ଆଟୋରଭାସ୍ଟାଟିନ
Clinical data | |
---|---|
Pronunciation | /əˌtɔːrvəˈstætən/ |
Trade names | Lipitor, Atorva, others |
AHFS/Drugs.com | monograph |
MedlinePlus | a600045 |
data | |
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 12% |
Metabolism | Liver (CYP3A4) |
Elimination half-life | 14 hours |
Excretion | Bile |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.125.464 |
Chemical and physical data | |
Formula | C33H35FN2O5 |
Molar mass | 558.64 |
3D model (JSmol) | |
| |
| |
(verify) |
ଆଟୋରଭାସ୍ଟାଟିନ (ଇଂରାଜୀ ଭାଷାରେ Atorvastatin, ଏକ ବିକ୍ରୟ ନାମ ଲିପିଟର/ Lipitor) ଏକ ସ୍ଟାଟିନ (statin) ଔଷଧ ଯାହା ଅଧିକ ସଙ୍କଟରେ ଥିବା ହୃଦରକ୍ତନାଳୀ ରୋଗ ଓ ଡିସଲିପିଡେମିଆ (abnormal lipid levels) ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ହୃଦରକ୍ତନାଳୀ ରୋଗ ନିମନ୍ତେ ଏହା ଏକ ପ୍ରଥମ ଧାଡ଼ିର ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧]
ଆଟୋରଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ଛାତି ଜ୍ୱାଳା, ଅଇ ଓ ମାଂସପେଶୀ ଯନ୍ତ୍ରଣା ହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟା ଓ ମଧୁମେହ ହୋଇପାରେ ।[୧] ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ । [୧] ଯକୃତରେ କୋଲେସ୍ଟେରଲ ପ୍ରସ୍ତୁତ କରୁଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜର (HMG-CoA reductase) କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୧]
ଆଟୋରଭାସ୍ଟାଟିନ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବହାର ନିମନ୍ତ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[୧] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ୩.୮୦ ଆମେରିକୀୟ ଡଲାର ଥିଲା ।[୨] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ସନ ୨୦୧୮ରେ ୦.୭୦ ପାଉଣ୍ଡ ଥିଲା ।[୩] ସନ ୨୦୧୬ରେ ଏହି ଔଷଧର ୯୬ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ସେ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୩ୟ ସର୍ବାଧିକ ପ୍ରେସକ୍ରିପସନ ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Atorvastatin Calcium Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ British national formulary : BNF 76 (76 ed.). Pharmaceutical Press. 2018. pp. 200–201. ISBN 9780857113382.
- ↑ "The Top 300 of 2019". clincalc.com. Retrieved 22 December 2018.