ଗୋଲାପ
ଗୋଲାପ | |
---|---|
![]() | |
Rosa rubiginosa | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Rosaceae |
ଉପକୁଳ: | Rosoideae |
ପ୍ରଜାତି: | Rosa L. |
Species | |
Synonyms | |
ଫୁଲ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଗୋଲାପ । ଗୋଲାପ ହେଉଛି ବର୍ଷବ୍ୟାପୀ ବଞ୍ଚିପାରୁଥିବା ଏକ ଦୀର୍ଘସ୍ଥାୟୀ ପୁଷ୍ପ ଉଦ୍ଭିଦ ।ଏହା ରୋଜା ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ୧୦୦ଟି ସମଜାତୀୟ ଗୋଲାପ ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍ର ନାମକରଣ ଫରାସୀ ଭାଷାରୁ ହୋଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଉଦ୍ଭବ ।ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ । ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ୱର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରାଇଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆରୁ ହୋଇଛି ।[୧]
ଗଛ ଓ ପରିବେଶ[ସମ୍ପାଦନା]
ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ବଖାଣ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର । ସାଧାରଣତଃ ଗୋଲାପ ଗଛ ପତ୍ରଝଡା ଦେଇଥାନ୍ତି ।ପ୍ରାୟ ସବୁ ପ୍ରଜାତିର ଗୋଲାପ ଫୁଲଙ୍କର ପାଖୁଡା ସଂଖ୍ୟା ପାଞ୍ଚ, ମାତ୍ର "ରୋଜା ସେରିସିଆ" ପ୍ରଜାତିର ଗୋଲାପ କ୍ଷେତ୍ରରେ ଚାରିଟି ପାଖୁଡା ଦେଖିବାକୁ ମିଳିଥାଏ ।ଗୋଲାପ ଗଛ ଫଳକୁ ଉଦ୍ଭିଦ ବିଜ୍ଞାନର ଭାଷାରେ "'ରୋଜ୍ ହିପ୍'"କୁହାଯାଇଥାଏ । ପ୍ରତ୍ୟେକ ରୋଜ୍ ହିପ୍ର ଭିତର ଭାଗରେ ଏକ ମୋଟା ମାଂସଳ ଆସ୍ତରଣ ଥାଏ, ଯାହାକୁ ହିପାଥିୟମ କୁହାଯାଏ । ରୋଜା ରୁଗୋସା ପ୍ରଜାତିର ଗୋଲାପ ଫଳରେ ପ୍ରଚୁର ପରିମାଣର ଭିଟାମିନ ସି ଉପଲବ୍ଧ ହେଇଥାଏ । ଗୋଲାପ ଗଛର କାଣ୍ଡକୁ ଉଦ୍ଭିଦ ବିଜ୍ଞାନରେ "ଥ୍ରୋନ" କୁହାଯାଏ । ଏଗୁଡିକ କଣ୍ଟକଯୁକ୍ତ ।ଗୋଲାପ କଣ୍ଟାଗୁଡ଼ିକ ତିକ୍ଷ୍ମ ଓ ଲମ୍ବାଳିଆ ।ଗୋଲାପ ଗଛର ଏହା ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାଈଗୋରୁଙ୍କ କବଳରୁ ଏହାଦ୍ୱାରା ଗୋଲାପ ଗଛ ରକ୍ଷା ପାଇଥାଏ । କଣ୍ଟା ହେଉଛି ଗୋଲାପ ଗଛର ସ୍ୱତନ୍ତ୍ରତା । ସୁନ୍ଦର ଗୋଲାପକୁ ସ୍ପର୍ଶ କରିବାକୁ ହେଲେ କଣ୍ଟାର ତାଡ଼ନା ସହ୍ୟ କରିବାକୁ ପଡ଼ିପାରେ, ଏହା ଅଘୋଷିତ ସତ୍ୟ ।
ସବୁ ଜଳବାୟୁରେ ଗୋଲାପ ଗଛ ବଢ଼ି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ । ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ । ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢ଼ି ପାରେ ନାହିଁ । ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢ଼ିବାରେ କୈଣସି ଅସୁବିଧା ହୁଏନାହିଁ । ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।
ବିବିଧ ଭାଷାରେ ନାମ[ସମ୍ପାଦନା]
ଭାଷା | ନାମ |
---|---|
ଓଡ଼ିଆ | ଗୋଲାପ |
ସଂସ୍କୃତ | ସତପତ୍ରି |
ହିନ୍ଦୀ | ଗୁଲାବ |
ଗୁଜରାଟୀ | ସେବୋତି |
ତାମିଲ | |
ତେଲୁଗୁ | |
ବଙ୍ଗଳା | ଗୁଲାପ |
ମରାଠି | |
ମାଲୟାଲମ | |
ବର୍ମିଜ | |
English | ରୋଜ୍ |
ବୈଶିଷ୍ଟ୍ୟ[ସମ୍ପାଦନା]
ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।
ବ୍ୟବହାର[ସମ୍ପାଦନା]
ଖାଦ୍ୟ ଓ ପାନୀୟ[ସମ୍ପାଦନା]
ବନ୍ୟ ଗୋଲାପ ଗଛର ଫଳରେ ଉଚ୍ଚମାନର ଭିଟାମିନ ସି’ ଥିବାରୁ ଜାମ୍, ଜେଲି ଓ ଚା’ରେ ଏହାକୁ ବ୍ୟବହାର କରାଯାଏ ।ଗୋଲାପ ପାଖୁଡାରୁ ଫରାସୀମାନେ ସ୍ୱତନ୍ତ୍ର ଭାବେ "ରୋଜ୍ ସିରପ୍" ପ୍ରସ୍ତୁତ କରନ୍ତି । ଆମେରିକୀୟମାନେ ଫରାସୀମାନଙ୍କ ପ୍ରସ୍ତୁତ ରୋଜ୍ ସିରପ୍କୁ କେକ୍ ଓ ମିଠା ତିଆରିରେ ବ୍ୟବହାର କରନ୍ତି ।
ଔଷଧୀୟ ଗୁଣ[ସମ୍ପାଦନା]
ଗୋଲାପ କେବଳ ସୌନ୍ଦର୍ଯ୍ୟ ଓ ସୌରଭରେ ଆହ୍ଲାଦିତ କରେ ନାହିଁ, ଏହାର ଅନେକ ଅର୍ଥକାରୀ ଓ ବ୍ୟବହାରିକ ମୂଲ୍ୟ ରହିଛି । କାହିଁ କେଉଁ କାଳରୁ ଗୋଲାପ ଅତର ଖ୍ୟାତି ରହି ଆସିଛି ।ଗୋଲାପରୁ ସୁବାସିତ ଗୋଲାପ ଜଳ ପ୍ରସ୍ତୁତ କରାଯାଇଥାଏ ।ବନ୍ୟ ଗୋଲାପ ଗଛର ଫଳର ମଞ୍ଜିରୁ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ତେଲ ମୁଲାୟମ ତ୍ୱଚାସୃଷ୍ଟି ପାଇଁ ଉର୍ଦ୍ଧିଷ୍ଟ ପ୍ରସାଧନ ସାମଗ୍ରୀରେ ବ୍ୟାପକ ଭାରେ ବ୍ୟବହୃତ ହେଇଥାଏ ।[୩]
ଗୋଲାପର ରଙ୍ଗ ଓ ପ୍ରତୀକ[ସମ୍ପାଦନା]
ସାରା ଦୁନିଆରେ ବହୁତ ପ୍ରକାର ଓ ରଙ୍ଗର ଗୋଲାପ ଅଛି । ସେ ସବୁ ଅଲଗା ଅଲଗା ଭାବ ବା ଭାବନାର ପ୍ରତୀକ ଭାବେ ବିବେଚିତ ହେଉଛି ।
- ନାଲି ଗୋଲାପ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଚଳି ଆସିଛି । ଏହା ସୌନ୍ଦର୍ଯ୍ୟ ଓ ଉତ୍କର୍ଷର ନିଦର୍ଶନ ।
- ଗୋଲାପୀ ରଙ୍ଗର ଗୋଲାପ ଗୌରବ ଓ କମନୀୟତାର ପ୍ରତୀକ ଭାବେ ବିବେଚିତ ।
- ହଳଦୀରଙ୍ଗର ଗୋଲାପରେ ଉଷ୍ମତା ଓ ଆନନ୍ଦର ଅଫୁରନ୍ତ ଉତ୍ସ ଭରି ରହିଛି । ବନ୍ଧୁତାର ଏକ ସାର୍ଥକ ପ୍ରତୀକ ହେଉଛି ହଳଦିଆ ଗୋଲାପ ।
- ସ୍ୱଚ୍ଛତା ଓ ସାଧୁତାର ସଙ୍କେତ ବହନ କରେ ଧଳା ଗୋଲାପ । ବିବାହ କିମ୍ବା କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ ସହିତ ଧଳା ଗୋଲାପ ଜଡ଼ିତ । ଖାଲି ସେତିକି ନୁହେଁ ଧଳା ଗୋଲାପ ଶ୍ରଦ୍ଧା ଓ ସମ୍ମାନର ପ୍ରତିକ ।
- କମଳା ରଙ୍ଗ ଗୋଲାପରେ ଅଭିଳାଷ ଓ ଉତ୍ସାହ ସନ୍ନିବେଶିତ ହୋଇ ରହିଛି । ପ୍ରେମ ପ୍ରତି ବ୍ୟଗ୍ରତା କମଳା ରଙ୍ଗର ଗୋଲାପ ଦର୍ଶାଇଥାଏ । କମଳା ରଙ୍ଗର ଗୋଲାପ ଗୁଚ୍ଛ ଏ ସମ୍ପର୍କିତ ଏକ ଅର୍ଥପୁର୍ଣ୍ଣ ବାର୍ତ୍ତା ବହନ କରେ ।
- ନିଆରା ରଙ୍ଗର ଗୋଲାପ ଭାବେ ନୀଳ ଲୋହିତ ବା ବାଇଗଣି ଗୋଲାପ ଅନେକ ହୃଦୟକୁ ଜୟ କରେ । ବିମୋହନର ଯଥାର୍ଥ ପ୍ରତୀକ ଅଟେ ବାଇଗଣି ଗୋଲାପ ।[୪]
- କଳା ଗୋଲାପ ବୋଲି ଯଦିଓ ସେମିତି କିଛି ନାହିଁ ମାତ୍ର ସାହିତ୍ୟିକର କଳ୍ପନାରେ ଏହାର ବର୍ଣ୍ଣନା ଅନନ୍ୟ ।
ପ୍ରଥା ଓ ପରମ୍ପରା[ସମ୍ପାଦନା]
ପ୍ରଥା ଓ ପରମ୍ପରାରେ ଗୋଲାପର ଭୂମିକା ବେଶ ଗ୍ରହଣୀୟ ।
- ହିନ୍ଦୁ ଧର୍ମରେ ଗୋଲାପକୁ ଭିନ୍ନ ରୂପରେ ଦେଖାଯାଏ । ଯବନମାନେ ପ୍ରଥମେ ଗୋଲାପ ଭାରତକୁ ଆଣିଥିବାର ପ୍ରମାଣ ଥିବାରୁ ଏହାକୁ ହିନ୍ଦୁ ଦେବା ଦେବୀଙ୍କ ପୂଜାରେ ବ୍ୟବହାର କରାଯାଏ ନାହିଁ ।ହିନ୍ଦୁ ମନ୍ଦିରରେ ଗୋଲାପ ବାସନ୍ଦ ହୋଇ ରହିଛି ।
- ଖ୍ରୀଷ୍ଟଧର୍ମାଲମ୍ବୀମାନେ ପାଞ୍ଚ ପାଖୁଡା ବିଶିଷ୍ଟ ଗୋଲାପକୁ ଭଗବାନ ଯୀଶୁଙ୍କ ଶରୀର ପାଞ୍ଚଟି କ୍ଷତ ଭାବେ ବିଶ୍ୱାସ କରନ୍ତି
- ଇସଲାମ ଧର୍ମରେ ଗୋଲାପର ଆଦର ସର୍ବାଧିକ ।
- ପ୍ରାଚୀନ କାଳରେ ଗ୍ରୀକ୍ ଏବଂ ରୋମାନମାନେ ଇସିସ ଓ ଆଫୋଡାଇଟ୍ ଦେବୀଙ୍କ ପବିତ୍ର ସଂକେତ ଭାବେ ଗୋଲାପକୁ ବିଚାର କରୁଥିଲେ । ଗୋଲାପକୁ ମଧ୍ୟ ସେମାନଙ୍କ ସଂସ୍କୃତିରେ ସତୀତ୍ୱର ସନ୍ତକ ଭାବେ ଗ୍ରହଣ କରାଯାଏ ।
- ରୋମରେ ଏବେ ବି ପ୍ରଥା ପ୍ରଚଳିତ ଅଛି,ଯେଉଁ ଘରେ କୈଣସି ଗୋପନ କଥାର ବିମର୍ଷ ଚାଲେ ସେହି ଘରର ଦୁଆର ବନ୍ଧରେ ଗୋଲାପ ଫୁଲକୁ ଟଙ୍ଗାଇ ଦିଆଯାଏ ।କାରଣ ସେମାଙ୍କର ଗଭୀର ବିଶ୍ୱସ ଯେ,ଗୋଲାପ ଲାଗିଥିବା ଦ୍ୱାରକୁ ଭେଦକରି ଗୋପନ କଥା ବାହାରେ ପ୍ରଘଟ ହେଇପାରିବନି ।
- ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଫୁଲର ମାନ୍ୟତା ଲାଭ କରିଛି ଗୋଲାପ ।
- ଇଂଲଣ୍ଡ ରଗ୍ ବି ଓ ଫୁଟବଲ ୟୁନିୟନର ସଂକେତ ଭାବେ ଗୋଲାପକୁ ଗ୍ରହଣ କରାଯାଇଛି ।
- ନାଲି ରଙ୍ଗର ଗୋଲାପଟିଏ ଧରିଥିବା ହାତର ଚିତ୍ରକୁ ସମାଜବାଦ ବା ସାମାଜିକ ଗଣତନ୍ତ୍ରର ପ୍ରତୀକ ଭାବରେ ଗ୍ରହଣ କରାଯାଏ ।
- ଧଳା ଗୋଲାପକି ଶାନ୍ତିର ପ୍ରତିକ ଭାବେ ବଅର କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜର୍ମାନୀରେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା ।
- ଚାଙ୍ଗୁଡି ଭର୍ତ୍ତି ଲାଲ ଗୋଲାପକୁ ପ୍ରେମର ପ୍ରତିକ ଭାବେ ବିଚାର କରାଯାଏ ।ସେଥିପାଇଁ ଭାଲେଣ୍ଟାଇନ ଡେ'ରେ ବହୁ ଦେଶରେ ଏହା ଉପହାର ଭାବେ ପ୍ରଚଳିତ ଅଛି ।
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]


- World Federation of Rose Societies
- Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.