ଗାର୍ଗୀ ମହାନ୍ତି

ଉଇକିପିଡ଼ିଆ‌ରୁ
ଗାର୍ଗୀ ମହାନ୍ତି
Born
Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୦୫ରୁ-ଏବେଯାଏଁ
Spouseରବିନ୍ଦ୍ର ନାଥ ପାଢ଼ୀ
Parentଅମୂଲ୍ୟ ମହାନ୍ତି
Awardsରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

‌ଗାର୍ଗୀ ମହାନ୍ତି‌ ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଗାର୍ଗୀ ଜଣେ ଦକ୍ଷ ଏବଂ ପ୍ରଶିକ୍ଷିତ ଓଡ଼ିଶୀ ନର୍ତ୍ତକୀ । ସେ ଅଢ଼େଇ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ।[୧] ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗାର୍ଗୀଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଅର୍ଜୁନ । ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ଡିଡି ଓଡ଼ିଆର ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଗାର୍ଗୀ ମହାନ୍ତି ଅତ୍ୟନ୍ତ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ ।[୧] ସେ ଜଣେ ଦକ୍ଷ ଓଡ଼ିଶୀ ନର୍ତ୍ତକୀ । ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ଏକ ଭଜନ ଆଲବମ୍‌ରେ ଗାର୍ଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସେ ଅତି ସ‌ହଜରେ ସମସ୍ତ ନୃତ୍ୟର ରେକର୍ଡ଼ କରିଥିଲେ । ଯାହା ଫଳରେ ହରିଶ ତାଙ୍କୁ ଅନ୍ୟ କିଛି ଆଲବମ୍‌ରେ ନେଇଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ ଧାରାବାହିକରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ଗାର୍ଗୀ ।[୧]

ଧାରାବାହିକର ଅଭିନୟର ମାତ୍ର ଅଳ୍ପଦିନ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଗାର୍ଗୀଙ୍କୁ ତାଙ୍କ ଚଳଚ୍ଚିତ୍ର ଅର୍ଜୁନରେ ନାୟିକା ଭାବରେ ନେଇଥିଲେ ।[୨] ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ନାୟକ ଥିଲେ ଅନୁଭବ ମହାନ୍ତି । ଏହା ପରେ ପୁଣି ଗାର୍ଗୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌ଗାୟତ୍ରୀ‌ରେ ଅଭିନୟ କରିଥିଲେ ଗାର୍ଗୀ ।[୧]

ପରେ ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‌ଟୋପାଏ ସିନ୍ଦୂର‌ରେ ଅଭିନୟ କରିଥିଲେ । ଏହା ପରେ ପୁଣି ତରଙ୍ଗରେ ପ୍ରସାରିତ ଧାରାବାହିକ ‌ରାଣୀ‌ରେ ସେ ଶାଶୂ ଭୂମିକାରେ ଅଭିନୟ କରିଥିଲେ ।[୨] ‌ମାଟିର ବନ୍ଧନ‌ ନାମକ ଚଳଚ୍ଚିତ୍ରରେ ଗାର୍ଗୀ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନ ଥିଲା ।[୧] ଏକ ହିନ୍ଦୀ ଆଲବମ୍ ‌ଆଙ୍ଖୋନେ ତୁଝ୍‌କୋ ଦେଖା‌ରେ ମଧ୍ୟ ଗାର୍ଗୀ ଅଭିନୟ କରଥିଲେ ।[୧].

୨୦୧୨ରେ ଗାର୍ଗୀଙ୍କର ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ହେ ସଖା ମୁକ୍ତିଲାଭ କରିଥିଲା ।[୩][୪] ଏହି ଚଳଚ୍ଚିତ୍ରଟି କୃଷ୍ଣ ଏବଂ ତାଙ୍କର ସ‌ଖା ସୁଦାମାଙ୍କ ଉପରେ ପର୍ଯ୍ୟବସିତ ଥିଲା । ଏହି ଚଳଚ୍ଚିତ୍ରରେ ଗାର୍ଗୀ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ ।[୫]

୨୦୧୬ରେ ଗାର୍ଗୀଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା କ୍ରାନ୍ତିଧାରା । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ସମରେଶ ରାଉତରାୟ, ପୁଷ୍ପା ପଣ୍ଡା ପ୍ରଭୃତି ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ ।[୬] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗାର୍ଗୀଙ୍କ ଅଭିନୟ ୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଗାର୍ଗୀ ଶ୍ରେଷ୍ଠ ନାୟିକ ସମ୍ମାନ ମିଳିଥିଲା ।[୭] ୨୦୧୬ରେ ଗାର୍ଗୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହାର ନାମ ହେଉଛି ସ୍ପନ୍ଦନ ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୦୫ ଅର୍ଜୁନ ହର ପଟ୍ଟନାୟକ ଚୁମୁକୀ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୨ ହେ ସଖା ଆଶିଷ ଭଟାଚାର୍ଯ୍ୟ ସୁମତୀ
୨୦୧୬ କ୍ରାନ୍ତିଧାରା ହିମାଂଶୁ ଖଟୁଆ ପ୍ରତିଜ୍ଞା
୨୦୨୦ ଚରିତ୍ର

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ ଡିଡି ଓଡ଼ିଆ
ଗାୟତ୍ରୀ ଇ ଟିଭି ଓଡ଼ିଆ ଗାୟତ୍ରୀ
ଟୋପାଏ ସିନ୍ଦୁର[୯] ତରଙ୍ଗ ଟିଭି
ରାଣୀ ତରଙ୍ଗ ଟିଭି ପ୍ରିୟଦର୍ଶନୀ ଭଞ୍ଜ/ପ୍ରିୟା

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Sapanara Pathe Pathe: Actress Gargi Mohanty". କନ‌କ ଟିଭି. 11 December 2011. Retrieved 10 March 2017.
  2. ୨.୦ ୨.୧ "Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.
  3. "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
  4. http://odishasuntimes.com/2015/01/13/odishas-veteran-actor-director-hara-patnaik-no/
  5. "Oriya Films 2012 – Oriya Movies 2012 Details Starcast". IncredibleOrissa. 13 January 2012. Retrieved 10 March 2017.
  6. "ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Archived from the original on 7 March 2017. Retrieved 1 March 2017.
  7. "ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ସ୍ନେହ ମୋତେ ସଫଳତା ଦେଇଛି: ବିଜୟ". ସର୍ବସାଧାରଣ. 12 December 2016. Retrieved 1 March 2017.[permanent dead link]
  8. "Kathare Kathare - Anu Chowdhury and Gargi Mohanty - Etv News Odia". E TV News Odia. 10 September 2016. Retrieved 10 March 2017.
  9. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)