ନିଶ୍ଚଳାନନ୍ଦ ସରସ୍ୱତୀ
ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ | |
---|---|
ଧର୍ମ | ହିନ୍ଦୁ ଧର୍ମ |
ବର୍ଗ | ଗଣିତଜ୍ଞ, ବେଦାନ୍ତ, ସ୍ମାର୍ତ ପରମ୍ପରା |
ବ୍ୟକ୍ତିଗତ | |
ଜାତୀୟତା | ଭାରତୀୟ |
ଜନ୍ମ | ନୀଳାମ୍ବର ଝା, ପରବର୍ତ୍ତୀ ସମୟରେ ଧୃବଚୈତନ୍ୟ ନାମରେ ନାମିତ ୩୦ ଜୁନ ୧୯୪୩ ହରିପୁର ବକ୍ଷି ଟୋଲ, ମଧୁବନୀ, ବିହାର, ଭାରତ |
Senior posting | |
ଉପାଧି | ଗୋବର୍ଦ୍ଧନ ପୀଠର ୧୪୫ତମ ଜଗତଗୁରୁ ଶଙ୍କରାଚାର୍ଯ୍ୟ |
ଧାର୍ମିକ ବୃତ୍ତି | |
ୱେବସାଇଟ | https://govardhanpeeth.org |
ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ହେଉଛନ୍ତି ଓଡ଼ିଶାର ପୁରୀଠାରେ ଥିବା ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ।[୧][୨][୩]
ଜୀବନୀ
[ସମ୍ପାଦନା]ନିଶ୍ଚଳାନନ୍ଦ ସରସ୍ୱତୀ ୧୯୪୩ ମସିହାରେ ଜୁନ ୩୦ ତାରିଖରେ ମଧୁବନୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲାଲବଂଶୀ ଝା ଦରଭଙ୍ଗା ମହାରାଜାଙ୍କର ରାଜ ପୁରୋହିତ ଥିଲେ ।[୪] ତାଙ୍କ ମାତା ଥିଲା ଗୀତା ଦେବୀ । ପିଲାଦିନେ ତାଙ୍କ ନାମ ଥିଲା ନୀଳାମ୍ବର ଝା ।[୫]
ପ୍ରାରମ୍ଭିକ ଶିକ୍ଷା
[ସମ୍ପାଦନା]ତାଙ୍କ ପ୍ରାରମ୍ଭିକ ଶିକ୍ଷା ତାଙ୍କ ଗ୍ରାମରୁ ଆରମ୍ଭ ହୋଇଥିଲା ଏବଂ ପରେ ସେ କୁଳୌହି, ଲୋହା ଏବଂ ଦିଲ୍ଲୀରେ ପଢ଼ିଥିଲେ । ୧୭ ବର୍ଷ ବୟସରେ ସେ ଶିକ୍ଷାଗ୍ରହଣ ପାଇଁ ଗୃହତ୍ୟାଗ କରିଥିଲେ । ସ୍ୱାମୀ ନାରଦାନନ୍ଦ ସରସ୍ୱତୀ ତାଙ୍କ ନାମ ପରିବର୍ତ୍ତନ କରି ଧୃବଚୈତନ୍ୟ ନାମରେ ନାମିତ କରିଥିଲେ ।[୫]
ବେଦଶିକ୍ଷା ଓ ଗୋ ଆନ୍ଦୋଳନ
[ସମ୍ପାଦନା]ସେ ବେଦ ଏବଂ ତତ୍ ସମ୍ବନ୍ଧୀୟ ଶିକ୍ଷା କାଶୀ, ବୃନ୍ଦାବନ, ନୈମିଶରଣ୍ୟ, ବଦ୍ରିକାଶ୍ରମ, ଋଷିକେଶ, ହରିଦ୍ୱାର, ପୁରୀ, ଶୃଙ୍ଗେରୀ ଆଦିରୁ ପ୍ରାପ୍ତ କରିଥିଲେ । ସେ ଗୋ-ରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ, ଫଲରେ ୯ ନଭେମ୍ବର ୧୯୬୬ରୁ ତାଙ୍କୁ ୫୨ ଦିନ ଧରି ତିହାର କାରାଗାରରେ ରଖାଯାଇଥିଲା ।[୫]
ସନ୍ୟାସ ଧର୍ମ ଗ୍ରହଣ
[ସମ୍ପାଦନା]୧୮ ଅପ୍ରେଲ ୧୯୭୪ରେ ବୈଶାଖ କୃଷ୍ଣ ଏକାଦଶୀ ତିଥିରେ ହରିଦ୍ୱାରଠାରେ ସେ ତାଙ୍କ ଗୁରୁ କରପତ୍ରିଜୀ ମହାରାଜଙ୍କଠାରୁ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ପରିବର୍ତ୍ତନ କରାଯାଇ ନିଶ୍ଚଳାନନ୍ଦ ସରସ୍ୱତୀ ରଖାଯାଇଥିଲା । ୧୯୮୨ ମସିହାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ପୁରୀ ଗୋବର୍ଦ୍ଧନ ପୀଠର ତତକାଳୀନ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନଦେବ ତୀର୍ଥଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ ।[୫]
ଶଙ୍କରାଚାର୍ଯ୍ୟ ପଦ
[ସମ୍ପାଦନା]ସନାତନ ଧର୍ମ ପ୍ରତି ତାଙ୍କ ଶ୍ରଦ୍ଧା ତଥା ବେଦାନ୍ତ ଜ୍ଞାନରେ ତାଙ୍କର ପାରଦର୍ଶିତା ପାଇଁ ତାଙ୍କ ଗୁରୁ ସ୍ୱାମୀ ନିରଞ୍ଜନଦେବ ତୀର୍ଥ ତାଙ୍କୁ ତାଙ୍କ ଉତ୍ତରାଧିକାର ତଥା ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଭାବରେ ମନୋନୀତ କରିଥିଲେ ।[୫]
ସେ ଭାରତ ତଥା ଭାରତ ବାହାରେ ବିଭିନ୍ନ ସ୍ଥାନରେ ସନାତନ ଧର୍ମର ସୁରକ୍ଷା, ଏହାର ଗରିମାକୁ ବଢ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭାରତୀୟ ଏକତା, ସୀମା ସୁରକ୍ଷା, ଗୋ-ସୁରକ୍ଷା, ମହିଳା ସଶକ୍ତିକରଣ, ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟମାନ କରିଛନ୍ତି । ସେ ଆନନ୍ଦ ବାହିନୀ ଓ ଆଦିତ୍ୟ ବାହିନୀ ନାମରେ ଦୁଇଟି ସଂଗଠନ ମଧ୍ୟ ଆରମ୍ଭ କରିଛନ୍ତି, ଯାହାକି ଜାତୀଯ ସ୍ତରରେ ସନାତନ ଧର୍ମର ସୁରକ୍ଷା ଦିଗରେ କାମ କରୁଛି ।[୫]
ଆଧାର
[ସମ୍ପାଦନା]- ↑ "Swami Nischalananda Saraswati". Govardhan Math, Puri (in ବ୍ରିଟିଶ୍ ଇଂରାଜୀ). Govardhan Math, Puri. Retrieved 17 December 2021.
- ↑ Subhashish, Mohanty. "'Shankaracharya is an institution'". Telegraph India. Retrieved 17 December 2021.
- ↑ "Puri Shankaracharya Happy with Move to Keep Govardhan Math out of Endowment Act, Seeks Total Autonomy". News18 (in ଇଂରାଜୀ). 22 October 2019. Retrieved 17 December 2021.
- ↑ "जगतगुरु शङ्कराचार्य स्वामी निश्चलानंद जी महाराज | गोवर्धन मठ | | जगतगुरु शङ्कराचार्य स्वामी निश्चलानंद जी महाराज |". 2018-09-22. Archived from the original on 2018-09-22. Retrieved 2022-03-26.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Swami Nischalananda Sraswati". Govardhan Math, Puri (in English). Retrieved 11 August 2023.
{{cite web}}
: CS1 maint: unrecognized language (link)