ଗୋବର୍ଦ୍ଧନ ପୀଠ

ଉଇକିପିଡ଼ିଆ ରୁ
Jump to navigation Jump to search

ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ପ୍ରଧାନ ମଠ ମଧ୍ୟରୁ ଗୋବର୍ଦ୍ଧନ ମଠ ଅନ୍ୟତମ । ଜଗନ୍ନାଥଙ୍କ ଉପାସନା ସହିତ ବର୍ଷ ସାରା ଏହି ମଠ ଜଡ଼ିତ ରହିଛି ।

ଇତିହାସ[ସମ୍ପାଦନା]

ହିନ୍ଦୁ ଧର୍ମର ପୁନଃ ସ୍ଥାପନା ବେଳେ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରିଟି ମଠ ସ୍ଥାପନା କରିଥିଲେ । ତନ୍ମଧ୍ୟରୁ ପୂର୍ବ ଦିଗରେ ପୁରୀର ମହୋଦଧିତୀରରେ ପ୍ରତିଷ୍ଠିତ ଏହି ମଠ ଗୋବର୍ଦ୍ଧନ ପୀଠ ବା ଗୋବର୍ଦ୍ଧନ ମଠ ନାମରେ ପ୍ରସିଦ୍ଧ । ଚାରି ମଠରେ ଚାରିଜଣ ପ୍ରମୁଖ ଶିଷ୍ୟ ଯଥା ପଦ୍ମପାଦ, ହସ୍ତାମଳକ, ସୁରେଶ୍ୱର ଏବଂ ତୋଟକାଚାର୍ଯ୍ୟଙ୍କୁ ଏହାର ଦାୟୀତ୍ୱ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ପ୍ରମୁଖ ଶିଷ୍ୟଙ୍କ ସ୍ଥାନ ଗ୍ରହଣ କରିଥିବା ମଠାଧୀଶ ଶଙ୍କରାଚାର୍ଯ୍ୟ ଭାବରେ ପରିଚିତ ହେଲେ । ଖ୍ରୀଷ୍ଟପୂର୍ବ ୪୮୩ରେ ପବିତ୍ର ବୈଶାଖ ଶୁକ୍ଳ ଦଶମୀ ତିଥିରେ ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ପ୍ରଥମ ଶଙ୍କରାଚାର୍ଯ୍ୟ ହେଉଛନ୍ତି ପଦ୍ମପାଦାଚାର୍ଯ୍ୟ ।[୧] ସମଗ୍ର ପୂର୍ବ ଭାରତ ସହ ଆସାମ, ଅରୁଣାଚଳ ପ୍ରଦେଶ, ସିକିମ, ଭୁଟାନ, ତ୍ରିପୁରା, ମେଘାଳୟ, ମିଜୋରାମ ତଥା ଉତ୍ତରପ୍ରଦେଶର ପ୍ରୟାଗ ପର୍ଯ୍ୟନ୍ତ ଏହି ପୀଠର ଅନ୍ତର୍ଗତ । ନିରଞ୍ଜନ ଦେବତୀର୍ଥଙ୍କ ପରେ ବର୍ତ୍ତମାନ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ।[୨][୩]

ଭୂମିକା[ସମ୍ପାଦନା]

ଜଗନ୍ନାଥଙ୍କ ନବକଳେବର ଲୀଳାରେ ବନଯାଗଠାରୁ ବ୍ରହ୍ମ ସଂସ୍ଥାପନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଷୋଳଟି ମଠ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗୋବର୍ଦ୍ଧନ ମଠ ଅନ୍ୟତମ । ପୁରୀର ପ୍ରସିଦ୍ଧ ରଥଯାତ୍ରାରେ ଗୋବର୍ଦ୍ଧନ ମଠର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

  • ରଥଯାତ୍ରା ଦିନ ଶ୍ରୀମନ୍ଦିରର ବାଇଶି ପାହାଚ ସଲଗ୍ନ କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ମଠର ସରଘରଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ ।
  • ସେହିପରି ବାହୁଡା଼ ପହଣ୍ଡି ସମୟରେ ମଧ୍ୟ ପନ୍ତି ଭୋଗ ହୋଇଥାଏ। ରଥଯାତ୍ରା ଦିନ ଗୋବାର୍ଦ୍ଧନ ମଠର ମଠାଧୀଶ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥାନ୍ତି ।

ଆଧାର[ସମ୍ପାଦନା]

  1. "Govardhan Math". Retrieved 29 August 2015.
  2. "About Odisha". Retrieved 29 August 2015.
  3. "http://www.purionline.in/city-guide/govardhan-matha-at-puri". Retrieved 1 September 2015. External link in |title= (help)

ଅଧିକ ତଥ୍ୟ[ସମ୍ପାଦନା]