Jump to content

ଡିଲଟାୟାଜେମ

ଉଇକିପିଡ଼ିଆ‌ରୁ
(Diltiazemରୁ ଲେଉଟି ଆସିଛି)
ଡିଲଟାୟାଜେମ
Clinical data
Pronunciation/dɪlˈtaɪəzɛm/
Trade namesCardizem, Dilacorxr, others
AHFS/Drugs.commonograph
MedlinePlusa684027
Pregnancy
category
  • US: C (Risk not ruled out)
    Routes of
    administration
    By mouth, intravenous
    Drug classNondihydropyridine calcium channel blocker
    ATC code
    Legal status
    Legal status
    Pharmacokinetic data
    Bioavailability40%
    MetabolismLiver
    Elimination half-life3–4.5 hours
    ExcretionKidney
    Biliary
    Identifiers
    • cis-(+)-[2-(2-Dimethylaminoethyl)-5-(4-methoxyphenyl)-3-oxo-6-thia-2-azabicyclo[5.4.0]undeca-7,9,11-trien-4-yl]ethanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.050.707 Edit this at Wikidata
    Chemical and physical data
    FormulaC22H26N2O4S
    Molar mass414.519 g/mol
    3D model (JSmol)
    • O=C2N(c3c(S[C@@H](c1ccc(OC)cc1)[C@H]2OC(=O)C)cccc3)CCN(C)C
    • InChI=1S/C22H26N2O4S/c1-15(25)28-20-21(16-9-11-17(27-4)12-10-16)29-19-8-6-5-7-18(19)24(22(20)26)14-13-23(2)3/h5-12,20-21H,13-14H2,1-4H3/t20-,21+/m1/s1 checkY
    • Key:HSUGRBWQSSZJOP-RTWAWAEBSA-N checkY
      (verify)

    ଡିଲଟାୟାଜେମ (ଇଂରାଜୀ ଭାଷାରେ Diltiazem, ଏକ ବିକ୍ରୟ ନାମ କାର୍ଡ଼ିଜେମ/ Cardizem) ଏକ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blocker ଔଷଧ ଯାହା ଉଚ୍ଚ ରକ୍ତଚାପ, ଆଞ୍ଜିନା (angina) ଓ କେତେକ ଅନିୟମିତ ହୃତ ସ୍ପନ୍ଦନ (heart arrhythmia) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ବିଟା ବ୍ଲକର (beta blocker) ବ୍ୟବ‌ହାର ସମ୍ଭବ ହେଉନଥିବା ହାଇପରଥାଇରଏଡିଜମ ରୋଗରେ ଏହା ଦିଆଯାଇପାରେ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧] ଡିଲଟାୟାଜେମ ଇଞ୍ଜେକସନ ଦେବାର ଅଳ୍ପ କିଛି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ । [୧]

    ଡିଲଟାୟାଜେମର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ସ୍ୱଳ୍ପ ରକ୍ତଚାପ ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ୱଳ୍ପ ହୃତ୍‌ସ୍ପନ୍ଦନ ହାର (overly slow heart beat), ହୃଦ୍‌ପାତ, ଯକୃଟ ସମସ୍ୟା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[୧] ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨]

    ଧମନୀ (arteries) ମାନଙ୍କରେ ଥିବା ଅରୈଖିକ ମାଂସପେଶୀମାନଙ୍କୁ (smooth muscle) ଡିଲଟାୟାଜେମ ଶିଥିଳ କରିଦେବାରୁ ସେଗୁଡ଼ିକ ଖୋଲିଯାଏ ଓ ସ‌ହଜରେ ରକ୍ତ ସରବରାହ ଚାଲୁରହେ ।[୧] ଅଧିକନ୍ତୁ ଏହା ହୃତ୍‌ପିଣ୍ଡ ଭଲ ଭାବରେ ସ୍ଫିତ ହେବାପରେ ସଙ୍କୋଚନ ହେବା ନିମନ୍ତେ ଅଧିକ ସମୟ ଦିଏ ।[୩] ଧମନୀ ଓ ହୃତ୍‌ପିଣ୍ଡର ଜୀବକୋଷ ମଧ୍ୟକୁ କ୍ୟାଲସିଅମର ପ୍ରବେଶକୁ ଅବରୋଧ କରିଦିଏ ।[୪] ଏହା ଚତୁର୍ଥ ଶ୍ରେଣୀର ଆଣ୍ଟିଆରିଦମିକ (class IV antiarrhythmic) ଔଷଧ ।[୫]

    ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡିଲଟାୟାଜେମ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ସନ ୨୦୧୮ରେ ପାଟିରେ ଦିଆଯାଉଥିବା ଡିଲଟାୟାଜେମର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୭୦ ଆମେରିକୀୟ ଡଲାର ।[୬] ସନ ୨୦୧୬ରେ ଏହାର ୧୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୬୩ତମ ସ୍ଥାନ ଅଧିକାର କରିଥିଲା ।[୭] ଏହାର ଏକ ପରିବର୍ଦ୍ଧିତ ବିମୋଚନ ଔଷଧ ମଧ୍ୟ ମିଳେ (extended release formulation) ।[୧]

    1. 1 2 3 4 5 6 7 8 9 10 11 "Diltiazem Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 28 December 2018.
    2. ↑ "Diltiazem Use During Pregnancy". Drugs.com (in ଇଂରାଜୀ). Retrieved 28 December 2018.
    3. ↑ Cardiovascular Pharmacotherapeutics (in ଇଂରାଜୀ). Cardiotext Publishing. 2011. pp. 251–252. ISBN 9781935395621. Retrieved 28 December 2018.
    4. ↑ 2010 Nurse's Drug Handbook (in ଇଂରାଜୀ). Jones & Bartlett Learning. 2010. p. 320. ISBN 9780763779009.
    5. ↑ Milne, G. W. A. (2005). Gardner's Commercially Important Chemicals: Synonyms, Trade Names, and Properties (in ଇଂରାଜୀ). John Wiley & Sons. p. 223. ISBN 9780471736615. Retrieved 28 December 2018.
    6. ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    7. ↑ "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]