ଓଡ୍ରାଫ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ୍ରାଫ
Agency overview
Formed ୨୦୦୧; ୨୦ ବର୍ଷ ଆଗରୁ (2001)
Jurisdiction ଓଡ଼ିଶା ସରକାର
Minister responsible ନବୀନ ପଟ୍ଟନାୟକ, ମୁଖ୍ୟ ମନ୍ତ୍ରୀ

ଓଡ୍ରାଫ ( ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ En : Odisha Disaster Rapid Action Force ) ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ଏକ ସ୍ୱତନ୍ତ୍ର ଦଳ । ଓଡ୍ରାଫ ଟିମ ଗୃହ ମନ୍ତ୍ରଣାଳୟ(ପୋଲିସ ଆଇଜି-ଆଇନ ଏବଂ ଆଦେଶ) ତା ୭ ଜୁନ ୨୦୦୧ ଚିଠି ସଂଖ୍ୟା ୯୩୯/ସିଡି ଅଧିନରେ ବ୍ୟବସ୍ଥିତ ।[୧] ଓଡ଼ିଶା ବାହାରେ, ପଶ୍ଚିମବଙ୍ଗ ଆଦି ସ୍ଥାନରେ ମଧ୍ୟ ଏହି ଦଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଛି ।[୨]

ଆବଶ୍ୟକତା[ସମ୍ପାଦନା]

୧୯୯୯ ମହାବାତ୍ୟା ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୪ଟିରେ ପ୍ରଭୂତ କ୍ଷତି ହୋଇଥିଲା । ୮,୯୬୨ଟି ମୂଲ୍ୟବାନ ମଣିଷ ଜୀବନ, ୪୫୦,୦୦୦ରୁ ଉର୍ଦ୍ଧ ଗୃହପାଳିତ ପଶୁପକ୍ଷୀଙ୍କର ଜୀବନ ହାନି ଘଟିଥିଲା । ଗମନାଗମନ, ଟେଲିକମ, ଶକ୍ତିବିଭାଗ ଅଚଳ ହେଇଗଲା । ୨ଅୟୁତ ବାସଗୃହ ଏବଂ ୧.୮୪ଅୟୁତ ହେକ୍ଟର ଶସ୍ୟକ୍ଷେତ୍ର ଉଜୁଡିଗଲା । ସମଗ୍ର ପୁର୍ବ ଉପକୂଳ ନଷ୍ଟ ଭ୍ରଷ୍ଟ ହୋଇଯାଇଥିଲା । ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରବଣତା, ଅପ୍ରସ୍ତୁତତା ବିପର୍ଯ୍ୟୟ ପରିଚାଳନା ଓ ସ୍ଥିତି ପୁନର୍ବହାଲ କରିବା ପ୍ରଶାସନିକ-ବ୍ୟବସ୍ଥାପକ ପ୍ରକ୍ରିୟା ଏବଂ ଅର୍ଥନୀତି ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିଲା ।

କେନ୍ଦ୍ର[ସମ୍ପାଦନା]

ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ସୁବଣ୍ଟନ,ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ବନ୍ଦୋବସ୍ତ ଭଳି ସାଧାରଣ ବହିଃପରିଚାଳନା ନିମନ୍ତେ ଓଡ଼ିଶା ରାଜ୍ୟ ଆର୍ମଡ ପୋଲିସ (ଓଏସଏପି) ଏବଂ ଆର୍ମଡ ପୋଲିସ ରିଜର୍ଭ (ଏପିଆର)ମାନଙ୍କ ସହାୟତା ନେଇ ପ୍ରଥମ ପର୍ଯ୍ୟାୟରେ କଟକ, ଛତ୍ରପୁର,ବାଲେଶ୍ୱର, ଝାରସୁଗୁଡ଼ା, ଏବଂ କୋରାପୁଟଠାରେ ପାଂଚଟି ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ(ଓଡ୍ରାଫ) ୟୁନିଟ ସ୍ଥାପିତ ହୋଇଥିଲା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ୍ରାଫର ଗୁରୁତ୍ୱକୁ ଧ୍ୟାନରେ ରଖି ରାଜ୍ୟ ସରକାର ଅଧିକ ପାଞ୍ଚଟି ୟୁନିଟ୍ ବାରିପଦା, ଭୁବନେଶ୍ୱର, ବଲାଙ୍ଗୀର, ରାଉରକେଲା ଏବଂ ପାରାଦୀପଠାରେ ସ୍ଥାପନ କଲେ । ପରିଚାଳନା କରିବା ପାଇଁ କର୍ମଚାରୀ ଅଭାବ ପଡ଼ିବାରୁ ନୂଆ ଓଡ୍ରାଫ ଟିମ୍‌କୁ ଓଡ଼ିଶା ଅଗ୍ନିଶମ ସେବା ପ୍ରଶିକ୍ଷଣ ସଂସ୍ଥାନ(ଓଏଫଏସଟିଆଇ),ଭୂବନେଶ୍ୱରରେ ସ୍ଥାପନା କରାଯାଇଛି ଏବଂ ଏହାକୁ ଅଗ୍ନିଶମ ଓଡ୍ରାଫ ଭାବେ ନାମିତ କରାଯାଇଛି । ଏହି ଅଗ୍ନିଶମ ଓଡ୍ରାଫ',ନିଜର ମୂଳ ଅଗ୍ନିଶମ ଓ ପ୍ରାକୃତିକ ଏବଂ ମନୁଷ୍ୟ କୃତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଛଡ଼ା ରାଜଧାନୀକୁ କେନ୍ଦ୍ରିୟ ହବ୍ ଭାବେ ନେଇ ରାଜ୍ୟ ଆପାତକାଳୀନ କାର୍ଯ୍ୟ କେନ୍ଦ୍ର ସହଯୋଗରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା କରନ୍ତି ।

ପ୍ରତିଷ୍ଠିତ କେନ୍ଦ୍ରଗୁଡ଼ିକ ହେଲା:

  1. ଓଏସଏପି ଷଷ୍ଠ ବାଟାଲିଅନ, କଟକ
  2. ଓଏସଏପି ତୃତୀୟ ବାଟାଲିଅନ, କୋରାପୁଟ
  3. ଓଏସଏପି ଦ୍ୱୀତୀୟ ବାଟାଲିଅନ, ଝାରସୁଗୁଡ଼ା
  4. ଓଏସଏପି ଅଷ୍ଟମ ବାଟାଲିଅନ,ଛତ୍ରପୁର
  5. ଓଏସଏପି ସପ୍ତମ ବାଟାଲିଅନ, ଭୂବନେଶ୍ୱର
  6. ଏପିଆର ପାରଦୀପ
  7. ଏପିଆର ବାଲେଶ୍ୱର
  8. ରାଉରକେଲା
  9. ବାରିପଦା
ODRAF Rescue team in action

କାର୍ଯ୍ୟ ମୂଖ୍ୟ ବିନ୍ଦୁ[ସମ୍ପାଦନା]

  • ବିପର୍ଯ୍ୟୟ ସ୍ଥଳରେ ଶୀଘ୍ର ପହଞ୍ଚ
  • ଖୋଜା ଏବଂ ଉଦ୍ଧାର
  • ରିଲିଫ ସରବରାହ ପାଇଁ ମଧ୍ୟମ ନିଶ୍ଚିତ କରିବା
  • ଅଳିଆ ଆବର୍ଜନା ସଫା
  • କ୍ଷତାକ୍ତ ଲୋକଙ୍କୁ ସ୍ଥାନାନ୍ତରଣ
  • ମାନସିକ ଆଶୁଚିକିତ୍ସା
  • ଭୂମିକମ୍ପ ପୁର୍ବପ୍ରସ୍ତୁତିରେ ସାମାଜିକ ସହଯୋଗ[୩]

ବ୍ୟବହାର୍ଯ୍ୟ ଉପକରଣ[ସମ୍ପାଦନା]

ପାଣିରୁ ଉଦ୍ଧାର, ରିଲିଫ ସୁବନ୍ଦୋବସ୍ତ, ଭୁସୁଡି ପଡିଥିବା ନିର୍ମାଣ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ(ସିଏସ୍‌ଏସ୍‌ଆର୍),ଆଶୁଚିକିତ୍ସା ଦାୟିତ୍ୱବହନ(ଏମଏଫଆର) ଗମନାଗମନ,ଯୋଗାଯୋଗ, ନିଜ ସୁରକ୍ଷାକାରୀ ଉପକରଣ(ପିପିଇ)ଏବଂ ଭିନ୍ନଭିନ୍ନ ଦୁର୍ବିପାକରେ ଦ୍ରବ୍ୟ ସରବରାହ ପାଇଁ ଓଡ୍ରାଫ୍‌ ଟିମ୍ ୯୨ ପ୍ରକାରର ଭିନ୍ନ ଭିନ୍ନ ଜରୁରୀକାଳୀନ ଉପକରଣ ସବୁ ବ୍ୟବହାର କରନ୍ତି । ଯଥା:

ବନ୍ୟା[ସମ୍ପାଦନା]

ଭର୍ତ୍ତି ଭାସମାନ ରବ୍ୱର ଡଙ୍ଗା ବହିଃବୋର୍ଡ଼ ମୋଟୋର (ଓବିଏମ), ପହଁରା ଉପକରଣ, ଭାସମାନ ଟାୱାର ଲାଇଟ, କମାଣ୍ଡୋଙ୍କ ଖୋଜା ଲାଇଟ, ଜେନେରେଟର, ଟ୍ରକ, ସୈନ୍ୟା ବାହୀ ଯାନ, ଆମ୍ବୁଲାନ୍ସ, ବୁଡନ୍ତା ପମ୍ପ ଇତ୍ୟାଦି ।

ବାତ୍ୟା[ସମ୍ପାଦନା]

ଭିନ୍ନଭିନ୍ନ ଶକ୍ତିଶାଳୀ କରତ,(ଉଭୟ ପେଟ୍ରୋଲ୍ ଏବଂ ବିଦ୍ୟୁତ ଚାଳିତ), କ୍ରେନ, ଉଦ୍ଧାରକାରୀ ଭ୍ୟାନ୍, ଏବଂ ବହନକାରୀ ସହ ଖନନକାରୀ ଯାନ ଇତ୍ୟାଦି ।

ଭୂମିକମ୍ପ, ରାସ୍ତାଘାଟ ଦୁର୍ଘଟଣା[ସମ୍ପାଦନା]

ହାଇଡ୍ରାଉଲିକ୍ ଉଦ୍ଧାର ହାତ ହତିଆର ଯଥା କଟାଳି, ବିଛାଣକାରୀ, ଯୁଗ୍ମ ହାତ ହତିଆର, ଟେଲିସ୍କୋପିକ ରାମ୍ ଜ୍ୟାକ, ହାଇଡ୍ରାଉଲିକ ପାୱାର ଶୋର ଏବଂ ଆରସିସି କଟାଳି ଉପକରଣ ଇତ୍ୟାଦି । ଏହି ମୂଖ୍ୟ ଉପକରଣଗୁଡ଼ିକ ଛଡା ଶ୍ୱାସ ଉପକରଣ, ରାସାୟନିକ କାଟ୍ରିଜ ଇତ୍ୟାଦି ରାସାୟନିକ ବିପର୍ଯ୍ୟୟମାନ/ଦୁଷିତ ପରିବେଶମାନଙ୍କରେ ଖୋଜା ଏବଂ ଉଦ୍ଧାର ନିମିତ୍ତ ବ୍ୟବହୃତ ହୁଏ ।

ବିପର୍ଯ୍ୟୟ ସମୟରେ ଶକ୍ତି ଅଚଳାବସ୍ତା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ୧୨୫ କେଭିଏ ଜେନେରେଟରବାହୀ ଟ୍ରକ ବ୍ୟବହୃତ ହୋଇଥାଏ । ଏହା ଏକାସାଙ୍ଗରେ ଅଲୋକ ପ୍ରଦାନ ସହ ସମସ୍ତ ଉଦ୍ଧାର କାର୍ଯ୍ୟ ଉପକରଣଗୁଡ଼ିକୁ ଚଳାଇବାରେ ସାହାଯ୍ୟ କରେ ।

ଉପକରଣ ରକ୍ଷଣାବେକ୍ଷଣ[ସମ୍ପାଦନା]

ଉପକରଣଗୁଡ଼ିକୁ ସଦାସର୍ବଦା କାର୍ଯ୍ୟକ୍ଷମ ରଖିବା ପାଇଁ ‘’ଜରୁରୀକାଳୀନ ଉପକରଣ ରକ୍ଷଣାବେକ୍ଷଣ ମାନୁଏଲ୍’’ ପ୍ରସ୍ତୁତ ହୋଇ ଓଡ୍ରାଫ ୟୁନିଟ୍‌ରେ ବଣ୍ଟନ କରାଯାଇଛି ସମସ୍ତ ଉପକରଣ ବ୍ୟବହାରକ୍ଷମ ରଖିବା ପାଇଁ ମକ୍ ଡ୍ରିଲ୍, ପରୀକ୍ଷଣ ଏବଂ ଉପାଯୋଗ ନିୟମିତ ବ୍ୟବଧାନରେ କରାଯାଏ ପାଇଁ ଓଡ୍ରାଫ୍‌ ଟିମ୍ ୯୨ ପ୍ରକାରର ଭିନ୍ନ ଭିନ୍ନ ଜରୁରୀକାଳୀନ ଉପକରଣ ସବୁ ବ୍ୟବହାର କରନ୍ତି ।

ପ୍ରଶିକ୍ଷଣ[ସମ୍ପାଦନା]

ଓଡ୍ରାଫ କର୍ମଚାରୀ ରାଜ୍ୟ ତଥା ଦେଶର ବଡବଡ ସଂସ୍ଥାନରୁ ବିପର୍ଯ୍ୟୟ ପରିଚାଳନା ପାଇଁ କାର୍ଯ୍ୟ ଦକ୍ଷତା ବୃଦ୍ଧି (ଶାରୀରିକ, ବୌଦ୍ଧିକ ଏବଂ ତାର୍କିକ/ସୃଜନଶୀଳତା) ତାଲିମ୍ ପାଆନ୍ତି ଯଥା:

  • ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ, ନୂଆଦିଲ୍ଲୀ(ଏନ୍ଆଇଡିଏମ),
  • ନାସନାଲ ଇଣ୍ଡଷ୍ଟ୍ରୀ ସେକ୍ୟୁରିଟି ଏକାଡେମୀ (ଏନଆଇଏସଏ) ହାଇଦ୍ରାବାଦ,
  • ଏକ୍ସପ୍ଲୋରର୍ ଇନ୍ସଟିଟ୍ୟୁଟ୍, କଲିକତା
  • ଅଟଳ ବିହାରୀ ବାଜପେୟୀ ମାଉନ୍ଟନିଅରିଂ ଇନ୍ସଟିଚ୍ୟୁଟ, ମନାଲୀ
  • ବିହାର ମୁକାମ ଘାଟ ସିଆରପିଏଫ ତାଲିମ କେନ୍ଦ୍ରରେ ଥିବା ବନ୍ୟା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପ୍ରଶିକ୍ଷଣ
  • ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ (ଏନସିଡିସି), ନାଗପୁର
  • ବନ୍ୟା ଉଦ୍ଧାର କୋର୍ସ, ମୁଣ୍ଡଳୀ, କଟକ
  • ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପ୍ରଶିକ୍ଷଣ, ଆଇଏନଏସ, ଚିଲିକା[୪]

ଇତ୍ୟାଦି ଓଡ୍ରାଫ କର୍ମଚାରୀମାନେ ସାଧାରଣ ଆଶୁଚିକିତ୍ସା, ନିଜେ ଧାରଣକାରୀ ଶ୍ୱାସ ଉପକରଣ (ଏସସିବିଏ), ଉଚ୍ଚରୁ ଉଦ୍ଧାର, ନୌଚାଳନ, ଚେନ କରତ ଏବଂ ଭାସମାମ ଟାୱାର ଲାଇଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଇତ୍ୟାଦିରେ ପ୍ରଶିକ୍ଷଣ ନେଇଥଆନ୍ତି ।

କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]

ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ଥାନିକ ପଦସ୍ଥ ଅଧିକାରୀମାନେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ପରିଚାଳନା ନିର୍ଦ୍ଦେଶକଙ୍କୁ ଅନୁରୋଧ କରନ୍ତି ଯେକି ପୋଲିସ ଆଇଜିଙ୍କୁ ପୁନଃ ଅନୁରୋଧ କରନ୍ତି । ପ୍ରଭାବିତ ଅଂଚଳରେ ଓଡ୍ରାଫ ଟିମ ପ୍ରେରଣ ଏବଂ ମୃତୟନ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଅନ୍ତି । ସାଧାରଣ ପଦକ୍ଷେପ ପ୍ରକ୍ରିୟା (ଏସଓପି) କର୍ମଚାରୀ ଏବଂ ଉପକରଣଗୁଡ଼ିକ ପାଇଁ ପ୍ରସ୍ତୁତ ହୁଏ ଏବଂ ଏଥିରେ ଜଡ଼ିତ ଥିବା ଅଧିକାରୀମାନଙ୍କୁ ଚିଠି ଦ୍ୱାର ଲିଖିତ ଜଣାଯାଏ । ଅଧିକାଂଶ ଉପକରଣ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି (ଏଏମସି) ଅଧିନରେ ଥାଏ । ଜରୁରୀକାଳୀନ ପଦକ୍ଷେପ ପାଇଁ ସଦା ପ୍ରସ୍ତୁତ ରଖିବା ପାଇଁ ଏପରି କରାଯାଇଥାଏ । ଓଡ୍ରାଫ ଟିମ ମଧ୍ୟରେ ଯୋଗାଯୋଗ ପାଇଁ ଯୋଗାଯୋଗ ଉପକରଣ ଯଥା ଟେଲିଫୋନ, ଫାକ୍ସ, ଭିଏଚଏଫ, ମୋବାଇଲ ଫୋନ ଇତ୍ୟାଦି ଦିଆଯାଇଥାଏ । ବର୍ତ୍ତମାନ ସମସ୍ତ ଓଡ୍ରାଫ ୟୁନିଟମାନଙ୍କରେ ହାମ ରେଡ଼ିଓ ସ୍ଥାପନା କାର୍ଯ୍ୟ ହାତକୁ ନିଆଯାଇଛି ।

ଯୋଗଦାନ[ସମ୍ପାଦନା]

ଅରମ୍ଭରୁ ଓଡ୍ରାଫ ୟୁନିଟ ତା’ର ଅତି ଜରୁରୀକାଳୀନ ସେବା ସହ ୨୦୦୨,୨୦୦୬,୨୦୦୭ ଏବଂ ୨୦୦୮ରେ ବନ୍ୟା ରିଲିଫ ପଦକ୍ଷେପମାନ ନେଇ ଆସୁଛି । ୨୦୦୮ ଜୁନ୍ ଏବଂ ସେପ୍ଟେମ୍ବରରେ ଘଟିଥିବା ବନ୍ୟା ସମୟରେ ଓଡ୍ରାଫ ଟିମ ଦ୍ୱାର ୫,୦୦୦ରୁ ଉର୍ଦ୍ଧ୍ୱ ଲୋକ ଉଦ୍ଧାର ଏବଂ ସ୍ଥାନାନ୍ତର ହୋଇଥିଲେ ୨୦୦୯ ଫେବୃୟାରୀରେ କଟକ ମହାନଦୀ ପୋଲ ନିକଟରେ ସଡକ ଦୁର୍ଘଟଣା, ଯାଜପୁର ରୋଡରେ ଘଟିଥିବା ଟ୍ରେନ ଦୁର୍ଘଟଣା, ୨୦୦୯, ୩୧ ମାର୍ଚ୍ଚରେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଘୁର୍ଣ୍ଣିଝଡ଼ରେ ନଷ୍ଟଭ୍ରଷ୍ଟ ହେବା ପରେ ରାତିକ ମଧ୍ୟରେ ୩ଟି ମୁଖ୍ୟ ରାସ୍ତା ଅବରୋଧ ସଫା କାର୍ଯ୍ୟ ଓଡ୍ରାଫ ଟିମ ଦ୍ୱାର ବ୍ୟବସ୍ଥିତ ହୋଇଥିଲା । ୨୧-୨୬ ଅକ୍ଟୋବର ପ୍ରଳୟଙ୍କରୀ ବନ୍ୟା, ଫାଇଲିନ ୧୨-୧୫ ଅକ୍ଟୋବର ୨୦୧୩ ଏବଂ ହୁଡ଼ହୁଡ଼ ୧୦-୧୫ ଅକ୍ଟୋବର ୨୦୧୪ ବାତ୍ୟା ସମୟରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ପୁର୍ବରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟାର କିଛି ଘଣ୍ଟା ମଧ୍ୟରେ ରେଳପଥ ଏବଂ ରାଜପଥ ଅବରୋଧ ପରିଷ୍କାର ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ଅଟେ ।

[୫]

ଉଦ୍ଧୃତି[ସମ୍ପାଦନା]

  1. Government Of Orissa. "Government of Odisha , department of Home resolution , 2001, [7th June, 2001.]" (PDF). Government Of Orissa , Department of Home. Retrieved 30 July 2013.
  2. "ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ପହଁଚିଲେ ଓଡ଼ିଶା ଅଗ୍ନିଶମ ଓ ଓଡ୍ରାଫ ଦଳ". www.samajalive.in. The Samaj. Retrieved 30 May 2020. |archive-url= is malformed: save command (help)
  3. [୧]
  4. http://www.odishapolice.gov.in
  5. http://www.osdma.org