ଇଞ୍ଚୋଳ

ଉଇକିପିଡ଼ିଆ‌ରୁ
Jump to navigation Jump to search
ଇଞ୍ଚୋଳ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାଆନନ୍ଦପୁର
କ୍ଷେତ୍ରଫଳ
 • ମୋଟ3,634 km2 (1,403 sq mi)
ଜନସଂଖ୍ୟା
 (୨୦୧୦)
 • ମୋଟ୧୨୦୦
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୮୦୮୩
ଏସଟିଡି କୋଡ଼+୦୬୭୩୧
ଗାଡ଼ି ପଞ୍ଜିକରଣOD-29

ଇଞ୍ଚୋଳ ହେଉଛି ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହୀ ବ୍ଲକ ଅନ୍ତର୍ଗତ ଏକ ଗାଁ ଓ ଗ୍ରାମପଞ୍ଚାୟତ ।[୧][୨]

ଏହା ଏକ ଐତିହାସିକ ଗାଁ |କେନ୍ଦୁଝରର ଭଞ୍ଜ ରାଜପରିବାରର ସୁଯୋଗ୍ୟ ଦାୟଦ ଜନାର୍ଦ୍ଦନ ଭଞ୍ଜଙ୍କ କାଳରେ ସମଗ୍ର ଗଡଜାତ ଅଞ୍ଚଳରେ ନାରାୟଣ ବିଷ୍ଣୁ ରୂପେ ପୂଜିତ ହେଉଥିବା ସ୍ଥଳେ ଇଞ୍ଚୋଳରେ ବ୍ରହ୍ମା ଓ ବିଷ୍ଣୁଙ୍କ ମିଳିତ ଅବୟବ ବିରଞ୍ଚିନାରାୟଣ ପ୍ରତିଷ୍ଠା କରାଯିବା ସହିତ ଅନତି ଦୂରରେ ଏକ ଗଭୀର ପୁଷ୍କରଣୀ ଖନନ କରାଯାଇଥିଲା ।ଯାହାର ନାମ ମାର୍ଥା ଗାଁ ଶେଷ ମୁଣ୍ଡରେ ପଦ୍ମ ଫୁଲ ସହ ଶୋଭା ବର୍ଦ୍ଧନ କରେ ଏହି ପୋଖରୀ । ତତ୍କାଳୀନ ସମଗ୍ର ମୋଗଲ ବନ୍ଦୀ ଓ ରାଜା ରାଜୁଡାଙ୍କ ଗଡରେ ବ୍ରହ୍ମାଙ୍କ ଅବୟବ ପୂଜିତ ହେଉନଥିବା ବେଳେ ଭଦ୍ରକ ଜିଲ୍ଲାସ୍ଥ ପାଳିଆ ଓ ଗଞ୍ଜାମ ଜିଲ୍ଲାର ବୁଗୁଡାଠାରେ ଏକ ମାତ୍ର ବ୍ରହ୍ମା ମନ୍ଦିର  ସେହି କାଳରୁ ଅବସ୍ଥାପିତ ଓ ଅପୂଜିତ ଅବସ୍ଥାରେ ରହିଥିଲେ ।ଅଗ୍ନିଉତ୍ସବ ,ଅଗିରାପୂର୍ଣ୍ଣମୀର ପରଦିନ ଖୋଲାଯାଇ ଗୋଟିଏ ଦିନ ମାତ୍ର ପୂଜା କରାଯାଏ ।ମାତ୍ର ବ୍ରହ୍ମା ଓ ବିଷ୍ଣୁଙ୍କର ମିଳିତ ପ୍ରତିମୂର୍ତ୍ତୀ ପାର୍ଶ୍ୱରେ ସ୍ୱୟଂ ପ୍ରଭୁ ଅଞ୍ଚଳେଶ୍ୱର ଆବିର୍ଭୁତ ହୋଇଥିଲେ ବ୍ରହ୍ମାବିଷ୍ଣୁମହେଶ୍ୱର , ସୃଷ୍ଟିସ୍ଥିତିପ୍ରଳୟର ପ୍ରତୀକ ଥିବା ଧାମକୁ ପ୍ରଭୁ ଅଞ୍ଚଳେଶ୍ୱରଙ୍କ ନାମ ଅନୁସାରେ ଇଞ୍ଚୋଳ ରଖାଯାଇଥିଲା । ସମଗ୍ର ଓଡ଼ିଶାରେ ଏକମାତ୍ର   ବିରଞ୍ଚିନାରାୟଣ ମନ୍ଦିର ଇଞ୍ଚୋଳରେ ।ଇଞ୍ଚୋଳର ଇତିହାସ   ଖୁବ୍ ପ୍ରାଚୀନ ବୋଲି ବିଶ୍ୱାସ  କରାଯାଏ.....

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

୨୦୧୧ ଜନଗଣନା ସୂଚନା ଅନୁଯାୟୀ, ଇଞ୍ଚୋଳ ଗାଁର  ଗ୍ରାମ କୋଡ୍ ହେଉଛି ୩୮୭୨୧୭ | ଇଞ୍ଚୋଳ  ଗାଁ ଭାରତର ଓଡ଼ିଶା ପ୍ରଦେଶ  କେନ୍ଦୁଝର  ଜିଲ୍ଲାର ହାଟାଡିହୀ ତହସିଲରେ ଅବସ୍ଥିତ | ଏହା ବ୍ଲକ / ତହସିଲ ମୁଖ୍ୟାଳୟ ହାଟାଡିହି ଠାରୁ ୮ କିଲୋମିଟର ଦୂରରେ ଏବଂ ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝର ଠାରୁ ୧୦୩ କିଲୋମିଟର ଦୂରରେ ଅବସ୍ଥିତ | ୨୦୦୩ ମସିହାରେ ବଡ଼ରମ୍ପାସ ଠାରୁ ଅଲଗା ହୋଇ ଇଞ୍ଚୋଳକୁ ଗ୍ରାମ ପଞ୍ଚାୟତ କରାଗଲା |

ଗାଁର ସମୁଦାୟ ଭୌଗଳିକ  କ୍ଷେତ୍ର ହେଉଛି ୪୦୩ ହେକ୍ଟର | ଇଞ୍ଚୋଳର ମୋଟ ଜନସଂଖ୍ୟା ୧୯୮୬ | ଇଞ୍ଚୋଳ ଗାଁରେ ୪୯୬ ଘର | ଭଦ୍ରକ ଇଞ୍ଚୋଳ ର ନିକଟତମ ସହର ଯାହାକି ପ୍ରାୟ ୨୯ କିଲୋମିଟର ଦୂରରେ |

ଇଞ୍ଚୋଳର ମୋଟ ଜନସଂଖ୍ୟା -୧୯୮୬ , ପୁରୁଷ ଜନସଂଖ୍ୟା -୯୭୫ ,ମହିଳା ଜନସଂଖ୍ୟା -୧୦୧୧ |

ଇଞ୍ଚୋଳ ନିକଟବର୍ତ୍ତୀ ଗ୍ରାମ -ଷଡଙ୍ଗା ,ତେମଳା,ଧରମପୁର,ବ୍ରାହ୍ମଣିକଳା,ପରମାନନ୍ଦପୁର,ଅପସର,ଧାନଘର,ବଡ଼ରମ୍ପାସ,ନୂଆରମ୍ପାସ୍,କ୍ଷେତୁଆଳି ,ଓରାଳି ,କଳିଗାଁ ,ଇଚ୍ଛାପୁର,ତାମ୍ପଳା,ରଘୁନାଥପୁର ,ମୁଦୁଲିପଦା,ମୁଦୁଲିପଦା |

ଇଞ୍ଚୋଳ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକ - ଇଞ୍ଚୋଳ ,ଅପସର, ଭୂତପଦା ,ଧାନଘର, ଓସ୍ତପାଳ(ଅଂଶ,ଧାନଘର) ,ପରମାନନ୍ଦପୁର | 

ଦେବଦେବୀ ଓ ଧାର୍ମିକ ସ୍ଥଳ[ସମ୍ପାଦନା]

ଅଷ୍ଟାଦଶ ଶତାଦ୍ଧିର ଅୟମାରମ୍ଭ କାଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ତାଲୁକ ଓରାଳି ଦଣ୍ଡପାଟ୍ଟ ଅଧିନସ୍ଥ ଇଞ୍ଚୋଳ ମୌଜାର ୨୦ ଏକର ପରିମିତ ଅନାବାଦି ଜମି ଉପରେ ଦଣ୍ଡାୟମାନ ମାର୍ଥା । ରାଜତନ୍ତ୍ର ସହାୟତାରେ ବାରମ୍ବାର ମରୁଡି ସହିତ ପାନୀୟ ଜଳର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଅନ୍ୟୁନ ୧୦ ଏକର ପରିମିତ ଜମିରେ ଜଳ ସୀମା ନିର୍ଦ୍ଧାରଣ ସହ ଖନନ କାର୍ଯ୍ୟ ସଂପାଦନା କରାଯାଇଥିଲା ।ପୋଖରୀ ପାର୍ଶ୍ୱ ହୁଡା ଓ ଜମିରେ ଗୋଚାରଣ ପାଇଁ ବିସ୍ତିର୍ଣ୍ଣ ତୃଣଭୂମି ସହ ଗୋସମ୍ପଦର ଉନ୍ନତି କଳ୍ପେ ଚାରଣ ଭୂମି ସୃଷ୍ଟି ହୋଇଥିଲା।ପୋଖରୀ ଖନନ ପରେ ଇଞ୍ଚୋଳ ଗ୍ରାମର ଅନଥି ଦୂର ମଧ୍ୟ ସ୍ଥଳରେ ପ୍ରଭୁ ବିରଞ୍ଚିନାରାୟଣଙ୍କ ମନ୍ଦିର ନିର୍ମାଣ କରାଯାଇ ଏକାଦିକ୍ରମେ ପୋଖରୀ ପ୍ରତିଷ୍ଠା ପୂର୍ବକ ମନ୍ଦିର ମଧ୍ୟରେ ଦେବ ପ୍ରବେଶ ଓ ପ୍ରତିଷ୍ଠା କରାଯାଇଥିଲା ।କେନ୍ଦୁଝର ରାଜତନ୍ତ୍ର ୧୭୯୪ - ୧୮୨୫ ଜନାର୍ଦ୍ଦନ_ଭଞ୍ଜ(ଧନୁର୍ଜୟ ଭଞ୍ଜ ଦେଓଙ୍କ ଜେଜେବାପା)ଙ୍କ କାଳରେ ଠାକୁରଙ୍କ ନିତ୍ୟ ନୈମିତିକ ନିତି ପାଇଁ ବ୍ରାହ୍ମଣ ମାନଙ୍କୁ ଜମିବାଡି ଠାକୁରଙ୍କୁ ସାକ୍ଷୀ ରଖି ଦିଆଯାଇଥିଲା ।ପୋଖରୀଟିରେ ବିଗତ ୫୦ ବର୍ଷ ମଧ୍ୟରେ ୨ ଥର ପଙ୍କୋଦ୍ଧାର ହୋଇଛି ।୧୯୭୮ରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବିଧାୟକ ସ୍ୱର୍ଗତ ମକର ସେଠୀ ଓ ଅଭିଭକ୍ତ ରମ୍ପାସ ପଞ୍ଚାୟତ ଥିବା ସମୟରେ ସରପଞ୍ଚ ତଥା ଇଞ୍ଚୋଳ ବାସୀନ୍ଦା କୃଷ୍ଣ ଚନ୍ଦ୍ର ସୁଆରଙ୍କ ଉଦ୍ୟମକ୍ରମେ ପ୍ରଥମ ଥର ଓ ୨୦୧୭ରେ ବିଧାୟକ ମାୟାଧର ଯେନା ଓ ଇଞ୍ଚୋଳ ସରପଞ୍ଚ ବିନୋଦ ବିହାରୀ ମହାପାତ୍ରଙ୍କ ଉଦ୍ୟମକ୍ରମେ ଦ୍ୱିତୀୟଥର ପଙ୍କୋଦ୍ଧାର ହୋଇଥିଲେ ମଧ୍ୟ ପରିଷ୍କରଣ, ଘାଟ ନିର୍ମାଣ ସହିତ ଏକ ଆଦର୍ଶ ପରିବେଶ ସୃଷ୍ଟି ହୋଇ ପାରିନାହିଁ

ପୋଖରୀଟିକୁ ଶୁଖାଇବା ଅତ୍ୟନ୍ତ ଦୂରୁହ ବ୍ୟାପାର ହୋଇଥିବା ସହିତ ଶୁଖାଇବା ପରେ ମଧ୍ୟ ସେଥିରେ କୌଣସି ମାଛ ମିଳନ୍ତି ନାହିଁ ଯାହାର ପ୍ରମାଣ ଗତ ଦୁଇ ଥର ଶୁଖାଇବାରେ ପ୍ରମାଣିତ ହୋଇଥିଲା ।ପୋଖରୀଟି ପଦ୍ମରେ ପରିପୂର୍ଣ୍ଣ।ଅତୀତରେ ପୋଖରୀ ପାଣି ପାନୀୟରୂପେ ବ୍ୟବହୃତ ହୋଇ ଆସୁଥିଲେ | ପୋଖରୀ ପ୍ରତିଷ୍ଠାକାଳରେ ମଧ୍ୟଭାଗରେ ପାନୀୟ ଜଳ ରୂପେ ବ୍ୟବହୃତ ହେବା ପୂର୍ବରୁ ଏକ କ୍ଷୁଦ୍ର ମନ୍ଦିର କରାଯାଇ ଜଳଦେବୀଙ୍କୁ ସ୍ଥାପନ କରାଯାଇଥିଲା ।ନିରିହ ପ୍ରଜାକୁଳ ପାଣି ମଧ୍ୟରେ କାହାକୁ ନବୁଡାଇବା ପାଇଁ ପ୍ରାର୍ଥନା କରିଥିଲେ ।ଏବଂ ଆଜି ପର୍ଯ୍ୟନ୍ତ ଉକ୍ତ ପୋଖରୀରେ କେହି ବୁଡି ପ୍ରାଣ ହରାଇବାର ନଜିର ନାହିଁ ।ଏଣୁ ଉକ୍ତ ପୋଖରୀର ନାମକରଣ ମାତୃ ଶକ୍ତିର ସାମର୍ଥ୍ୟ ପରିପ୍ରକାଶ କରୁଥିବାରୁ  ମା'ଙ୍କର ସର୍ବକାଳୀନ ସମର୍ଥନ ପୂର୍ବକ " ମାର୍ଥା" । ଉକ୍ତ ପୋଖରୀରେ  ସ୍ନାନ କଲେ ମା'ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ଜନଜୀବନରେ ଅଖଣ୍ଡ ବିଶ୍ୱାସ ରହିଛି ।ବିଗତ ଦିନମାନଙ୍କରେ ପୋଖରୀର ଜଳ ବିରଞ୍ଚିନାରାୟଣଙ୍କ ପୂଜାବିଧିରେ ଲାଗିବା ପୂର୍ବକ ଏକ ନିଆରା ପରମ୍ପରା ପାଦୁକ ଓ ବିରଞ୍ଚିମାଟି ଚର୍ମରୋଗର ଔଷଧ ରୂପେ ବହୁ ଆଶ୍ରୀତ ଗ୍ରହଣ କରି ଭଲ ହୁଅନ୍ତି । ତତ ସହିତ ଏଠାରେ ଜଗନ୍ନାଥ ମନ୍ଦିର , ମଦନମୋହନ ମନ୍ଦିର , ତାରିଣୀ ମନ୍ଦିର, ଗଣେଶ ମନ୍ଦିର, ବାବା ଧବଳେଶ୍ୱର ମନ୍ଦିର ,ମଣିବାବା ମନ୍ଦିର , ମା ଜାଗୁଳାଇ ମନ୍ଦିର ,ମଙ୍ଗଳା ମନ୍ଦିର ,ରାଧାକୃଷ୍ଣ ମନ୍ଦିର ଓ ଶନି ମନ୍ଦିର ଆଦି ରହିଛି |

                                 

ପର୍ବ ପର୍ବାଣି[ସମ୍ପାଦନା]

ଏହି ଗ୍ରାମରେ ମୁଖ୍ୟ ପର୍ବ ଭାବେ ବଡଓଷା ,ରାହାସ ପୂର୍ଣିମା ,ରାଜା ପର୍ବ ଓ ଜାଗର ଅମାବାସ୍ୟା ଆଦି ଖୁବ୍ ଧୁମ୍‌ ଧାମ୍‌ରେ ପାଳନ କରାଯାଏ  । ଜାଗର ଅବସରରେ ଇଂଚୋଳ ପଞ୍ଚାୟତ ସାମ୍ନା ପଡିଆରେ ପାଞ୍ଚ ଦିନ ଧରି ମେଳା  ,ଅପେରା (ଯାତ୍ରା ) ପଡ଼ି଼ଥାଏ |ଓଡ଼ିଶାର ବିଭିନ୍ନ ଆଗଧାଡିର ଯାତ୍ରା ଅନୁଷ୍ଠାନ ମାନେ ଖୋଲା ମଞ୍ଚରେ ଯାତ୍ରା ଅପରିବେଷଣ କରନ୍ତି | ଏହି ସମୟରେ ସମସ୍ତ ଚାଷକାମ ସରିଥିବାରୁ ଗାଁ ଲୋକ ମାନେ ଏହାକୁ ବେଶ ଭଲଭାବେ ଉପଭୋଗ କରନ୍ତି |

ଜୀବନୀ[ସମ୍ପାଦନା]

ସର୍ବାଧିକ ଲୋକ ଚାଷ ଉପରେ ନିର୍ୱ୍ଅର କରନ୍ତି

ସୁବିଧା ସୁଯୋଗ[ସମ୍ପାଦନା]

ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଡାକ ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]