କୋୟା
କୋୟା, ଏକ ପ୍ରଜାତିର ଆଦିମ ଅଧିବାସୀ ଯେଉଁମାନେ ଓଡ଼ିଶାର ମାଲକାନଗିରି ସହ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ବସବାସ କରନ୍ତି । କୋୟାମାନେ ଗଣ୍ଡ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ, ଯେଉଁମାନେ ଗଣ୍ଡ ସମାଜରୁ ବାସନ୍ଦ ହୁଅନ୍ତି, ସେମାନେ ନିଜକୁ କୋୟା ଭାବେ ପରିଚିତ କରାଇଥାନ୍ତି । କୋୟାମାନଙ୍କ ଭିତରେ ଗଣ୍ଡିଆ ଜାତିର ଲୋକେ ଥିବା ଜଣାଯାଏ । କୋୟା ଓ ଗଣ୍ଡିଆମାନଙ୍କ ନଧ୍ୟରେ ବିବାହ ସମ୍ପର୍କ ଥିଲେ ମଧ୍ୟ ଗଣ୍ଡିଆମାନେ ନିଜକୁ କୋୟାମାନଙ୍କଠାରୁ ଶ୍ରେଷ୍ଠ ବୋଲି କହନ୍ତି । କୋୟାମାନେ ତିନି ଗୋଷ୍ଠୀରେ ବିଭକ୍ତ ଯଥା: କୋୟା, କମାରି/ କମାର ଓ ମୁଷରୀ । ଏହି ତିନିଗୋଷ୍ଠି ମଧ୍ୟରେ କୋୟା ଶ୍ରେଷ୍ଠ । କମାର ଗୋଷ୍ଠିର ଲୋକେ ଲୁହାରେ ବିଭିନ୍ନ ପ୍ରକାର ହତିଆର ଓ ସାଜ ସରଞ୍ଜାମ ପ୍ରସ୍ତୁତ କରିଥାନ୍ତି । ମୁଷରୀ ଗୋଷ୍ଠିର ଲୋକମାନେ ଲୁହା କାମ କରନ୍ତି । ମୁଷରୀ ଗୋଷ୍ଠିର ଲୋକମାନେ ତମ୍ବା, ପିତ୍ତଳ ଓ ରସ (ଆଲୁମିନିଅମ)ରେ ନାନା ପ୍ରକାର ଅଳଙ୍କାର ତିଆରି କରନ୍ତି ।
ବେଶ ପୋଷାକ
[ସମ୍ପାଦନା]କୋୟା ପୁରୁଷମାନେ ଲେଙ୍ଗୁଟି ମାରନ୍ତି, କିନ୍ତୁ ହାଟ ବଜାର ଗଲାବେଳେ ଓ ପର୍ବପର୍ବାଣି ଦିନରେ ମୁଣ୍ଡରେ ପାଗ ଭିଡ଼ିବା ସହ ଲୁଗା ଓ ଜାମା ପିନ୍ଧନ୍ତି । ଲୁଗାଟିଏ ବେଢ଼ାଇ ହୋଇଥାନ୍ତି ଓ ବେକରେ ବିଭିନ୍ନ ପ୍ରକାରର ମାଳି ଓ ପଇସା ମାଳ ପିନ୍ଧନ୍ତି ।
ଜନବସତି
[ସମ୍ପାଦନା]କୋୟା ଗାଁଗୁଡ଼ିକ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ମୃତ ବ୍ୟକ୍ତିମାନଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ସ୍ଥାପିତ ପଥର ଖୁଣ୍ଟ ସବୁ କୋୟା ଗ୍ରାମର ସୀମା ନିର୍ଦ୍ଧାରଣ କରିଥାନ୍ତି । କୋୟା ଗାଁ ମଝିରେ ପୁଅ ଝିଅଙ୍କର ନାଚ ପାଇଁ ଖୋଲା ସ୍ଥାନ ଥାଏ । ଏହି ସ୍ଥାନଟି ‘ଏଣ୍ଡବାଉଲ’ ଭାବେ ପରିଚିତ । ପୁଅମାନେ ବିବାହ କରିବା ପରେ ନିଜର ଅଲଗା ଘର କରି ରହନ୍ତି । କେତେକ ଗ୍ରାମରେ ଯୁବକମାନେ ଆଶ୍ରୟ ନେବା ନିମନ୍ତେ ଧାଙ୍ଗଡ଼ା ଘର ବା ‘ପିକିନ୍ କୁଡ଼ମା’ ଥାଏ । ପ୍ରତ୍ୟେକ ଗ୍ରାମରେ ଚଣ୍ଡୀଘର ବା ଅତିଥିଶାଳା ଥାଏ । ଗାଁରେ ଗୋମଡ଼କ, ମହାମାରୀ, ବସନ୍ତ ଆଦି ସଂକ୍ରାମକ ରୋଗ ଦେଖାଦେଲେ କିମ୍ବା ପୋଡୁଚାଷ ପାଇଁ ଜମି ନିଅଣ୍ଟ ହେଲେ କୋୟାମାନେ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଇ ବସତି ସ୍ଥାପନ କରିଥାନ୍ତି ।
କୃଷି ଓ ପଶୁପାଳନ କୋୟାମାନଙ୍କର ପ୍ରଧାନ ଜୀବିକା । କୋୟା ସମାଜରେ ଉଭୟ ସ୍ତ୍ରୀ ଓ ପୁରୁଷ କାଠ ତିଆରି ଛୋଟ ଲଙ୍ଗଳରେ ଗାଇ ସାହାଯ୍ୟରେ ଚାଷ କରନ୍ତି । ପାହାଡ଼ିଆ ଜମିରେ ଏମାନେ ପୋଡୁ ଚାଷ କରିଥାନ୍ତି । ଏହା ଛଡ଼ା ଶିକାର ଓ ଫଳମୂଳ ସଂଗ୍ରହ କରି ଏମାନେ ଖାଦ୍ୟ ସମସ୍ୟା ଦୁର କରିଥାନ୍ତି ।ପ୍ରତ୍ୟେକଙ୍କ ଘରେ ଶତାଧିକ ଗୋରୁ ଥାଆନ୍ତି । ବିବାହ ସମୟରେ କନ୍ୟାସୁନା ବାବଦରେ ଓ ଲୁଗାପଟା କିଣିଲା ବେଳେ ଏମାନେ ଗୋରୁ ବଦଳ କରିଥାନ୍ତି ।
ଆଧାର
[ସମ୍ପାଦନା]- ସୂର୍ଯ୍ୟପ୍ରଭା, ୧ ମାର୍ଚ୍ଚ ୨୦୧୨, ପୃଷ୍ଠା: ୮