ରାବଡୋମାୟୋଲାଇସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ରାବଡୋମାୟୋଲାଇସିସ
A container half-full with brown-stained urine, characteristic for rhabdomyolysis
ରାବଡୋମାୟୋଲାଇସିସ ରୋଗୀର ପରିସ୍ରା (Urine) ମାଟିଆ ରଙ୍ଗ ହୋଇଛି, କାରଣ ଏଥିରେ ମାୟୋଗ୍ଲିବିନ (myoglobinuria) ଅଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ /ˌræbdmˈɒlss/
ସ୍ପେଶାଲିଟି Critical care medicine, nephrology
ଆଇସିଡ଼ି-୧୦ M62.8, T79.5, T79.6
ଆଇସିଡ଼ି-୯-ସିଏମ୍ 728.88
ରୋଗ ଡାଟାବେସ 11472
ମେଡ଼ିସିନ-ପ୍ଲସ 000473
ଇ-ମେଡ଼ିସିନ emerg/508 ped/2003
MeSH D012206

ରାବଡୋମାୟୋଲାଇସିସ (ଇଂରାଜୀ ଭାଷାରେ Rhabdomyolysis) ଏକ ରୋଗ ଯେଉଁଥିରେ ଆଘାତପ୍ରାପ୍ତ ସ୍କେଲିଟାଲ ପେଶୀ ଅତି ଶୀଘ୍ର ନଷ୍ଟ ହୋଇଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ପେଶୀ ଯନ୍ତ୍ରଣା (muscle pains), ଦୁର୍ବଳତା, ବାନ୍ତି (vomiting) ଓ ମାନସିକ ଦ୍ୱନ୍ଦ ଦେଖାଯାଏ (confusion) ।[୧][୨] ଚା' ରଙ୍ଗର ପରିସ୍ରା ହୁଏ ବା ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । ବୃକ୍‌କ ଉପରେ ପେଶୀ ଭଙ୍ଗା ପଦାର୍ଥ ଯେପରିକି ପ୍ରୋଟିନ ମାୟୋଗ୍ଲୋବିନ (myoglobin) ବିପଦ ସୃଷ୍ଟି କରିବା ଫଳରେ ତୀବ୍ର ବୃକ୍‌କ ଫେଲ (kidney failure) ହୋଇଯାଏ ।[୧]

ଅଧିକାଂଶ ସମୟରେ କ୍ରସ ସିଣ୍ଡ୍ରୋମ (crush injury), ଅତ୍ୟଧିକ ବ୍ୟାୟାମ,ଔଷଧ ସେବନ (medications) ବା ଔଷଧ ଦୂରୁପ‌ଯୋଗ/ଡ୍ରଗ ଆବ୍ୟୁସ (drug abuse) ଫଳରେ ପେଶୀ ନଷ୍ଟ ହୋଇଯାଏ । ସଂକ୍ରମଣ, ବିଦ୍ୟୁତ ଆଘାତ (electrical injury), ହୃଦ୍‌ପାତସର୍ପ ଦଂଶ ଇତ୍ୟାଦି ଅନ୍ୟାନ୍ୟ କାରଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । କେତେକ ଲୋକଙ୍କର ବଂଶାନୁକ୍ରମିକ ପେଶୀ ବେମାରୀ (inherited) ଯୋଗୁ ରାବଡୋମାୟୋଲାଇସିସ ରୋଗ ହୁଏ । ରୋଗୀର ପରିସ୍ରା ୟୁରିନ ସ୍ଟ୍ରିପ ଟେଷ୍ଟଦ୍ୱାରା (urine test strip) ପରୀକ୍ଷା କଲେ ସେଥିରେ ରକ୍ତ ଥିବା ପଜିଟିଭ ଦେଖାଯାଏ, କିନ୍ତୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକା ମିଳେନାହିଁ ।[୧] ରକ୍ତ ପରୀକ୍ଷାରେ କ୍ରିଏଟିଭ କାଇନେଜ (creatine kinase) ୧୦୦୦ ୟୁ/ଲିରୁ ଅଧିକ ଥାଏ ଓ ଅତି ସାଂଘାତିକ କେଶ୍‌ରେ ୫୦୦୦ ୟୁ/ଲି ଥାଏ ।[୩]

ଏହି ରୋଗରେ ବ‌ହୁତ ପରିମାଣର ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ହିଁ ମୂଖ୍ୟ ଚିକିତ୍ସା ।[୧] ଅନ୍ୟ ଚିକିତ୍ସା ମଧ୍ୟରେ କେଶ ସାଂଘାତିକ ଥିଲେ ଡାଏଲିସିସ (en:dialysis) ବା ହେମୋଫିଲଟ୍ରେସନ (‌en:hemofiltration) କରାଯାଏ ।[୨][୪] ପରିସ୍ରା ସଠିକ ହୋଇଗଲେ ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate) ଓ ମାନିଟୋଲ (mannitol) ସାଧାରଣତଃ ଦିଆଯାଏ କିନ୍ତୁ ଏହାର ଉପ‌ଯୋଗୀତା ବିଷୟରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ ।[୧][୨] ଶିଘ୍ର ଚିକିତ୍ସା ଆରମ୍ଭ କଲେ ଫଳ ଭଲ ହୁଏ ।[୧] ରୋଗ ଜଟିଳ ହେଲେ ହାଇପରକାଲେମିଆ (high blood potassium), ହାଇପୋକ୍ୟାଲସେମିଆ (low blood calcium), ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (disseminated intravascular coagulation), ଓ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଇତ୍ୟାଦି ବେମାରୀ ଦେଖାଯାଏ ।[୧]

ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨୬,୦୦୦ ଲୋକଙ୍କୁ ରାବଡୋମାୟୋଲାଇସିସ ରୋଗ ହୁଏ ।[୧] ଏହି ରୋଗ ବିଷୟରେ ଇତିହାସରେ ଲେଖା ଥିଲେ ମଧ୍ୟ ଆଧୁନିକ ବର୍ଣ୍ଣନା ପ୍ରଥମର ସନ ୧୯୦୮ର ଭୂମିକମ୍ପ ପରେ ଲେଖାଯାଇଥିଲା । ସନ ୧୯୪୧ର ବ୍ଲିଜ ପରେ ଏହି ରୋଗର କାର୍ଯ୍ୟବିଧି ସମ୍ପର୍କରେ ଆବିଷ୍କୃତ ହୋଇଥିଲା । ଭୂମିକମ୍ପ ପରେ ଏହି ରୋଗ ସଙ୍କଟ ଏକ ଉଲ୍ଲେଖନୀୟ ସମସ୍ୟା ସୃଷ୍ଟି କରେ, ଏଣୁ ଏ ଆପଦ ସମୟରେ ରିଲିଫ ସ‌ହିତ ଏହି ରୋଗ ବିଷୟରେ ସବିଶେଷ ଜ୍ଞାନ ଥିବା ଚିକିତ୍ସକଙ୍କୁ ଉପ‌ଯୁକ୍ତ ଉପକରଣ ସ‌ହିତ ଚିକିତ୍ସା କରିବା ନିମନ୍ତେ ପଠାଇବା ଆବଶ୍ୟକ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Sauret, JM; Marinides, G; Wang, GK (1 March 2002). "Rhabdomyolysis". American family physician. 65 (5): 907–12. PMID 11898964. 
  2. ୨.୦ ୨.୧ ୨.୨ Huerta-Alardín AL; Varon J; Marik PE (2005). "Bench-to-bedside review: rhabdomyolysis – an overview for clinicians". Critical Care. 9 (2): 158–69. doi:10.1186/cc2978. PMC 1175909Freely accessible. PMID 15774072. 
  3. Chavez, LO; Leon, M; Einav, S; Varon, J (15 June 2016). "Beyond muscle destruction: a systematic review of rhabdomyolysis for clinical practice". Critical care (London, England). 20 (1): 135. PMID 27301374. 
  4. Bosch X; Poch E; Grau JM (2009). "Rhabdomyolysis and acute kidney injury". New England Journal of Medicine. 361 (1): 62–72. doi:10.1056/NEJMra0801327. PMID 19571284. 
  5. Vanholder R; Sever MS; Erek E; Lameire N (1 August 2000). "Rhabdomyolysis". Journal of the American Society of Nephrology. 11 (8): 1553–61. PMID 10906171.