ଆଟ୍ରିଆଲ ଫ୍ଲଟର
Atrial flutter | |
---|---|
ବିଭାଗ | Cardiology |
ଲକ୍ଷଣ | None, palpitations, chest discomfort, lightheadedness[୧][୨] |
ଆକ୍ରାନ୍ତ ସମୟ | Sudden[୩] |
କାରଣ | Unknown[୪] |
ବିପଦ କାରକ | COPD, pulmonary hypertension, heart failure[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[୨] |
ସଠିକ ରୋଗ ନିର୍ଣ୍ଣୟ | Sinus tachycardia, atrial fibrillation, multifocal atrial tachycardia[୨][୩] |
ଔଷଧ | Diltiazem, metoprolol, blood thinners[୨] |
ଚିକିତ୍ସା | Electrical cardioversion, catheter ablation[୨] |
ପୁନଃପୌନିକ | 9 per 10,000 people per year[୫] |
Patient UK | Atrial flutter |
ଅଳିନ୍ଦ ଆଲୋଡ଼ନ ବା ଆଟ୍ରିଆଲ ଫ୍ଲଟର (ଇଂରାଜୀ ଭାଷାରେ Atrial flutter (AFL) ରୋଗରେ ହୃତ୍ପିଣ୍ଡର ଉପର କୋଠରୀରେ ଅସାଧାରଣ ଆଲୋଡ଼ନ ହୁଏ ।[୨] ସାଧାରଣତଃ ଏହି ରୋଗ ହେଲେ ହଠାତ୍ ଦ୍ରୃତ ହୃଦ୍ଗତି ଆରମ୍ଭ ହୋଇଯାଏ | [୨] [୩] ଲକ୍ଷଣଗୁଡିକ ଅନୁପସ୍ଥିତ ରହିପାରେ କିମ୍ବା ହୃତ୍ପିଣ୍ଡ ଗତି ଦୃତ ହୁଏ, ହୃଦୟର ଅତି ଦ୍ରୁତ କିମ୍ବା କଠିନ ଆଘାତ, ଛାତିରେ ଅସ୍ୱାଭାବିକ ଅନୁଭବ, ଅଣନିଶ୍ୱାସ କିମ୍ବା ହାଲୁକା ମୁଣ୍ଡ ଅନୁଭବ ହୋଇପାରେ | [୬] [୨]ରୋଗ ଜଟିଳ ହେଲେ ଷ୍ଟ୍ରୋକ୍ କିମ୍ବା କାର୍ଡିଓମାୟୋପାଥି ହୋଇପାରେ | [୨]
ଏହାର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନାହିଁ | [୪] କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ, ଫୁସଫୁସ ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ଧୈର୍ଯ୍ୟଗତ କ୍ରୀଡ଼ା ଏହି ରୋଗର ସଙ୍କଟ କାରକ ହୋଇପାରେ | [୨] [୪] ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଉଚ୍ଚ ଥାଇରଏଡ୍ ସ୍ତର କିମ୍ବା ଅମ୍ଳଜାନ ସ୍ତର କମ୍ ହେଲେ ଏହି ରୋଗ ସକ୍ରିୟ ହୋଇପାରେ | [୨] ଏହା ଏକ ପ୍ରକାର ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ | [୩] ଇସିଜି ଛବିରେ ମିନିଟ ପ୍ରତି ୩୦୦ ତାଳ, ପ୍ରତି ଦ୍ୱିତୀୟ ତାଳରେ ଅଣଓସାରିଆ କ୍ୟୁଆରଏସ କମ୍ପ୍ଲେକ୍ସ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୨] [୩] ରୋଗ ନିର୍ଣ୍ଣୟ ଅସ୍ପଷ୍ଟ ଥିଲେ ଆଡେନୋସିନ ଦେଇ ଅବସ୍ଥା ସ୍ପଷ୍ଟ କରାଥାଏ।[୩] ଏହା ଆଟ୍ରିଆଲ୍ ଫାଇବ୍ରିଲେସନ୍ (AF) ରୋଗରେ ପରିବର୍ତ୍ତିତ ହୋଇପାରେ | [୪]
ଏହାର ଚିକିତ୍ସାରେ ସାଧାରଣତଃ ସାଇନସ ତାଳ ଆଣିବା ପାଇଁ ଚେଷ୍ଟା କରାଯାଏ | [୨] ବ୍ୟକ୍ତି ଅସ୍ଥିର ଥିଲେ ଇଲେକ୍ଟ୍ରିକାଲ କାର୍ଡ଼ିଓଭରସନ କରାଯାଏ | [୨] ଅନ୍ୟଥା ସ୍ଥିର ବ୍ୟକ୍ତିକୁ ଡିଲଟାୟାଜେମ ଔଷଧ କିମ୍ବା ବିଦ୍ୟୁତ୍ ବ୍ୟବହାର କରାଯାଇପାରେ | [୨] ବ୍ୟକ୍ତି ସ୍ଥିର ଥିଲେ ସ୍ଟ୍ରୋକ ସଙ୍କଟ ଟାଳିବା ପାଇଁ କାର୍ଡ଼ିଓଭରସନ ପୂର୍ବରୁ ରକ୍ତ ପତଳାକାରି ଔଷଧ ଦିଆଯାଇପାରେ ।[୨] [୭] ଆଟ୍ରିଆଲ୍ ଫ୍ଲଟର ରୋଗରେ ଅଧିକ ନିର୍ଦ୍ଦିଷ୍ଟ ଭାବରେ କାଥେଟର ଆବ୍ଲାସନ ଚିକିତ୍ସା କରାଯାଏ | [୬] କାଥେଟର ଆବ୍ଲାସନ ପଦ୍ଧତି ସଫଳ ହେଲେ ଏହା କରିବାର ୬ ସପ୍ତାହ ପରେ ରକ୍ତ ପତଳାକାରୀ ଔଷଧ ଦେବା ବନ୍ଦ କରାଯାଏ | [୪]
ଆଟ୍ରିଆଲ୍ ଫ୍ଲଟର୍ ହେଉଛି ଦ୍ୱିତୀୟ ସାଧାରଣ ସୁପ୍ରାଭେଣ୍ଟ୍ରିକୁଲାର୍ ଟାକିକାର୍ଡିଆ ଯାହା ଆଟ୍ରିଆଲ୍ ଫିଇବ୍ରିଲେସନର ଏକ ଦଶମାଂଶରୁ କମ୍ ସଂଖ୍ୟକ ହୁଏ | [୩] [୫] ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୮୮ ଜଣଙ୍କର ନୂତନ ଭାବରେ ଏହି ରୋଗ ହୁଏ; ୫୦ ବର୍ଷରୁ କମ୍ ଥିବା ପ୍ରତି ୧୦୦,୦୦୦ ଲୋକରେ ୫ ଜଣଙ୍କର ଏବଂ ୮୦ ବର୍ଷରୁ ଅଧିକ ଥିଲେ ପ୍ରତି ୧୦୦,୦୦୦ ଲୋକରେ ୫୮୭ ଜଣଙ୍କର ଏହି ରୋଗ ହୁଏ ।[୫] ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ଅଧିକ ହୁଏ ।[୨] ବ୍ରିଟିଶ ଡାକ୍ତର ସାର ଥୋମାସ ଲୁଇସ (୧୮୮୧-୧୯୪୫) ଏହି ରୋଗକୁ ୧୯୧୨ ମସିହାରେ ଏକ ଅଲଗା ରୋଗ ଭାବରେ ଚିହ୍ନଟ କରିଥିଲେ ଯଦିଓ ଏହି ରୋଗର ଇସିଜି ଚିତ୍ର ଏକ ବର୍ଷ ପୂର୍ବରୁ ଜୋଲି ଓ ରିଚି ଓ ବର୍ଣ୍ଣନା କରିଥିଲେ।[୮] [୯]
ଆଧାର
[ସମ୍ପାଦନା]- ↑ Sawhney, NS; Anousheh, R; Chen, WC; Feld, GK (February 2009). "Diagnosis and management of typical atrial flutter". Cardiology Clinics (Review). 27 (1): 55–67, viii. doi:10.1016/j.ccl.2008.09.010. PMID 19111764.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Rodriguez Ziccardi, M; Goyal, A; Maani, CV (January 2020). "Atrial Flutter". PMID 31082029.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Link, MS (October 2012). "Clinical practice. Evaluation and initial treatment of supraventricular tachycardia". New England Journal of Medicine. 367 (15): 1438–48. doi:10.1056/NEJMcp1111259. PMID 23050527.
- ↑ ୪.୦ ୪.୧ ୪.୨ ୪.୩ ୪.୪ Bennett, David H. (2012). Bennett's Cardiac Arrhythmias: Practical Notes on Interpretation and Treatment (in ଇଂରାଜୀ). John Wiley & Sons. p. 49. ISBN 978-1-118-43240-2.
- ↑ ୫.୦ ୫.୧ ୫.୨ Bun, SS; Latcu, DG; Marchlinski, F; Saoudi, N (September 2015). "Atrial flutter: more than just one of a kind". European Heart Journal. 36 (35): 2356–63. doi:10.1093/eurheartj/ehv118. PMID 25838435.
- ↑ ୬.୦ ୬.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Saw2009
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Vadmann, H; Nielsen, PB; Hjortshøj, SP; Riahi, S; Rasmussen, LH; Lip, GY; Larsen, TB (September 2015). "Atrial flutter and thromboembolic risk: a systematic review". Heart. 101 (18): 1446–55. doi:10.1136/heartjnl-2015-307550. PMID 26149627.
- ↑ Lewis T, Feil HS, Stroud WD (1920). "Observations upon flutter, fibrillation, II: the nature of auricular flutter". Heart. 7: 191.
- ↑ Silverman, Mark E.; Fleming, Peter R.; Hollman, Arthur; Julian, Desmond G.; Krikler, Dennis M. (2012). British Cardiology in the 20th Century (in ଇଂରାଜୀ). Springer Science & Business Media. p. PT206. ISBN 978-1-4471-0773-6.