Jump to content

ଡିଲଟାୟାଜେମ

ଉଇକିପିଡ଼ିଆ‌ରୁ
(Diltiazemରୁ ଲେଉଟି ଆସିଛି)
ଡିଲଟାୟାଜେମ
Clinical data
Pronunciation/dɪlˈtəzɛm/
Trade namesCardizem, Dilacorxr, others
AHFS/Drugs.commonograph
MedlinePlusa684027
Pregnancy
category
  • US: C (Risk not ruled out)
    Routes of
    administration
    By mouth, intravenous
    Drug classNondihydropyridine calcium channel blocker
    ATC code
    Legal status
    Legal status
    Pharmacokinetic data
    Bioavailability40%
    MetabolismLiver
    Elimination half-life3–4.5 hours
    ExcretionKidney
    Biliary
    Identifiers
    • cis-(+)-[2-(2-Dimethylaminoethyl)-5-(4-methoxyphenyl)-3-oxo-6-thia-2-azabicyclo[5.4.0]undeca-7,9,11-trien-4-yl]ethanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.050.707 Edit this at Wikidata
    Chemical and physical data
    FormulaC22H26N2O4S
    Molar mass414.519 g/mol
    3D model (JSmol)
    • O=C2N(c3c(S[C@@H](c1ccc(OC)cc1)[C@H]2OC(=O)C)cccc3)CCN(C)C
    • InChI=1S/C22H26N2O4S/c1-15(25)28-20-21(16-9-11-17(27-4)12-10-16)29-19-8-6-5-7-18(19)24(22(20)26)14-13-23(2)3/h5-12,20-21H,13-14H2,1-4H3/t20-,21+/m1/s1 checkY
    • Key:HSUGRBWQSSZJOP-RTWAWAEBSA-N checkY
      (verify)

    ଡିଲଟାୟାଜେମ (ଇଂରାଜୀ ଭାଷାରେ Diltiazem, ଏକ ବିକ୍ରୟ ନାମ କାର୍ଡ଼ିଜେମ/ Cardizem) ଏକ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blocker ଔଷଧ ଯାହା ଉଚ୍ଚ ରକ୍ତଚାପ, ଆଞ୍ଜିନା (angina) ଓ କେତେକ ଅନିୟମିତ ହୃତ ସ୍ପନ୍ଦନ (heart arrhythmia) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ବିଟା ବ୍ଲକର (beta blocker) ବ୍ୟବ‌ହାର ସମ୍ଭବ ହେଉନଥିବା ହାଇପରଥାଇରଏଡିଜମ ରୋଗରେ ଏହା ଦିଆଯାଇପାରେ ।[] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[] ଡିଲଟାୟାଜେମ ଇଞ୍ଜେକସନ ଦେବାର ଅଳ୍ପ କିଛି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ । []

    ଡିଲଟାୟାଜେମର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ସ୍ୱଳ୍ପ ରକ୍ତଚାପ ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ୱଳ୍ପ ହୃତ୍‌ସ୍ପନ୍ଦନ ହାର (overly slow heart beat), ହୃଦ୍‌ପାତ, ଯକୃଟ ସମସ୍ୟା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[] ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[]

    ଧମନୀ (arteries) ମାନଙ୍କରେ ଥିବା ଅରୈଖିକ ମାଂସପେଶୀମାନଙ୍କୁ (smooth muscle) ଡିଲଟାୟାଜେମ ଶିଥିଳ କରିଦେବାରୁ ସେଗୁଡ଼ିକ ଖୋଲିଯାଏ ଓ ସ‌ହଜରେ ରକ୍ତ ସରବରାହ ଚାଲୁରହେ ।[] ଅଧିକନ୍ତୁ ଏହା ହୃତ୍‌ପିଣ୍ଡ ଭଲ ଭାବରେ ସ୍ଫିତ ହେବାପରେ ସଙ୍କୋଚନ ହେବା ନିମନ୍ତେ ଅଧିକ ସମୟ ଦିଏ ।[] ଧମନୀ ଓ ହୃତ୍‌ପିଣ୍ଡର ଜୀବକୋଷ ମଧ୍ୟକୁ କ୍ୟାଲସିଅମର ପ୍ରବେଶକୁ ଅବରୋଧ କରିଦିଏ ।[] ଏହା ଚତୁର୍ଥ ଶ୍ରେଣୀର ଆଣ୍ଟିଆରିଦମିକ (class IV antiarrhythmic) ଔଷଧ ।[]

    ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡିଲଟାୟାଜେମ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୮ରେ ପାଟିରେ ଦିଆଯାଉଥିବା ଡିଲଟାୟାଜେମର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୭୦ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୧୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୬୩ତମ ସ୍ଥାନ ଅଧିକାର କରିଥିଲା ।[] ଏହାର ଏକ ପରିବର୍ଦ୍ଧିତ ବିମୋଚନ ଔଷଧ ମଧ୍ୟ ମିଳେ (extended release formulation) ।[]

    1. 1 2 3 4 5 6 7 8 9 10 11 "Diltiazem Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 28 December 2018.
    2. "Diltiazem Use During Pregnancy". Drugs.com (in ଇଂରାଜୀ). Retrieved 28 December 2018.
    3. Cardiovascular Pharmacotherapeutics (in ଇଂରାଜୀ). Cardiotext Publishing. 2011. pp. 251–252. ISBN 9781935395621. Retrieved 28 December 2018.
    4. 2010 Nurse's Drug Handbook (in ଇଂରାଜୀ). Jones & Bartlett Learning. 2010. p. 320. ISBN 9780763779009.
    5. Milne, G. W. A. (2005). Gardner's Commercially Important Chemicals: Synonyms, Trade Names, and Properties (in ଇଂରାଜୀ). John Wiley & Sons. p. 223. ISBN 9780471736615. Retrieved 28 December 2018.
    6. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    7. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]