ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ
ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ | |
---|---|
ଇଂରାଜୀ ପ୍ରତିଶବ୍ଦ - supraventricular arrhythmia | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | I47.1 |
ଆଇସିଡ଼ି-୯-ସିଏମ୍ | 427.89, 427.0 |
MeSH | D013617 |
ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (ଇଂରାଜୀ ଭାଷାରେ Supraventricular tachycardia ବା SVT) କହିଲେ ଅସାଧାରଣ ଦୃତ ହୃତ୍ସ୍ପନ୍ଦନ ବୁଝାଏ ଯାହା ହୃତ୍ପିଣ୍ଡର ଉପର ପାର୍ଶ୍ୱରେ ଥିବା ବିଦ୍ୟୁତ ସରବରାହ (electrical activity in upper part of the heart) ସଠିକ ଭାବରେ ନ ହେବା କାରଣରୁ ହୁଏ ।[୧] ଏହି ରୋଗ ମୂଖ୍ୟତଃ ଚାରି ପ୍ରକାର ଥାଏ ଯଥା:- ଆଟ୍ରିଆଲ ଫିବ୍ରିଲେସନ, ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଆଟ୍ରିଆଲ ଫ୍ଲଟର atrial flutter, ଓ ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ (Wolff-Parkinson-White syndrome) ।[୧] ଦୃତ ହୃତ୍ସ୍ପନ୍ଦନ (palpitations) ମୂର୍ଚ୍ଛା ଅନୁଭବ, ଝାଳ ବୋହିବା, ଅଣନିଶ୍ୱାସୀ ଲାଗିବା (shortness of breath) ଓ ଛାତି ଯନ୍ତ୍ରଣା (chest pain) ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ।[୨]
ଏହି ରୋଗ ଅଳିନ୍ଦରୁ (atria) ବା ଅଳିନ୍ଦନିଳୟ (atrioventricular node) ନୋଡରୁ ଆରମ୍ଭ ହୋଇପାରେ ।[୧] ଏହା ଦୁଇ ପ୍ରକାର କାର୍ଯ୍ୟବିଧିରୁ ଗୋଟିଏ ହୋଇପାରେ ଯଥା:- ପୁନଃପ୍ରବେଶ (re-entry) ଯୋଗୁ ବା ସ୍ୱୟଂଚାଳିତ ହୃତ୍ପିଣ୍ଡ ପେଶୀ ଯୋଗୁ (increased automaticity) ହୋଇପାରେ ।[୩] ଆଉ ଏକ ପ୍ରକାର ଦୃତସ୍ପନ୍ଦନ ଭେଣ୍ଟ୍ରିକୁଲାର ଆରିଦମିଆ (ventricular arrhythmia) ଯୋଗୁ ହୁଏ ଯାହା ନିଳୟରୁ (en:ventricle) ଆରମ୍ଭ ହୁଏ ।[୧] ଇସିଜି (en:electrocardiogram), ହୋଲ୍ଟର ମୋନିଟର (holter monitor) ବା ଇଭେଣ୍ଟ ମୋନିଟର (event monitor) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା Blood test କରି ଅନ୍ୟାନ୍ୟ ଅନ୍ତର୍ନିହିତ ରୋଗ ନିର୍ଣ୍ଣୟ କରାଯାଏ ଯେପରିକି ହାଇପରପାରାଥାଇରଏଡିଜ୍ମ ଓ ଇଲେକ୍ଟ୍ରୋଲାଇଟ ଆବନର୍ମାଲିଟି (electrolyte abnormalities) ।[୪]
ରୋଗର ପ୍ରକାର ଅନୁସାରେ ଚିକିତ୍ସା କରାଯାଏ । ଔଷଧ, ଡାକ୍ତରୀ ପ୍ରକ୍ରିୟା, ବା ଅପରେଶନ କରି ଚିକିତ୍ସା କରାଯାଏ । କେତେକ ରୋଗରେ ଭାଗାଲ ମାନୋଭର (Vagal maneuvers) ବା କାଥେଟର ଆବ୍ଲାସନ (catheter ablation) କାର୍ଯ୍ୟକ୍ଷମ ହୁଏ । ଆଟ୍ରିଆଲ ଫିବ୍ରିଲେସନ ନିମନ୍ତେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ବା ବିଟା ବ୍ଲକର (beta blockers) ଦିଆଯାଏ । ଦୀର୍ଘକାଳୀନ ଭିତ୍ତିରେ କେତେକ ଲୋକଙ୍କର ଆସ୍ପିରିନ (aspirin) ବା ୱାରଫାରିନ (warfarin) ଔଷଧ ଉପକାରରେ ଆସେ ।[୫] ପ୍ରତି ୧୦୦୦ ଲୋକରେ ୫ ଜଣକୁ ଆଟ୍ରିଆଲ ଫିବ୍ରିଲେସନ ହୁଏ,[୬] ୨.୩ ଜଣକୁ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ହୁଏ,[୭] ୨ ଜଣକୁ ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ ହୁଏ,[୮] ଓ ଆଟ୍ରିଆଲ ଫ୍ଲଟର ପ୍ରତି ୧୦୦୦ରେ ୦.୮ଜଣକୁ ହୁଏ ।[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Types of Arrhythmia". NHLBI. July 1, 2011.
- ↑ "What Are the Signs and Symptoms of an Arrhythmia?". NHLBI. July 1, 2011. Retrieved 27 September 2016.
- ↑ Al-Zaiti, SS; Magdic, KS (September 2016). "Paroxysmal Supraventricular Tachycardia: Pathophysiology, Diagnosis, and Management". Critical care nursing clinics of North America. 28 (3): 309–16. PMID 27484659.
- ↑ "How Are Arrhythmias Diagnosed?". NHLBI. July 1, 2011.
- ↑ "How Are Arrhythmias Treated?". NHLBI. July 1, 2011. Retrieved 27 September 2016.
- ↑ Zoni-Berisso, M; Lercari, F; Carazza, T; Domenicucci, S (2014). "Epidemiology of atrial fibrillation: European perspective". Clinical epidemiology. 6: 213–20. doi:10.2147/CLEP.S47385. PMID 24966695.
{{cite journal}}
: CS1 maint: unflagged free DOI (link) - ↑ Katritsis, Demosthenes G.; Camm, A. John; Gersh, Bernard J. (2016). Clinical Cardiology: Current Practice Guidelines (in ଇଂରାଜୀ). Oxford University Press. p. 538. ISBN 9780198733324.
- ↑ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 1372. ISBN 9780323448383.
- ↑ Bennett, David H. (2012). Bennett's Cardiac Arrhythmias: Practical Notes on Interpretation and Treatment (in ଇଂରାଜୀ). John Wiley & Sons. p. 49. ISBN 9781118432402.