ଜିତେନ୍ଦ୍ର ପଟ୍ଟନାୟକ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଜିତେନ୍ଦ୍ର ପଟ୍ଟନାୟକ (୧୯୩୭-୧୯୭୭) ଜଣେ ଭାରତୀୟ ଓଡ଼ିଆ ଗୀତିକାର । ସେ ଅନେକ ଓଡ଼ିଆ କଥାଚିତ୍ର, ଲଘୁ ଗୀତ ତଥା ଝୁମର ଲୋକଗୀତର ରଚୟିତା । ତାଙ୍କ ରଚନା ଭିତରୁ ନବଜନ୍ମ, ଅଭିମାନ ଆଦି କଥାଚିତ୍ରର ଗୀତ ଅନ୍ୟତମ । ଚିକମିକ ମୁଁ ଯଉବନିଆ ଜହ୍ନରାତି', ତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ,ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନ ଓ ଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ତାଙ୍କ ରଚିତ କେତେକ ଜଣାଶୁଣା ଚଳଚ୍ଚିତ୍ର ଗୀତ ।[୧]
ଜୀବନୀ
[ସମ୍ପାଦନା]ଜିତେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁରଠାରେ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]ଜିତେନ୍ଦ୍ର ପଟ୍ଟନାୟକ ନବଜନ୍ମ, ଅଭିମାନ ଆଦି କଥାଚିତ୍ରର ଗୀତ, ଲଘୁ ଗୀତ ତଥା ଝୁମର ଲୋକସଂଗୀତ ରଚନା କରିଥିଲେ । ତାଙ୍କ ରଚିତ ଚଳଚ୍ଚିତ୍ର ଗୀତଗୁଡ଼ିକ ମଧ୍ୟରୁ ଚିକମିକ ମୁଁ ଯଉବନିଆ ଜହ୍ନରାତି', ତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ,ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନ ଓ ଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ଜଣାଶୁଣା । ତାଙ୍କ ମୃତ୍ୟୁର ୩୭ ବର୍ଷ ପରେ ତାଙ୍କର ପ୍ରଥମ ଗୀତିକବିତା ସଂକଳନ ପୁଣି ସେଇ ଶ୍ରାବଣରେ ପ୍ରକାଶ ପାଇଥିଲା ।[୧]
ନିର୍ମାଣ କଳା
[ସମ୍ପାଦନା]ଜିତେନ୍ଦ୍ର ପଟ୍ଟନାୟକଙ୍କ ଗୀତରେ ମୁଖ୍ୟତଃ ପ୍ରତୀକ ନିର୍ମାଣ କଳା ଦେଖିବାକୁ ମିଳିଥାଏ । ସେ ପ୍ରକୃତିର ସହଜ, ସରଳ ଚିତ୍ରକୁ ଆବେଗ ଓ ରୋମାଞ୍ଚରେ ପରିବର୍ତ୍ତନ କରିଛନ୍ତି । ତାଙ୍କ ରଚନାରେ ଉପମାରେ ଭାବର ସାଦୃଶ୍ୟ ବା ତୁଲ୍ୟମାନତାର ବିହ୍ବଳ ପ୍ରୟୋଗ ମଧ୍ୟ ପରିଲକ୍ଷିତ । ଏହାଛଡ଼ା ତାଙ୍କ ଗୀତ ରଚନାରେ ଦୃଷ୍ଟି ଗୋଟିଏ ସ୍ଥଳରେ ଓ ଇଙ୍ଗିତ ଗୋଟିଏ ସ୍ଥଳରେ ଥାଇ ମେଟାଫର ବ୍ୟବହାର ମଧ୍ୟ ଦେଖାଯାଏ । ଏସବୁ ନିର୍ମାଣ କଳାର ବ୍ୟବହାର ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନ, ଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ପଙ୍କ୍ତିରେ ନିୟତି, ପ୍ରକୃତି ଓ ଭାବ ଆଦି ବ୍ୟବହାର ହେବା ଦେଖିବାକୁ ମିଳିଥାଏ । ତାଙ୍କ ଚିକମିକ ମୁଁ ଯଉବନିଆ ଜହ୍ନରାତି ଓ ତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ଆଦି ଚଳଚ୍ଚିତ୍ର ଗୀତରେ ଦୃଶ୍ୟ ଓ ଭାବର ସମର୍ଥ ସଂଯୋଗର ପରିପ୍ରକାଶ ସ୍ଥାନ ପାଇଛି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Surya Deo (୨୦୧୬). ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) (2nd ed.). ISBN 978-81-9254-653-7. Wikidata Q110905542.