Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଓଡ଼ିଆ ଉଇକିପିଡ଼ିଆ ସଭ୍ୟ ଚୟନ

22
Jnanaranjan sahu (ଆଲୋଚନାଅବଦାନ)

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ତରଫରୁ ଏଇ ବର୍ଷ ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଅଗଷ୍ଟ ୧୫ ଭିତରେ ଆମକୁ ଦୁଇଟି ନାମ ପ୍ରସ୍ତାବିତ କରିବାକୁ ପଡ଼ିବ । ଆପଣଙ୍କୁ ଅନୁରୋଧ ଯେ ଇଭେଣ୍ଟ ପାଇଁ ନାମ ପ୍ରସ୍ତାବ ଦିଅନ୍ତୁ । ଏଇ ଇଭେଣ୍ଟ ବିଷୟରେ ଅଧିକା ଜାଣନ୍ତୁ । https://meta.wikimedia.org/wiki/Wikimedia_Summit_2024

Hellohappy (ଆଲୋଚନାଅବଦାନ)
  1. ମୃତ୍ୟୁଞ୍ଜୟ କର
  2. ସଂଗ୍ରାମ କେଶରୀ ସେନାପତି
Subas Chandra Rout (ଆଲୋଚନାଅବଦାନ)

ମୋର ମତ: ସଂଗ୍ରାମ କେଶରୀ ସେନାପତି ସହିତ Hellohappy ବା ଶୁଭାଶିଷ ଗଲେ ଭଲ ହେବ ,

Psubhashish (ଆଲୋଚନାଅବଦାନ)

ଗପୁ, ଚିନୁ ଓ ଅଲିଭା ଏ ତିନି ଜଣଙ୍କ ନାଁ ଯୋଡ଼ୁଛି । ତାଙ୍କ ଭିତରୁ ୨ ଜଣଙ୍କ ନାଁ ପଠେଇବୁ ।

Ssgapu22 (ଆଲୋଚନାଅବଦାନ)

ଜ୍ଞାନ ଭାଇ ଓ ଚିନୁ ଗଲେ ଭଲ ହେବ ବୋଲି ମୋର ମତ ।

Chinmayee Mishra (ଆଲୋଚନାଅବଦାନ)

ମୁଁ ଗପୁ ଭାଇ ଆଉ ମୋ ନିଜ ନାଁ ଲେଖୁଛି ।

Soumendrak (ଆଲୋଚନାଅବଦାନ)

ଗପୁ ଆଉ ଚିନୁ ଯାଆନ୍ତୁ ।

Subas Chandra Rout (ଆଲୋଚନାଅବଦାନ)

ଅନେକ ନାମ ପ୍ରସ୍ତାବ ଆସିଛି । ତେବେ ଯେଉଁମାନେ ଅଧିକ କାମ କରୁଛନ୍ତି ଓ ଇଭେଣ୍ଟ ବିଷୟରେ ଅବଗତ ଅଛନ୍ତି, ସେମାନଙ୍କ ନାମ ଚୟନ କଲେ ଭଲ ହେବ । କାମ ନ କରୁଥିବା ବା ସ୍ୱଳ୍ପ କାମ କରୁଥିବା ସଭ୍ୟଙ୍କ ନାମ ଦେଲେ ସଂସ୍ଥାର କିଛି ଉପକାର ହେବ ବୋଲି ମୁଁ ଆଶା କରୁନି ।

Jnanaranjan sahu (ଆଲୋଚନାଅବଦାନ)

ଗପୁ, ଚିନୁ, ସୌମେନ୍ଦ୍ର ଭିତରୁ କେହି ଗଲେ ଭଲ ହୁଅନ୍ତା । ଏଇ ସମିଟରେ କମ୍ୟୁନିଟି ବିଷୟରେ ଅଧିକ ଜାଣିଥିବା ଆଉ ରିପ୍ରେଜେନ୍ଟ କରିପାରୁଥବା ଲୋକ ଗଲେ ଭଲ ।

Psubhashish (ଆଲୋଚନାଅବଦାନ)

ଏଠି ମିଳିଥିବା ମତାଧାରେ ଆଉ ମୋଟାମୋଟି ଯୋଗଦାନ ଓ ନେତୃତ୍ୱ ଆଧାରରେ ଚିନୁ ଆଉ ଗପୁ ଦି ଜଣଙ୍କ ନାଁ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର ଗ୍ରୁପ ତରଫରୁ ଦିଆଗଲା । ସେମାନେ ଆବେଦନ ଫର୍ମରେ ଆବେଦନ କରିବେ ଆଉ ଆମ ୟୁଜର ଗ୍ରୁପର ପ୍ରତିନିଧିତ୍ୱ କରିବେ । ଏତେ କମ ସମୟ ଭିତରେ ମତ ଦେଇଥିବାରୁ ଜ୍ଞାନ, ପ୍ରୀତି ଭାଇ, ସୁବାସ ସାର, ଗପୁ, ଚିନୁ, ସୌମେନ୍ଦ୍ରଙ୍କୁ ଆଉ ଏ ଆଲୋଚନାଟି ଠିକଣା ସମୟରେ ଆରମ୍ଭ କରିଥିବାରୁ ଜ୍ଞାନକୁ ଅନେକ ସାଧୁବାଦ ।

Hellohappy (ଆଲୋଚନାଅବଦାନ)

ଚିନୁ ଆଉ ଗପୁ । ଅଭିନନ୍ଦନ । ସେଠି ଯାଇ ନାଁ କରି ଆସ ।

Psubhashish (ଆଲୋଚନାଅବଦାନ)

ଆମେ ନିକଟରେ ଉଇକିମିଡ଼ିଆ ଜର୍ମାନୀରୁ ଜାଣିଲୁ ଯେ ସେମାନେ ପ୍ରତି ଆଫିଲିଏଟରୁ କେବଳ ଜଣଙ୍କୁ ଭାଗନେବା ପାଇଁ ଅନୁମତି ଦେଇପାରିବେ । ଚିନୁ ଆଉ ଗପୁ ଉଭୟଙ୍କ ଯୋଗଦାନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଉ ଏଠି ସମସ୍ତେ ସମୟ କାଢ଼ି ମତ ବି ଦେଇଥିଲେ । ଆମେ ଅଜାଣତରେ ଦୁଇଜଣ ଭାଗନିଅନ୍ତୁ ବୋଲି ଚାହିଁ ତାଙ୍କୁ ନାମ ସୁପାରିଶ କରିଥିଲୁ ଓ ସେ ଦୁହେଁ ଅନଲାଇନ କଲରେ ଭାଗ ବି ନେଇଥିଲେ । ତା' ପରେ କେବଳ ଜଣେ ଯିବ ବୋଲି ଜାଣିବା ପରେ ଆମେ ଉଭୟ ଚିନୁ ଓ ଗପୁ ଦୁହିଁଙ୍କ ସଙ୍ଗେ କଥା ହେଲୁ: ଏକତ୍ର ଓ ଅଲଗା ଅଲଗା । ଆଉ ସମାନ ସମୟରେ ଉଇକିମିଡ଼ିଆ ସମିଟ ଆୟୋଜକଙ୍କୁ ପଚାରିଲୁ କାଳେ ସେମାନଙ୍କ ପାଖେ କିଛି ଅଧିକ ବଜେଟ ଥିବ ବା ଅନ୍ୟ କେଉଁ ଆଫିଲିଏଟଙ୍କ ପାଖେ କିଛି ବଜେଟ ଥିବ ହେଲେ ଆମେ ସମସ୍ତେ ଉଇକିଆଳିଏ ଯଦି କିଛି ମିଶେଇ ଦୁହିଁଙ୍କୁ ପଠେଇପାରନ୍ତୁ । ତେବେ ଆୟୋଜକେ ମନା କଲେ ନିୟମାବଳୀ ଆଦି ଦର୍ଶାଇ । ଗପୁ ଆଉ ଚିନୁ ଦୁହିଁଙ୍କ ଅଲଗା ଅଲଗା ମତ, ମିଳିତ ମତ, ସେମାନଙ୍କ ମୋଟାମୋଟି ଏଭଳି ଏକ କାର୍ଯ୍ଯକ୍ରମରେ ଯୋଗଦାନ ଓ ଆଗାମୀ ଭବିଷ୍ୟତରେ ଯୋଗଦାନ, ଆଉ ବିଶେଷ କରି ପ୍ରତି ଆଫିଲିଏଟରୁ କେବଳ ଜଣକୁ ପଠେଇବାର କଡ଼ାକଡ଼ି ନିୟମକୁ ଆଖିରେ ରଖି ଦୁହିଁଙ୍କ ଭିତରୁ କେବଳ ଚିନୁକୁ ବାଛିବାକୁ ବାଧ୍ୟ ହେଲୁ । ଏଭଳି ଏକ ସିଦ୍ଧାନ୍ତ ସବୁବେଳେ କଷ୍ଟ । ଆଉ ଗପୁକୁ ବାରମ୍ବାର ଏକଥା ବି ପଚାରିଚୁ ଯେ ସେ ମନ କଷ୍ଟ କରି ଉଇକିପିଡ଼ିଆରେ କାଳେ ଲେଖାଲେଖି ବନ୍ଦ କରିଦେବ । ତା' ମନ ଊଣା ହେଇଥିବ ନିଶ୍ଚେ ତେବେ ସେ ଆଶ୍ୱାସନା ଦେଇଚି ଛାଡ଼ିବନି ବୋଲି । ଆମେ ଏକ ସମୁଦାୟ ଭାବେ ଗପୁର ଭବିଷ୍ୟତରେ ବିଭିନ୍ନ କାର୍ଯ୍ଯକ୍ରମରେ ଆଉ ବିଶେଷ କରି ବିଶ୍ୱସ୍ତରୀୟ କାର୍ଯ୍ଯକ୍ରମରେ ଯୋଗଦାନ ବେଳେ ଆପ୍ଲିକେସନ ସମ୍ପାଦନାରେ ସହଯୋଗ କରିବୁ ବୋଲି ଆଶା । ସେ ବିଭିନ୍ନ ଜାଗାରେ ଓଡ଼ିଆ ଉଇକିମିଡ଼ିଆ କମୁନିଟିକୁ ପ୍ରତିନିଧିତ୍ୱ କଲେ ଭବିଷ୍ୟତରେ ଉଇକିମିଡ଼ିଆ ସମିଟକୁ ମଧ୍ୟ ଯିବ ବୋଲି ଆଶା । ଆମ କମୁନିଟିରୁ ଚିନୁ ଯାଉଚି ବୋଲି ଖୁସି ଆଉ ଏତେ ଚେଷ୍ଟା କରି ଗପୁ ଯାଇପାରୁନି ବୋଲି ଦୁଃଖ । ଚିନୁ ମଧ୍ୟ ତା' ଆଡ଼ୁ ଅନେକ ଚେଷ୍ଟା କରିଚି । ଚିନୁ ଯିବା ଆଗରୁ ଓ ପରେ କଣ କଣ ସେଠି ଆଲୋଚନା କରିବ/କଲା ସେ ବାବଦରେ ମାସିକ ଆଲୋଚନାରେ ଆଲୋଚନା ହେଲେ ଭଲ । ହେଲେ ଗୋଟେ ସଂକ୍ଷିପ୍ତ ତାଲିକା ଓ ବିଶେଷ କରି ଅସୁବିଧାଗୁଡ଼ିକ ଲିପିବଦ୍ଧ ହେବ ଆଉ ସେ ଗଲେ ଆଲୋଚନା କରିବ ।

Soumendrak (ଆଲୋଚନାଅବଦାନ)

ଏଭଳି ନିର୍ଣ୍ଣୟ ନେବା ନିହାତି କଷ୍ଟକର, ଏହା ନିଃସନ୍ଦେହ ।

ଗପୁ ଓ ଚିନୁ ଓଡ଼ିଆ ଉଇକି ପାଇଁ ନିଜ ନିଜ ବାଟରେ ଅନେକ ଅବଦାନ କରିଆସୁଛନ୍ତି ଏଥିରେ କୌଣସି ସଂଶୟ ନାହିଁ ।

ମୋର ଏକ ଛୋଟ ଅନୁରୋଧ, କେଉଁ କେଉଁ ଆଧାରରେ ଚିନୁଙ୍କୁ ବଛାଗଲା, ତାହା ମଧ୍ୟ ଖୋଲିକରି ଲେଖିଲେ ସଭିଙ୍କ ପାଇଁ ନିଷ୍ପତ୍ତିଟିର ସ୍ୱଚ୍ଛତା ରୁହନ୍ତା ।

Ssgapu22 (ଆଲୋଚନାଅବଦାନ)

ଆଗାମୀ ଉଇକିମିଡ଼ିଆ ସମିଟ୍ ମୁଖ୍ୟତଃ ମୁଭ୍‌ମେଣ୍ଟ ଷ୍ଟାଟର୍ଜିକୁ ପ୍ରାଧାନ୍ୟତା ଦେଉଛି ଆଉ ଏହା ଉପରେ ଚିନ୍ମୟୀ ଆମ ଇଉଜର ଗ୍ରୁପ୍‌ରୁ ସବୁଠାରୁ ଅଧିକ କାମ କରିଛନ୍ତି । ଡିସେମ୍ବର ମାସରେ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମ ଜରିଆରେ, ପୂର୍ବରୁ ଇଉନିଭର୍ସାଲ୍ କୋଡ଼ ଅଫ୍ କଣ୍ଡକ୍ଟ ଉପରେ ଓ ଏବେ ଲେଟସ୍ କନେକ୍ଟ ଜରିଆରେ ତାଙ୍କର ଅଭିଜ୍ଞତା ଅଧିକ । ଯାହାକି ତାଙ୍କୁ ଓଡ଼ିଆ ଉଇଜର ଗ୍ରୁପ୍‌କୁ ଭଲରେ ରିପ୍ରେଜେଣ୍ଟ କରିବାର ସୁଯୋଗ ଦେବ ଓ ଆମ ଇଉଜର ଗ୍ରୁପ୍‌କୁ ସମିଟ୍‌ରେ ମଧ୍ୟ ପ୍ରାଧାନ୍ୟତା ମିଳିପାରିବ । ପୂର୍ବରୁ ଉଇକିମିଡ଼ିଆ ସମିଟ୍‌‌ରେ ଆମେ ମାତ୍ର ଥରେ ଯୋଗ ଦେଇଛନ୍ତି (ପ୍ରୀତି ଭାଇ) ଓ ଏଥର ସେମିତି କିଛି ଭଲ ଛାପ ନ ଛାଡ଼ିଲେ ଆଗକୁ ଅସୁବିଧା ହୋଇପାରେ । କାରଣ ଏଥର ବି ଆମକୁ ଯିବାକୁ ସୁଯୋଗ ମିଳିନଥିଲା, ସେମାନଙ୍କୁ ଅନୁରୋଧ କରାଯାଇ ଆବେଦନର ଶେଷ ତାରିଖରେ ଜ୍ଞାନ ଭାଇ ଓ ଚିନୁ ସିଙ୍ଗାପୁରରେ ଆପ୍ରୁଭ୍ କରେଇଥିଲେ ।

Soumendrak (ଆଲୋଚନାଅବଦାନ)

ବାଃ, ବହୁତ ଭଲ ।

ଜଣାଇଥିବାରୁ ଧନ୍ୟବାଦ 🙏🏼

Jnanaranjan sahu (ଆଲୋଚନାଅବଦାନ)

ଏଥିରେ ଲୁଚାଇକି କି ପଛଦ୍ୱାରରେ କିଛି ହେଇନି ।

ସଂକ୍ଷେପରେ କ‌ହିବାକୁ ଗଲେ, ଏଇଠି ଅଲୋଚନା ପରେ ଆମେ ସମିଟବାଲାକୁ ମେଲ କଲୁ ଦୁଇଜଣଙ୍କ ନାଁ । ସେମାନେ ଉତ୍ତର ଦେଲେ କି ଜଣେ ହିଁ ଯିବେ ଆଉ ଆପଣ ମାନେ ନିର୍ଣ୍ଣୟ ନିଅନ୍ତୁ । ଦୁଇଜଣ କଣ୍ଟାକ୍ଟ ପର୍ସନ (ମୁଁ ଆଉ ଶୁଭାଷିଷ ଭାଇ) ଓ ବଛା ହୋଇଥିବା ଦୁଇଜଣ( ଗପୁ ଆଉ ଚିନୁ) ସମସ୍ତେ ମିଶିକି ଅଲୋଚନା କଲା ପରେ ଏଭଳି ନିଷ୍ପତ୍ତି ନିଆହେଇଛି ।


କିଛି ଅଧିକା ଆଧାର, ଆଲୋଚନା, ଜଣିବା କଥା:

  1. ଏଇଠି ଗପୁଙ୍କୁ ୬ଟି ସମର୍ଥନ ମିଳିଥିଲା ଆଉ ଚିନୁଙ୍କୁ ୫ଟି ।
  2. ଗତ ଦୁଇଥର ପୁରୁଷ ବଛା ହେଇଥିଲେ ଆଉ ଆମ ପରି ଛୋଟ କମ୍ୟୁନିଟିରୁ ମହିଳା ଯିବା ନିହାତି ବଡ଼ କଥା ଆଉ ଦରକାର ବି, ଯାହା ଜେଣ୍ଡର ଗ୍ୟାପ ପାଇଁ ଗୋଟେ ପଦକ୍ଷେପ ।
  3. ବ‌ହୁତ କଥାବାର୍ତ୍ତାରୁ ଜଣା ପଡ଼ିଲା କି ଚିନୁର ଅନ୍ତ-ସମୁଦାୟ ସମ୍ପର୍କ (inter-community dynamics) ଅଧିକା ଅଛି ଯାହା ଏଇ ଭଳି ଇଭେଣ୍ଟ ପାଇଁ ଦରକାର ।
  4. ଉଇକିମିଡ଼ିଆ ସମିଟ ଗୋଟେ ଷ୍ଟ୍ରାଟେଜିକ ଇଭେଣ୍ଟ, ସେଠାରେ ଅର୍ଥ, ପ୍ରଯୁକ୍ତିବିଦ୍ୟା, ରଣନୀତି ଏବଂ ସହଯୋଗୀ ମାନଙ୍କ ବିଷୟରେ ନିଷ୍ପତ୍ତି, ଏବଂ ମୁଭମେଣ୍ଟ ଚାର୍ଟର ବିଷୟରେ ଅଲୋଚନା ହେବ । ଚିନୁ ଆଗରୁ ମୁଭମେଣ୍ଟ ଚାର୍ଟର ପାଇଁ ଗୋଟେ ସ୍ଥାନୀୟ ମେଳଣ କରିଛି ଏବଂ ସେ ବାବଦରେ କାମ ବି କରୁଛି ।
  5. ସମିଟରେ ଉଇକିମିଡ଼ିଆ ଷ୍ଟ୍ରାଟେଜି ଆଉ ବିଶେଷ କରି ଜେଣ୍ଡର ଗ୍ୟାପ ଉପରେ ଫୋକସ ଥିବାରୁ ସେସବୁରେ ବିଶ୍ୱ ସ୍ତରରେ ସକ୍ରିୟ ଥିବା ଜଣଙ୍କୁ ପଠେଇବା ଉଚିତ ହେବ ।
  6. ଆଉ ଚିନୁ ଏବେ ଗୋଟେ ଇଣ୍ଟରନ୍ୟାସନାଲ କନଫରେନ୍ସ ପରିଚାଳନା କରୁଚି ତେଣୁ‌ ତା ବାବଦରେ ଅପଡେଟ କରିବା ଆଉ ଭବିଷ୍ୟତ ପ୍ଲାନିଂ ପାଇଁ ସମିଟ ପ୍ରକୃଷ୍ଟ‌ ସ୍ଥାନ ।ସେଠି ଆମ ଇଉଜର ଗୃପକୁ ଭଲଭାବେ ରିପ୍ରେଜେଣ୍ଟେସନ ମିଳିବ ।
  7. ଗପୁ ଅନେକ ଜିନିଷରେ ସକ୍ରିୟ ଆଉ ତା'ର ବିଶ୍ୱସ୍ତରୀୟ ଯୋଗଦାନ ବଢୁଚି ।
  8. ଆମର ଆଶା ଭବିଷ୍ୟତରେ ସେ ଗଲେ ଏଥର‌ ଅପେକ୍ଷା ବେଶୀ‌ ଲାଭ ହେବ । ସେ ଆରମ୍ଭ କରୁଥିବା କାମ ଗୁଡିକ ଆଗକୁ ମାନେ ବର୍ଷେ ଦୁଇ ବର୍ଷ ବେଳକୁ ଅଧିକା ପରିପକ୍ୱ ହେଇଥିବ ଯାହାକି ତାକୁ ଏବଂ ତାଦ୍ୱାରା ଆମ ଇଉଜର ଗୃପକୁ ଅଧିକ ଭଲ ଭାବେ ଦେଖେଇ ପାରିବ ।
Subas Chandra Rout (ଆଲୋଚନାଅବଦାନ)

ଏଡିଟ କାଉଣ୍ଡର ଅନୁସାରେ ଚିନ୍ମୟୀ ମିଶ୍ର ଏତେ ବର୍ଷ ଉଇକିପିଡ଼ିଆରେ କାମ କରିବା ପରେ ତାଙ୍କର ଅବଦାନ ହେଲା ୩୭ ଓ ଡିଲିଟ ହେଲା ୨୦ । ଅତଏବ ମୋଟ ଅବଦାନ ୧୭ । ଏହା ପ୍ରାୟ ୮ ବର୍ଷରେ ଦାନ କରିଛନ୍ତି । ନିଶ୍ଚୟ ଏକ ବିରାଟ ଅବଦାନ ।

Jnanaranjan sahu (ଆଲୋଚନାଅବଦାନ)

ଆପଣଙ୍କର କିଛି ଅଭିଯୋଗ ଥିଲେ ଆପଣ ଲେଖି ପାରିବେ କିମ୍ବା ନୁଆ ଅଲୋଚନା ଆରମ୍ଭ କରିପାରିବେ,ଏମିତି ସହ ଉଇକିଆଳିଙ୍କୁ ତାତ୍ସଲ୍ୟ ନ କରିବା ଉଚିତ । ଏଥିରୁ ନିବୃତ ରୁହନ୍ତୁ ।

Ssgapu22 (ଆଲୋଚନାଅବଦାନ)

@Subas Chandra Rout ସାର୍, ଏଇଟା ଉଇକିମିଡ଼ିଆ ସମିଟ୍, ଉଇକି ଆଡ୍‌ଭାନ୍ସଡ୍ ଟ୍ରେନିଂ ନୁହେଁ, ଏଥିରେ ପ୍ରସଙ୍ଗ ଅବଦାନ ପାଇଁ ନୁହେଁ ବରଂ ଉଇକିମିଡ଼ିଆ ମୁଭ୍‌ମେଣ୍ଟରେ ଅବଦାନ ପାଇଁ ଚୟନ କରାଯାଇଥାଏ । ପ୍ରସଙ୍ଗ ଗଢ଼ିବାରେ ଅବଦାନ ବଡ଼ ହୋଇ ନପାରେ, କିନ୍ତୁ ଏକାକୀ ଓଡ଼ିଶାରେ କାର୍ଯ୍ୟକ୍ରମ କରିବା ହେଉ ବା ଉଇକି ଓମେନ୍ କ୍ୟାମ୍ପ୍ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରିବା ଛୋଟ ଅବଦାନ ନୁହେଁ ।

Subas Chandra Rout (ଆଲୋଚନାଅବଦାନ)

@Jnanaranjan sahu

ମୋର କୌଣସି ଅଭିଯୋଗ ନ ଥିଲା ବା ଏବେ ବି ନାହିଁ, କିନ୍ତୁ ଦୁଃଖ ଲାଗୁଛି, ଅନେକ ଅଛନ୍ତି ଯେଉଁମାନେ ଉଇକିପିଡ଼ିଆରେ ଅନେକ ବର୍ଷ ଧରି ରହିଲେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହୁନି । ଜଣେ ବର୍ଷକୁ ଗୋଟିଏ ଲେଖା ଦାନ କରୁଥିବା ଦେଖିଲେ ମୋତେ ଦୁଃଖ ଲାଗୁଛି । ଯଦି ଏହା ଅନ୍ୟମାନଙ୍କୁ ଭଲ ଲାଗୁଛି, ତେବେ କ‌ହିବାର କିଛି ନାହିଁ । ମୁଁ ଆଉ କୌଣସି ଆଲୋଚନାରେ ଭାଗ ନେଉନି କି ନେବିନି । ମୁଁ ବିଦାୟ ନେଉଛି ।

Psubhashish (ଆଲୋଚନାଅବଦାନ)

ମୁଁ ଭାବୁଚି ଜ୍ଞାନ ଆଉ ମୁଁ ସବୁ ଉପରେ ବୁଝାଇ ଲେଖିଚୁ ଆଉ ଗପୁ ନିଜେ ବି ତା' ମତ ଲେଖିଚି / ଯଦି ନିର୍ଦ୍ଦିଷ୍ଟ ପ୍ରଶ୍ନ ଥାଏ ଦୟାକରି ପଚାରନ୍ତୁ (ଉପରେ ସୌମେନ୍ଦ୍ର ପଚାରିଥିବା ଭଳି) / ଅନ୍ୟ ଉଇକିଆଳିଙ୍କୁ ତାତ୍ସଲ୍ୟ ପାଇଁ କୌଣସି ସ୍ଥାନ ଏଠି ନାହିଁ / ସମ୍ପାଦନା ଗଣି ଉଇକିମିଡ଼ିଆ ସମିଟକୁ କାହାରିକୁ ପଠାଯାଏ ନାହିଁ ବୋଲି ସବୁ ପୁରୁଖା ଉଇକିଆଳି ଜାଣିବା ଉଚିତ / ଜ୍ଞାନ ଉପରେ ବି ଲେଖିଚି ଛଅ ଜଣ ଗପୁ ପାଇଁ ଆଉ ପାଞ୍ଚ ଜଣ ଚିନୁ ପାଇଁ ମତ ଦେଇଥିଲେ / ତେବେ କେବଳ ମତ ସଂଖ୍ୟା ନୁହେଁ ବରଂ ବିଭିନ୍ନ ବିଷୟକୁ (ଉପରେ ଜ୍ଞାନ ଲେଖିଚି) ନେଇ ଆମେ ଉଭୟ ଚିନୁ ଓ ଗପୁ ସହ କଥା ହୋଇ ଲେଖିଚୁ / ଏତେ କମ ସମୟ ଭିତରେ ଏତେ ଜଣ ସ୍ୱେଚ୍ଛାସେବୀଙ୍କ ଶ୍ରମ ଆଉ ସମୟ ବିନିଯୋଗକୁ ସମ୍ମାନ ଦେଇ ଆମେ‌ ବହୁ କଷ୍ଟରେ ସିଦ୍ଧାନ୍ତଟି ନେଲୁ / ଯଦି କେହି ଜ୍ଞାନ ବା ମୋତେ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି ପଚାରନ୍ତୁ (ମୁଁ ବହୁ ବର୍ଷ ପରେ ନିଜ ପାଇଁ କିଛି ଛୁଟି ବାହାର କରିଥିଲି ହେଲେ ଉପରେ ଆଲୋଚନା ଭିନ୍ନ ଦିଗକୁ ଯାଉଥିବାରୁ ବାଧ୍ୟ ହୋଇ ମୋବାଇଲରୁ ଲେଖୁଚି / ମୁଁ ବି ଜଣେ ସ୍ୱେଚ୍ଛାସେବୀ ଆଉ ତୁରନ୍ତ ଉତ୍ତର ଦେବାକୁଅକ୍ଷମ)

Chinmayee Mishra (ଆଲୋଚନାଅବଦାନ)

ପ୍ରଣାମ ସଭିଙ୍କୁ, ମୁଁ ୨୦୨୪ ଉଇକିମିଡିଆ ସମିଟ ପାଇଁ ଯିବା ଆଗରୁ ଏଠି କିଛି ଲେଖୁଛି । ପ୍ରଥମେ, ଧନ୍ୟବାଦ କମ୍ୟୁନିଟିକୁ ମତେ ଏହି ସୁଯୋଗ ଦେବା ପାଇଁ । ଦ୍ଵିତୀୟ ଓ କାମର ଜିନିଷ, ସମିଟ ଆରମ୍ଭ ହେବା ଆଗରୁ ମୁଭମେଣ୍ଟ ଚାର୍ଟର ଶେଷ ଡ୍ରାଫ୍ଟ ଟି ମେଟାରେ ଅପଡେଟ କରିଦିଆଯାଇଛି ଓ ସେ ଅନୁଯାୟୀ ଉଇକିମିଡିଆ ସମିଟର ପ୍ରୋଗ୍ରାମ ମଧ୍ୟ ମେଟାରେ ଛଡ଼ାଯାଇଛି । ଆମ ଆଞ୍ଚଳିକ ସମସ୍ଯା ଗୁଡିକ ତଥା ନିକଟ ଭବିଷ୍ୟତର କାର୍ଯ୍ୟକୁ ଆଖିରେ ରଖି ମୁଁ ଗ୍ରାଣ୍ଟ ମେକିଙ୍ଗ ଆଲୋଚନାରେ ଭାଗ ନେବାକୁ ନା ଦେଇଛି । । ଆଶା କିଛି ମାତ୍ରାରେ ନିଜ ଅଞ୍ଚଳର ସମସ୍ଯା ଉପରେ ଆଲୋକପାତ କରି ପାରିବି ଓ ସମାଧାନ ପାଇଁ ଅନୁରୋଧ କରି ପାରିବି । ଯଦି ୟୁଜର ଗୃପ ତରଫରୁ କାହାର କୌଣସି ଆପତ୍ତି ବା ପ୍ରଶ୍ନ ସେଠି ପହଞ୍ଚାଇବାର ଥାଏ, ତାହାଲେ ଏଠି ଲେଖିବାକୁ କିମ୍ବା ମତେ ବ୍ୟକ୍ତିଗତ ଭାବରେ ଜଣେଇଦେବାକୁ ଅନୁରୋଧ କରୁଛି । ଆଗାମୀ ୧୮ ତାରିଖ ସନ୍ଧ୍ଯା ବେଳେ ଗୋଟେ ଛୋଟ ଅନ୍ଲାଇନ କଲ ପାଇଁ ଲେଖୁଛି, ସମୟ ବାହାର କରି ଯୋଗ ଅନୁରୋଧ ।

"ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଓଡ଼ିଆ ଉଇକିପିଡ଼ିଆ ସଭ୍ୟ ଚୟନ"ଙ୍କୁ ଉତ୍ତର