପଷ୍ଟ ଅଛି ।[] ଜଣାଯାଏ, ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳର (central nervous system) ଗାମା-ଆମିନୋବ୍ୟୁଟିରିକ ଏସିଡ (gamma-aminobutyric acid) ବା ଗାବାର ନିଉରୋଟ୍ରାନ୍ସମିଟର (neurotransmitter) ପ୍ରକ୍ରିୟାକୁ ବୃଦ୍ଧି କରେ ଓ ଭୋଲଟେଜ-ସେନ୍ସିଟିଭ ସୋଡ଼ିଅମ ଚାନେଲକୁ (en:voltage-sensitive sodium channels) କମାଏ ।[][]

    ସଂଯୁକ୍ତ ରାଷ୍ଟ୍ରରେ ସନ ୧୯୯୧ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ବ୍ୟବସାୟୀକ ଭିତ୍ତିରେ ଲାମୋଟ୍ରିଜିନ ବ୍ୟବ‌ହାରକୁ ସ୍ୱୀକୃତି ଦିଆଗଲା । [][] ଡକ୍ଲ୍ୟଏଚଓର ଅତ୍ୟାବଶ୍ୟକୀୟ ଔଷଧ (World Health Organization's List of Essential Medicines)ର ସ୍ୱାସ୍ଥ୍ୟ ପ୍ରଣାଳୀ (health system) ନିମନ୍ତେ ଥିବା ପ୍ରଭାବଶାଳୀ ଓ ବିପଦମୁକ୍ତ ଓଷଧ ତାଲିକାରେ ଲାମୋଟ୍ରିଜିନର ନାମ ଅଛି ।[] ସନ ୨୦୧୫ରେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହାର ହୋଲସେଲ ମୂଲ୍ୟ ୩.୫୭ ଆମେରିକୀୟ ଡଲାର ଥିଲା । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୪.୬୪ ଆମେରିକୀୟ ଡଲାର ଥିଲା ।[]

    1. "Lamotrigine". Drugs.com. Retrieved 9 December 2017.
    2. 1 2 3 4 5 6 7 8 9 "Lamotrigine". The American Society of Health-System Pharmacists. Retrieved 8 December 2017.
    3. "Lamotrigine Use During Pregnancy | Drugs.com". Drugs.com. Retrieved 9 December 2017.
    4. "Lamotrigine". PubChem Open Chemistry Database. US: National Institutes of Health. Retrieved December 13, 2016.
    5. Shorvon SD, Perucca E, Engel J (2015). The Treatment of Epilepsy (4th ed.). John Wiley & Sons, Incorporated. p. 1321. ISBN 9781118936993.
    6. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    7. "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
    8. "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 9 December 2017.

    ବାହ୍ୟ ଲିଙ୍କ

    [ସମ୍ପାଦନା]