ଉଇକିପିଡ଼ିଆ:ଭିଡିଓୱିକି/ସେଲ୍ୟୁଲାଇଟିସ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ସେଲ୍ୟୁଲାଇଟିସ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ଚର୍ମର ଭିତର ସ୍ତର ବା ଡର୍ମିସ ରେ ଜୀବାଣୁ ଜନିତ ପ୍ରଦାହ ହେଲେ ତାହାକୁ ସେଲ୍ୟୁଲାଇଟିସ କୁହାଯାଏ ।[୧]

ପ୍ରଭାବିତ ତନ୍ତୁ[ସମ୍ପାଦନା]

ନିର୍ଦ୍ଦିଷ୍ଟ ଭାବରେ ଡର୍ମିସ ଓ ଚର୍ମତଳ ଚର୍ବିକୁ ଏହା ପ୍ରଭାବିତ କରେ ।[୧] ଅଳ୍ପ ଦିନ ମଧ୍ୟରେ ସେହି ସ୍ଥାନ ଲାଲ ଦେଖାଯାଏ ଓ ଫୁଲିଯାଏ ।[୧]

ଲକ୍ଷଣ[ସମ୍ପାଦନା]

ଲାଲ ଦାଗର ଧାର ତୀକ୍ଷ୍‌ଣ ନୁହେଁ ଓ ଚର୍ମ ଫୁଲି ଯାଇପାରେ ।[୧] ଲାଲ ଦାଗକୁ ଆଙ୍ଗୁଠିରେ ଚିପିଲେ ଧଳା ହୋଇଯାଏ, କିନ୍ତୁ ସର୍ବଦା ହୁଏନି ।[୧]

ଯନ୍ତ୍ରଣା[ସମ୍ପାଦନା]

ସଂକ୍ରମିତ ସ୍ଥାନରେ ବହୁତ କଷ୍ଟ ହୁଏ । [୧] ଲସିକା ନଳୀ (Lymphatic vessels) ବେଳେବେଳେ ପ୍ରଭାବିତ ହୁଏ[୧][୨] ଓ ରୋଗୀର ଜ୍ୱର ଓ ଥକ୍କା ଅନୁଭବ ହୋଇପାରେ ।[୩]

ଶରୀରର ଯେ କୌଣସି ସ୍ଥାନରେ ଏହି ରୋଗ ହୋଇପାରେ କିନ୍ତୁ ଗୋଡ଼ ଓ ମୁହଁରେ ଅଧିକ ହୁଏ ।[୧]

ଗୋଡ଼[ସମ୍ପାଦନା]

ଚର୍ମ ଖଣ୍ଡିଆ ହୋଇଥଲେ ସ୍ଵାଭାବିକ ଭାବରେ ଏହି ରୋଗ ହୁଏ ।[୧] ବାର୍ଦ୍ଧକ୍ୟ, ମୋଟାପା ଓ ପାଦ ଇଡିମା ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ ।[୧]

ମୁହଁ[ସମ୍ପାଦନା]

ଦାନ୍ତ ସଂକ୍ରମଣ ଯୋଗୁ ମୁହଁ ସଂକ୍ରମଣ ହୋଇପାରେ ।[୧] ସାଧାରଣତଃ ଷ୍ଟାଫିଲୋକୋକସ ଅରିଅସ ଓ ଷ୍ଟ୍ରେପ୍ଟୋକୋକାଇ ଜୀବାଣୁ ଯୋଗୁ ସଂକ୍ରମଣ ହୁଏ ।[୧]

ବାହ୍ୟ ସଂକ୍ରମଣ[ସମ୍ପାଦନା]

ଅନ୍ୟ ପକ୍ଷରେ ଚର୍ମର ବାହ୍ୟ ସ୍ତରରେ ଜୀବାଣୁ ଆକ୍ରମଣ ଯୋଗୁ ଏରିସିପେଲାସ (erysipelas) ରୋଗ ହୁଏ ଓ ତା' ଫଳରେ ପ୍ରଭାବିତ ଚମ ଲାଲ ଦେଖାଯାଏ କିନ୍ତୁ ସେହି ଲାଲ ଦାଗର ଧାର ସ୍ପଷ୍ଟ ଥାଏ ଓ ଜ୍ୱର ହୋଇପାରେ ।[୧]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଜୀବକୋଷ କଲ୍‌ଚର କ୍ଵଚିତ ସମ୍ଭବ ହୁଏ ।[୧]


ଗଭୀର ସଂକ୍ରମଣ[ସମ୍ପାଦନା]

ସେଲ୍ୟୁଲାଇଟିସ ରୋଗ ନିର୍ଣ୍ଣୟ ପୂର୍ବରୁ ଓଷ୍ଟିଓମାୟେଲାଇଟିସ ଓ ନେକ୍ରୋଟାଇଜିଙ୍ଗ ଫାସାଇଟିସ (necrotizing fasciitis) ଭଳି ସଙ୍ଗୀନ ରୋଗ ଅଛି କି ନାହିଁ, ବିଚାରକୁ ନିଆଯାଏ ।[୨]

ଚିକିତ୍ସା[ସମ୍ପାଦନା]

ପାଟିରେ ସେଫାଲେକ୍‌ସିନ୍, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ ଭଳି ଆଣ୍ଟିବାୟୋଟିକ ଦିଆଯାଇପାରେ ।[୧][୪]

ପେନିସିଲିନ ଆଲର୍ଜୀ[ସମ୍ପାଦନା]

ପେନିସିଲିନ ଆଲର୍ଜି ଥିଲେ ରୋଗୀଙ୍କୁ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ ।[୪] ମେଥିସିଲିନ ପ୍ରତିରୋଧକାରୀ ଜୀବାଣୁ ଥିଲେ ଅନ୍ୟାନ୍ୟ ଔଷଧ ସ‌ହ ଡକ୍‌ସିସାଇକ୍ଲିନ ବା ଟ୍ରାଇମେଥୋପ୍ରିମ ସଲଫାମେଥୋକ୍‌ସାଜୋଲ ଦିଆଯାଏ ।[୧]

ପୂଯ ହୋଇଥିଲେ ଓ ମେଥିସିଲିନ ଔଷଧ ପ୍ରତିରୋଧ ଥିଲେ ଚିନ୍ତାଜନକ ହୁଏ ।[୧][୩] ରୋଗ ଥିବା ଜାଗାଟି ଉପରକୁ ଟେକି ରଖିଲେ ଓ ଯନ୍ତ୍ରଣା ନିବାରକ ଔଷଧ ଦେଲେ ଆରାମ ଲାଗେ ।[୨][୪]

ଜଟିଳତା[ସମ୍ପାଦନା]

ଏହି ରୋଗ ଯୋଗୁ ଆବସେସ ବା ପୁଞ୍ଜିତ ପୂଯ ରୋଗ ହୋଇପାରେ ।[୧] ୭ରୁ ୧୦ ଦିନର ଚିକିତ୍ସାରେ ୯୫% ରୋଗୀ ଆରୋଗ୍ୟ ହୁଅନ୍ତି ।[୩]

ମଧୁମେହ[ସମ୍ପାଦନା]

ଏହା ସହିତ ମଧୁମେହ ରୋଗ ଥିଲେ ଫଳାଫଳ ଅତି ଖରାପ ହୁଏ ।[୫]

ରୋଗାନୁଶୀଳନ[ସମ୍ପାଦନା]

ସନ ୨୦୧୫ ରେ ୨୧.୨ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ହଜାର ଲୋକରେ ଦୁଇ ଜଣଙ୍କର ଗୋଡ଼ର ତଳ ଭାଗରେ ସେଲ୍ୟୁଲାଇଟିସ ହୁଏ ।[୧]

ମୃତ୍ୟୁ ସଂଖ୍ୟା[ସମ୍ପାଦନା]

ସନ ୨୦୧୫ରେ ସେଲ୍ୟୁଲାଇଟିସ ରୋଗ ଯୋଗୁ ପୃଥିବୀରେ ୧୬,୯୦୦ ଲୋକଙ୍କର ମୃତ୍ୟୁ ହୋଇଥଲା ।[୭] ସଂଯୁକ୍ତ ରାଷ୍ଟ୍ରରେ ଡାକ୍ତରଖାନାରେ ଆଡମିଶନ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ସେଲ୍ୟୁଲାଟିସ ରୋଗୀଙ୍କ ସଂଖ୍ୟା ୧.୬ % ଥିଲା [୪]

ଭିଡିଓ ପ୍ରସ୍ତୁତି[ସମ୍ପାଦନା]

ଆଲେଖ୍ୟ, ସ୍ୱର ଓ ଅପଲୋଡ କରିଛନ୍ତି ସୁବାସ ଚନ୍ଦ୍ର ରାଉତ ।

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Vary, JC; O'Connor, KM (May 2014). "Common Dermatologic Conditions". Medical Clinics of North America. 98 (3): 445–85. doi:10.1016/j.mcna.2014.01.005. PMID 24758956.
  2. ୨.୦ ୨.୧ ୨.୨ Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7th ed.). New York: McGraw-Hill Companies. p. 1016. ISBN 978-0-07-148480-0.
  3. ୩.୦ ୩.୧ ୩.୨ Mistry, RD (Oct 2013). "Skin and soft tissue infections". Pediatric Clinics of North America. 60 (5): 1063–82. doi:10.1016/j.pcl.2013.06.011. PMID 24093896.
  4. ୪.୦ ୪.୧ ୪.୨ ୪.୩ Phoenix, G; Das, S; Joshi, M (Aug 7, 2012). "Diagnosis and management of cellulitis". BMJ. Clinical Research. 345: e4955. doi:10.1136/bmj.e4955. PMID 22872711.
  5. Dryden, M (Sep 2015). "Pathophysiology and burden of infection in patients with diabetes mellitus and peripheral vascular disease: focus on skin and soft-tissue infections". Clinical Microbiology and Infection. 21: S27–S32. doi:10.1016/j.cmi.2015.03.024. PMID 26198368.
  6. GBD 2015 Disease and Injury Incidence and Prevalence, Collaborators (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  7. GBD 2015 Mortality and Causes of Death, Collaborators (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)