ମେଟୋପ୍ରୋଲୋଲ

ଉଇକିପିଡ଼ିଆ‌ରୁ
(Metoprololରୁ ଲେଉଟି ଆସିଛି)
Metoprolol
Clinical data
Trade namesLopressor, Toprol-xl
AHFS/Drugs.commonograph
MedlinePlusa682864
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, IV
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability50%[୧]
MetabolismHepatic via CYP2D6, CYP3A4
Elimination half-life3-7 hours
ExcretionRenal
Identifiers
  • (RS)-1-(Isopropylamino)-3-[4-(2-methoxyethyl)phenoxy]propan-2-ol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.051.952 Edit this at Wikidata
Chemical and physical data
FormulaC15H25NO3
Molar mass267.364 g/mol
3D model (JSmol)
Melting point120 °C (248 °F)
  • O(c1ccc(cc1)CCOC)CC(O)CNC(C)C
  • InChI=1S/C15H25NO3/c1-12(2)16-10-14(17)11-19-15-6-4-13(5-7-15)8-9-18-3/h4-7,12,14,16-17H,8-11H2,1-3H3 checkY
  • Key:IUBSYMUCCVWXPE-UHFFFAOYSA-N checkY
  (verify)

ମେଟୋପ୍ରୋଲୋଲ (ଇଂରାଜୀରେ Metoprolol କିମ୍ବା /mɛˈtprlɑːl/, /mɛtˈprlɑːl/), ବଜାର ନାମ ଲୋପ୍ରେସର, ଏକ ସିଲେକ୍ଟିଭ ବିଟା ରିସେପ୍ଟିଭ ବ୍ଲକର ଔଷଧ । [୨] ଉଚ୍ଚ ରକ୍ତଚାପ, ଆଞ୍ଜିନା ଓ ଅନେକ ପ୍ରକାରର ଅସ୍ୱାଭାବିକ ହୃତ୍‌‌ପିଣ୍ଡ ଗତି ହାର ହେଉଥିବା ରୋଗରେ ଏହା ବ୍ୟବ‌ହାର ହୁଏ । [୨] ମାୟୋକାର୍ଡ଼ିଆଲ ଇନଫାର୍କସନ ରୋଗ ହୋଇସାରିବା ପରେ ପରବର୍ତ୍ତୀ ହୃତ୍‌ପିଣ୍ଡ ରୋଗକୁ ରୋକିବା ନିମନ୍ତେ ଓ ମିଗ୍ରେନ ରୋଗ ପ୍ରତିରୋଧ କରିବା ନିମନ୍ତେ ବ୍ୟବ‌ହାର କରାଯାଉଛି । [୨]

ଏହା ବିଭିନ୍ନ ଆକାରରେ ମିଳେ, ଖାଇବା ନିମନ୍ତେ ବା ଶିରା ମଧ୍ୟରେ ଦେବା ନିମନ୍ତେ । [୨] ଦିନ‌କୁ ଦୁଇ ଥର ଦିଆଯାଏ । [୨] ଗୋଟିଏ ଥର ଦେବା ଭଳି ଫର୍ମୁଲା ମଧ୍ୟ ମିଳେ ଯାହାକୁ ଏକ୍ସଟେଣ୍ଡେଡ ରିଲିଜ ଫର୍ମୁଲେସନ କୁହାଯାଏ । [୨] ଏହାକୁ ହାଇଡ୍ରୋକ୍ଲୋରୋଥିଆଜିଡ ସ‌ହ ମିଶେଇ ଗୋଟିଏ ବଟିକା ଆକାରରେ ମଧ୍ୟ ମିଳେ । [୨]

ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୋଇବାରେ ବାଧା, ଥକ୍କାଣ ଅନୁଭବ, ଅଚେତ ହୋଇ ପଡ଼ିବା ଅନୁଭବ ଓ ପେଟ ଅସୁବିଧା ଇତ୍ୟାଦି ପ୍ରଧାନ । [୨] ବେଶୀ ଡୋଜ ଦେଲେ ଗମ୍ଭୀର ବିଷାକ୍ତ ପ୍ରତିକ୍ରିୟା ହୁଏ । [୩][୪] ଗର୍ଭାବସ୍ଥାରେ କିଛି ସଙ୍କଟ ଆସିବା ସମ୍ଭାବନା ଏଡ଼େଇ ହେବ ନାହିଁ । [୨][୫] ସ୍ତନ୍ୟପାନ କରିବାରେ ଏହା ବିପଦମୁକ୍ତ ଥିବା ଜଣାଯାଏ । [୬] ଆଜ୍‌ମା ଓ ଯକୃତ ବେମାରୀ ଥିବା ରୋଗୀଙ୍କୁ ଦେବାବେଳେ ସାବଧାନ ହେବା ଆବଶ୍ୟକ । [୨] ଔଷଧ ବନ୍ଦ କରିବାକୁ ହେଲେ ଧୀରେ ଧୀରେ ବନ୍ଦ କରାଯାଏ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ । [୨]

ମେଟୋପ୍ରୋଲୋଲ ପ୍ରଥମେ ୧୯୬୯ ମସିହାରେ ତିଆରି ହେଲା । [୭] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରୁ ଏହା ଗୋଟିଏ, ସ୍ୱାସ୍ଥ୍ୟ ପ୍ରଣାଳୀ ନିମନ୍ତେ ଏହା ଗୋଟିଏ ଅତି ଦରକାରୀ ଔଷଧ । [୮] ଏହା ନିଜସ୍ୱ ନାମରେ ଜେନେରିକ ନାମ ବିକ୍ରି ହୁଏ, କମ୍ପାନୀ ନାମରେ ନୁହେଁ । [୨] ସନ ୨୦୧୩ରେ ଆମେରିକାରେ ୧୯ତମ ଅଧିକ ବିକ୍ରି ହେଉଥିବା ଔଷଧ ଥିଲା । [୯]

ଆଧାର[ସମ୍ପାଦନା]

  1. "LOPRESSOR HCT (metoprolol tartrate) tablet" (PDF). FDA. Retrieved 5 May 2015.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Metoprolol". The American Society of Health-System Pharmacists. Retrieved Apr 21, 2014.
  3. Pillay (2012). Modern Medical Toxicology. Jaypee Brothers Publishers. p. 303. ISBN 9789350259658.
  4. Marx, John A. Marx (2014). "Cardiovascular Drugs". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051. {{cite book}}: |edition= has extra text (help)
  5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  6. Medical Toxicology. Lippincott Williams & Wilkins. 2004. p. 684. ISBN 9780781728454.
  7. Carlsson, edited by Bo (1997). Technological systems and industrial dynamics. Dordrecht: Kluwer Academic. p. 106. ISBN 9780792399728. {{cite book}}: |first1= has generic name (help)
  8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  9. "Top 100 Drugs for 2013 by Units Sold". www.drugs.com/. 2014-02. Retrieved 22 March 2015. {{cite web}}: Check date values in: |date= (help)