ଆଠମଲ୍ଲିକ ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
Athmallik State
ଆଠମଲ୍ଲିକ
Princely State of British India
1874–1948
Location of Athmallik
Athmallik State in the Imperial Gazetteer of India
History
 •  Established 1874
 •  Jagir recognized as a state
 •  Accession to the Union of India 1948

ଆଠମଲ୍ଲିକ ଇଂରେଜ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ । ଏହା ଏକ ପୂର୍ବବର୍ତ୍ତୀ ଇଷ୍ଟେଟ ବା ଜାଗୀର ଯାହାକି ୧୮୭୪ରେ ଏକ ରାଜ୍ୟର ମାନ୍ୟତା ଲାଭ କରିଥିଲା ।[୧] ଏହି ତତ୍କାଳୀନ ଜାଗୀରର ରାଜଧାନୀ ଥିଲା କଣ୍ଟାରଗଡ । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା ।

ଇତିହାସ[ସମ୍ପାଦନା]

ଆଠମଲ୍ଲିମ ରାଜ୍ୟର ଉତ୍ପତ୍ତି ବିଷୟରେ ବିଶେଷ ବିବରଣୀ ଉପଲବ୍ଧ ନାହିଁ । ଅତୀତରେ ଏହାର ବିସ୍ତୃତ ଅଂଶ ଘଞ୍ଚ ଜଙ୍ଗଲଦ୍ୱାରା ଆବୃତ ଥିଲା ।[୨]

ଏକାଦଶ ଶତାବ୍ଦୀ ବେଳକୁ କଦମ୍ବ ରାଜବଂଶର ରାଜା ପ୍ରତାପ ଦେବଙ୍କ ଅଧିନସ୍ଥ ଥିଲା ଏହି ରାଜ୍ୟ । କଥିତ ଅଛି, ରାଜା ପ୍ରତାପ ଦେବ ହୋଣ୍ଡା ନାମକ ଏକ ଧାତବ ପୋତର ସନ୍ଧାନ ପାଇଲେ । ଏହାକୁ ଏକ ଶୁଭ ସଂକେତ ମନେ କରି ରାଜା ଏହି କ୍ଷେତ୍ରକୁ ହୋଣ୍ଡାପା ନାମରେ ନାମିତ କଲେ । ପରବର୍ତ୍ତୀ ସମୟରେ ଜନୈକ ରାଜା ଏହି ରାଜ୍ୟକୁ ଆଠ ଭାଗରେ ବିଭକ୍ତ କରି ପ୍ରତି ଅଞ୍ଚଳରେ ଗୋଟିଏ ଲେଖାଏଁ ମୁଖିଆଙ୍କୁ ନିୟୁକ୍ତି ହେଲେ ଯେଉଁମାନଙ୍କୁ ମଲ୍ଲ କୁହାଗଲା । ଇତିହାସକାରଙ୍କ ମତରେ ଆଠୋଟି ମଲ୍ଲଙ୍କଦ୍ୱାରା ଶାସିତ ଏହି ଅଞ୍ଚଳ ପରବର୍ତ୍ତୀ ସମୟରେ ଆଠମଲ୍ଲିକ ନାମରେ ନାମିତ ହୋଇଛି । ବିଟିଶ ରାଜ ସମୟରେ ଏହି ଆଠମଲ୍ଲିକ ହେଉଛି ଓଡ଼ିଶାର ୨୬ଟି ସାମନ୍ତ ରାଜ୍ୟ ମଧ୍ୟରେ ଅନ୍ୟତମ ।

୧୯୪୮ ମସିହାରେ କିଶୋର ଚନ୍ଦ୍ର ଦେବଙ୍କ ଶାସନ କାଳରେ ଏହା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଥାଇ ଭାରତ ସହିତ ମିଶିଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୯୩ ମସିହାରେ ଜିଲ୍ଲା ପୁନର୍ଗଠନ ସମୟରେ ଏହା ଅନୁଗୋଳ ଜିଲ୍ଲାର ଅନ୍ତର୍ଭୁକ୍ତ ହେଲା ।

ଆଠମଲ୍ଲିକ ଗଡ଼ଜାତର ଶାସକ[ସମ୍ପାଦନା]

ପ୍ରାକ୍‌ ସ୍ୱାଧୀନତା କାଳରେ ଆଠମଲ୍ଲିକ ଗଡଜାତର ଶାସକ ମାନେ ହେଲେ: [୩]

  • ୧୮୭୪- ୪ ଫେବୃଆରୀ ୧୮୭୭ ଯୋଗେନ୍ଦ୍ର ସାମନ୍ତ[୪]
  • ୪ ଫେବୃଆରୀ ୧୮୭୭ - ୧୯୦୨ ମହେନ୍ଦ୍ର ଦେଓ ସାମନ୍ତ
  • ୧୯୦୨ -୩ ନଭେମ୍ବର ୧୯୧୮ ବିଭେନ୍ଦ୍ର ଦେଓ ସାମନ୍ତ
  • ୩ ନଭେମ୍ବର ୧୯୧୮-୧୫ ଅଗଷ୍ଟ ୧୯୪୭ କିଶୋର ଚନ୍ଦ୍ର ଦେଓ ସାମନ୍ତ

ଆଧାର[ସମ୍ପାଦନା]

  1. Princely States of India A-J
  2. Imperial Gazetteer of India, v. 6, p. 122.
  3. "Rulers". Rulers.org. Retrieved 17 July 2018.
  4. "Athmallik"

ବାହାର ଲିଙ୍କ[ସମ୍ପାଦନା]