ନେଭିରାପିନ
| Clinical data | |
|---|---|
| Trade names | ଭିରାମ୍ୟୁନ/Viramune |
| AHFS/Drugs.com | monograph |
| MedlinePlus | a600035 |
| Pregnancy category |
|
| Routes of administration | ପାଟିରେ ଦିଆଯାଏ |
| ATC code | |
| Pharmacokinetic data | |
| Bioavailability | ୯୩% ± ୯% |
| Metabolism | ଯକୃତ Liver |
| Elimination half-life | ୪୫ ଘଣ୍ଟା |
| Excretion | ବୃକ୍କ <୬% ପିତ୍ତରେ (Biliary) <୫% |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| NIAID ChemDB | |
| ECHA InfoCard | 100.117.250 |
| Chemical and physical data | |
| Formula | C15H14N4O |
| Molar mass | 266.298 g/mol |
| 3D model (JSmol) | |
| |
| |
| (verify) | |
ନେଭିରାପିନ (ଇଂରାଜୀ ଭାଷାରେ Nevirapine ବା NVP) ବ୍ୟବସାୟୀକ ନାମ ଭିରାମ୍ୟୁନ) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗ ବିଶେଷତଃ ଏଚଆଇଭି ୧ ରୋଗର ଚିକିତ୍ସା ତଥା ପ୍ରତିଷେଧ ନିମନ୍ତେ ବ୍ୟବହାର ହୁଏ । ଏହା ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧମାନଙ୍କ ସହିତ ବ୍ୟବହାର କରାଯାଏ । ଏହା ମାତାଠାରୁ ଶିଶୁକୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରେ କିନ୍ତୁ ଅନ୍ୟାନ୍ୟ ସଂକ୍ରମଣ ବା ରୋଗ ଥିଲେ ଦିଆଯାଏ ନାହିଁ । ଏହା ପା ଟିରେ ଦିଆଯାଏ ।[୧]
ନେଭିରାପିନର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ରାସ, ମୁଣ୍ଡବଥା, ଅଇ, ଥକ୍କାଣ ଓ ଯକୃତ ସମସ୍ୟା ଉତ୍ପନ୍ନ ହୁଏ । ପଥମ କିଛି ମାସରେ ରାସ ଓ ଯକୃତ ସମସ୍ୟା ସାଂଘାତିକ ହୋଇପାରେ, ତେଣୁ ଏହାକୁ ପ୍ରତିରୋଧ କରିବାକୁ ସଚେତନ ରହିବା ଉଚିତ ।[୧][୨] ଗର୍ଭାବସ୍ଥା ନିମନ୍ତେ ଏହା ନିରାପଦ ଥିବା ଜଣାଯାଏ । ଏହା ଏକ ନନ୍-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର ଓ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜକୁ ଅବରୋଧ କରି କାମକରେ ।[୧]
ନେଭିରାପିନ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ସନ ୨୦୧୪ରେ ୨.୧୬ରୁ ୧୬.୬୨ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Nevirapine". The American Society of Health-System Pharmacists. Retrieved 3 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 63. ISBN 9781284057560.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Nevirapine". International Drug Price Indicator Guide. Retrieved 3 December 2016.[permanent dead link]